STORYMIRROR

parineeta 💝pk💝

Inspirational Others

3  

parineeta 💝pk💝

Inspirational Others

ଜୀବନ ର୍ ଅର୍ଥ

ଜୀବନ ର୍ ଅର୍ଥ

2 mins
180

ଫଗୁନ୍ ମାସର୍ କଥା ବଉଳିଆ ଧୁକା ହୁର୍ ହୁର୍ ମାରୁଛେ କଅଁଲି ଆମ୍ ପତରର୍ ମହକ୍ ନାକେ ପିଟି ହଉଛେ।ଫଗନି ର୍ ମନ୍ ଟା ଯେ କୁହି ବିଲି ଗଲାନ, କାନ୍ଦି ନାଇଁ ପାରୁଛେ କି ତୁନ୍ ପରି ରହି ନାଇଁ ପାରୁଛେ। କାହାକେ କହେମି,କାଁ ବଲି କହେମି,କିଏ ବୁଝ୍ବା ଇ ଭିତ୍ରେଁ ଘାଁଟି ହଉଛେ । ଇ ଡହକ୍ ବିକଲ୍ ଥିଁ ଉଟଗନ୍ ଟେ ଖୁଜ୍ଲା  ଆର୍ ତାର୍ ମାଁ କେ କହେଲା ମାଁ ଗୋ ଆମର୍ ବାଏର୍ କିର୍ ଟିକେ ଦେଖିଆଏସିଁ ଆର୍ ଏତକର୍ କ୍ଷେତ୍ କେ ଛୁଟ୍ ଲା ।ସବୁଆଡ୍ ଶାଗୁଆ ଶାଗୁଆ ଦେଖିକରି ମୁହୁଁ କେ ହଁସବାର୍ ଲାଗିଁ ସଜେଇଛେ କି ଧାର୍ ଧାର୍ ହେଇ ଝରିଗଲା ଆଁଖି ନୁ ପାଏନ୍ ନଏଦ୍ ବାଗିର୍ ,ସତେ ଯେନ୍ତା ହୁରୁଦ୍ ଫାଟି ରକତ୍ ଟା ପାଏନ୍ ହେଇ ବାହାରୁଛେ । ଲିମ୍ ଗଛ୍ ତଲେ ଲଥୋ କରି ବସ୍ ଲା ।ତାହାକେ ଲାଗ୍ ଲା କିଏ ପଚ୍ରାଉଛେ କାଏଁ ଜେ କାନ୍ଦୁଛୁ, କାହାର୍ ଲାଗି, ଇଟା ତ ଜୀବନ୍ ଆଏ। ଫଗନି ଭାବ୍ ଲା ସତେ କାଣାଁ ଇଟା ଜୀବନ୍ ଆଏ ?ଜୀବନ୍ କାଣାଁ ଆଏ ? କିଏ କହେବା ? କାହାର୍ ଲାଗି ପଏସା ର ଉପ୍ ରେ ଶୁଇବାର୍ ଟା ଜୀବନ୍ ତ କାହାର୍ ଲାଗି କୁଟୁମ୍ ପୁସ୍ ବାର୍ ଟା ଜୀବନ୍,ଆଉ କିଏ ଜୀବନ୍ ଆଉ ଥରେ ନାଇଁ ମିଲେ ବଲିଁ ଦିନେ କେ ସବୁ ଜୀବନ୍ ଜିଇଁ ଦଉଛେ ତ କିଏ ଦେଶର୍ ଲାଗିଁ ଜୀବନ୍ ବିଛେଇ ଦଉଛେ,କିଏ ନିଜର୍ ପବିତ୍ରତା ର୍ ଲାଗି ତ କିଏ ଯୌତୁକ୍ ଲାଗି, ଆର୍ କିଏ ନିଜର୍ ଅଭିଳଷିତ ମଣିଷ ର୍ ଲାଗି ସମକର୍ ଲାଗି ଜୀବନର୍ ଅଲ୍ ଗା ଅଲ୍ ଗା ଅର୍ଥ। ହେତୁ କରାଲା ବାଗିର୍ ହେତେଇ ହଉଛେ ଜାନକୀର କଥା କଅଁଳି ପତର୍ କାଏଁ ଜାନ୍ ସି କେନ୍ତା କରି ବର୍ କସ୍ ହେବା କେତେ ଖରା ଥିଁ ତତ୍ ବା,କେତେ ବର୍ଷା ଥିଁ ଭିଜ୍ ବା ଆର୍ କେତେ ଶୀତେଁ କେଁକ୍ ରାବା।ଜାନକୀ ଭି ତ କଅଁଳି ପତର୍ ଥିଲା ଆର୍ କଅଁଳିଆ ମନ୍ ଦେଇଥିଲା ବିନାୟକ କେ । ବିନାୟକ ବି ସେତା କେ କେଡେ ଯତ୍ ନେ ରଖିଥିଲା। ଜାନୁ,ସୁନା,ଧନ ନାଇଁ ବଏଲେ  ଭାତ୍ ନାଇଁ ଖାଆନ୍ ଦୁହେ।ସେମାନେ କାଏଁ ଜାନିଥିଲେ ଗଛର୍ ଯେନ୍ତା ପତର୍ ଉପ୍ରେ ଅଧିକାର୍ ଅଛେ ସେନ୍ତା ଇ ସମାଜ ର ଜାଏତ୍,ଧରମ୍,ଧନୀ,ଗରିବ୍ ର ବି ଅଧିକାର୍ ଅଛେ ତାକର୍ ଉପ୍ରେ । ଆଏଜ୍ ବି ଝଲ୍ ସି ଯାଉଛେ ଜାନକୀ କହିଥିଲା ଫଗନି କେ" ଏ ବଉଲ ଆମର୍ କହିଛନ୍ ଇଟା last ଆଏ ତୁଇଁ ବଡ୍ ହେଲୁନ ତୋର୍ ଜୀବନ୍ ତୋର୍ ହିସାବେ ଜିଇଁ।" ୧୫ ଦିନ୍ ଯାଇ ନାଇଁ ପାରି ଜାନକୀ ଦିଆ ଯାଇଥିବା ର୍ ଜୀବନ୍ ଛାଡିଗଲା କି କିଏ ଛଡେଇ ନେଲା ଜନା ନାଇଁଗଲା ଭିକ୍ ଦେଇଥିବାର୍ ଜୀବନ୍ ସରିଗଲା।କଅଁଳି ପତର୍ କେ କିଏ ଛିଡେଇ ଦେଲା।ଫଗନି ଯେନ୍ତା ଶୁନ୍ ଲା କି ଜାନକୀ suicide କରିଛେ ଫଗନି ର୍ ମୁଡେଁ ଚଡକ୍ ପଡଲା ବାଗିର୍ ଲାଗଲା । ଯାହାର୍ ମୁହେଁ ଶୁନ୍ ବୁ କହୁଛନ୍ ଏତେ ସୁନ୍ଦର ଜୀବନ୍ କେ ହେଲେ ସେ ହିଁ ଜାନିଥିବା ଯେ ତାର୍ ଜୀବନ୍ କେ କେତେ ବାଧିଥିବା ଯେ ,ସେ ତାର୍ ଜୀବନ୍ କେ ମୁର୍ଛି ଦେଲା

ସତେ ଯେନ୍ତା ଫଗନି କଥା କେ ଗଛ ଖୁଟ୍ ବି କାନ୍ ଡେରି କରି ଶୁନୁଥିଲେ ଧୁକା ବି ଭୁଲିଯାଇଥିଲା ତାର କାମ୍ କାଣାଁ। କାନ୍ଦି ବୁବି କରି ଗହଦି ଯାଇଥାଏ ଫଗନି କେ ଯେନ୍ତା ଧୁକା ଟେ ମାର୍ ଲା କି ହାଏରେ ଜୀବନ୍ ଟିକେ ହାଏ ଲାଗ୍ ଲା ବଏଲା ଫଗନି ହେଲେଁ ବି ଇହାଦେ ତକ୍ ନାଇଁ ବୁଝି ସେ ଜୀବନର ଅର୍ଥ ।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational