Binodini Dash

Inspirational

4  

Binodini Dash

Inspirational

ରକ୍ତତୀର୍ଥ ଇରମ

ରକ୍ତତୀର୍ଥ ଇରମ

4 mins
244



    ଶୀତ ସକାଳ । ସେଦିନ ଶନିବାରରେ ଗୁରୁଜୀ, ଗୁରୁମା ଓ ପିଲାମାନଙ୍କ ସହ ଚାଲିଥିବା ଅନ୍ତରଙ୍ଗ ଆଳାପ ପିରିୟଡ଼ରେ ସୌମ୍ୟା କହିଲା- " ଗୁରୁମା' ପର୍ଯ୍ୟଟନ ଋତୁ ଆସିଗଲା । ଆମେ ଏବର୍ଷ ରକ୍ତତୀର୍ଥ ଇରମ ବୁଲି ଦେଖିବାକୁ ଚାହୁଁଛୁ । ଆଉ କେତେ ଜଣ ପିଲା ବି କହି ଉଠିଲେ - ହଁ ଗୁରୁମା' ଆମେ ବି ସେହି 'ସହିଦ ପୀଠ' ଦେଖିବୁ ।" ପ୍ରଧାନ ଗୁରମା' ମୁରୁକି ହସା ଦେଇ ଗୁରୁଜୀଙ୍କ ଆଡ଼କୁ ଚାହିଁଲେ । ଗୁରଜୀ ବୁଝିଗଲେ । ସେ ବି ହସିହସି କହିଲେ- "ନିଶ୍ଚୟ ଯିବା । ତୁମେମାନେ ବୀର ରକ୍ତରଞ୍ଜିତ ସେହି ପବିତ୍ର ମାଟିକୁ ଯେତେବେଳେ ଦେଖିବାକୁ ଚାହୁଁଛ, ମନା କରିବାର ଜୁ କାହିଁ ଆମ ପାଖରେ । ସେହି ବୀରଭୂମି, ଆମର ତୀର୍ଥ ଭୂମି କହିଲେ ଅତ୍ୟୁକ୍ତି ହେବ ନାହିଁ । ଯେଉଁଠି ଦିନେ ଇଂରେଜଙ୍କ ନୃଶଂସ ପଣିଆର ଶିକାର ହୋଇ ଗୁଳିରେ ଟଳି ପଡ଼ିଥିଲେ ୨୮ ଜଣ ସ୍ବାଧୀନତା ସଂଗ୍ରାମୀ । ଆଉ ୫୬ ଜଣ ଗୁରୁତର ଭାବରେ ଆହତ ହୋଇଥିଲେ । ଆହତମାନଙ୍କ ଭିତରୁ କିଛି ସମୟ ପରେ ଆଉ ଜଣେ ମଧ୍ୟ ମୃତ୍ୟୁବରଣ କରିଥିଲେ । ସେହି ୨୯ ଜଣଙ୍କ ମଧ୍ୟରେ ପରୀ ବେଓ୍ବା ନାମକ ଜଣେ ମହିଳା ଥିଲେ । ଯେ କି ଓଡ଼ିଶାର ଏକମାତ୍ର ମହିଳା ସହିଦ । ସେଥିପାଇଁ ଏହି ଲୋମହର୍ଷଣକାରୀ ଘଟଣା ଦ୍ବିତୀୟ "ଜାଲିଆନାଓ୍ବାଲାବାଗ" ହତ୍ୟାକାଣ୍ଡ ନାମରେ ଇତିହାସର କୋଳ ମଣ୍ଡନ କରିଛି । ଓଡ଼ିଶାର ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକଠାରୁ ମାତ୍ର ୧୬ କି.ମି. ଦୂରରେ ଅବସ୍ଥିତ ସେହି 'ବଳିଦାନ ପୀଠ' ।"  


    ଚତୁର୍ଥ ଶ୍ରେଣୀର ବାଳକ ପିଣ୍ଟୁ ଠିଆ ହୋଇ ପଚାରିଲା- "ସେଠି ଏତେ ଲୋକ କ'ଣ କରୁଥିଲେ ? ଗୁଳିବେଳେ ଦୌଡ଼ି ପଳାଇଲେ ନି ? ମୁଁ ଯଦି ଥାଆନ୍ତି ନା, ବନ୍ଧୁକ ଛଡ଼ାଇ ଆଣି ଢିସୁଂ- ଢିସୁଂ କରି ଦେଇଥାନ୍ତି ସେ ଫିରିଙ୍ଗିମାନଙ୍କୁ ।" ପିଣ୍ଟୁର ବାଚାଳ ଚଗଲା କଥାରେ ସଭିଏଁ ହୋ-ହୋ ହୋଇ ହସି ଉଠିଲେ । 


    ଗୁରଜୀ କଲିଲେ- "ସେଠି ଏତେ ଲୋକ କାହିଁକି ଜମା ହୋଇଥିଲେ କହୁଛି, ମନଦେଇ ଶୁଣ । ତୁମେ ତ ଜାଣିଛ ପରାଧୀନ ସମୟରେ ଇଂରେଜମାନେ ଆମ ଦେଶର ଲୋକମାନଙ୍କ ଉପରେ ଅନ୍ୟାୟରେ କେତେ ଅକଥନୀୟ ଅତ୍ୟାଚାର କରୁଥିଲେ । ସେମାନଙ୍କ ବିରୋଧରେ ଆମ ଦେଶର ବହୁତ ନେତା ସ୍ବର ଉଠାଇବାକୁ ଅଣ୍ଟା ଭିଡ଼ି ସାରିଥିଲେ ସେତେବେଳକୁ । ସ୍ଥାନେ ସ୍ଥାନେ ସଭାସମିତି କରି ଲୋକମାନଙ୍କ ଭିତରେ ଜଗରଣ ସୃଷ୍ଟି କରୁଥିଲେ । ମାତ୍ର ଫିରିଙ୍ଗି ଶାସକ ଏହା ଚାହୁଁନଥିଲେ । ଲୋକମାନେ ମେଳି ବାନ୍ଧି ଏକଜୁଟ ହେଲେ ସେମାନଙ୍କ ରାଜୁତି ଆଉ ଚଳିବ ନାହିଁ । ସେଥିପାଇଁ ସେମାନେ ବନ୍ଧୁକ ମୁନରେ ସଂଗ୍ରାମୀମାନଙ୍କୁ ଶାସନ କରୁଥିଲେ ଏଇ ଇରମ ନାମକ ସ୍ଥାନଟି ଏକ ପ୍ରାକୃତିକ ଗୋପନୀୟ ସ୍ଥାନ । ପୁଲିସ ଓ ପ୍ରଶାସନ ପଶିବା କଷ୍ଟସାଧ୍ୟ ଥିଲା । ତେଣୁ ଏହି ସ୍ଥାନଟିକୁ ଗୋପନୀୟ ଆଲୋଚନା ପାଇଁ ବାଛିଥିଲେ ସଂଗ୍ରାମୀମାନେ ।"


    ସଙ୍ଗେ ସଙ୍ଗେ ଲୀନା ଠିଆହୋଇ ପଚାରଲା- " ପ୍ରାକୃତିକ ଗୋପନୀୟ ସ୍ଥାନ କାହାକୁ ବୁଝାଯାଏ ଗୁରୁଜୀ ?" "ବଙ୍ଗୋପସାଗର ତଥା କଂସବାଂଶ ଓ ଗମେଇ ନଦୀ ଏ ସ୍ଥାନଟିକୁ ତିନିଦିଗରୁ ଘେରି ରହିଛି, ମାତ୍ର ଗୋଟିଏ ପାଖେ ସଠାକୁ ଯିବାକୁ ରାସ୍ତା ସେଇଥିପାଇଁ । ବୁଝିଲ ପିଲାଏ । "ଗୁରୁଜୀ କହିଲେ । "୧୯୨୦ ମସିହାରୁ ଗୋପବନ୍ଧୁ ଦାସ, ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ ଆଦି ନେତାମାନେ ଏଠାକୁ ଆସି ଲୋକମାନଙ୍କୁ ମହାତ୍ମାଗାନ୍ଧୀଙ୍କର ବାର୍ତ୍ତା ଶୁଣାଉଥିଲେ । ଯାହା ଦ୍ବାରା ସଂଗ୍ରାମ ତ୍ବରାନ୍ବିତ ହୋଇ ପାରୁଥିଲା । ଇରମରେ ଜନ୍ମିତ ବାଞ୍ଛାନିଧି ମହାନ୍ତି ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଓ ବ୍ରିଟିଶ ଶାସନର ଅବସାନ ପାଇଁ ପ୍ରମୁଖ ଭୂମିକା ନେଇଥାନ୍ତି । ସେ ସ୍ବାଧୀନତାଭିତ୍ତିକ କାବ୍ୟ ରଚନା କରି କଂଗ୍ରେସର ଆଭିମୁଖ୍ୟ ଲୋକମାନଙ୍କୁ ଶୁଣାଉଥିଲେ । ଯେଉଁଗୁଡ଼ିକ ଅସହଯୋଗ ଆନ୍ଦୋଳନ ସମୟରେ ସଂଗ୍ରାମୀଙ୍କୁ ଖୁବ୍ ଅନୁପ୍ରାଣିତ କରିଥିଲା ।


    ମହାତ୍ମାଗାନ୍ଧୀଙ୍କର ଭାରତ ଛାଡ଼ ଆନ୍ଦୋଳନକୁ ସମର୍ଥନ ଜଣାଇ ସ୍ବାଧୀନତା ସଂଗ୍ରାମୀମାନେ ୧୯୪୨ ମସିହା ସେପ୍ଟେମ୍ବର ୨୮ ତାରିଖ ଇରମଠାରେ ସେହି ପଡ଼ିଆରେ ଥିବା ଆମ୍ବଗଛ ମୂଳେ ଏକ ବିରାଟ ଜନସଭା ଆୟୋଜନ କରିଥିଲେ । ସେମାନେ ଅହିଂସା ଦ୍ବାରା କିପରି ଇଂରେଜଙ୍କ ହୃଦୟ ଜିତି ନିଜର ସ୍ବାଧୀନତା ଫେରି ପାଇବେ, ସେ ବିଷୟରେ ପରବର୍ତ୍ତୀ କର୍ଯ୍ୟପନ୍ଥା କ'ଣ ନିର୍ଦ୍ଧାରଣ କରିବେ ସେ ବିଷୟରେ ଆଲୋଚନା କରୁଥିଲେ । ଏହି ସମୟରେ ବାସୁଦେବପୁର ଥାନାର ଇଂରେଜ ପୁଲିସ ଡି, ଏସ. ପି. କୁଞ୍ଜବିହାରୀ ମହାନ୍ତିଙ୍କ ନେତୃତ୍ବରେ ସେଠି ପହଞ୍ଚି ଅତର୍କିତ ଭାବରେ ଗୁଳି ଚାଳନା କରିଥିଲେ ।ଏହି ଘଟଣା ସନ୍ଧ୍ୟା ସାଢେ ଛଅ ଘଟିଟା ସମୟରେ ଘଟିଥଲା । ଗୋଟିଏ ପଟରେ କେବଳ ରାସ୍ତା ଥିବାରୁ ଏକତ୍ରିତ ଲୋକମାନେ ସେହି ବାଟ ଦେଇ ଧାଁ ଦୌଡ଼ କରିବାରେ ଲାଗିଲେ। ଇଂରେଜ ପୁଲିସର କାର୍ଯ୍ୟାଳୟ ପାଢ଼ୀ ଆବାସର ଛାତ ଉପରୁ ନିର୍ଦ୍ଦୟ ବ୍ରିଟିଶ ପୁଲିସ ଗୁଳି ଚାଳନା କରିଥିଲେ । ସେ ପାଢ଼ୀ ଆବାସ ଏବେ ମଧ୍ୟ ସେଠାରେ ଅଛି । ଏବେ ସେହି ସ୍ଥାନ ଏକ ପର୍ଯ୍ୟଟନ କ୍ଷେତ୍ର ରୂପେ ପରିଚିତ । ତୁମେ ଯାଇ ପହଞ୍ଚିଲେ ସବୁ ବୁଲି ଦେଖିବ ।" 


