ଓଡ଼ିଆ ଗଳ୍ପ ଓ କବିତା - ୩

Children

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ସାତ କଳସୀ

ସାତ କଳସୀ

2 mins
7.3K


ଶ୍ରୀ ଅମରନାଥ ବେହେରା

ଗୋଟିଏ ଦେଶରେ ରାଜାଙ୍କ ପାଖରେ ଜଣେ ବାରିକ ଥିଲା l ରାଜା ଘରେ କ୍ଷୌର କରି ସେ ଯାହା ପାଏ ସେଥିରେ ତାର ପରିବାରକୁ ସୁରୁ ଖୁରୁରେ ଚଳାଇ ନେଉଆ ଥାଏ l ଏପରିକି ବଳକା ଅର୍ଥକୁ ସେ ସାଧୁ ସନ୍ଥଙ୍କ ସେବା ଓ ଅନ୍ୟ ସତ୍ କର୍ମରେ ଲଗାଉ ଥାଏ l ତାର ପିଲାମାନେ ଖୁବ୍ ଆନନ୍ଦରେ ଥାନ୍ତି l ଦିନକର କଥା l ସେହି ବାରିକ ରାଜାଙ୍କ ଘରୁ କ୍ଷୌର କାମଶାରି ଫେରୁଥାଏ l ହଠାତ୍ ରାସ୍ତା ମଝିରେ ତାକୁ କେହି ଡାକି କହୁଥିବାର ସେ ଶୁଣିଲା, ‘’ ତୁମେ ସାତ କଳସୀ ଟଙ୍କା ନେବ l ‘’ ଟଙ୍କାକୁ କିଏ ବା ଛାଡେ ? ଟଙ୍କା କଥା ଶୁଣି ତାର ଲୋଭ ହେଲା l ସେ ସଙ୍ଗେ ସଙ୍ଗେ କହିଲା ହଁ ନେବି l ଅଦୃଶ୍ୟ ଭାବେ ଯିଏ ଟଙ୍କା ଜାଚୁଥିଲା ସିଏ ଟଙ୍କା ଥିବା ଜାଗାରେ ସଙ୍କେତ ଦେଲା l ଭଣ୍ଡାରି ଯାଇ ଦେଖେତ ସତକୁ ସତ ସାତ କଳସୀ ଟଙ୍କା ରହିଛି l ଛଅ କଳସୀ ପୂର୍ଣ୍ଣ ଆଉ ଗୋଟିଏ କଳସୀ ରେ ଅଳ୍ପ ପୂର୍ଣ୍ଣ ହେବାକୁ ବାକି ଅଛି l ବାରିକର ଆନନ୍ଦର ସୀମା ରହିଲା ନାହିଁ ସେ ଭାବିଲା, ଆଉ ମୋତେ ରାଜାଘରେ ଏଣିକି ଚାକିରି କରିବାକୁ ପଡିବ ନାହିଁ l ସପ୍ତମ କଳସୀକୁ ପୂର୍ଣ୍ଣ କରି ଘରେ ବସି ମଊଜରେ ଚଳିବି l

ବାରିକ ସାତଟି ଯାକ କଳସୀକୁ ଘରେ ଆଣି ରଖିଲା l ସେହିଦିନଠାରୁ ସେ ରାଜାଙ୍କ ଘରୁ ଯାହା ଆଣେ ସେଥିରେ କଷ୍ଟେ ମଷ୍ଟେ ଚଳି କିଛି କିଛି ମାଠିଆରେ ପକାଏ l ଖାଦ୍ୟ ଅଭାବରୁ ପିଲାଛୁଆ ଗୁଡାକ କନ୍ଦାକଟା କରନ୍ତି l ପିଲାଙ୍କ ବିକଳ ସାହି ନ ପାରି, ଦିନେ ବାରିକ ରାଜାଙ୍କୁ କାକୁତି ମିନତୀ ହୋଇ ତାର ଦରମା ବଢାଇବାକୁ କହିଲା l ସେ ତ ଥିଲା ରାଜଙ୍କର ବହୁ ଦିନର ପୁରୁଣା ସେବାକାରୀ ; ସେଥିପାଇଁ ରାଜା ତା କଥା ମୁତାବକ ତାର ଦରମା ଦୁଇଗୁଣ କରିଦେଲେ l ହେଲେ ତାର ଦୁଃଖ ଦୂର ହେଲା ନାହିଁ l ଏଣିକି ସେ ଲୋକଙ୍କ ଠାରୁ ମାଗିଯାଚି ଖାଇ ଟଙ୍କା ସବୁକୁ ସେହି ମାଠିଆ ଭିତରେ ପୁରାଇଲା l

ପେଟକୁ କାଟି ସଞ୍ଚୟ କରିବା ଆରମ୍ଭ କରିବାରୁ ଦିନକୁ ଦିନ ତାର ଦେହ ଦୁର୍ବଳ ଓ ପତଳା ହେବାକୁ ଲାଗିଲା l ଏହା ଦେଖି ରାଜା ଦିନେ ତାକୁ କହିଲେ, ‘’ କିରେ ତୁ ତ ପୂର୍ବରୁ କମ୍ ଦରମାରେ ବେଶ୍ ଆନନ୍ଦରେ ଥିଲୁ ଏବେ ଦୁଇଗୁଣ ଟଙ୍କାନେଇ ଏତେ ଦୁର୍ବଳ ଓ ରୁଗ୍ ଣ ଦେଖାଯାଉଛୁ କାହିଁକି ? ତୁ କ’ଣ ସେଇ ସାତ କଳସ ଟଙ୍କା ନେଇଛୁ କି ?’’

ଏହାଶୁଣି ଭଣ୍ଡାରି ବିଚରା ଆବା କାବା ହୋଇ ପଚାରିଲା, ‘’ ମଣିମା ଆପଣ କିପରି ଜାଣିଲେ ?’’ ରାଜା କହିଲେ, ‘’ ଆରେ ସେ ହେଉଛି ଯକ୍ଷର ଧନ l ତାହା କେବଳ ଜମା କରିବାର ଟଙ୍କା l ତୁ ତୁ ସେଥିରୁ କାଣି ଟାଏବି ଖର୍ଚ୍ଚ କରି ପାରିବୁ ନାହିଁ l ଯକ୍ଷ ମୋତେ ମଧ୍ୟ ଦିନେ ସେଇ ଟଙ୍କା ଜାଚୁଥିଲା ଲ୍ମୁନ ତାକୁ ପଚାରିଲି, ‘’ ତାହା ଜମା କରିବାର ଟଙ୍କା ନା ଖର୍ଚ୍ଚ କରିବାର ଟଙ୍କା ?’’ ଯକ୍ଷ ହସି ହସି ପଳାଇ ଗଲା l ଯଦି ତୁ ତୋର ମଙ୍ଗଳ ଚାହୁଁ ତ ଶୀଘ୍ର ନେଇ ଏହାକୁ ଫେରାଇ ଦେ l ନହେଲେ ବହୁତ ଅସୁବିଧାରେ ପଡିବୁ l

ଏହା ପରେ ବାରିକ ବାଟରେ ଆସୁଥିବା ସମୟରେ ଯେଉଁଠାରେ ଟଙ୍କା କଥା ଶୁଣିଥିଲା ସେଟାକୁ ଯାଇ କହିଲା, ‘’ ହେ ଯକ୍ଷ ରାଜ ତୁମେ ତୁମର ଟଙ୍କା ଫେରାଇ ନିଅ l ମୋର ଦରକାର ନାହିଁ l ଯକ୍ଷ କହିଲା,’’ ଆଚ୍ଛା ହେଉ l ‘’ ବାରିକ ଘରକୁ ଆସି ଦେଖେତ ସାତ କଳସ ଟଙ୍କା ଆଉ ନାହିଁ l ତାହା କୁଆଡେ ଉଭେଇ ଯାଇଛି l ବିଚରା ଣ ଖାଇ ନପିଇ ଯେଉଁ ଟଙ୍କା ସଙ୍କୟ କରିଥିଲା ସେ ଭୋଗ କରି ପାରିଲା ନାହିଁ l ନିମିଷକ ଭିତରେ କୁଆଡେ ଚାଲିଗଲା l


Rate this content
Log in

Similar oriya story from Children