kamal kumar dash

Tragedy Thriller

3  

kamal kumar dash

Tragedy Thriller

ଶାନ୍ତନୁ

ଶାନ୍ତନୁ

2 mins
203



    ଜୟପୁର ରୁ ପାଖ ଷ୍ଟେସନ କୋଟପାର କୁ ବାହାରିଲେ ଶାନ୍ତନୁ ବାବୁ ମଟର ସାଇକେଲ | ସଂଧ୍ୟାହୋଇ ଆସୁଥିଲା ଓ ଝିପି ଝିପି ବର୍ଷl ବି ହେଉଥିଲା | ଶାନ୍ତନୁ କୁ ପ୍ରାୟ ୩୦କିମି ଯିବାର ଥିଲା | ତାର ଡିଉଟି ରାତି ୮ଟା ରୁ ଥିଲା | ସେ ଜଲ୍ଦି ପହଂଚିବ ବୋଲି ସର୍ଟ କଟ ରେ ବାହାରିଲା | ୧୫ କିମି ଯିବା ପରେ ଅନ୍ଧାର ବହୁତ ବଢିଗଲା ଓ ସେ ବାଟ ଭୁଲି ଗଲା | ସେ ଲୋକଙ୍କୁ ପଚାରି ପଚାରି ଆଗକୁ ବଢ଼ୁଥିଲା ହେଲେ ଅଧିକ ବର୍ଷl ହେବାରୁ | ଜଣଙ୍କ ଦୁଆରେ ବସିଗଲା | ବର୍ଷl ଯୋଗୁ ତା ମୋବାଇଲ ଲାଗୁ ନଥିଲା | ବର୍ଷାଛାଡ଼ିଲା ପରେ ସେ ଆଗକୁ ବଢ଼ିଲା  କିଛି ବାଟ ଗଲା ପରେ ଫୁଣି ଜୋରରେ ବର୍ଷl ହେଲା ରାସ୍ତା କଡ଼ରେ ଗୋଟେ ଘର ଥିଲା ତା ଆଗରେ ଯାଇ ଠିଆହେଲା ଶାନ୍ତନୁ | ଟିକେ ପରେ ଘରୁ ଜଣେ ଲୋକ ବାହାରିଲେ ଓ ତାକୁ ଭିତରକୁ ଡାକିଲେ | ସେ ତାଙ୍କୁ ଦେଖି ଚମକି ପଡିଲା କହିଲା ସାର ଆପଣ ଏଠି ? ସେ ଶାନ୍ତନୁ ର ପିଲା ଦିନର ସାର ଥିଲେ | ଶାନ୍ତନୁ ହେଲ୍ମେଟ କାଢି ତାଙ୍କ ପାଦ ଛୁଇଁଲା | ଘରେ ଲାଇଟ ନଥିଲା ଓ ଲଣ୍ଠନ ଜଳୁଥିଲା ,ସେ ଚିହ୍ନିଲେଓ କହିଲେ ଆରେ ତୁ ଏଠି ? ସାର ମୁଁ ରେଲ୍ୱେ ରେ ଚାକିରୀ କରେ ଏ ପାଖ ଷ୍ଟେସନ ରେ ମୋର ଡିଉଟି ଅଛି ଯାଉଥିଲି ଜୋରରେ ବର୍ଷ ହେଲା ରୁ ଠିଆ ହେଲି | ଶାନ୍ତନୁ ପଚାରିଲା ମାଉସୀ ( ମାନେ ସାରଙ୍କ ସ୍ତ୍ରୀ ) | ଟିକେ ପରେ ମାଉସୀ ଆସିଲେ ଶାନ୍ତନୁ ତାଙ୍କର ବି ପାଦ ଛୁଇଁଲା | ସାର କହିଲେ ପୁଅର ଏଠିକି ଟ୍ରାନ୍ସଫର ହୋଇଯାଇଛି ତ ତା ସାଥିରେ ଆମେ ଆସିଛୁ  ଏ ବେ ସେମାନେ କୋରାପୁଟ ଯାଇଛନ୍ତି | ମାଉସୀ ଚାହା ଆଣି ଦେଲେ | ସମସ୍ତେ ଚାହା ପିଇଲେ | ତାପରେ ବର୍ଷା ଛାଡ଼ି ଗଲା ଓ ଶାନ୍ତନୁ ଦି ଜଣଙ୍କୁ ମୁଣ୍ଡିଆ ମାରି ଫୁଣି ଥରେ ଆସିବ କହି ବାହାରି ଗଲା | ପ୍ରାୟ ଘଂଟାଏ ଲେଟରେ କୋଟପାର ପହଁଚିଲା ଓ ଡିଉଟି କଲା | ତା ପର ଦିନ ସକାଳୁ ସେଇ ବାଟରେ ଶାନ୍ତନୁ ଫେରିଲା ଓ ଦେଖିଲା ଗତ ସନ୍ଧ୍ୟାରେ ସେ ଯେଉଁ ଘର ପାଖରେ ଠିଆ ହୋଇଥିଲା ସେ ଘର କବାଟ ଖୋଲା ଅଛି | ସେ ଭାବିଲା ସେଠିକୁ   ଯାଇ ସାରଙ୍କ ସାଙ୍ଗରେ କଥା ହୋଇ ଯିବ | ଘର ପାଖରେ ପହଁଚି ଦେଖିଲା ଘର ଖାଲି କେହି ନାହାଁନାହାଁନ୍ତ| ଭିତର କୁ ନଯାଇ ଟିକେ ଦୂରରେ ଥିବା ଚାହା ଦୋକାନରେ ଗାଡି ରଖି ଚାହା ପିଇଲା ଓ ତାକୁ ପଚାରିଲା ଭାଈ ସେ ଆଜି ଘରେ କଣ କେହି ରହୁ ନାହଁlନ୍ତି | ସେ ଯାହା କହିଲା ,ଶାନ୍ତନୁର ମୁଣ୍ଡ ଘୁରିଗଲା | ସେ କହିଲା ସେ ଘରେ ଗୋଟେ ପରିବାର ଓ ତାଙ୍କ ମା ବାପା ରହୁଥିଲେ କିଛିଦିନ ଆଗରୁ ଗୋଟେ ଆକ୍ସିଡେଣ୍ଟ ରେ ତାଙ୍କ ମା ବାପା ଚାଲିଗଲେ ଓ ସେ ସ୍ୱlମୀ ସ୍ତ୍ରୀ ଏବେବି ହସ୍ପିଟାଲ୍ରେ ଅଛନ୍ତି | ଶାନ୍ତନୁ ତାଙ୍କୁ ଭେଟିବାକୁ ହସ୍ପିଟାଲ ଗଲା ଓ ସବୁ କଥା କହିଲା |

 


Rate this content
Log in

Similar oriya story from Tragedy