    ଠିକ ତା'ପରେ ପରସ୍ପର ଆଲୋଚନା ମାଧ୍ୟମରେ ପରବର୍ତ୍ତୀ ରବିବାର ଠିକ୍ କରାଗଲା । ଆଉ ମାତ୍ର ସାତ ଦିନ ପରେ ସେମାନେ ଇରମର ପାବନ ମାଟିରେ ପାଦ ଥାପିବେ । ତେଣୁ ପିଲାମାନଙ୍କ ମନରେ ଆନନ୍ଦର ସୀମା ରହିଲା ନାହିଁ । ସମସ୍ତେ ସକାଳ ଛଅଟା ସମୟରେ ଆସି ବିଦ୍ୟାଳୟରେ ଉପସ୍ଥିତ ହେବେ ବୋଲି ନିଷ୍ପତ୍ତି ନିଆଗଲା ।


    ଗନ୍ତବ୍ୟ ସମୟ ଆସି ଉପସ୍ଥିତ । ସମସ୍ତେ ଆସି ନିର୍ଦ୍ଧାରିତ ସମୟରେ ବିଦ୍ୟାଳୟ ନିକଟରେ ପହଞ୍ଚିଗଲେ । ରୋଷେଇ ସରଞ୍ଜାମ ଓ ଯଥୋପଯୁକ୍ତ ଉପକରଣ ଧରି ମିନିବସଟି ଆଗେଇ ଚାଲିଲା ଇରମ ଅଭିମୁଖେ ଠିକ୍ ଛଅଟା ତିରିଶ ମିନିଟ୍ ସମୟରେ । 

    ବାଟରେ ପିଲାମାନେ ଦୁଇ ଦଳ ହୋଇ ପଦ୍ୟାନ୍ତ କରିକରିକା ଆସିଲେ । ଏକ ଖୁସିର ବାତାବରଣ ଭିତରେ କେତେବେଳେ ଯେ ସମୟ ସରିଗଲା ଜଣାପଡ଼ିଲା ନାହିଁ । ସେମାନେ ଆସି ପହଞ୍ଚିଗଲେ ପୂର୍ବାହ୍ନ ଦଶଟା ସମୟରେ ଭଦ୍ରକ ଜିଲ୍ଲାର ଇରମ ମାଟିରେ । ଭୁବନେଶ୍ବରରୁ ଯାତ୍ରା, ତେଣୁ ଚଣ୍ଡିଖୋଲରେ ସମସ୍ତେ ଓହ୍ଲାଇ ଜଳଖିଆ କାମ ସାରିଥିଲେ । ସ୍ଥାନ ବାଛି ରୋଷେଇ ଜିନିଷ ସହ ରୋଷେଇଆ ଆଉ ସହଯୋଗୀଙ୍କୁ ଛାଡ଼ି ସଭିଏଁ ଆଗେଇଲେ ସେହି ପାବନ ମାଟି ଆଡ଼କୁ ।


     ପ୍ରଥମେ ସମସ୍ତେ ମାଟି ଛୁଇଁ ପ୍ରଣାମ କଲେ ସହିଦମାନଙ୍କ ଉଦ୍ଦେଶ୍ୟରେ । ବାଞ୍ଛାନିଧି ମହାନ୍ତିଙ୍କ ପ୍ରତିମୂର୍ତ୍ତି ସମେତ ୨୯ ଜଣ ସହିଦଙ୍କର ସ୍ମୃତି ସ୍ତମ୍ଭ ପିଲାଏ ବୁଲିବୁଲି ଦେଖିଲେ । ପ୍ରତ୍ୟେକ ସ୍ତମ୍ଭରେ ସହିଦଙ୍କର ନାମ ଲେଖାଯାଇଛି । ପିଲାଏ ଗୋଟିଗୋଟି କରି ପଢ଼ୁଥାନ୍ତି । "ପ୍ରଧାନ ଗୁରୁମା' କହୁଥାନ୍ତି- "ନାମଗୁଡିକ ମନେରଖିବ । ଫେରିଲା ବାଟରେ ତୁମ ଭିତରେ ପ୍ରତିଯୋଗିତା ହେବ । ଯିଏ ବେଶି ସଠିକ୍ ଉତ୍ତର ଦେଇଥିବ ତାକୁ ବାର୍ଷିକ ଉତ୍ସବରେ ପୁରଷ୍କୃତ କରାଯିବ । "ତେଣୁ ପିଲାଙ୍କ ମଧ୍ୟରେ ଆଗ୍ରହ ଅଧିକ ବଢ଼ିଗଲା । ଗୁରୁମା' ସ୍ଥାନଟିର ଅବସ୍ଥିତି ପିଲାମାନଙ୍କୁ ପ୍ରତକ୍ଷ୍ୟ ଭାବରେ ବୁଝାଇ ଦେଉଥାନ୍ତି । "ଏହି ସ୍ଥାନରେ ବିସ୍ତୃତ ପଡ଼ିଆ ଆଉ ଆମ୍ବଗଛ ଥିଲା । ଏଇଠି ସ୍ବାଧୀନତା ସଂଗ୍ରାମୀମାନେ ସଭା କରୁଥିଲେ । ଆଉ ଏଇଟି ହେଉଛି ସେହି ପାଢ଼ୀ ଆବାସ, ଯେଉଁଠାରୁ ଗୁଳି ବର୍ଷଣ ହୋଇଥିଲା । ହେଇ ଦେଖ ପିଲାଏ, କିପରି ତିନି ଦିଗରୁ ଅବରୁଦ୍ଧ ଥିବା ଏହା ଏକ ପ୍ରାକୃତିକ ନିରାପଦ ସ୍ଥାନ । " ଇତ୍ୟାଦି ଇତ୍ୟାଦି---


     ସବୁ ବୁଲି ଦେଖିବା ଆଉ କଥୋପକଥନ ଭିତରେ ସମୟ ଅପରାହ୍ଣ ୧ ଟା ହୋଇଗଲା । ସଭିଏଁ ଆସି ମଧ୍ୟାହ୍ନ ଭୋଜନ ଗ୍ରହଣ କଲେ । ତା'ପରେ ଭଦ୍ରକ ଜିଲ୍ଲାର ପାଖାପାଖି ଦେବାଦେବୀ ପୀଠ ପରିଭ୍ରମଣ କରି ୪ ଟା ସମୟରେ ଭୁବନେଶ୍ବର ଅଭିମୁଖେ ଯାତ୍ରା ଆରମ୍ଭ କଲେ । ବାଟରେ ପିଲାଏ ଦୁଇ ଦଳ ହୋଇ ଇରମରେ ଯାହା ଯାହା ଦେଖିଲେ ସେ ବିଷୟରେ ପ୍ରଶ୍ନୋତ୍ତରୀ କଲେ । 



Rate this content
Log in

Similar oriya story from Inspirational