Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Rabindra Kumar Behera

Tragedy

2  

Rabindra Kumar Behera

Tragedy

ଶାନ୍ତିର ସନ୍ଧାନେ

ଶାନ୍ତିର ସନ୍ଧାନେ

4 mins
502


ପ୍ରକୃତିର ଅନ୍ତରାଳେ ପ୍ରାରବ୍ଧର ପ୍ରାପ୍ତି । ହେଲେ ସେଇ ଗୋଚର ଅଗୋଚର ଦୁନିଆ ଭିତରେ ଶାନ୍ତିର ସନ୍ଧାନେ ଏକ ଯାତ୍ରା, ଜୀବନ ଯାତ୍ରା । ଜୀବନର ଚୋରାବାଲିରେ ସମୟ ଯଉଁ ଘୁଁ ଘୁଁ ଚକାଭଉଁରୀ ଖେଳେ, ସେଇ ଭିତରେ ଏଇ ସନ୍ଧାନଟା ଟିକେ କାଠିକର ବ୍ୟାପାର । ହେଲେ ସେ ଯାହା ହଉ, ଜୀବନର ପାହାନ୍ତା ସୂର୍ଯ୍ୟରେ ହିଁ ଯେ ଏଇ ଭାବନାଟି ଉଙ୍କି ମାରେ ତାହା ନୁହେଁ । ଏହାର ପରିଭାଷା ବୁଝିବାକୁ ସମୟ ଲାଗେ, ଆଉ ତା ପରେ ଖୋଜା ହୁଏ; ଜୀବନ ଯାତ୍ରାର ରଙ୍ଗମଞ୍ଚରେ ହଉଥିବା ଭେଳିକି ଭେଳିକି ନାଚ ଭିତରେ । ସିଏ ନଚାଉ ଥାଏ, ଆଉ ଆମେ ଥେଇ ଥେଇକି ନାଚୁଥାଉ ।

ମୁଁ ଜଣେ ପଥିକ । ଶାନ୍ତିର ସନ୍ଧାନେ ମୋର ଯାତ୍ରା । ଅନେକ ସ୍ଥାନ ଭ୍ରମଣ କରି ମୁଁ ଏକ ରାଜ୍ୟରେ ଯାଇ ପହଞ୍ଚିଲି । ଆହାଃ କି ସୁନ୍ଦର ଦୃଶ୍ୟପଟ ସବୁ । ପ୍ରକୃତିର ଉଦ୍ୟାନରେ ପୁଷ୍ପଗୁଚ୍ଛ ସବୁ ଉଲ୍ଲସିତ ହଉଥାନ୍ତି । ବର୍ଷାର ଟୋପା ଟୋପା ବିନ୍ଦୁ ସତେ କିବା ମାଟିର ସ୍ପର୍ଶ ପାଇ ସୁଗନ୍ଧରେ ଆଲ୍ହାଦିତ କରୁଥାନ୍ତି । ମନଟି ସତେ ହଜିଗଲା କ୍ଷଣିକ ପାଇଁ । ଆଗକୁ ବଢ଼ିଲି ।

ଆରେ ଏ କି ବିଚିତ୍ର ଦୁନିଆ !! ଏଇତ ସବୁ ଏତେ ସୌନ୍ଦର୍ଯ୍ୟରେ ଭରି ହୋଇଥିଲା । ହେଲେ ଏଠି ତ ପୁରା ବିପରିତ । ଓହଃ କି ଉତ୍କଟ ଗନ୍ଧ । ସତେ କିବା ଶଢା ମାଂସର ଏକ ନିର୍ଲିପ୍ତ ପରିସୀମା । ରକ୍ତ ଜର୍ଜରିତ ମାଟି ସତେ କିବା କ୍ରନ୍ଦନରତ । ନାଁ ଏହା କିପରି ସମ୍ଭବ; ଏଇ ତ କ୍ଷଣିକ ଆଗରୁ ବର୍ଷାଭିଜା ମାଟିରେ ମନଟି ମହକି ଉଠିଥିଲା । ଆଉ ଏଠି ଏ ଦୃଶ୍ୟ ଦେଖି ହୃଦୟ ବିଦାରିତ । ଏଇ ଯେ ଯୁଧ୍ୟଭୂମି । ଧର୍ମ ଓ ଶାନ୍ତିର ସ୍ଥାପନା ପାଇଁ ଏଇ ଯୁଧ୍ୟ । ହେଲେ ଏଇ ଯୁଧ୍ୟ ଯେ ହିଂସାର ଏପରି ଚିତ୍ରପଟ ପରିବେଷଣ କରିପାରେ, ତାହା କଣ କେହି ଭାବିନଥିଲେ !! କେତେ ସ୍ବପ୍ନ ଧରି ଆସିଥିବା ସନ୍ୟସାମନ୍ତ କଣ ସବୁ ନିଜର ଗନ୍ତବ୍ୟ ପାଇଲେ !! ଶାନ୍ତି କଣ ସତରେ ମିଳିଲା !! ନା ଏଇ ରକ୍ତ ଜୁଡ଼ୁବୁଡ଼ୁ ଲାଲ ମାଟିରେ ସେ ବି ବିଲୁପ୍ତ ହୋଇଗଲା । ଏଇ ଦୃଶ୍ୟ ଦେଖି ଉଭୟ ଚକ୍ଷୁ ଓ ହୃଦୟରୁ ଝରି ପଡ଼ିଲା ଅଶ୍ରୁଧାରା ।

ଆଗକୁ ବଢ଼ିଲି । ଏତ ଅନ୍ୟ ଏକ ପ୍ରକାରର ଦୁନିଆ ସବୁ । ମୋତେ ଦେଖି ସମକ୍ଷରେ ଛିଡ଼ାହୋଇଥିବା ଜୀବଟି ଏକ ସ୍ମିତହାସ୍ୟ ସହିତ ମୋ ଆଡ଼କୁ ଚାହିଁଲା । ସେ ଜୀବଟି ଅଜବ ପ୍ରକାରର । ମୁହଁଟି ମଣିଷର ହେଲେ ଶରୀରଟି ଏକ ଅଶ୍ୱର । କି ବିଚିତ୍ର !! ଏମିତି ସବୁ ଜୀବ ଏହିଠାରେ । ମୁଖଟି ମଣିଷ ଆକୃତି ହେଲେ ଶରୀର ଅନ୍ୟ ଯିବା ପରି; ବ୍ୟାଘ୍ର, ମର୍କଟ, ସର୍ପ, ହସ୍ତୀ, ଭଲ୍ଲୁକ, ଶ୍ଵାନ ସବୁ । ମୋତେ ଦେଖି ସମସ୍ତେ ଆଚମ୍ବିତ ହଉଥାନ୍ତି ଆଉ ମୁଁ ମଧ୍ୟ ସମସ୍ତଙ୍କୁ ବିସ୍ମୟରେ ଦେଖି ଚାଲୁଥାଏ । ହଟାତ୍ ଆବିର୍ଭାବ ହେଲେ ଗୋମାତା । ତାଙ୍କ ମୁଖଟି ମଧ୍ୟ ମଣିଷ ପରି ଓ ଅତି ଭଲ ଭାବରେ କଥା ହୋଇ ପାରୁଥାନ୍ତି । ମୁଖମଣ୍ଡଳରୁ ବୟସଟି ବାରି ହୋଇପଡ଼ୁଥାଏ । ମୁଁ ହସ୍ତ ଦୁଇ ଯୋଡ଼ି ପ୍ରଣାମଟିଏ ଜଣେଇଲି ।  ସେ ଆଶୀର୍ବାଦ ଦେଇ ମୋତେ ପ୍ରଶ୍ନ କଲେ :: "ପୁତ୍ର ତମେ ଏଠି କଣ କରୁଛ; କାହାକୁ ଖୋଜୁଛ; କିଏ ତମେ ?"

ମୁଁ କହିଲି ମୁଁ ଜଣେ ପଥିକ । ଶାନ୍ତିର ସନ୍ଧାନେ ବାହାରିଛି । ଗୋମାତା ହିମ୍ମଟିଏ କହି କାହାକୁ ସ୍ମରଣ କରିଲେ । ବିସ୍ମୟର ସହିତ ଏକ ଦିଗରୁ ବିରାଟକାଏ ପକ୍ଷୀଟିଏ ଆସି ଉପସ୍ଥିତ ହେଲା । ବୋଧହୁଏ  ଶାଗୁଣା ପକ୍ଷୀଟିଏ; ଡେଣା ଯୋଡ଼ିକ ବେସ୍ ଲମ୍ବା, ଶରୀରଟି ପୁରା ରାତିର ଅନ୍ଧକାର ପରି କାଳିମା । ହେଲେ ମୁଖଟି ମଣିଷ ଆକୃତି, ବେସ୍ ଉଜ୍ବଳ । ଗୋମାତା ମୋ ଆଡ଼କୁ ଇଙ୍ଗିତ କରି ପକ୍ଷୀଟିକୁ କହିଲେ, ମୋତେ ଅନ୍ୟ ଏକ ସ୍ଥାନକୁ ନେଇଯିବା ପାଇଁ । ତା ପରେ ମୋତେ ଚାହିଁ କହିଲେ "ଯାଅ ପୁତ୍ର । ସେହି ସ୍ଥାନରେ ବୋଧହୁଏ ତୁମ ପ୍ରଶ୍ନର ଉତ୍ତର ମିଳିବ ।"

ମୁଁ ଗୋମାତାଙ୍କୁ ପ୍ରଣାମଟିଏ ଜଣେଇ ସେଇ ପକ୍ଷୀଟି ଉପରେ ବସିଲି । ପକ୍ଷୀଟି ନିଜ ପିଠିରେ ବନ୍ଧା ହୋଇଥିବା ଏକ ରଜ୍ଜୁକୁ ମୋତେ ଭଲଭାବରେ ବାନ୍ଧି ନବାପାଇଁ କହିଲା । ତା'ପରେ ଆମେ ତୀବ୍ର ଗତିରେ ଉଡ଼ିଚାଲିଲୁ । ଏତେ ଶୀଘ୍ରତାର ସହିତ ଆମେ ଉଡ଼ୁଥାଉ ଯେ ମୋତେ କିଛିହେଲେ ଦୃଶ୍ୟମାନ ହଉନଥାଏ । ହଟାତ୍ ଏକ ଜାଗାରେ ପହଞ୍ଚି ଆମେ ସ୍ଥିର ହେଲୁ । ପକ୍ଷୀଟି ମୋତେ ନିଜ ପିଠିରୁ ଓହ୍ଲାଇଦେଇ କେଉଁ ଆଡ଼େ ଉଭାନ୍ ହୋଇଗଲା । ଘୋର ଅନ୍ଧକାର ଥାଏ ସେହି ସ୍ଥାନରେ । ଦୂରରୁ ଦୃଶ୍ୟମାନ ହଉଥାଏ ଦୁଇଟି ମିଞ୍ଜି ମିଞ୍ଜି ଆଲୁଅ । ସତେ କିବା ଏକ ବିଶାଳକାୟ ମୁଖରେ ଯୋଡ଼ିଏ ଆଖି । ମୁଁ ଅବାକ୍ ହୋଇ ଚାହିଁ ରହୁଥାଏ ।

ଦେଖିଲି ଛାୟାଟିଏ ଧୀରେ ଧୀରେ ସେଇ ଦିଗକୁ ମାଡ଼ି ଚାଲିଛି । ମୁଁ ମଧ୍ୟ ତା' ପଛେପଛେ ଚାଲୁଥାଏ । ଛାୟାଟି ଏକ ସ୍ଥାନରେ ସ୍ଥିର ହୋଇ ପଛକୁ ବୁଲିଲା । କାଇଁ କିଛିତ ସ୍ପଷ୍ଟ ସ୍ୱରୂପ ନାହିଁ ! ହେଲେ ଏକ ବିଚିତ୍ର ଉଜ୍ଜ୍ୱଳତା ଆକର୍ଷିତ କରୁଥାଏ । ମୋତେ ଜ୍ଞାତ ହେଲା ସତେ କିବା ଛାୟାଟି ମୋତେ ଦେଖି କହୁଅଛି ।

"କାହାକୁ ଖୋଜୁଛ ? ଶାନ୍ତି ତ ମନର ଏକ ଭ୍ରମ । ଏହା କଣ ଚିରସ୍ଥାୟୀ ? ଏହାର କିବା ଉତ୍ପତି ଓ କିବା ଅନ୍ତ । ଶାନ୍ତିକୁ ଚିନ୍ହିବା ପାଇଁ ହେଲେ ଆଗେ ନିଜକୁ ଚିନ୍ହିବା ପାଇଁ ପଡ଼ିବ । ତେବେ ଦେଖିବ ତମେ ନିଜ ମଧ୍ୟରେ ହିଁ ଶାନ୍ତିକୁ ଖୋଜିପାଇବ । ମରଣର ଶେଷ ଶଯ୍ୟାରେ ଯେ ଶାନ୍ତି ମିଳେ ତାହା ନୁହେଁ; ବେସ୍ ସେହି ସମୟରେ ଏତିକି ଅନୁଭବ ତ ଅନ୍ତତ ହୋଇଥାଏ ଯେ ଜୀବନ ଚକ୍ରରେ କରିଥିବା ସମସ୍ତ କର୍ମର ଏଇ ଯେ ଅନ୍ତ, ଏଇ ଶେଷ ନିଶ୍ୱାସ । ହେଲେ ସେଠି କଣ ଶାନ୍ତିର ଖୋଜା ସରେ ବା ତାକୁ ମିଳିବାର ବୋଧ ଓ ଆନନ୍ଦ ହୁଏ; ସେ ତ ଆଉ ପ୍ରକାଶଯୋଗ୍ୟ ନୁହେଁ ! ତେଣୁ ଜୀବନର ପଥିକଟିଏ ଶାନ୍ତି ପ୍ରାପ୍ତି କରେ ତାକୁ ଚିନ୍ହି; ସେ ଚିରସ୍ଥାୟୀ ହଉ ଅବା କ୍ଷଣସ୍ଥାୟୀ !"  ଏତିକି କହି ଛାୟାଟି ଉଭାନ୍ ହୋଇଗଲା । ମୋ ଶାନ୍ତିର ସନ୍ଧାନଟି ଶେଷ ହେଲା କି ? ନା' ! ସେ ଏବେବି ଚାଲିଛି ।


Rate this content
Log in

More oriya story from Rabindra Kumar Behera

Similar oriya story from Tragedy