ରହସ୍ୟ
ରହସ୍ୟ
ବିଧାତା ର ଖେଳ କେ ଜାଣେ କାହା ଭାଗ୍ୟ ରେ କ'ଣ
ଅଛି । ବାପା ମାଆ ଜନ୍ମ ଦେଇଛନ୍ତି, ପାଠ ପଢେଇ ଶିକ୍ଷିତ ବି କରେଇ ବଢେଇ ନିଜର କର୍ତବ୍ଯ ଲିଭାଇ ଥାନ୍ତି, ହେଲ ଭାଗ୍ୟ ପରିବତ୍ତର୍ନ ବିଧାତାର ଖେଳ । କଥାରେ କୁହନ୍ତି ବାପା ଜାଣି ପୁଅ ଏବଂ ମାଆ ଜାଣି ଝିଅ, ହୁଏତ ତାହା କେତେ ଦୂର ସତ୍ୟ କାହାକୁ ଜଣାନାହିଁ ।
ମୋର ଜଣେ ସାଙ୍ଗ ରାମୁ ତାର ବାପା ରିକ୍ସା ଚଲେଇ ବହୁତ କଷ୍ଟରେ ରାମୁ କୁ ପାଠ ପଢେଇ ବଡ ମଣିଷ କଲେ କାରଣ ତା ବାପା ଚାହୁ ନଥିଲେ ତାଙ୍କ ପରି ତାଙ୍କ ପୁଅ ଯେମିତି ରିକ୍ସା ଚଲାଉ । ରାମୁ ପାଠପଢି ସାରିବା ପରେ ସବୁଆଡେ ଚାକିରୀ ଖୋଜିଲା ହେଲେ ତାକୁ କୌଣସି ଚାକିରୀ ମିଳୁ ନଥିଲା ।
ଦିନେ ଠିକ୍ ସେମିତି ରାମୁ ଚାକିରୀ ଆଶାରୁ ଭୂବନେଶ୍ବର ରୁ ଘରକୁ ଫେରୁଥାଏ ତାକୁ ବାଟରେ ଗୋଟିଏ ଭିକାରୀ ଭଳିଆ ବୁଳୁ ଥିବା ଏକ ବୁଢୀମାକୁ ଦେଖିଲା ଯିଏ କି ତାଙ୍କ ଘରଠୁ ଅଲଗା ହୋଇ ଯାଇଥିଲେ ରାମୁ ସେହି ବୁଢୀମା କୁ ଖାଇବାକୁ ଦେଲା ଏବଂ ତାକୁ ଘରକୁ ନେଇଗଲା । କିଛିଦିନ ପରେ ଚାକିରି ପାଇଁ ରାମୁ ଗୋଟିଏ ଅଫିସ କୁ ଯାଇଥିଲା ସେଠାରେ ରାମୁ ସବୁ ପ୍ରଶ୍ନର ଉତ୍ତର ଦେଇ ସେ ବାହାରକୁ ଆସିବା ବେଳେ ରାମୁ ସାକ୍ଷାତକାର ନେଉଥିବା ଅଫିସର ଙ୍କ ଟେବୁଲ ଉପରେ ତାର ହଠାତ୍ ନଜର ପଡିଗଲା ସେ କହିଲା ଏଇ ତ ମୋ ଘରେ ଥିବା ବୁଢୀ ମାଁ କିନ୍ତୁ ତାଙ୍କ ଫଟୋ କଣ କରୁଛି ।
ଏଇ କଥା ଶୁଣି ରାମୁ କୁ ସେଇ ସାକ୍ଷାତକାର ନେଉଥିବା ଅଫିସର କହିଲେ ତମେ ମୋ ମାଁ ଙ୍କୁ କଉଠି ଦେଖିଛ ? ରାମୁ କହିଲା ହଁ ଏଇ ବୁଢୀମା ଙ୍କୁ ମୁ ମୋ ଘରେ ରଖିଛି ସେଦିନ ମୁ ଭୂବନେଶ୍ବର ରୁ ଘରକୁ ଫେରୁଥାଏ ସେତେବେଳେ ତାଙ୍କୁ ଦେଖିଥିଲି ତା ପରେ ରାମୁ ର ଅଫିସର ତାଙ୍କ ମାଙ୍କୁ ପାଇ ବହୁତ ଖୁସି ହେଲେ ଏବଂ ରାମୁ କୁ ସାଙ୍ଗେ ସାଙ୍ଗେ ତାର ଯୋଗ୍ୟ ତା ଏବଂ ମହାନତା ଦେଖି ସେଇ ଅଫିସର ଜଣେ ବିଶ୍ବସ୍ତ ମ୍ଯାନେଜର ପଦବୀ ରେ ରଖିଦେଲେ ।
ରାମୁର ବାପା ଗାଁ ରୁ ଘରକୁ ଫେରି ଯେବେ ରାମୁର ଚାକିରୀ ପାଇବାର ରହସ୍ୟ ଜାଣିଲେ ସେ ବହୁତ ଖୁସି ହେଲେ ଏବଂ ରାମୁ ଭଳିଆ ପୁଅ ପାଇଥିବାରୁ ନିଜକୁ ଧନ୍ଯ ମନେ କଲେ ।
