ଓଡ଼ିଆ ଗଳ୍ପ ଓ କବିତା - ୩

Inspirational

2  

ଓଡ଼ିଆ ଗଳ୍ପ ଓ କବିତା - ୩

Inspirational

ଶିକ୍ଷାର ମୂଲ୍ୟ

ଶିକ୍ଷାର ମୂଲ୍ୟ

3 mins
7.0K


ଶ୍ରୀମତୀ କୁମୁଦଲତା ମହାନ୍ତି

ହର ହରପୁର ଗାଁରେ ସପନା ଓ ତା’ ସ୍ତ୍ରୀ ବିମଳି ରହନ୍ତି l ସପନା ଅନ୍ୟ ଘରମାନଙ୍କରେ ଚାଷବାସ କରି ଚଳେ l ସ୍ଵାମୀ, ସ୍ତ୍ରୀ ଦୁହେଁ ପାଠ ପଢି ନାହାନ୍ତି l ଗାଁ ପିଲାମାନେ ସପନାକୁ ସପନା ଭାଇ ବୋଲି ଖୁବ୍ ଭଲପାଆନ୍ତି l ସେଇ ଗାଁ ସ୍କୁଲରେ ବିରେନ୍ଦ୍ର ଓ ବିନୋଦ ପାଠ ପଢନ୍ତି , କିନ୍ତୁ ପାଠ ପଢାରେ ମନ ନ ଦେଇ କାହା ବାଡିରୁ ପିଜୁଳି ତୋଳି ସମୟ କଟାଇ ଦିଅନ୍ତି l ଦିନେ ତା’ର ଗଛରୁ ବିରେନ୍ଦ୍ର ଓ ବିନୋଦ ପିଜୁଳି ତୋଳିବାର ସପନା ଦେଖିଦେଲା ଏବଂ ଦୁଇଜଣଙ୍କୁ ଦି ’ ଚାପଡା ଦେଇ କହିଲା , ‘’ ଆଉ ଦିନେ ମୋ ବାଡିରେ ପଶିଥା , ତୁମ ଗୋଡ଼ ହାତ ଭାଙ୍ଗିଦେବି l ‘’ ସପନା ଭାଇକୁ ଦୁହେଁ କିଛି କହିଲେନି ସିନା , ମନେ ମନେ ରାଗ ରଖିଲେ l ସପନା ଭାଇକୁ ପଟାଏ ଦେବେ ବୋଲି ସେମାନେ ସୁଯୋଗ ଖୋଜୁଥା ’ ନ୍ତି l

ସପନାର ବାପା, ମା’ ତାଙ୍କ ମାମୁଁ ଘରକୁ ପନ୍ଦର ଦିନ ପାଇଁ ଯାଇଥା ‘ ନ୍ତି l ସେଠାରୁ ସେ ଗାଡି ଯାଉଥିବାରୁ ତୀର୍ଥ କରିବାକୁ ଯାଉଥିଲେ l ହଠାତ୍ଦିନେ ସପନା ଘରେ ଡାକବାଲା ଚିଠି ଗୋଟିଏ ଦେଇଗଲା l ସପନା କି ବିମଳି କେହି ତ ଅକ୍ଷର ଚିହ୍ନି ନାହାନ୍ତି , ପଢିବେ କେମିତି ? ତେଣୁ ସପନା ଗାଁ ଦାଣ୍ଡକୁ ଯାଇ ଦେଖିଲା ବରଗଛ ମୂଳେ ବିରେନ୍ଦ୍ର ଓ ବିନୋଦ ଗପସପ ହେଉଛନ୍ତି l ବିନୋଦକୁ ଚିଠିଟି ବଢାଇ ଦେଇ ପଢି ଶୁଣାଇ ଦେବାକୁ କହିଲା l ବିନୋଦ କହିଲା, ‘’ ହଇ ହେ ସପନା ଭାଇ ! ଚିଠିଟା ତିନିଦିନ ତଳୁ ଆସିଲାଣି, ଆଜି କ’ଣ ଆଣିଲ ?’’ ସପନା କହିଲା , ‘’ ହାଉ, ଡେରିହେଲେ କ’ଣ ହେଇଗଲା ? ତୁ ଚିଠିଟା ପଢି ଶୁଣାଇ ଦେଉନୁ l ‘’ ବିନୋଦ କହିଲା , ‘’ ଆଉ ହବ କ’ଣ ? ତୁମ ବାପା ପରା ତିନିଦିନ ହେଲା ମରିଗଲେଣି l ‘’ ଏ କଥା ଶୁଣି ସପନା କାନ୍ଦି କାନ୍ଦି ଘରକୁ ଧାଇଁଲା ଓ ଘଣ୍ଟାକ ଭିତରେ ବସ୍ ଚଢି ବିମଳି ଓ ସେ ଯାଇ ମାମୁଁ ଘରେ ପହଞ୍ଚି ଶୁଣିଲେ ସପନାର ବାପା ମା’ କାଶୀ ଯାଇଛନ୍ତି ଏବଂ ସେଇ କଥା ଲେଖି ଯିବା ପୂର୍ବରୁ ଚିଠିଟିଏ ପୁଅ ପାଖକୁ ପଠାଇଥିଲେ l

ସପନାର ଏବେ ଠିକ୍ ମନେପଡିଗଲା ତା’ ବାଡିରୁ ପିଜୁଳି ତୋଳିବା ଦିନର କଥା l ସେଇ ରାଗ ରାଖୀ ବିରେନ୍ଦ୍ର ଓ ବିନୋଦ ତାକୁ ହଇରାଣ କଲେ l ତା’କୁ ଦୁଃଖ ଲାଗିଲା l ଏବେ ସପନାର ଭାରି ଅନୁତାପ ଆସିଲା l ପିଲାଦିନେ ବାପା, ବଉଙ୍କ କଥା ନ ମାନି ଏଣେତେଣେ ବୁଲି ପାଠ ପଢି ନ ଥିଲା ବୋଲି ଆଜି ଏ ଦଶା ଭୋଗ କରିବାକୁ ପଡିଲା l

ସରପଞ୍ଚ ଗାଁରେ ସଭା କରି ବିନୋଦକୁ ଡାକି କହିଲେ, ‘’ ତୁମେ ସପନା ଭାଇକୁ ପ୍ରଥମେ କ୍ଷମା ମାଗ l ଏଭଳି ପ୍ରତିଶୋଧ ନେବା ଖୁବ୍ ଖରାପ କଥା l ସପନା ଗରିବ ଲୋକ l ଟଙ୍କା ପଇସା ଖର୍ଚ୍ଚ କରି ସେ ଏତେ ବାଟ ଆନ୍ଧ୍ର ପ୍ରଦେଶରେ ଥିବା ମାମୁଁ ଘରକୁ ଗଲା l ଏହା ଠିକ୍ ହେଲା ନାହିଁ l ‘’ ବିନୋଦ ସପନା ଭାଇକୁ କ୍ଷମା ମାଗିଲା l ବିନୋଦକୁ କୁଣ୍ଢାଇ ପକାଇ ସପନା କହିଲା, ‘’ ଆରେ ଭାଇ ! ତୋର କିଛି ଭୁଲ୍ ନାହିଁ l ମୁଁ ପାଠ ନ ପଢିବାରୁ ଏପରି ହଇରାଣ ହେଲି l ଆଜିଠାରୁ ଭାବୁଛି ପଞ୍ଚାୟତ ଅଫିସକୁ ଯାଇ ପୌଢ ଶିକ୍ଷା କେନ୍ଦ୍ରରେ ବିମଳି ଓ ମୁଁ ପାଠ ପଢିବୁ l ‘’ ଏହା ଶୁଣି ସରପଞ୍ଚ ଓ ସଭାରେ ଥିବା ସବୁ ଲୋକ ତାଳି ମାରିଲେ l ବିନୋଦ ମଧ୍ୟ ତା’ ଭୁଲ୍ ପାଇଁ ଦୁଃଖିତ ହେଲା ଓ ଅନୁତାପ କଲା l

ପ୍ରକୃତରେ ଶିକ୍ଷାର ବହୁତ ମୂଲ୍ୟ ଅଛି l ଶିକ୍ଷା ହେଉଛି ଆଲୋକ ଏବଂ ଅଶିକ୍ଷା ହେଉଛି ଅନ୍ଧକାର l ତେଣୁ ସମସ୍ତଙ୍କୁ ପାଠ ପଢିବା ଦରକାର l


Rate this content
Log in

Similar oriya story from Inspirational