STORYMIRROR

Akshaya Kumar Acharya

Tragedy

3  

Akshaya Kumar Acharya

Tragedy

ବାପା

ବାପା

2 mins
172

ଆଜି ଭାରି ଇଛା ହେଉଛି ସେ ପୁରୁଣା ଦିନକୁ ଫେରି ପାଇବାକୁ । ଆଖି ଆଗରେ ଭାସିଯାଉଛି ସେ ପୁରୁଣା ଦିନର ସ୍ମୃତି ସବୁ । ମୋ ନନା (ବାପା) ମାସ ଶେଷ ଛୁଟିରେ ଘରକୁ ଆସନ୍ତି । ଆସିଲାବେଳେ ଧଳା ରଙ୍ଗର ଧୋତି ଆଉ ଧଳା ହାଫ୍ ସାର୍ଟ । କାନ୍ଧରେ ହ୍ୟାଣ୍ଡ ବ୍ୟାଗ । ଘରେ ପହଞ୍ଚିଲା ପରେ ଖୁସି କହିଲେ ନ ସରେ । ସମସ୍ତଙ୍କର ଭଲ ମନ୍ଦ ବୁଝନ୍ତି ।ମତେ ପଚାରନ୍ତି ପଢ଼ାପଢ଼ି ଠିକ୍ ଚାଲିଛି ତ ? ସେତିକି ରେ ତାଙ୍କର ମନ ବୁଝେନା ସେ ଆମ ଘର ପାଖରେ ଥିବା ମୋ ଶିକ୍ଷା ଗୁରୁ ଲୁଲୁ ସାରଙ୍କ ପାଖକୁ ଯାଇ ମୋ ପାଠ ପଢା କଥା ବୁଝନ୍ତି ଆଉ ତାଙ୍କୁ କହନ୍ତି ଟୋକାଟା ପାଠ ପଢା ଟିକେ ଦେଖୁଥିଵ ଲୁଲୁ ବାବୁ। ଟ୍ୟୁସନ ଫିସ୍ ମୁଁ ଯେବେ ଆସିବି ଦେବି ।ତୁମେ ଖାଲି ତା ପାଠପଢ଼ା ଦେଖୁଥିବ। ୩/୪ ଦିନ ଘରେ ରହିଲା ପରେ ପୁଣି କର୍ମ କ୍ଷେତ୍ର ସୁଦୂର ବ୍ରହ୍ମପୁର ଚାଲିଯାଆନ୍ତି  । ଯୋଉ ଦିନ ଘରୁ ବାହାରନ୍ତି ସେଦିନ ରାତି ୪ଟା ରୁ ଉଠି ନିତ୍ୟକର୍ମ ସାରି ବାହାରି ପଡ଼ନ୍ତି । ଆମେ ବି ସେଦିନ ରାତି ୪ଟାରୁ ଉଠି ପଡୁ । ଗଲାବେଳେ ଘର ଚଳେଇବାକୁ ବୋଉକୁ ଟଙ୍କା ଦିଅନ୍ତି ଆଉ ଆମକୁ ବି ଖୁସିରେ ୧୦/୨୦ ଟଙ୍କା ଲେଖାଏଁ ଦିଅନ୍ତି ଆଉ ମୁଁ ନନା ଙ୍କୁ ଛାଡ଼ିବା ପାଇଁ ପାଖ ବସ୍ ଷ୍ଟାଣ୍ଡ କୁ ଯାଏ । ଆମେ ସବୁ ଅପେକ୍ଷା କରିଥାଉ ଆର ମାସ ପର୍ଯ୍ୟନ୍ତ । ନନା ଆମ ପାଇଁ ଯେତିକି ଦୁଃଖ କଷ୍ଟ ସହିଛନ୍ତି ଆମେ ହତଭାଗ୍ୟ ତାଙ୍କର କାଣିଚାଏ ଦୁଃଖକୁ ଲାଘବ କରିପାରିଲୁନି । ମୁଁ ଏକୁଟିଆ ବସିଲାବେଳେ ସେ ସବୁକୁ ଭାବି ବହୁତ କାନ୍ଦେ ସିନା ହେଲେ ନନା ଙ୍କର ସେ ସ୍ନେହ,ଆକଟ, ଭଲପାଇବା ପାଇଁ ବହୁତ ଡହଳବିକଳ ହୁଏ, କିନ୍ତୁ ପାଏନା କାହିଁକି ନା ନନା ଆଉ ଆମ ପାଖରେ ନାହାନ୍ତି । ୧୯୯୭ ମସିହାରୁ ଆମକୁ ପର କରି ସେ ଅଫେରା ରାଇଜକୁ ଚାଲିଯାଇଛନ୍ତି ଯେଉଁଠାରୁ କେହି କେବେ ଫେରେନା । ଏଠାରେ କେବଳ ଗୋଟିଏ ସ୍ମୃତିକୁ ଉପସ୍ଥାପିତ କରିଛି। ସବୁ ସ୍ମୃତି ବର୍ଣ୍ଣନା କଲେ ହୁଏତ ପୋଥିଟିଏ ହେବ । ଜୀବନର ଏହି ନିଛକ ସତ ଗପ ଲେଖିଲା ବେଳକୁ ଆଖିର ଲୁହ ବୋଲ ମାନୁନି । ଵାପ ମା ପାଖରେ ଥିଲେ ଆମର ଚିନ୍ତା ନଥାଏ ଆଉ ଯେତେବେଳେ ଦୂରେଇ ଯାଆନ୍ତି ପାଖରେ ପାଇବାକୁ ଖୁବ୍ ମନ ଖୋଜେ ଯାହା ଅସମ୍ଭବ । ଭଗବାନଙ୍କୁ ମାଗେ ଯଦି କେବେ ମତେ ଆଉଥରେ ମଣିଷ ଜନ୍ମ ଦିଅନ୍ତି ତା ହେଲେ ମତେ ପୁଣି ଥରେ ନନା ଙ୍କୁ ମତେ ଦିଅନ୍ତୁ । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy