ଶତ୍ରୃ ଠାରୁ ଦୁରରେ
ଶତ୍ରୃ ଠାରୁ ଦୁରରେ
୨୦ ବର୍ଷ ହେଲା ଦାସ ବାବୁ ଆଉ ତାଙ୍କ ପଡ଼ୋଶୀ ଶଙ୍କର ବାବୁ ମଧ୍ୟରେ ଜମି ଜମା କୁ ନେଇ ଘୋର ଶତ୍ରୃତା ଲାଗି ଥାଏ। ଶଙ୍କର ବାବୁ ( ଓରଫ୍ ଶଙ୍କର ମହାନ୍ତି) ତାଙ୍କ ପରିବାର ର ସେ ଦୁଇ ଭାଇ। ଦୁଇ ପରିବାର ଭିତରେ ଅହିନକୁଳ ସମ୍ପର୍କ। ମାସେ ଛଅ ମାସରେ ଥରେ ନିହାତି କଳି ଲାଗି ଯାଆନ୍ତି। ଦାସ ବାବୁ ବହୁତ ସାଦାସିଧା ଲୋକ। ଗାଁ ଠାରୁ ୫ କି.ମି ଦୂରତା ତାଙ୍କ ପୋଷ୍ଟ ଅଫିସ, ଦାସ ବାବୁ ଙ୍କ ର କିରାଣୀ ଚାକିରି, ପରିବାର ର ୫ ସଦସ୍ୟ, ବଡ଼ ପୁଅ (ସୁରେଶ) କଲିକତା ରେ କ'ଣ ପାଣିଭାର କାମ କରେ। ସାନ ପୁଅ (ଶଶି) ୬ଷ୍ଠ ଶ୍ରେଣୀ ରେ ପଢୁଥାଏ। ଆଉ ଝିଅ ସୁନି ୮ ବର୍ଷ ହେବ ବାହା ହୋଇସାରିଥାଏ। ଦାସ ବାବୁ କେବେ କଳି କରିବାକୁ ଚାହାନ୍ତି ନି। ଶଙ୍କର ବାବୁ ସବୁବେଳେ କଳି ଆରମ୍ଭ କରନ୍ତି। ସେ ହିଁ ଶେଷ କରନ୍ତି। କଥା କ'ଣ କି ଶଙ୍କର ବାବୁ ଦାସ ବାବୁଙ୍କ ପଛପଟ ଜମିରୁ କିଛି ଭାଗ ଜବରଦଖଲ କରି ରଖିଛନ୍ତି। ପିତୃ ସମ୍ପତ୍ତି ହିସାବରେ ସେ ଜାଗା ଦାସ ବାବୁ ଙ୍କ ର, ଜମିବାଡ଼ି କାଗଜପତ୍ର ସେମିତି କିଛି ଠିକ୍ ଠାକ୍ ନାହିଁ। ଶଙ୍କର ବାବୁଙ୍କର ଗାଁ ସରପଞ୍ଚଙ୍କ ସହ ଭଲ ସମ୍ପର୍କ। ସରପଞ୍ଚଙ୍କ ସହ ମିଶି ଜମି ଜମା ବିଷୟରେ କ'ଣ ସବୁ ସଲାସୁତୁରା କରି ହାତରେ ରଖି ଥାଆନ୍ତି। ସୁରେଶ କଲିକତା ରେ ରୁହେ, ମଝିରେ ମଝିରେ କେତେବେଳେ ଗାଁ ଆସେ। ଜମି ବାଡ଼ି କଥା ବୁଝିବା ପାଇଁ ସମୟ ନଥାଏ। ଦିନେ ସୁରେଶ ଏ କଥା ଜାଣିବାକୁ ପାଇଲା। ସୁରେଶ ର ପାଠପଢା ବେଶି ନଥିଲା। ତଥାପି ଜମି ଜମା ବିଷୟରେ କମ ବେଶୀ ଜ୍ଞାନ ଥାଏ। ସୁରେଶ ଥରେ ବାପା ମା ଙ୍କ ସହ ସେହି ଜମି ବିଷୟରେ କଥାବାର୍ତ୍ତା ହେଲା। ସିଏ କ'ଣ ବେଶୀ ଜମି ବାଡ଼ି