ଶ୍ରଦ୍ଧାଞ୍ଜଳି-:
ଶ୍ରଦ୍ଧାଞ୍ଜଳି-:
ବାପା, ଯୁଗ ଆସି କେଉଁଠି ପହଞ୍ଚିଲାଣି, ହେଲେ ତୁମେ ସେହି ପୁରୁଣା ରୀତିନୀତିକୁ ଧରି ବସିଛ ।
ଗାଉଁଲି ମଳି ମୁଣ୍ଡିଆମାନେ ଏହି ସବୁ ନୀତି ନିୟମ ମାନି ଚଳନ୍ତି ।
ହାଇଟେକ୍ ଯୁଗରେ କିଏ କାନ୍ଧରେ ଚାରି କିଲୋମିଟର ପର୍ଯ୍ୟନ୍ତ ମଡା ଉଠେଇ ନେଇଛି କହିଲ ?
ଟେକ୍ନୋଲୋଜିର ଯୁଗ ।
ତୁ୍ମେ ଚୁପଚାପ୍ ବସ, ମୁଁ ମିନିଟ୍ରକ କିମ୍ଭା ଭ୍ୟାନ'ର ବ୍ୟବସ୍ଥା କରି ଦେଉଛି ।
ହଁ ରେ ବାବା, ତୁ ଠିକ୍ କହିଛୁ । ଆଜିକାଲି ଟେକ୍ନୋଲୋଜିର ଯୁଗ ।
ତୁମ ମାଆ ତୁମକୁ ସବୁବେଳେ ଗାଡିରେ ବସାଇ ନେବା ଆଣିବା କରନ୍ତି ।
କିନ୍ତୁ ମୋ ମାଆ ଦୁଖଃ କଷ୍ଟ ଭୁଲି ମୋତେ ପିଠିରେ ନାଉ କରି ନିଏ ।
ତେଣୁ ମୋ ମାଆକୁ ଚାରି କିଲୋମିଟର ନୁହଁ, ଚାଳିଶି କିଲୋମିଟର ପର୍ଯ୍ୟନ୍ତ କାନ୍ଧରେ ନେବାର କ୍ଷମତା ରଖିଛି ।
ଏହା ହିଁ ମାଆ ପ୍ରତି ମୋର ପ୍ରକୃତ ଶ୍ରଦ୍ଧାଞ୍ଜଳି ।
ସମାଜର ଦର୍ପଣ
-: ପ୍ରଶାନ୍ତ ସେନାପତି :-