Dr Narendra Sethy

Drama Tragedy

4.5  

Dr Narendra Sethy

Drama Tragedy

ପୋକ

ପୋକ

1 min
245


ଯଦିଓ ମୋ ଜିଭ ଅଗରେ କାହାଣୀ ପ୍ରସ୍ତୁତ ସରିଥିଲା ତଥାପି ତାକୁ କାଗଜରେ ଉତାରି ପାରୁନଥିଲି । ମୁଁ କଲମ ଇଠେଇଲି । ଏହା ଦେଖି କହାଣୀର ପାତ୍ର ଗୁଡ଼ିକ  ସଜାଗ ହେଇ ଉଠିଲେ I ଯିଏ ଯାହା ଜାଗାରୁ ଉଠି ଆସିଲେ । ଜଣେ ମୋ ମୁଣ୍ଡ ଭିତରୁ ବାହାରି କାନ୍ଧ ବାଟେ ଡାହାଣ ହାତ ଦେଇ ପହଁଚିଲା କଲମ ଆଗରେ । ଭିଡ଼ିଲା । ଓଟାରିଲା । ଆଉ ଜଣେ କାନ ପାଖରେ ଫୁସ ଫୁସ କରି ମୋତେ ଧମକ ଦେଲା । କହିଲା ତୁ ପାଟି ବନ୍ଦ କର । ଯାହା କହିବି ମୁଁ କହିବି । ଲେଖିବାକୁ ବସିବା ମାତ୍ରେ ଫକ ଫକ ଡିଆଁ ମାରି ଗପର 

ଚରିତ୍ର ଗୁଡାକ ମୁଣ୍ଡ ଭିତରୁ ବାହାରି କଲମ ମୁନ ଆଗରେ 

ଛିଡା ହେଉଥିଲେ । କନ୍ଧୁଅ ହେଇ ଚୁଟି ଭିଡୁଥିଲେ । ଖତେଇ ହେଉଥିଲେ । କେହି ମୋ କଥା ମାନୁ ନଥିଲେ । ସମସ୍ତେ ନିଜ ନିଜ ଇଚ୍ଛା ମୋ ଉପରେ ଜାହିର କରିବାକୁ 

ଇଚ୍ଛା କରୁଥିଲେ । ହଁ ଗପଟା ବି ସେମିତି । ମୋତେ ଯାହା କହିବାକୁ ଟିକେ ସଙ୍କୋଚ ଲାଗୁଚି । ମୋତେ ବି ଚିହ୍ନିବା ତାଙ୍କର ବାକି ଅଛି । ଡରିକି ସହଜରେ ଲାଙ୍ଗୁଡ଼ ଜାକି ପଳେଇଯିବା ଲୋକ ମୁଁ 

ନୁହଁ । ଏଥି ପାଇଁ ଏକ ଉପାୟ ବାହାର କଲି । ଠିକ କଲି କାହାଣୀର ସବୁ ପାତ୍ର ମାନଙ୍କୁ ଆଣି ଆପଣଙ୍କ ଆଗରେ ଛିଡା କରିଦେବି । ତାଙ୍କରି ତୁଣ୍ଡରୁ ଶୁଣ ତାଙ୍କ କଥା । ଫଳରେ ମୋ ପାଟିରୁ ଏମିତି କିଛି ବହାରି ଯିବନି ଯାହାକୁ ଶୁଣିଲେ ଆପଣ ଖରାପ ଭାବି ପାରନ୍ତି । ତାହାଲେ ସେପର୍ଯ୍ୟନ୍ତ ମୁଁ ମୁହଁ ମାଡି ଶୋଇଲି । ଏବେ ଆସୁଛନ୍ତି ଗପର ଚରିତ୍ର ମାନେ ନିଜ ନିଜ ବୟାନ 

ଧରି । ଶୁଣନ୍ତୁ ତାଙ୍କରି ମୁହଁରୁ

ଶୁଖି ରାଧୁଆ ଘରକୁ ସ୍ତ୍ରୀ ହେଇ ଆସିବା ଦିନରୁ ସେ ବାପଘର 

ଭୁଲି ସାରିଥିଲା । ଦିଟା ପିଲା । ରାଧୁଆର ଭଲ ପାଇବା । ଆଉ କଣଟା ତାର ଦରକାର । ବଖୁରାଏ ଚାଳିଆ । ଆଠଗୁଣ୍ଠ ଧାନ ବିଲ । ଯଦିଓ ସ୍ତ୍ରୀ ହିସାବରେ ସବୁ ମାନ ସମ୍ମାନ ରାଧୁଆ ତା 

ଉପରେ ଅଜାଡି ଦେଇଛି ତଥାପି କିଛି ବାକି ରହିବା ଭଳି 

ଲାଗେ ଶୁଖିକୁ । କିନ୍ତୁ ସେଇଟା କଅଣ ସେ ଖୋଜି ପାଏନି । ରାଧୁଆ ଇଟା ଭାଟିରେ ମଜୁରି ଲାଗି ଆଣୁଥିବା ପଇସାକୁ ମଦ ଭାଟିରେ ଢାଳିଦିଏ । ପିଲା କଣ ଖାଇବେ । କେମିତି ଚଳିବେ । ଘରେ ଚାଉଳ ଅଛି କି ନାଇଁ ତାର ନିଘା ନଥାଏ । ରହିବ କେମିତି । ସେ ହୋସରେ ଥିଲେ ତ । ନିଶାରେ ଆସି ଶୋଇଯାଏ । କାହାକୁ କିଛି କହେନି । ଖାଲି ଯାହା ରାତିରେ ଥରେ ଶୁଖି ସହ ଆଲୁଅ ଜାଳେ

 ଅନ୍ଧାର ଘରେ । ଦିନ ଯାକର ଇଟା ଭାଟିରେ ଖଟିଲା ବେଳେ ରାଧୁଆ ଦେହରେ ସୁଖି ଯାଇଥିବା ଝାଳର ଗନ୍ଧକୁ ଶୁଖି ବାରେ । ତା ଛାତିରେ ମୁଣ୍ଡ ଗୁଞ୍ଜି ଚାଖେ । ତଥାପି ଶୁଖି ସୁଖ ପାଏନି । ଦୀପ ତେଜି ହେଇ ଜଳିଲା ବେଳକୁ ରାଧୁଆଇ ପୂର୍ଣଛେଦ 

ଦିଏ । ସକାଳକୁ ନିଶା ଛାଡିଲା ପରେ ରାଧୁଆ ପାଲଟି ଯାଏ ଦାୟିତ୍ୱବାନ ବାପ । ଜଣେ ଭଲ ସ୍ୱାମୀ ।

ରାଧୁଆ

ଠିକ ଧାନରେ ଥୋର ହେଲା ବେଳକୁ ପଳେଇ ଆସନ୍ତି ପୋକ ଦଳ । ଅଧେ ଖାଇଯାନ୍ତି । ଯାହା ବଞ୍ଚେ କଣ୍ଠା । ଦି ବର୍ଷ ହେଲା ସେଇ ପାଲା ଚାଲିଥିଲା । ଶୁଖି କହିଲା ଔଷଧ ଆଣେ । ନହେଲେ ଏସନ ପିଲା ଉପାସ । ରାଧୁଆ ସେଇଆ କଲା। ବୋତଲେ ପାଣି ଔଷଧ ଆଣି ଦେଲା । ଅଧେ ବାଲିଟିଏ ପାଣିରେ ଢାଳି ଶୁଖି ଛିଂଚି ଆସିଲା ଥୋର ଧାନରେ । ପୋକ ମରିଗଲେ । ଏସନ ଅମଳ ଭଲ ହେବ । ମଦ ପିବନି ବୋଲି ଅନେକ ଥର ଶୁଖି ମୁଣ୍ଡ ଛୁଇଁ ରାଣ 

ଖାଇଛି । ଇଟା ଭାଟିରୁ ଫେରିବା ବାଟରେ ମଦ ଭାଟି। ପାଦ ଅଟକି ଯାଏ ରାଧୁଆର।  ସବୁ ରାଣ ପାଣିରେ ପଡେ । କିଛି କଥା ନାଇଁ । ଆଉଥରେ ରାଣ ନେଇଯିବ । ବୋତଲ ଗୋଟେ କିଣିଆଣି ଢକ ଢକ କରି ଗଲେଇଦିଏ । ଓଃ ...କି ଶାନ୍ତି ! ରାଧୁଆର ଗୋଡ଼ କୁଆଡେ ସେ ଜାଣି ପାରେନି । ସେ ପବନ ପହଁରି ଘଡ଼ିଏ ରାତିକୁ ଘରେ ପହଞ୍ଚେ । ପିଲା ଦିଟାଙ୍କୁ ନେଇ ଶୋଇ ପଡିଥିବ ଶୁଖି । କୁଡ଼ିଆ ଘରେ ଆଲୁଅ ପସରା ମେଲେଉ ଅଣ୍ଟା ହଲେଇ 

ଜଳୁଥିବ ଡିବି । ଥିରି କରି ଖୋଲିବ କୁଡ଼ିଆ କବାଟ । ହୁସ କରି ଲିଭେଇବ ଡିବିକୁ । ଜାକିହେଇ ଗଡି ପଡିବ ସୁଖି ପାଖରେ । ଶୁଖି ବୁଲିପଡ଼ି ରାଧୁଆକୁ ଜାବୁଡି ଧରିବ ।

ଶୁଖି

ରାତି ପାହିଲା। ଝଟ କିନା ସାଇରେ ଖଡିକା ମାରି ଗୋବର ପାଣି 

ପକେଇଲା । ନାଲି ଚାହା ଚାଉଳ ଭଜା କରି ରାଧୁଆକୁ ଦେଲା । ଇଟା ଭାଟିକୁ ବାହାରି ଗଲା ରାଧୁଆ । ପିଲା ଦିଟା ପାଖ ସ୍କୁଲକୁ ଗଲେ । ଶୁଖି ଏକୁଟିଆ । କିଛି ସମୟ ପରେ ଜଣେ କିଏ ଆସି କହିଲା ରାଧୁଆ ଇଟା ଭାଟି ଚୁଲିରେ ପଡିଗଲା । ବୋଧେ କାଲିଠୁ ଅଳ୍ପ ଟିକେ ନିଶା ଥିଲା । ତାର ଗୋଟିଏ ଗୋଡ଼ ଅକାମି । ଭାଟି ମାଲିକ ଭଲ ଲୋକ । ତାକୁ ଡାକ୍ତର ଖାନାରେ ଭର୍ତି କରିଛି । ସବୁ ଖର୍ଚ୍ଚ ବହନ କରୁଛି । ଶୁଖିର ହାଲୋକ ସୁଖିଗଲା । ସେ ବିଳିବିଳେଇଲା । ଭେଁ ଭେଁ କାନ୍ଦିଲା । ଏକା ନିଶ୍ୱାସକେ ପହଁଚିଲା ଡାକ୍ତର ଖାନାରେ । ରାଧୁଆକୁ ଦେଖି ତା ପାଟି ଖନି ମାରିଗଲା । ସେଇଦିନୁ ରାଧୁଆ ଅକାମି । ଶୁଖି ଘର ସମ୍ଭାଳୁଛି । ଇଟା ଭାଟିରେ କାମ କରି ପୋଷୁଛି ପିଲା ଦିଟାଙ୍କୁ । ଇଟା ଭାଟି ମାଲିକ ଭାରି ଭଲ ଲୋକ । କେତେ ମାଇପେ କାମ କରନ୍ତି । ସେ କିନ୍ତୁ ରାଧୁଆ ସ୍ତ୍ରୀ ଯୋଗୁଁ ଶୁଖିକୁ ବିଶେଷ ଧ୍ୟାନ ଦିଅନ୍ତି । ତାକୁ କହନ୍ତି ତୁ ଭାରି ସୁନ୍ଦରୀ । ରାଧୁଆ ବଡ଼ ଭାଗ୍ୟବାନ । ଶୁଖି ଲାଜେଇ ଯାଏ କିଛି କହେନି । ଅନ୍ୟ ମାଇପେ ମାନେ ଫେଁ କରି ହସି ଦିଅନ୍ତି । ଇଟା ଭାଟି ମାଲିକ ଜଣେ କଳା ଚିକିଟା ଭେଣ୍ଡା । ବଳୁଆ ଦେହ । ବଡ଼ ବଡ଼ ନିଶ । ମଟର ସାଇକଲରେ ଫଟ ଫଟ କରି ଆସି ପହଁଚିଲେ ସମସ୍ତଙ୍କ ହାଲୋକ ଶୁଖିଯାଏ । ତା ହାତରେ ଥାନା ପୁଲିସ । ସେ କାହାକୁ ଡରେନି । ଶୁଖିକୁ ଦିନେ ସେ ବାସନା ତେଲ ଓ ସାବୁନ ଦେଇ 

କହିଥିଲା ନେ ଏଇଟା ଲଗେଇବୁ । ଶୁଖି ଆରଦିନ ସାମ୍ପୁ ଲଗେଇ ଗାଧେଇ ଇଟା ଭାଟିରେ 

ପହଁଚିଲା । ବାସେନା ତେଲରେ ଦେହ ମହକୁଥିଲା । ଇଟା ଭାଟି ମାଲିକ ତା ଆଡେ ଅନେଇ ମୁରୁକି ହସିଲା । ଶୁଖି କିଛି କହିଲାନି ।

ଇଟା ଭାଟି ମାଲିକ

ସେଦିନ ରାଧୁଆ ସାଙ୍ଗରେ ତା ସ୍ତ୍ରୀକୁ ଦେଖି ଚମକି ପଡିଲି । କହିଲି ଶୁଖି କୁ ଭାଟିକୁ ନେଇକି ଆ । ସେ ବି ଦି ପଇସା କମେଇବ । ରାଧୁଆ ମନା କଲା । କହିଲା ନା ବାବୁ । ଶୁଖି ମୋ ସୁଖ । ଗୋଟେ ମଳି ମୁଣ୍ଡିଆ ମଜୁରିଆର ମାଇକିନିଆ । ରାଧୁଆ ସାଙ୍ଗରେ ତା ଯୋଡି ଜମା ମାନୁ ନଥିଲା । ମଦ ନିଶାରେ କାମ କରୁଥିବା ବେଳେ ରାଧୁଆକୁ ଜାଣିଶୁଣି ଠେଲିଦେଲି । କୋଇଲା ଚୁଲିରେ ଗୋଡ଼ ପୋଡ଼ିଲା । ନହେଲେ ଶୁଖି କଣ ସବୁଦିନ ଆସିଥାନ୍ତା । ନଇଁ ପଡି ଇଟା ଉଠାଉ ଥିବା ବେଳେ ଶୁଖିର ଲୁଗା କାନି ବୋଲ ମାନେନି । ଛାତିରୁ ଖସି ପଡେ । ବେକ ପାଖରୁ ଝାଳ ବୋହି ଆସି ତା ନାଭି ଭିତରେ ଭଅଁର ଖେଳେ । ମନ ହୁଏ ଯାଇ ଶୁଖିକୁ କୁଣ୍ଢେଇ ଧରିବାକୁ । ସ୍ନୋ, ପାଉଡର, କ୍ରିମ ଓ ବାସ୍ନା ତେଲ ଦେଇ କହିଲି ଆଜି ଟିକେ ଅଫିସ ଆଡେ ମୁହଁ ମାରିଯିବୁ ।

ଶୁଖି

 ଶୁଖି ଉପରେ ଇଟା ଭାଟି ମାଲିକର ଦୟା ବଢିଗଲା । ରାଧୁଆର କୁଡ଼ିଆ ଘର ଭାଙ୍ଗି ଇଟା ଓ ଲୁହା ଛଡ଼ର ପିଲାର ବାହାରି ଆସିଲେ । ଘର ଛାତ ହେଲା । ଡିବି ଲିଭିଯାଇ ବିଜୁଳି ଜଳିଲା ।

ରାଧୁଆ

ସକାଳୁ ଶୁଖି କଣ ଟିକେ ଖାଇ ପଳେଇଯାଏ ଇଟା ଭାଟିକୁ। ଆସୁ ଆସୁ ସଞ୍ଜ । ରାତି ରନ୍ଧା ବାସୀ ପଖାଳ ଦିନରେ ଚଳିଯାଏ । ବିଚାରି କେତେ ଖଟୁଛି । ଦିପଇସା ଆଣୁଛି ବୋଲି ଘର ଚଳୁଛି । ନିଜ ଅପଙ୍ଗ ପଣିଆ ଉପରେ ରାଧୁଆ ରଗ ରଗ ହୁଏ। ଦିନ ଯାକ ହାମୁଡେଇ ହେଇ ଘରେ ପଡିରହେ । ସଞ୍ଜ ଗଡ଼ିଲା । ରାତି ଆସି ଘଡ଼ିଏ ହେଲା । ପିଲା ଦିଟା ମାକୁ ଖୋଜି ଖୋଜି ଶୋଇ ଗଲେ । ରାଧୁଆ ଆଖିରେ ନିଦ ନାଇଁ । ଶୁଖି ଗଲା କୁଆଡେ ? ଇଟା ଭାଟିରୁ ସିଧା ଘରକୁ ଆସିବା କଥା । ରାଧୁଆର ମନ ଘର ଧରୁ ନଥାଏ । ହଠାତ ଫଟ ଫଟ ଶବ୍ଦ ହେଲା । ରାଧୁଆ ଅଗଣାକୁ ଅନେଇଲା । କାହା ମଟର ସାଇକଲ ପଛରୁ ଓହ୍ଲେଇଲା ଶୁଖି । ଫଟ ଫଟ କରି ମଟର ସାଇକଲ ଚାଲିଗଲା । ରାଧୁଆ କିଛି ନଜାଣିଲା ପରି ଆଖି ବନ୍ଦ କରି ଶୋଇବାର ଅଭିନୟ କଲା । ଗୁରେଇ ଘରେ ପଶିଲା । ତା ଦେହ ଚମ୍ପାଫୁଲ ପରି ବାସୁଥିଲା । ଶୁଖି ଶୋଇ ପଡିଥିବା ପିଲା ଦିଟା ଓ ରାଧୁଆ ଆଡେ ଅନେଇଲା । ତକିଆ ପାଖରେ ବିଡାଏ ନୋଟ ରଖିଦେଇ ନିଜକୁ

 ଆଉଜେଇ ଦେଲା ସେଜରେ । ତକିଆ ପାଖ ବିଡାଏ ନୋଟକୁ ରାଧୁଆ ହାତରେ ଧରିଲା । ଗୋଟିଏ ଦିନରେ ଏତେ ମଜୁରି ! ଶୁଖି ଆଡେ ଅନେଇଲା । ତା ମୁଣ୍ଡ କାମ କଲାନି । ଗୋଡ଼ ହରେଇଛି । ହେଲେ ମୁଣ୍ଡ ଭିତରେ ଥିବା ବୁଦ୍ଧି ନୁହଁ । ଇଟା ଭାଟି ମାଲିକ ତା ହାବୁଡ଼ରେ ପଡ଼ନ୍ତାକି । ଘର କଣରେ ଥିବା ଟାଙ୍ଗିଆ ଉଠେଇ ଭାବିଲା ଦେବ

 ପାହାରେ ଶୁଖି ମୁଂଡରେ । ଛଟପଟ ହେଇ ନିସ୍ତେଜ ହେଇଯିବ । ସରିବ ସବୁକାମ। କିନ୍ତୁ ପାଖରେ ଶୋଇଥିବା ପିଲା ଦିଟାଙ୍କ ଉପରେ ରାଧୁଆ ନଜର ପକେଇଲା । ଶୁଖିକୁ ସୁଖ ଦେବା ଓ ପିଲାଙ୍କୁ ଭାତ ଦେବା ତା ପାରିବା

 ପଣିଆ ବାହାରେ । ତା ମୁଣ୍ଡ କାମ ଦେଲାନି । ପୋକ ମାରିବା ପାଇଁ ପାଇଁ ଆଣିଥିବା ଔଷଧ ଶିଶି ଅଧା ହେଇ ଚାଳରେ ଗୁଞ୍ଜି

 ଥିଲା । ତାକୁ ବାହାର କରି ଢକ ଢକ ପିଇ ଦେଲା। 


Rate this content
Log in

Similar oriya story from Drama