STORYMIRROR

parineeta 💝pk💝

Inspirational

4  

parineeta 💝pk💝

Inspirational

ସାର୍ଥକ ସ୍ବପ୍ନ

ସାର୍ଥକ ସ୍ବପ୍ନ

2 mins
399

ପଶ୍ଚିମ ଓଡିଶାର ଏକ ଛୋଟ ସହର ବରଗଡ଼।ଯେଉଁଠି ପ୍ରକୃତି ର ସୁର ସହ ପରମ୍ପରାର ତାଳରେ ସୌନ୍ଦର୍ଯ୍ୟମୟ ହୋଇଉଠେ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ।ତଥାପି ଏଠି ଶିକ୍ଷା ର ଦୁଆରବନ୍ଧ ଅନ୍ଧବିଶ୍ବାସର ଶିକୁଳି ରେ ବନ୍ଧା।କିନ୍ତୁ କୁହାଯାଏ ଅନ୍ଧାର ନଥିଲେ ଆଲୁଅ ର କିଛି ମୂଲ୍ୟ ରହେନା।ଏମିତି ଆଲୁଅ ଖୋଜୁ ଖୋଜୁ ଅନ୍ଧାର ଭିତରକୁ ଚାଲି ଯାଇଥିଲେ ଆନନ୍ଦ।ବରଗଡ଼ ଜିଲ୍ଲାର ମଫସଲ ଗାଁ ରେ ଜନ୍ମିତ ଆନନ୍ଦ। ଦୁଇ ସ୍ବାମୀ ସ୍ତ୍ରୀ ଙ୍କ ଚାରିଗୋଟି ସନ୍ତାନ ମଧ୍ୟରୁ ଜୀବିତ ସନ୍ତାନ ସେ।ଅତି ଅଳିଅଳରେ ବଢି଼ଥିଲେ। ଗୋଟିଏ ଗରିବ ପରିବାରର ଛୁଆ ଭଳା କେତେ ଅଳିିଅଳରେ ବଢି଼ବ। କିନ୍ତୁ ବୁଢ଼ାବୁଢ଼ୀ ନିଜ ସାମର୍ଥ୍ୟ ଠୁ ଅଧିକ ଦେଇଥିଲେ। ଇଟାଭାଟି,କେନ୍ଦୁପତ୍ର ତୋଳି ,କାହା ପାଖରେ ଗୋତି ରହୁଥିଲେ ନିଜ ଛୁଆକୁ ମଣିଷ କରିବା ପାଇଁ।ନିଜେ ଅଶିକ୍ଷିତ ହୋଇ ସୁଦ୍ଧା ସେମାନେ ଆନନ୍ଦ କୁ ବଡ଼ ମଣିଷ କରିବାର ସ୍ବପ୍ନ ଦେଖିଥିଲେ।ସେ ସମୟରେ ବରଗଡ଼ ସମ୍ବଲପୁର ସହ ମିଶି ଗୋଟିଏ ଜିଲ୍ଲା ଥିଲା।କାଁ ଭାଁ କେତେଗୋଟି ସ୍କୁଲ ଥିଲା। ଆଉ କଲେଜ କଥା ନ କହିବା ଭଲ କାହିଁକି ନା ଗାଁ ର ପିଲା ମାଟ୍ରିକ ପାସ୍ କରିବା ହିଁ ଗର୍ବର ବିଷୟ ଥିଲା।ଆନନ୍ଦ ଗାଁରେ ରହି ପାଠ ପଢ଼ନ୍ତି ।ଏମ୍.ଇ ସ୍କୁଲ ସରିଲା ପରେ ହାଇସ୍କୁଲ, ସେ ଯାହା ହଉ ତିନି ବର୍ଷ ର ପାଠକୁ ଆନନ୍ଦ ପାଞ୍ଚ ବର୍ଷ ପଢ଼ି ମାଟ୍ରିକ୍ ପାସ୍ କଲେ ଏବଂ ପ୍ରଥମେ କଲେଜ୍ ପଢ଼ିବାକୁ ଗଲେ। ମା ବାପା ଙ୍କ ଛାତି କୁଣ୍ଢେମୋଟ ,ନୂଆ ଜାମା ,ନୂଆ ବହି ଆଉ ନୂଆ ସାଇକେଲ।ଲାଗୁଥାଏ ଯେମିତି ହାତ ତିଆରି ବାବୁ ସାହେବ ।ଆନନ୍ଦ ଙ୍କ ପାଠ ପଢ଼ା ବିଷୟରେ ଆମେ ପୂର୍ବରୁ ଅବଗତ।ତଥାପି ଆନନ୍ଦ ଙ୍କ ଗୋଟିଏ ସ୍ବପ୍ନ ଥିଲା ଯେ ସେ ଜଣେ ଶିକ୍ଷକ ହେବେ ଏବଂ ଭଲ ମଣିଷ ତିଆରି କରିବେ। ସେ କହୁଥିଲେ ଶିକ୍ଷକତା ଏକ ଚାକିରୀ ନୁହେଁ ଏହା ଏକ ଦାୟିତ୍ବ ଶିକ୍ଷକ ର ଲକ୍ଷ୍ଯ ଭଲ ମଣିଷ ତିଆରି କରିବା ଏବଂ ଏହାର କାରଖାନା ବିଦ୍ଯାଳୟ।କିନ୍ତୁ କଲେଜ୍ ରେ ଇଂରାଜୀ ମାଧ୍ଯମରେ ଶିକ୍ଷା ଦିଆ ଯାଉଥିଲା ଏବଂ ଏହା ଆନନ୍ଦଙ୍କ ପରି ଛାତ୍ର ମାନଙ୍କ ପାଇଁ ବୁଝିବା କଷ୍ଟ ଥିଲା।

ବୁଝା ନ ପଡିଲେ ପାଠ ପଢ଼ିବାକୁ ଇଚ୍ଛା ହେବ କେମିତି ।ମନ ବି ବାହାନା ଖୋଜୁଥିଲା।କଥାରେ ଅଛି ଏ ମନ ଖୋଜୁଥାଏ ଯାହା କାଳେ ପ୍ରାପତ ହୁଏ ତାହା ପରି ,ଯେଉଁଠି ସେ କଲେଜ୍ ପଢୁଥିଲେ ସେଇଠି ପରଦାରେ ଚଳଚ୍ଚିତ୍ର ଦେଖାଯାଉଥିଲା। ସେ ସମୟରେ ଗାଁ ମାନଙ୍କରେ ପରଦା କହିଲେ ଏକ ଅଦ୍ଭୁତ ଜିନିଷ ଥିଲା।

ତେଣୁ ଆନନ୍ଦ ଙ୍କ କୌତୂହଳ ମଧ୍ୟ ବଢ଼ି ଚାଲିଥିଲା। ଏମିତି ଭାବେ ଯୁକ୍ତ ଦୁଇ ପାଠ୍ୟକ୍ରମ ସରିଗଲା।ପରୀକ୍ଷା ହେଲା ଓ ସେ ଅକୃତକାର୍ଯ୍ୟ ହେଲେ। ଆଉ ସେହି ଅସଫଳତା ର ଉପହାର ହେଲା ବିବାହ। ବାପା ମା ଙ୍କ ଚିନ୍ତା ଗଲା। ସେ ଚାହୁଁଥିଲେ ପୁଅ କୁ ଶିକ୍ଷିତ କରିବା ତାଙ୍କ ସ୍ବପ୍ନ ପୁରା ହେଲା। କିନ୍ତୁ ସମସ୍ତଙ୍କ ପରି ଆନନ୍ଦଙ୍କ ମଧ୍ୟ ଗୋଟିଏ ସ୍ବପ୍ନ ଥିଲା ଯାହା ବାସ୍ତବତାର ସ୍ବାଦ ଚାଖିବାକୁ ଚାହୁଥିଲା ।କିନ୍ତୁ ତାହା କ'ଣ ସମ୍ଭବ ?

ଆଗକୁ ଅଛି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational