STORYMIRROR

Akshaya Kumar Acharya

Others

3  

Akshaya Kumar Acharya

Others

ଅକୁହା କଥା

ଅକୁହା କଥା

1 min
151

     ଦୁନିଆରେ ଏମିତି କିଛି କଥା ଥାଏ ଯାହା ଚାହିଁଲେ ବି କହିହୁଏ ନାହିଁ ।ସେ କଥା ଗୁଡାକ ଅକୁହା ରହିଯାଏ । ଠିକ୍ ସେମିତି ଅରୁଣିମା ତା ଜୀବନର କିଛି କଥାକୁ ଅକୁହା ରଖିଛି। କ'ଣ ସେ ଅକୁହା କଥା ?

      ଅରୁଣିମା ହେଉଛି ସୂର୍ଯ୍ୟ ପଟ୍ଟନାୟକ ଙ୍କ ସ୍ତ୍ରୀ । ସ୍ବାମୀ, ଶାଶୁ, ଶଶୁର,ଗୋଟେ ପୁଅ ଏବଂ ଗୋଟେ ଝିଅ କୁ ନେଇ ଅରୁଣିମା ର ଛୋଟିଆ ସଂସାର । ବେଶ୍ ହସ ଖୁସି ରେ ସଂସାର ଆଗକୁ ଆଗକୁ ବଢୁଥାଏ । କିନ୍ତୁ ଅରୁଣିମା ର ମନଭିତରର ସେହି ଅକୁହା କଥା ତାକୁ ବିଚଳିତ କରୁଥାଏ। ବେଳେବେଳେ ଭାବେ ସେହି ଅକୁହା କଥା କୁ ତା ପରିବାର ଆଗରେ ପ୍ରକାଶ କରିଦେବ କିନ୍ତୁ ପର ମୁହୂର୍ତ୍ତରେ ଭାବେ ଯଦି ସେ ଅକୁହା କଥାକୁ ପ୍ରକାଶ କରିଦିଏ ତେବେ ସମସ୍ତଙ୍କର ତା ପ୍ରତି ଥିବା ଭଲପାଇବା ଘୃଣା ରେ ବଦଳି ଯିବ । ସମସ୍ତେ ତା ଚରିତ୍ର କୁ ଖରାପ ଆଖିରେ ଦେଖିବେ । ହେଲେ ଏଥିରେ ଅରୁଣିମା ର ଦୋଷ କ'ଣ ?

        ଅରୁଣିମା ସୂର୍ଯ୍ୟ ପଟ୍ଟନାୟକ ଙ୍କ ସ୍ତ୍ରୀ ହେବା ପୂର୍ବରୁ ପ୍ରକାଶ ବୋଲି ଗୋଟେ ପୁଅକୁ ଭଲ ପାଉଥିଲା । ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାପାଇଁ କଥା ଦେଇଥିଲେ ।ଫୁଲରୁ ମହୁ ଶୋଷିବା ପରେ ଭ୍ରମର ଯେପରି ଫୁଲ ଠାରୁ ଦୂରେଇ ଯାଏ ଠିକ୍ ସେହିପରି ପ୍ରକାଶ ଅରୁଣିମା ଜୀବନରୁ ଦୂରରେ ଯାଇଥିଲା । ଅରୁଣିମା ଠିକ୍ କରିଥିଲା କି ଜୀବନରେ ଆଉ କେବେ କାହାକୁ ଭଲ ପାଇବିନି କି କାହାକୁ ବିବାହ କରିବନି। କିନ୍ତୁ ତା ବାପାଙ୍କ ଜିଦ୍ ଆଗରେ ଅରୁଣିମା ହାରି ଯାଇଥିଲା ଆଉ ବିବାହ କରିଥିଲା ସୂର୍ଯ୍ୟ ପଟ୍ଟନାୟକ ଙ୍କୁ । ବିବାହର ତିରିଶି ବର୍ଷ ଭିତରେ ଅରୁଣିମା ତା ଜୀବନର ସେହି ଅକୁହା କଥାକୁ କେବେ ସ୍ବାମୀ ପରିବାର ଆଗରେ ପ୍ରକାଶ କରିନାହିଁ କି କରିବି ନାହିଁ। ସବୁଦିନ ପାଇଁ ତା'ର ସେ କଥା ଅକୁହା ହୋଇ ରହିଯିବ ।


Rate this content
Log in