Akshayakumar Dash

Tragedy

2  

Akshayakumar Dash

Tragedy

ସିନ୍ଦୁର (ଭାଗ ସପ୍ତମ )

ସିନ୍ଦୁର (ଭାଗ ସପ୍ତମ )

2 mins
322


ସହର ସାରା ହଲା , ସମ୍ବାଦ ପତ୍ରରେ ସ୍କୁଲ ଛାତ୍ରୀକୁ ଦୁଷ୍କର୍ମ ସମ୍ବାଦ । ଟିଭି ପରଦାରେ ଚାଡ଼ିଆରେ ପ୍ରଚାରିତ । କେତେକ ମିଡିଆ ଵାଲା ଆସି ପଚାରି ବୁଝିଲେଣି । ଶୋଭାଦେବୀ ମିଡିଆ କୁଁ ଉତ୍ତରଦେଇ କହିଛନ୍ତି ପୋଲିସ ଘଣ୍ଟଘୋଡେଇ ରଖିଛି । ସମସ୍ତ ପ୍ରମାଣ ଥାଇ ଆସମୀକୁ ଧରିବାକୁ ଚାହୁଁନାହିଁ । ତେବେ ପିଡ଼ିତା ଅସୁସ୍ତଥିବାରୁ ସେ ଚିକିତ୍ସକଙ୍କ ଅଧୀନରେ ଅଛି । ସୁସ୍ଥହେଲେ ଆପଣ ମାନଙ୍କୁ ଭେଟିବ । ଆପଣ ମାନେ ପୁଲିସର ନିଷ୍କ୍ରିୟତା କୁ ପ୍ରଶ୍ନ କରନ୍ତୁ । ଡାକ୍ତରୀ ପରୀକ୍ଷା ତଥା ଏଫଆଇ ଅର ର କପି ସବୁ ଦେଖାଇଲେ । ଟିଭି ପରଦାରେ ଘନଘନ ପ୍ରଚାର । ବିରୋଧୀ ଦଳର ମାନ୍ୟଗଣ୍ୟ ନେତାମାନେ ଥାନା ଘେରାଉ କରିବା ଆରମ୍ଭ କରିଦେଲେ । ଏସ ପି ମିଡିଆ ସାମ୍ବାଦିକସମ୍ମିଳନୀ କରିବାପାଇଁ ଦିନ ଦଶଟାବେଳକୁ ସ୍ଥିରକଲେ । ନିଧିଷ୍ଟ ସମୟକୁ ଏସ ପି କଂ କଯ୍ୟାଳୟ ରେ ସମସ୍ତେ ଉପସ୍ଥିତ ହେଲେ । ଏସପି କଂ କହିବାନୁଯାୟୀ ଯେହେତୁ ଆସମୀକୁ ପୋଲିସ ତାର କଷ୍ଟଡିକୁ ଆଣିନାହିଁ ପୋଲିସକୁ ତାର କାର୍ଯ୍ୟ କରିବାକୁ ସହଯୋଗ କରାଯାଉନି ସେଥିପାଇଁ ଆସାମୀକୁ ଧରିବା ଆଇନଅନୁଯାୟୀ ଅମାନ୍ୟ ଅଟେ । ଆଶା ଦେବୀ ଝିଅଟିକୁ କାଖେଇ ଆଣି ସାମ୍ନାକୁ ଆସିଲେ, ଦେଖନ୍ତୁ ପିଡ଼ିତକୁ । ନିରୀହ ଝିଅଟି ସ୍କୁଲ ଫେରି । ସମସ୍ତ ବ୍ୟକ୍ତି ନିର୍ବିପାକ ନୟନରେ ଝିଅଟିର ଅସହାୟତାକୁ ଦେଖି ହୃଦୟ ବିଦାରିତ କରୁଥିଲା । କ୍ରୋଧ ହେଉ ବା କ୍ଷୋଭପ୍ରକାଶ କରି ଏସ ପି ସାହେବ କୁଁ ଭର୍ଚନା ଦେଉଥିଲେ । ଶୋଭା ଦେବୀ ଆରମ୍ଭ କଲେ , କୁହନ୍ତୁ ଏସ୍ସି ଏବେ ପିଡ଼ିତା ଆପଣଙ୍କ ସାମ୍ନାରେ , ଏବେ ଆଇନଅନୁଯାୟୀ କି କଯ୍ୟକ୍ରମ ହାତକୁ ନେବେ? ମନ୍ତ୍ରୀ କଂ ଘନଘନ ଫୋନ, ଏସ୍ପି ନିରୁତର , ଶୋଭାଦେବୀ ସହରର ପୁରୁଣା ସାମ୍ୱାଦିକ ଜଣଙ୍କୁ ସାମ୍ନାକୁ ଡାକିଲେ । ଏବେ ପଚାରନ୍ତୁ ଝିଅକୁ। ସାମ୍ୱାଦିକ ନାମ, ଘର ସମସ୍ତ ପ୍ରଶ୍ନର ଉତ୍ତର ଝିଅଟି ଦେଉଥିଲା । କହିଥିଲା ସ୍କୁଲ ଚାରିଟା ବେଳେ ଘରୁକୁ ଫେରୁଥିଲି । ନରିଆ ମତେ ବାଟରେ ଦେଖି ଘରେ ଛାଡ଼ିଦେବି ମୋ ଗାଡ଼ିରେ ବସ ବୋଲି କହିଲା । ମୁଁ ରାଜିନହେବାରୁ ମୋ ପାଖକୁ ଆସି ଗାଡ଼ିରେ ଟେକି ବସେଇଦେଇ ପେଣ୍ଠକଟା ଆଡକୁ ଗଲା ମୁଁ ପାଟିକରିବାରୁ ମତେ ତାର ସାଙ୍ଗକୁ ଭେଟି ଫେରିବା କହି ଗୋଟେ ଭଙ୍ଗା ଘରକୁ ନେଇ ମୋ ମୁହଁରେ ତାର ଗାମୁଛା ବାନ୍ଧିତଳେ ସୋଇଦେଲା । ମୋ ଚେତା ଫେରିଲାବେଳକୁ ଡାକ୍ତର ଖାନା ଖଟରେ ସୋଇଛି । ମତେ ବଡ ଯନ୍ତ୍ରଣା ହେଉଥାଏ, ମୋପାଖରେ ଜଣେ ଲୋକ ତାହାଙ୍କୁ ମୁଁ ଚିହିଁନାହିଁ ସେ ମତେ ଅଟୋରେ ଆଣି ଆମଘରେ ଛାଡିଲେ । ସେ ଭଲ ଲୋକ। ସାମ୍ୱାଦିକ ପ୍ରଶଂକଲେ ତାଙ୍କ ବର୍ଷ କେତେ? ଲୋକଟି ତୁମ ପରି, ଝିଅ କହିଲା । ଶୋଭା ଦେବୀ ଡକେଇଲେ, ଲୋକଟି ଜଣେ ସମାଜସେବୀ, ଗତ ଫନି ମହାବାତ୍ୟାରେ ଲୋକଙ୍କୁ ସାହାଯ୍ୟ କରିବାର ସାମ୍ବାଦିକ ମାନେ ଚିନ୍ହିଲେ । ଜଣେ ସାମ୍ବାଦିକ ଆରେ ଭଗବାନ ବାବୁ ଆପଣ ହଁ ଝିଅ ମୁତତେ ତୁମ ଘରେ ଛାଡିଚିନା ? ହଁ ଝିଅ କହିଲା । ସାମ୍ୱାଦିକମାନେ ପଚାରିବା ପୂର୍ବରୁ ଭଗବାନ କହିଲେ ସମସ୍ତ ବୃତ୍ତାନ୍ତ । ଦିନ ସାଢେ ପାଞ୍ଚଟା, ମୁଁ ସେପଟ ରାସ୍ତାଦେଇ ଫେରୁଥିଲି, ଦୈଵତ ମତେ ଏକ ଲାଗିଲା ତେଣୁ ମୋର ଗାଡି ରଖି ସେଇ ରାସ୍ତାକଡ ଭଙ୍ଗା କୋଠରୀ ଆଡକୁ ଯାଏ ତ ଝିଅଟି ଅଚେତ ଅବସ୍ଥାରେ ପଡିଛି ଦେଖିଲି । ବିଳମ୍ବ ନକରି ସରକାରୀ ବଡ଼ ଡାକ୍ତର ଖାନା ଆଣି ଡାକ୍ତରକୁ ଦେଖାଇଲି । ଡାକ୍ତର ମତେ ସନ୍ଦେହ କରୁଥିଲେ ପରେ ଜାଣି ସମସ୍ତ ପରୀକ୍ଷା କରି ସଲାଇନ ଦେଇ ରାତି ବାରଟା ପରେ ବିଦାକଲେ ।

ଏସ୍ସି ସମସ୍ତ ଶୁଣି ସାମ୍ବାଦିକ ମାନକୁ ଜଣେଇଲେ ଆସମୀକୁ ଘଣ୍ଟାକଭିତରେ ହାଜତକୁ ଅଣାହେବ ।


Rate this content
Log in

Similar oriya story from Tragedy