ସିନ୍ଦୁର (ପଞ୍ଚମ ଭାଗ)
ସିନ୍ଦୁର (ପଞ୍ଚମ ଭାଗ)
ଶୋଭାଦେବୀ ସକାଳୁଉଠି ନିତ୍ୟକର୍ମ ସାରି ବାହାରି ପଡିଲେ। ଅଟୋ ଧରି ପହଁଚିଲେ ସହରର ନୋଳିଆ ବସ୍ତିରେ । ସେଠାରେ କିଛ ମହିଳା ତାଂକୁ ଅପେକ୍ଷା କରିଥିଲେ । ଶୋଭାଦେବୀ ଦେବୀଙ୍କୁ ଦେଖି ଜଣେ ତାଙ୍କ ଭିତୁରୁ କହିଲେ ,ମା 'ପୋଲିସ ଵାଲା ଆସିଥିଲେ। ସେମାନେ ପିଡ଼ିତାକୁ ଥାନାକୁ ନେବାପାଇଁ ଚାହୁଁଥିଲେ । ଆମେସବୁ ପ୍ରତିବାଦକଲୁ । ଡାକ୍ତରୀ ପରୀକ୍ଷା ତ ସରିଛି ପୁଣି ଥାନାକୁ କାହିଁକି ଯିବ। ତାଙ୍କଭିତରୁ ଜଣେ କହିଲେ,ଥାନାଵାଲା ଲାଞ୍ଚନେଇ କେସକୁ ଚପେଇଦେବେ । ଆଉଜନେ କହିଲେ,ସେଟା ସରକାରୀ ଗୁଣ୍ଡା,ଉପରମହଳରୁ ଚାପିଦେଇ ପାରିବ । ମନ୍ତ୍ରୀକଂ ଚେଲା। ଶୋଭାଦେବୀ ସବୁଶୁଣି ପିଡ଼ିତାର ଘରକୁ ଗଲେ । ଶୋଭା କୁଁ ଦେଖି ଝିଅଟିର ମା ଆସି କହିଲା,ଝିଅ ପୋଲିସ ଵାଲା କହୁଥିଲେ କେସକୁ ଫଇସଲା କରିବାକୁ ଚାଉଛ ଯଦି ଥାନାକୁ ଚାଲ । ମୁଁ ରାଜି ହେଲିଣି । ମୋ ଝିଅକୁ ନ୍ୟାୟ ଚାହୁଁଛି । ଭାଡୁଆ ଜେଲ ଯାଉ । ଅନ୍ୟଜଣେ ମହିଳା କହିଲେ , ସେଟା ଏପର୍ଯ୍ୟନ୍ତ ଆରେଷ୍ଟ ହୋଇନି,ପୋଲିସବାଲେ ତାକୁ ଘଣ୍ଟଘୋଡାଇ ରଖୁଛନ୍ତି। ଆମକୁ ଥାନା ସାମନାରେ ଆନ୍ଦୋଳନ କରିବାକୁ ପଡିବ,ଅନ୍ୟ ସମସ୍ତ ମହିଳା ଏକସ୍ୱରରେ କହିଲେ ଆରେଷ୍ଟ ଆମେ ଚାହୁଁ । ଏଇସମୟରେ ଶୋଭାଦେବୀକଂ ଫୋନ ରିଂହେଲା ,ଦେଖିଲେ ସହରର ଜଣେ ପ୍ରଭାବଶାଳୀ ବ୍ୟକ୍ତି ଫୋନ କରୁଛନ୍ତି,ଉଠାଇଲେ ଶୋଭା ଦେବୀ ତାଙ୍କୁ ଏତିକି କହିଲେ ଆଇନଯାହା କହିବ,ଏଥିରେ ତୁମର କି ଆମର କିଛି କରିବାର ନାହିଁ । କେବଳ ନିରୀହ ଝିଅଟିର ନାୟ ପାଇଁ ଆମକୁ ସହଯୋଗ କରିବାକୁ ପଡୁଛି । କୌଣସି ନାରୀର ଚରିତ୍ରକୁ ନେଇ ଖେଳ ଖେଳିଲେ ଯେକୌଣସି ଅପରାଧୀ ହେଉ ତାକୁ ଆଇନ ସାମ୍ନାକୁ ଆସିବାକୁ ପଡିବ । କହି ଫୋନ କାଟିଦେଲେ । ମା ଠିକ କହିଲେ,ସମସେ ଏକସ୍ୱରରେ କହିଲେ । ଜଣେ ମହିଳା ପଚାରିଲେ ଏବେ ଆମକୁ କଣ କରିବାକୁ ପଡିବ ? ଶୋଭା ଝିଅଟିକୁ ଡାକିଲେ, ଝିଅଟି ଅଷ୍ଟମ ଶ୍ରେଣୀର ଛାତ୍ରୀ, ସ୍କୁଲ ଫେରୁଥିବା ବେଳେ ଜଣେବ୍ୟକ୍ତି ତାକୁ ଗାଡ଼ିରେ ଘରକୁ ନେଇଯିବ କହି ଏକ ନିର୍ଜନ କୋଠରୀରେ ଦୁଷ୍କର୍ମ କରି ଛାଡିଦେଇ ଯାଇଛି । ଝିଅଟି ନା ବାଳିକା, ତାକୁ ଅଚେତ ଅବସ୍ଥାରେ ପଡିଥିବାରଦେଖି ଜଣେ ବ୍ୟକ୍ତି ଡାକ୍ତର ଖାନା ନେଇଥିଲେ। ଡାକ୍ତର ସେଇଠି ପରୀକ୍ଷା କରି ଜାଣିଲେ ଝିଅଟିକୁ କେହିଜଣେ ବ୍ୟକ୍ତି ଦୁଷ୍କକର୍ମ କରିଛି , ଚିକିତ୍ସକଙ୍କ ରିପୋଟ ସାହାଯ୍ୟକରୁଥିବା ବ୍ୟକ୍ତିକଂ ପାଖରେ । ରାତି ବାରଟା ପରେ ଝିଅଟି ସୁସ୍ଥଅନୁଭବ କଳାରୁ ବ୍ୟକ୍ତିଜଣକ ଅଟୋକାରି ଝିଅଟିକୁ ଆଣି ଛାଡିଗଲେ । ଅର୍ଧ ରାତିରେ ଯାଇ ଶୋଭାକୁଁ ଭେଟି ସମସ୍ତ ବର୍ତ୍ତାନ୍ତ ବର୍ଣ୍ଣନାକରିଥିଲେ ଓ ସେଇ ଡାକ୍ତରୀ ରିପୋଟ ଦେଲେ । ଶୋଭାମଧ୍ୟ ରାତିରେ ସେଇ ଝିଅକୁ ଭେଟି ଥାନାକୁ ଯାଇ ରାତି ଦୁଇଟାରେ ଏତଲାଦେଇଥିଲେ । ଡାକ୍ତରକଂ ପରୀକ୍ଷା ରିପୋଟ ସଂଯୋଗକରିବାକୁ ଭୂଲିନଥିଲେ ।