ବିଷୟରେ ଜାଣିଛନ୍ତି? ଆମ ଜାଗା ଉପରେ ଏତେ ମାମତିକାର କ'ଣ ପାଇଁ? ଦାସ ବାବୁ କହିଲେ, ଶୁଣ ସୁରେଶ ! ପ୍ରଥମରୁ ପିତୃ ସମ୍ପତ୍ତି ରେ ଭୁଲ୍ ଭାଲ ଅଛି, ମୋ ବାପା ଯଦି ସେତେବେଳେ ଏ ସବୁ ପ୍ରତି ଧ୍ୟାନ ଦେଇଥାନ୍ତେ , ଆଜି ବୋଧେ ମୋ ସହିତ ଏମିତି ଘଟଣା ଘଟି ନଥାନ୍ତା। ପରିବାର ଭିତରେ ଶତ୍ରୁତା କରି ଚଳିବା ମୋତେ ଭଲ ଲାଗେ ନାହିଁ। କ'ଣ ମିଳିବ? ଆମ ପାଖରେ ଲଢିବା ପାଇଁ ସେମିତି ଶକ୍ତି ନାହିଁ। ଶକ୍ତି କଥା ନୁହେଁ, କିଏ ସେ ଝମେଲା ଭିତରେ ପଶିବ? କୋର୍ଟ କଚେରୀ ଧନ୍ଦା ଭିତରେ ପଶି ଧନ୍ଦି ହବାକୁ ଚାହୁଁ ନାହିଁ, ତୁ ତ କଲିକତା ରେ ରହିଲୁ, ସେ ସବୁ କାମରେ କିଏ ହାତ ଦେବ, ନେଇ ଆଣି ଥୋଇ ପାରିଲେ ସିନା ହବ। ଗୋଟେ ଡିସିମିଲ ଜାଗା ପାଇଁ ଗୋଟିଏ ସୁନ୍ଦର ପରିବାର କୁ ନଷ୍ଟ କରିବାକୁ ଦେବି ନାହିଁ। ତାଙ୍କ ସହିତ ଲଢେ଼ଇ କରିବାକୁ ମୋର ଇଚ୍ଛା ନାହିଁ। ସୁରେଶ କହିଲା ହଉ ଆପଣ ଯଦି ଏସବୁ ଚାହୁଁ ନାହାନ୍ତି, ଠିକ୍ ଅଛି, କିନ୍ତୁ ସେମାନେ ଆମ ସହିତ ଶତ୍ରୁତା କରିବା ଠିକ୍ ନୁହେଁ। ଶୁଣ ସୁରେଶ ! ଧନ ସମ୍ପତ୍ତି ରେ ଲୋଭ ରହିବା ସ୍ବାଭାବିକ କଥା, କିନ୍ତୁ ଶତ୍ରୁତା କରି ପାଖ ପଡେ଼ାଶୀଙ୍କ ସହ ଜୀବନ ଯାପନ କରିବା ଠିକ୍ ନୁହେଁ। ମୁଁ ଆଉ ୩ ଦିନ ପରେ କଲିକତା ପଳେଇବି। ମା ସେମାନଙ୍କ ସହ ଦେଖି ଚାହିଁ ଚଳିବ, ସେତିକି ଜାଗା ନେଇ କ'ଣ ସେମାନେ ବଡ଼ ହେଇ ଯିବେନି କି ଆମେ କେବେ ଗରିବ ହୋଇଯିବା ନି। ଆମର ସୁଖ ଶାନ୍ତି ରେ ରହିବା ଦରକାର। କାହାରି ଶତ୍ରୁତା କୁ ଆମେ ପ୍ରଶୟ ଦେବୁ ନାହିଁ। ଶତ୍ରୃ ଠାରୁ ଦୁରେଇ ରହିବା ନିହାତି ଦରକାର। ଏହି ଜାଗା ପାଇଁ କୋୖରବ ପାଣ୍ଡବ ମଧ୍ୟରେ ମହାଭାରତ ଯୁଦ୍ଧ ହେଇଥିଲା। ତେଣୁ ଶତ୍ରୁ ଠାରୁ ଦୁରରେ ରହିବା ବୁଦ୍ଧିମତା ର କାମ।
