STORYMIRROR

Akshayakumar Dash

Tragedy

4  

Akshayakumar Dash

Tragedy

ସିନ୍ଦୁର(ଭାଗ ତୃତୀୟ)

ସିନ୍ଦୁର(ଭାଗ ତୃତୀୟ)

2 mins
631

ଦିଅଁଦର୍ଶନ କରି ମନ୍ଦିରରୁ ଘରକୁଫେରିବା ବାଟରେ ଭିକାରୀକୁ ଦାନକଲେ ଶୋଭାଦେବୀ । ଜଣେ ମା ତାର ଛୁଆକୁ କାଖେଇ ଶୋଭାଦେବୀକୁଁ ହାତପତେଇଛି ।ପଚାରିଲେ ତୁମ୍ଭର ଘର କେଉଁଠି? । ତୁମରସ୍ୱାମୀ ଅଛନ୍ତିନା? ତଳକୁ ମୁହଁକରି ନିରବରହିଲା ସେ । ଆଖିରୁ ଝରିପଡ଼ିଲା କେତେବୁନ୍ଦା ଲୁହ । ବୁଝିଗଲି, କାନ୍ଦନି ଦଶଟଙ୍କା ତାରହାତରେ ଦେଲେ । ଛୁଆଟିଖୁସିରେ ମା କୁ ଖାଇବାକୁ ଦେ ବୋଲି କହିଲା । ଶୋଭାଦେବୀ ପାଖ ଜଳଖିଆ ଦୋକାନରୁ କିଛି ଖାଦ୍ୟ କିଣି ଛୁଆଟିର ହାତକୁ ବଢ଼ାଇଦେଲେ ।ପିଲାଟିର ଖୁସିକୁ ନିଜଭିତରେ ମାପୁଥିଲେ ଶୋଭା ।


ପୁଣିଥରେ ପଚାରିଲେ ,"ତୁମେ କଉଠି ରହୁଛ?ମା ତାର ଛୁଆଟିର ଖାଦ୍ୟରୁ ବରାଟିଏ ଆଣି ନିଜ ପାଟିକୁ ନେଉଥିଲା । ପିଲାଟି ରଡିଛାଡିଲା ।ମା ଥୋଇଦେଇ ଖା ବୋଲି କହିଲା ।ଶୋଭାଦେବୀ ପଚାଶ ଟଙ୍କା ଦେଇକହିଲେ ନିଅ ହୋଟେଲରୁ ଖାଇଦେଵ । ମହିଳା ଜଣକ କହିଲେ ମାଆ ମୋପାଇଁ କିଛି କାମମିଳିବ? ହଁ କିକାମ କରିବ, ଘର କାମ ନା ଆଉକିଛି ଜାଣିଛ?ମହିଳା ଜଣକ କହିଲେ ହଁ ଘର କାମ କରିବି ।ତେବେ ମୋଘରେ ରହିବ,ହଁ ମା ।ମୋସଙ୍ଗରେ ଆସ ।


ଦୁହେଁ ଘରେ ପହଁଚିଲେ ।ଗାଧୋଇବା ପାଇଁ ଶୋଭାଦେବୀ କହିଲେ ।ଭଲ ଶାଢ଼ୀଟିଏ ପିନ୍ଧିବାପାଇଁ ଦେଲେ ।ଛୁଆଟି ପାଇଁ ପେଣ୍ଟ ଶାଟ ହଳେଦେଲେ ।ମହିଳାଟି ଗାଧୋଇ ଫେରିଲେ । ଶୋଭାଦେବୀ ତାର ମୁଣ୍ଡରେ ସିନ୍ଦୁରଫରୁଆରୁ ସିନ୍ଦୁର ଟିପରେଆଣି ଲଗାଇବାକୁ ଯାଆନ୍ତେ ମହିଳାଜଣକ କାନ୍ଦିବାକୁଲାଗିଲେ ।ଶୋଭାଦେବୀ ପଚାରିଲେ କଣହେଲା କାନ୍ଦୁଛ ଯେ ?ଲୁହପୋଛି ମହିଳା କହିଲେ । ନାହିଁ ମା ,ଆପଙ୍କ ଶ୍ରଧ୍ୟା ମତେସୁଖ ଲାଗୁଛି ।ମୁଁ ଜଣେ ମାମୁଲି ଭିକାରୁଣୀ ।ମତେ ଜଣେ ନାରୀର ସନମାନ ଆପଣ ଦେଉଛନ୍ତି ।ଏଇଥିପାଇଁ ।ଦିଅନ୍ତୁ ମୁଁ ଲାଗେଇବି ।ନା ମୁଁ ଲଗେଇଦେବି ଥରୁଟିଏ ।ଶୋଭାଦେବୀ ସିନ୍ଦୁରଲଗାଇ ପଚାରିଲେ ତୁମ ନାମକଣ ?ସିନ୍ଦୁର,ସିନ୍ଦୁର???ଶୋଭାଦେବୀ ଆଶ୍ଚର୍ଯ୍ୟହୋଇ କହିଲେ ,ହଁ ମୋନାମ ସିନ୍ଦୁରରାଣୀ,ମୋ ମା ବାପା ମତେ ସୁନ୍ଦରୀ ବୋଲି ଡାକନ୍ତି ଆଉ ମୋ ବୁଢ଼ୀମାଆ ମତେ ଆଦରେ ସିନ୍ଦୁ ବୋଲି ଡାକନ୍ତି ।ଆମ ଘର ଓଡ଼ଙ୍ଗ ମାଛିମରା ଗ୍ରାମରେ । ଶୋଭାଦେବୀ ଆଇନା ଧରାଇଦେଲେ । ଦେଖୁଛି ଚନ୍ଦ୍ରଉଦିଆ ମୁଖରେ ସିନ୍ଦୁରା ଫାଟିବା ଦୃଶ୍ୟକୁ ସିନ୍ଦୁ ।ବୟସର ଯୌବନ ମୁଖରୁ ଉକୁଟିଆସୁଛି ।ଏ ଅମାନିଆ ମନକୁ ସିନ୍ଦୁର ଲଗାଇ ପୂଜାକରିବ ,ପବିତ୍ର ହେବ,ଶକ୍ତିମୟୀ ମା ଦୁର୍ଗା ।ଶୋଭାଦେବୀ ଖାଇବାକୁ ଡାକିଲେ ।ପୁଅ ସୋଇପଡିଛି ,ପିଲାଟା ନଖାଇଲେ ମୁଁ କେମିତି ଖାଇବି ମା,ଉଠେଇ ନେଉଛି କହି ପୁଅକୁ ଉଠାଇଲେ ।ନାନାଜାତି ତରକାରୀ ସାଙ୍ଗକୁ ଅର୍ଣ୍ଣ ପରସିଦେଲେ ଶୋଭାଦେବୀ ।କ୍ରମଶଃ ଚତୃଥ ଭାଗ ।


(ଜଣେ ନାରୀର ମର୍ଯ୍ୟାଦା ସିନ୍ଦୁର । କପାଳର ସିନ୍ଦୁର ନାରୀକୁ ଶୋଭାଗ୍ୟ ବତୀ କରାଏ ।ଧନ,ଜନ,ଗୋପ,ଲକ୍ଷ୍ମୀ ର ପ୍ରତୀକ ।ଶକ୍ତିଶାଳୀ ହୁଏ ନାରୀ ।

ବିଭାହିତା ରମଣୀର ସୁହାଗ ସିନ୍ଦୁର ।ନାରୀନିର୍ଯ୍ୟାତନା ସିନ୍ଦୁରକୁ ଅପମାନ ।କରୁଥିବା ପୁରୁଷ ପରୋକ୍ଷରେ ନୀତିଭ୍ରଷ୍ଟ ହୋଇ କୂପଥଗାମୀ ହୁଏ । ହିନ୍ଦୁ ମାନଙ୍କ ଧର୍ମଗ୍ରନ୍ଥରେ ସିନ୍ଦୁରକୁ ସ୍ୱତନ୍ତ୍ରମର୍ଜ୍ୟ।ଦା ଦିଆଯାଇଛି ।)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy