STORYMIRROR

MANAS KUMAR KAR

Inspirational Others

3  

MANAS KUMAR KAR

Inspirational Others

ଶ୍ରୀମନ୍ଦିର ଯମଶିଳା ମାହାତ୍ମ୍ୟ

ଶ୍ରୀମନ୍ଦିର ଯମଶିଳା ମାହାତ୍ମ୍ୟ

1 min
149


ଶ୍ରୀକ୍ଷେତ୍ର ମାହାତ୍ମ୍ୟରେ ଦର୍ଶନ ବିଧିର ଅଜଣା କଥାଟିଏ।


ଶ୍ରୀ ଶ୍ରୀ ନୀଳାଦ୍ରି ବିହାରୀ କୋଟି କୈବଲ୍ୟନାଥ ଜଗନ୍ନାଥ ମହାପ୍ରଭୁ ରହସ୍ୟମୟ ପୁରୁଷୋତ୍ତମ। କେବଳ ଭାବ ଓ ଅନୁଭବରେ ତାଙ୍କୁ ପାଇହୁଏ।ସମସ୍ତ ଜ୍ଞାନ, ଯୋଗ, ମିମାଂସା, ତର୍କ, ଠାରୁ ଉର୍ଦ୍ଧ୍ବରେ ସର୍ବ ତନ୍ତ୍ର ସ୍ବତନ୍ତ୍ର ଅଟନ୍ତି ସେ। ସବୁ ସମ୍ପ୍ରଦାୟ, ସବୁ ଧର୍ମ, ସବୁ ଦର୍ଶନ ତାଙ୍କ ଠାରେ ସମାହିତ। ସବୁ ଧର୍ମଗୁରୁ ତାଙ୍କୁ ନିଜ ଇଷ୍ଟଦେବତା ଋପେ ସ୍ବୀକାର କରିଛନ୍ତି। ସେହି ପବିତ୍ର ଧାମ ପୁରସ୍ତମ ଶ୍ରେଷ୍ଠ ଧାମ କଳିଯୁଗରେ। ଶ୍ରୀବତ୍ସ ଖଣ୍ଡଶାଳ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରିୟ ବାସସ୍ଥାନ। ଯାହାକୁ ଆମେ ଶ୍ରୀମନ୍ଦିର କହିଥାଉ।ତା ଭିତରେ ଚିନ୍ତାମଣି ଗୃହର ରତ୍ନ ସିଂହାସନରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତି। ଆପଣ ଦର୍ଶନ ପାଇଁ ଯିବାବେଳେ ସିଂହଦ୍ଵାର ଦେଇ ଯିବାର ବିଧି ରହିଛି।ଚଣ୍ଡବିକ୍ରମ ଓ ଅମିତ ବିକ୍ରମ ସିଂହଦ୍ବୟ ସଦର୍ପେ ଦଣ୍ଡାୟମାନ ଦୁଇ ପାର୍ଶ୍ୱରେ। ଏହାପରେ ପ୍ରଥମ ଗୁମୁଟ(ମନ୍ଦିର)। ଯେଉଁଠି ପତିତପାବନ ମହାପ୍ରଭୁ,ଫତେ ହନୁମାନ ବିରାଜମାନ କରିଛନ୍ତି।ଆପଣ ଦେଖିବେ ଯେଉଁଠାରୁ ବାଇଶି ପାହାଚ ଆରମ୍ଭ ହୋଇଛନ୍ତି।ତ୍ର

ତୃତୀୟ ପାହାଚ ମଝିରେ ଅଢେ଼ଇ ଫୁଟ ଲମ୍ବ ଓ ଫୁଟେ ଓସାରର ଏକ କଳା ରଙ୍ଗର ପଥର ପାହାଚ ସମତୁଲରେ ପଡ଼ିଛନ୍ତି। ଏହାଙ୍କୁ ଯମଶିଳା କୁହାଯାଏ।ଏହାଙ୍କ ମହିମା ଅପୂର୍ବ। ଅଦ୍ଭୁତ ଶିଳା।ଆପଣ ବାଇଶି ପାହାଚ ଚଢ଼ିବା ବେଳେ ଏହାଙ୍କ ଉପରେ ଦୁଇପାଦ ଦେଇ କିଛି ମୁହୁର୍ତ୍ତ ଛିଡ଼ା ହୋଇ ନୀଳଚକ୍ରଙ୍କୁ ଚାହିଁବା ବିଧେୟ। ବିଶ୍ଵାସ ଓ ଭାବର କଥା ଏହା। ନାସ୍ତିକ ମାନେ ଯୁକ୍ତି କରି ପାରନ୍ତି। ସବୁ ତର୍କ ଓ ତର୍ଜମା ରୁ ଉର୍ଦ୍ଧ୍ବରେ ଜଗନ୍ନାଥ ମହାପ୍ରଭୁ। ହଁ ଆପଣ ଜୋଡ଼ହସ୍ତରେ ସେହି ଯମଶିଳା ଉପରେ ଛିଡ଼ାହେଲେ ସମସ୍ତ ଜ୍ଞାତ ଓ ଅଜ୍ଞାତ କୃତ ପାପ ଆର୍ଥିଂ ବା ରସାତଳ ଗାମୀ ହେଇଯାଏ। ମନେରଖନ୍ତୁ ଦର୍ଶନ ସାରି ଫେରିବା ସମୟରେ ସେହି ପଥରକୁ ଯେମିତି ଆପଣଙ୍କ ପାଦ ସ୍ପର୍ଶ ନକରେ ସତର୍କ ରହିବେ ନଚେତ୍ ପାପ ପୁନଃ ଶରୀରରେ ପ୍ରବେଶ କରିଯିବ।

ମହାପ୍ରଭୁ ଆପଣ ମାନଙ୍କର ମଙ୍ଗଳ କରନ୍ତୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational