STORYMIRROR

ଓଡିଆ ଶିଶୁ ଗପ

Inspirational

2  

ଓଡିଆ ଶିଶୁ ଗପ

Inspirational

ସବୁଠୁ ବଡ ଗରିବ

ସବୁଠୁ ବଡ ଗରିବ

1 min
15.8K


ଜଣେ ମହାତ୍ମା ଭ୍ରମଣ କରି କରି ଗୋଟିଏ ନଗର ମଧ୍ୟରେ ଯାଉଥିଲେ । ମାର୍ଗରେ ଯିବା ସମୟରେ ତାଙ୍କୁ ଗୋଟିଏ ମୁଦ୍ରା ମିଳିଲା । ମହାତ୍ମା ଜଣକ ବ୍ୟକ୍ତିତ୍ୱରେ ଭରା ଓ ପ୍ରଫୁଲ୍ଲ ବ୍ୟକ୍ତି ଥିଲେ ।ସେ ଅବା ସେ ମୁଦ୍ରାର କଣ କରିଥାନ୍ତେ ? ସେଥିପାଇଁ ସେ ସେହି ମୁଦ୍ରାକୁ ଜଣେ ଦରିଦ୍ର ବ୍ୟକ୍ତି କୁ ଦେବା ପାଇଁ ବିଚାର କଲେ । ବହୁତ ଦିନ ପର୍ଯ୍ୟନ୍ତ ସେ ଖୋଜିବାରେ ଲାଗିଲେ ,କିନ୍ତୁ ତାଙ୍କୁ କେହି ଦରିଦ୍ର ବ୍ୟକ୍ତି ମିଳିଲେ ନାହିଁ ।

ଗୋଟିଏ ଦିନ ସେ ଦେଖିଲେ ଜଣେ ରାଜା ତାଙ୍କ ସୈନ୍ନ୍ୟସାମନ୍ତ ସହ ଗୋଟିଏ ଅନ୍ୟ ରାଜ୍ୟ ଉପରେ ଆକ୍ରମଣ କରିବାକୁ ଯାଉଥିଲେ । ମହାତ୍ମା ବ୍ୟକ୍ତି ଜଣକ ସେହି ମୁଦ୍ରାକୁ ରାଜାଙ୍କ ଉପରେ

ଫୋପାଡ଼ି ଦେଲେ । ମହାତ୍ମାଙ୍କ ଏପରି କାର୍ଯ୍ୟ ଦ୍ୱାରା ରାଜା ରାଗିଲେ ମଧ୍ୟ ଓ ଆଶ୍ଚର୍ଯ୍ୟ ବି ହେଲେ । କାହିଁକି ନ ମୁଦ୍ରା ଜଣେ ମହାତ୍ମା ତାଙ୍କ ଉପରେ ଫୋପାଡ଼ିଥିଲେ ସେଥିପାଇଁ ସେ ତାଙ୍କୁ ଏହା କରିବାର କାରଣ ପଚାରିଲେ ।

ମହାତ୍ମା ଧୈର୍ଯ୍ୟର ସହିତ କହିଲେ -"ହେ ରାଜାଧୀରାଜ ,ମୁଁ ଗୋଟିଏ ମୁଦ୍ରା ପାଇଲି ,ସେହି ମୁଦ୍ରାକୁ ଗୋଟିଏ ଦରିଦ୍ର ବ୍ୟକ୍ତିକୁ ଦେବା ପାଇଁ ଭାବିଲି । କିନ୍ତୁ ମୋତେ ଆପଣଙ୍କ ତୁଲ୍ୟ ଦରିଦ୍ର ବ୍ୟକ୍ତି କେହି ନଜରରେ ଆସିଲେ ନାହିଁ ,କାହିଁକି ନା ଗୋଟେ ଏତେ ବଡ ରାଜ୍ୟର ଅଧିପତି ହୋଇ ବି ଅନ୍ୟ ରାଜ୍ୟକୁ ଧନ,ସ୍ଵର୍ଣ୍ଣ ପାଇବା ଆଶାରେ ଆକ୍ରମଣ କରୁଛନ୍ତି ,ତାଠାରୁ ବଡ ଦରିଦ୍ର ଆଉ କିଏ ହୋଇପାରେ ।

ରାଜାଙ୍କର କ୍ରୋଧ ଶାନ୍ତ ହେଲା ଆଉ ସେ ନିଜ ଭୁଲ ଭୁଇପାରି ନିଜ ରାଜ୍ୟ କୁ ପ୍ରତ୍ୟାବର୍ତନ କଲେ ।

“”ଅଳ୍ପରେ ସଦା ସର୍ବଦା ଯେ ଖୁସିରେ ରହେ ,ସେ ହିଁ ଦୁନିଆର ସବୁଡ଼ୁ ବଡ ସୁଖୀ “”


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational