STORYMIRROR

Akshaya Kumar Acharya

Inspirational

3  

Akshaya Kumar Acharya

Inspirational

ଶ୍ରବଣ କୁମାର

ଶ୍ରବଣ କୁମାର

2 mins
209

 କୁହାଯାଏ ପିତା ଧର୍ମ । ପିତା ହିଁ ସ୍ବର୍ଗ ଆଉ ପିତା ହିଁ ତପ । ପିତା ସବୁ ଦେବତା ଙ୍କ ଉର୍ଦ୍ଧ୍ବ ରେ । ଠିକ୍ ସେହିପରି ମାତା ସ୍ବର୍ଗ ଠାରୁ ଆ‌ହୁରି ମହାନ୍ । ବହୁ ତୀର୍ଥ ବୁଲିଲେ ଯେତିକି ପୂଣ୍ୟ ମିଳେ ତାଠାରୁ ବହୁ ଗୁଣାରେ ପୂଣ୍ୟ ମିଳେ ବାପ ମା ଙ୍କ ସେବା କଲେ। ସେଇଥିପାଇଁ ତ ପ୍ରଭୁ ବିଘ୍ନ ହର୍ତ୍ତା ଶ୍ରୀ ଗଣେଶ, ପିତା କୈଳାସ ପତି ଶିବ ଏବଂ ମାତା ଗିରିଜା ନନ୍ଦୀନି ପାର୍ବତୀ ଙ୍କ ଚର୍ତୁପାଶ୍ୱରେ ବୁଲି ଆସି କମ୍ ସମୟରେ ତ୍ରୀଭୁବନ ବୁଲିବା ପ୍ରତିଯୋଗିତା ରେ କାର୍ତ୍ତିକେୟ ଙ୍କ ଠାରୁ ଜିତି ନିଜ ବୁଦ୍ଧି ର ପରିଚୟ ଦେଇଥୂଲେ । ପୁରାଣ ବର୍ଣ୍ଣିତ ତ୍ରେତୟା ଯୁଗରେ ଶ୍ରବଣ କୁମାର ଥିଲେ ଜଣେ ପିତୃ ମାତୃ ଭକ୍ତ । ପିତା ଶାନ୍ତନୁ ଏବଂ ମାତା ଜ୍ଞାନବନ୍ତୀ ଙ୍କର ଜଣେ ସୁଯୋଗ୍ୟ ସନ୍ତାନ । ଅନ୍ଧ ପିତାମାତା ଙ୍କ ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ଶ୍ରବଣ କୁମାର । ପିତାମାତା ଙ୍କ ବୟସ ର ଅପରାହ୍ନରେ ଶ୍ରବଣ କୁମାର ସେମାନଙ୍କୁ ତୀର୍ଥ ବୁଲେଇବା ପାଇଁ ବାହାରିଥିଲେ । ଯାତାୟତ ର ଅନ୍ୟ କୌଣସି ବିକଳ୍ପ ନଥିବାରୁ ପିତାମାତା ଙ୍କୁ ଵାହୁଙ୍ଗି ରେ ଭାର କରି ଶ୍ରବଣ କୁମାର ବାହାରିଲେ ତୀର୍ଥ ଭ୍ରମଣରେ । ଵାଟରେ ଅନ୍ଧ ପିତାମାତା ଙ୍କୁ ଶୋଷ ଲାଗିବାରୁ ଵାହୁଙ୍ଗି ଭାରକୁ ବୃକ୍ଷ ମୂଳେ ଥୋଇ ମାଟିର କଳସ ଧରି ଶ୍ରବଣ କୁମାର ବାହାରିଲେ ପାଣି ର ସନ୍ଧାନ ରେ । ଅନତି ଦୂରରେ କଳ କଳ ନାଦ ରେ ବହୁଥିଲା ସରଜୁ ନଦୀ । ସ୍ବଛ ଜଳରାଶି କୁ ଶ୍ରବଣ କୁମାର କଳସିରେ ଭରିବା ସମୟରେ ଯେଉଁ ଶବ୍ଦ ଉତ୍ପନ ହେଉଥିଲା ତାହା ଭ୍ରମ ସୃଷ୍ଟି କରିଥିଲା ବଣରେ ମୃଗ ଶିକାର ପାଇଁ ଆସିଥିବା ରାଜା ଦଶରଥଙ୍କ ମନରେ। ମୃଗଟିଏ ପାଣି ପିଉଥିବା ର ଭାବି ରାଜା ଦଶରଥ ନିକ୍ଷେପ କରିଥିଲେ ତୀକ୍ଷ୍ଣ ଶର ଯାହା ଶ୍ରବଣ କୁମାର ର ବକ୍ଷ ରେ ବାଜିଥିଲା ।

ଚିତ୍କାର ଶୁଣି ରାଜା ସେଠାରେ ପହଞ୍ଚି ଦେଖିଲେ ତାଙ୍କ ଶର ଆଘାତ କରିଛି ଏକ ନିରିହ ବାଳକକୁ । ଶ୍ରବଣ କୁମାର ରାଜା ଦଶରଥଙ୍କୁ ନିଜର ପରିଚୟ ଦେବା ସଙ୍ଗେ ସଙ୍ଗେ ଅନୁରୋଧ କରିଛିକି ମୋ'ର ଅନ୍ଧ ପିତାମାତା ଅନତି ଦୂରରେ ତୃଷାର୍ତ୍ତ ଵଦନରେ ମୋ'ର ଫେରିବା ବାଟକୁ ଚାହିଁ ରହିଛନ୍ତି । ଶୀଘ୍ର ଏ ଜଳ ନେଇ ତାଙ୍କ ତୃଷ୍ଣା ମେଣ୍ଟାଅ ନ ହେଲେ ସେମାନେ ଶୋଷରେ ପ୍ରାଣ ତ୍ୟାଗ କରିବେ । ଯିବା ପୂର୍ବରୁ ମୋ'ର ବକ୍ଷ ରୁ ଶର କାଢି ଦିଅନ୍ତୁ ମୁଁ ଶାନ୍ତିରେ ମରିପାରିବି । ଦଶରଥ ଜଳ ନେଇ ଯିବା ପୂର୍ବରୁ ଶ୍ରବଣ କୁମାର ର ବକ୍ଷ ରୁ କାଢି ନେଇଛନ୍ତି ଶର ଆଉ ଶ୍ରବଣ କୁମାର ର ମୃତ୍ୟୁ ଘଟିଛି ।

ଶ୍ରବଣ କୁମାର କାହାଣୀ ଆଜି କେବଳ ଗଳ୍ପ ରେ ସିମୀତ । ଶ୍ରବଣ କୁମାର ର ମାତାପିତାଙ୍କ ପ୍ରତି ଥିବା ଭକ୍ତି ଆଉ ସେବା ଆଜିର ପୁତ୍ର ରୂପି ଶ୍ରବଣ ମାନଙ୍କ ଠାରେ ଦେଖିବାକୁ ମିଳେ ନାହିଁ । ସେଦିନ ର ଶ୍ରବଣ କୁମାର ପିତାମାତା ଙ୍କ ଶେଷ ସମୟରେ ସେମାନଙ୍କୁ କାନ୍ଧରେ ଭାର ବୋହି ତୀର୍ଥ ଭ୍ରମଣରେ ନେଇ ଥିଲା କିନ୍ତୁ ଆଜିର ଶ୍ରବଣ କୁମାର ମାନେ ବୃଦ୍ଧ ପିତାମାତାଙ୍କୁ ବୋଝ ଭାବି ସେମାନଙ୍କୁ ବାକି ଜୀବନ କାଟିବା ପାଇଁ ବୃଦ୍ଧା ଶ୍ରମ ରେ ଛିଡିଦେଇ ଆସୁଛନ୍ତି । ସେଦିନର ଶ୍ରବଣ କୁମାର ପିତାମାତା ଙ୍କ ଶୋଷ ମେଣ୍ଟାଇବାକୁ ଯାଇ ନିଜ ଜୀବନ ଦେଇଥିଲା କିନ୍ତୁ ଆଜିର ଶ୍ରବଣ ମାନେ ନିଜର ସ୍ବାର୍ଥ ପାଇଁ ବାପ ମା ଙ୍କୁ ହତ୍ୟା କରିବାକୁ ପଛାଉ ନାହାନ୍ତି । ଜଣେ ଭାରତୀୟ ହୋଇ ଭାରତୀୟ ସଂସ୍କୃତି ଏବଂ କାହାଣୀ କୁ ନିଜ ଜୀବନରେ କାର୍ଯ୍ୟ କାରି କରିବା ଉଚିତ । ତେଣୁ ଆମେ ସମସ୍ତେ ପୁରାଣର ସେହି ଶ୍ରବଣ କୁମାର ଭଳି ହେବା ଉଚିତ ।


ତା ହିଁ ତପ । ପି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational