STORYMIRROR

Nirupama Tarai

Others

3  

Nirupama Tarai

Others

ମୌସୁମୀ

ମୌସୁମୀ

1 min
168

 ପହିଲି ରଜ ପରଦିନ ସକାଳୁ ସକାଳୁ ମୁଁ ଉଠିଲି ଆଉ ମୋ ନିତ୍ୟକର୍ମ ସାରିବା ପରେ ବାହାରିପଡିଲି ଦୋଳି ଖେଳିବା ପାଇଁ। ପୋଡପିଠା ସାଙ୍ଗକୁ ମିଠା ପାନ ଖାଇ ରଜ ଗୀତ ଗାଉଥାଏ। ହଠାତ୍ ଯୋର୍ ରେ ଶବ୍ଦ ଶୁଣି ମୁଁ ଧାଇଁ ଆସିଲି ଲୋକ ମାନେ କଥା ବାର୍ତ୍ତା ହୁଅନ୍ତି କି ଆଜି ରେଡ଼ିଓ ଚ୍ୟାନେଲ ପ୍ରସାରିତ ହେଉଛି ମୌସୁମୀ ବର୍ଷା ହେବାର ଆଶଙ୍କା ଥିବାରୁ ଧୀବର ମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । କାରଣ ଆମେ ଜାଣିଛୁ ଯେ ରଜ ପର୍ବ ପରେ ମୌସୁମୀ ଆସେ ଆଉ କୃଷକ ହସେ। 

        କିଛି ସମୟ ପରେ ଝିପିଝିପି ବର୍ଷା ହେଲା ମୁଁ ଓ ମୋ ସାଙ୍ଗ ମାମୁନି ଧାଇଁ ଗଲୁ ଆମ ଘର ଆଡ଼କୁ। ସେଇ ସମୟରେ ମୁଁ କାଗଜ ଡଙ୍ଗାଟିଏ ଭସାଇବା ପାଇଁ ତିଆରି କରୁଥିଲି , ସେଦିନ ମୋର ପିଲାଦିନର କଥା ମନେ ପଡ଼ିଲା।


         ସେଦିନ ବର୍ଷା ଆମର ରଜକୁ ଫିକା କରିଦେଲା। ମନରେ କେତେ ଆଶାଥିଲା ସାଙ୍ଗମାନଙ୍କ ସହ କେତେ ମଜା ମସ୍ତି କରିବୁ ଆଉ ଭୋଜି କରିବୁ କିନ୍ତୁ, ସେଦିନର ର ସେଇ ବର୍ଷା ଆମର ରଜକୁ ଫିକା କରିଦେଲା। ଚଳଚଞ୍ଚଳ ପରିବେଶ କୁ କରିଦେଲା ନିରବ ଓ ଶାନ୍ତ।ପରେ ଆମେ ଦୁହେଁ ଆରମ୍ଭ କଲୁ ଲୁଡୁ ଖେଳିବା କୁ କିଛି ସମୟ ପରେ ଆଉ ଇଚ୍ଛା ହେଲାନି ।


         କିଛି ସମୟ ପରେ ବର୍ଷା ଛାଡ଼ିଗଲା କିନ୍ତୁ ରାସ୍ତା ଘାଟ ଜଳପୂର୍ଣ୍ଣ ହୋଇଥିଲା। ମୁଁ ଖୁସିରେ ପାଗଳ ହୋଇ ଧାଉଁ ଥାଏ ଠିକ୍ ସେଇ ସମୟରେ ହଠାତ୍ ମୋର ଗୋଡ଼ଖସି କଚାଡି ହୋଇପଡିଲି।ମୋର ହାତ,ଗୋଡ଼ ଓ ଅଣ୍ଟା ଯୋର୍ ରେ ମାଡ଼ ହୋଇଥିବାରୁ ମୁଁ ବଡପାଟିରେ କାନ୍ଦିବାକୁ ଲାଗିଲି ମୋ ପାଟି ଶୁଣି ଆମ ଘର ଲୋକ ମୋ ପାଖକୁ ଆସି ମୋତେ ଉଠାଇ ଘର ଭିତରକୁ ନେଇଗଲେ।ମୋର ହାତ ଗୋଡ଼ ଖଣ୍ଡିଆ ହୋଇଯାଇଥିଲା ମେଡିକାଲ କୁ ସଙ୍ଗେ ସଙ୍ଗେ ନେଇଗଲେ।


     ସେଦିନର ସେଇ ହୃଦୟ ବିଦାରକ ଦୃଶ୍ୟ ଭାବିଲେ ଦେହରେ ସିଂହରଣ ଖେଳିଯାଏ।ମୋ ଜୀବନରେ ର ସବୁଠାରୁ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲି।



Rate this content
Log in