STORYMIRROR

Dr Narendra Sethy

Tragedy Crime

3  

Dr Narendra Sethy

Tragedy Crime

ସହରର ଏକ ପାଗଳ

ସହରର ଏକ ପାଗଳ

1 min
175

ବାପା ଝିଅକୁ ନେଇ ସହର ଆସିଲା । କଲେଜରେ ନା ଲେଖେଇବ । ଝିଅ ପାଠ ପଢିବ । ବରମୁଣ୍ଡା ବସ ଷ୍ଟାଣ୍ଡରେ ଓହ୍ଲେଇ ବାପ ଝିଅ ଟାଉନ ବସରେ ବସିଲେ । ସେଠୁ କଲେଜ ଅଧ ଘଣ୍ଟାର ବାଟ । ବସ ଭିତରେ ନାହିଁ ନଥିବା ଭିଡ଼ । ଝିଅକୁ ପାଖ ସିଟରେ ବସେଇ ପାଖରେ ବସିଲା ବାପ । ସିଟ ନପାଇ ପାଖରେ ଠିଆ ହେଇଥିବା କେତେଜଣ ଭେଣ୍ଡା ଟୋକା ଝିଅକୁ ଅନେଇଲେ । ଆଖି ମାଇଲେ । କିଛି ନଜାଣିଲା ପରି ଝିଅ ମୁଣ୍ଡ ତଳକୁ କଲା । ବାପ ନିରୁପାୟ ହେଇ ଅନେଇଲା । କଣ କରିବ କିଛି ବାଟ ଦେଖା ଗଲାନି । ଠିଆ ହେଇଥିବା ଭେଣ୍ଡିଆ ଟୋକା ଯାହାର ବାଁ ପଟ କାନରେ ସୁନା ଫୁଲ ଥିଲା କିଛି ଗୋଟେ ବାହାନା ରେ ନଇଁ ପଡି ଝିଅର ଛାତିରେ ହାତ ବଜେଇ ଦେଲା । ବାପ ଆଉ ସହି ପାରିଲାନି । ଫଡ଼ି କଛା ମାରି ଚଉରସ କରି ବିଧାଏ ଦେଲା ସେ ଭେଣ୍ଡିଆକୁ ।


ବସ ଅଟକି ଗଲା । କଣ୍ଡକ୍ଟର ବାପଝୁଅ ଓ ସେ ଭେଣ୍ଡିଆ ଚାରିଟାଙ୍କୁ ଅଧ ବାଟରେ ଓହ୍ଲେଇ ଦେଇ ଆଗକୁ ବଢିଗଲା । ଚାରିଜଣ ଯାକ ଟୋକା ବାପ ଉପରେ ଆକ୍ରମଣ କରିବାକୁ ଉଦ୍ୟତ ହେଲେ । ଝିଅ ବ୍ୟସ୍ତ ବିବ୍ରତ ହେଇ ଡାକ ପକେଇଲା । କେହି ଆସିଲେନି । ସେ କହିଲା ଆସ ବାବୁମାନେ ମୋତେ ମାର ପଛେ ମୋ ବାପଙ୍କୁ ଛାଡିଦିଅ । ବାପ ବଞ୍ଚିଗଲା । ପରଦିନ ସକାଳେ ଏକ ଅଜଣା ଯୁବତୀର ଶବକୁ ପୋଲିସ ରାସ୍ତା କଡ଼ରୁ ଉଧାର କଲା । ଏଇ କିଛି ଦିନ ହେବ ବରମୁଣ୍ଡା ବସଷ୍ଟାଣ୍ଡରେ ଏକ ପାଗଳ ସବୁ ଟାଉନ ବସକୁ ନିରେଖି ଅନଉଥିଲା। ହସି ହସି ସମସ୍ତଙ୍କୁ ପଚାରୁଥିଲା "କିଏ ମୋ ଝିଅକୁ ଦେଖିଚ କି ?" ସମସ୍ତେ କହୁଥିଲେ "ଏ ପାଗଳ …ଯା... ସିଆଡେ ...ଯା..!'


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy