STORYMIRROR

Nirupama Tarai

Drama Classics

4  

Nirupama Tarai

Drama Classics

ଅଭୁଲା ସ୍ମୃତି

ଅଭୁଲା ସ୍ମୃତି

2 mins
340


        ଆଜିବି ମନେପଡେ ମୋର ପିଲାଦିନର କଥା। ସାଙ୍ଗସାଥୀ ମେଳରେ କରାଇଥିବା ଅତୀତରେ ମୁହୂର୍ତ୍ତ ଗୁଡିକ ଆଙ୍କି ହୋଇଯାଏ,ଆଉ ଜଣାଇଦିଏ ଆମ ଅତୀତରେ ଘଟିଥିବା ଘଟଣା ଓ ଦୁର୍ଘଟଣା ଗୁଡ଼ିକ ନୀରବରେ।

   

            ମୁଁ ସେତେବେଳକୁ ଆମ ଗାଁ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଥିଲି। ସେତେବେଳେ ଆମ ସ୍କୁଲ୍ ରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥାଏ। ସେଠାରେ ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ବିଜୟୀ ମାନଙ୍କୁ ବ୍ଲକ୍ ସ୍ତରକୁ ପଠାଯାଉଥିଲା।ମୋ ବ୍ୟତୀତ ଅନେକ ପିଲାମାନେ ମଧ୍ୟ ମନୋନୀତ ହୋଇଥିଲେ।


             ସେଦିନ ଆମ ସମସ୍ତଙ୍କୁ ଅନ୍ୟ ଏକ ବିଦ୍ୟାଳୟକୁ ପ୍ରତିଯୋଗିତାରେ ଭାଗ ନେବାପାଇଁ ପଠାଯାଇଥିଲା। ମୁଁ ସେଠାରେ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲି। ସେଠାରେ ଆମ ସାର୍ ଆମର ରେଜିଷ୍ଟ୍ରେସନ୍ କରିଦେଇଥିଲେ। ତା ପରେ ଆମେ ଜଳଖିଆ ଗ୍ରହଣ କଲୁ।ଏହାର କିଛି ସମୟ ପରେ କାର୍ଯ୍ୟକ୍ରମ ଆରମ୍ଭ ହେଲା।


              ଆମେ ପ୍ରାୟ କୋଡ଼ିଏ ଜଣ ପିଲା ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲୁ। ଆମକୁ କିଛି ସମୟପରେ ପେପର୍ ଦିଆଗଲା। ଷ୍ଟୋରୀ ମଧ୍ୟରେ ପ୍ରବନ୍ଧର ନାମ ଲେଖାଯାଇଥିଲା।ତା ପରେ ମୁଁ ଏକ ସୁନ୍ଦର ନାଁ ଟିଏ ଦେଇ ଆରମ୍ଭ କଲି ମୋ ଲେଖିବା ପ୍ରଣାଳୀ। ଲେଖିବା ମଧ୍ୟରେ ମୁଁ ଏତେ ମଜ୍ଜି ଯାଇଥିଲି ଯେ ଏକ ଘଣ୍ଟା ମଧ୍ୟରେ ମୁଁ ତିନି ପୃଷ୍ଠା ଲେଖିସାରିଦେଲି।‌ଲେଖିବାପରେ ପେପର୍ ଦେଲି ,ସନ୍ଧ୍ୟା ହୋଇଗଲାଣି ବୋଲି ଆମେ ଘରକୁ ଫେରି ଆସିଲୁ।


             ସବୁଦିନ ପରି ସେଦିନ ମୁଁ ମଧ୍ୟ ସ୍କୁଲ୍ ଯାଇଥିଲି। ପ୍ରତିଯୋଗିତାର ଫଳାଫଳ ଗୁଡିକ ସାର୍ ଆମକୁ ଜଣାଇଲେ।ସବୁପିଲା ଅଂଶ ଗ୍ରହଣ କରିଥିଲେ କିନ୍ତୁ କେହିବି ବିଜୟୀ ହୋଇନଥିଲେ।ସାର୍ ମୋତେ କହିଲେ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ଦୁଇଜଣ ସାର୍ ଙ୍କୁ ଦେଖିବାକୁ ମିଳିଥିଲା। ମୂଲ୍ୟାଙ୍କନ ବେଳେ ଆମ ସାର୍ ମୋତେ ପଚାଶରୁ ପଚିଶ ନମ୍ବର ଦେଇଥିଲେ ଓ ଆଉ ଜଣେ ସାର୍ ମୋତେ ଚାଳିଶି ନମ୍ବର ଦେଇଥିଲେ। ତାପରେ ସାର୍ ମୋତେ କହିଲେ ତୁ ଭଲ ଲେଖିଥିଲୁ କିନ୍ତୁ ଅନ୍ୟ ପିଲାମାନେ ତୋ ଠାରୁ ଅଧିକ ଭଲ ଲେଖିଥିଲେ। ଯଦି ତତେ ମୁଁ ଅଧିକ ନମ୍ବର ଦେଇଥାନ୍ତି ତୁ ବିଜୟୀ ହୋଇଥାନ୍ତୁ।


             ଏତିକି ଶୁଣି ମୁଁ ଜୋର୍ ରେ କାନ୍ଦିବାକୁ ଲାଗିଲି। ସାର୍ ମୋତେ ଅନେକ ବୁଝାଇଲେ କିନ୍ତୁ ମୋର ମନ ବୁଝିଲା ନାହିଁ।ସାର୍ ମୋତେ କହିଲେ ତୁ ମନ ଦୁଃଖ କରନି ମୁଁ ତୋତେ ବାର୍ଷିକ ଉତ୍ସବ ରେ ପ୍ରମାଣପତ୍ର ପ୍ରଦାନ କରିବି। ଏହା ଶୁଣି ମୋ ମନରେ ରାଗ, ଘୃଣା ସୃଷ୍ଟି ହେଲା। ସେହିଦିନ ଠାରୁ ମୁଁ ସାର୍ ଙ୍କ ସହ ଆଗଭଳି ମିଶିଲି ନାହିଁ।ସାର୍ କହିଲେ ଏହି ଘଟଣା ମୋର ସାରାଜୀବନ ସ୍ମରଣୀୟ ହୋଇ ରହିବ।


       ସେଦିନ ସେହି ଘଟଣା ମୋର ଜୀବନର ଯୋଗକୁ ବଦଳାଇଦେଲା। ମୁଁ ସେଦିନ ଭାବିଲି ପ୍ରତିଯୋଗିତାରେ ବଡ଼ ଓ ସାନ ମଧ୍ୟରେ ଭେଦଭାବ ରହେ, ସେଠାରେ ନିଜକୁ ପ୍ରମାଣିତ କରିବାର ଆବଶ୍ୟକତା ନାହିଁ। କେବେ ଯଦି କୌଣସି ସ୍ଥାନରେ ଭେଦଭାବ ହୁଏ ମୋର ସ୍କୁଲ୍ ବେଳର ଘଟଣା ମନେପଡେ।


          ସେହି ଅଭୁଲା ସ୍ମୃତି ମୋ ମନରେ ଏକ ନୂଆ ଜାଗରଣ ଭାବନା ସୃଷ୍ଟି କରିଥିଲା ନିଜକୁ ଉତ୍ତମ ରୂପେ ଗଢ଼ିବ ପାଇଁ ପ୍ରେରଣା ଯୋଗାଇଥିଲା।


                 


              



      


  


Rate this content
Log in

Similar oriya story from Drama