ଓଡ଼ିଆ ଗଳ୍ପ ଓ କବିତା - ୩

Children

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ରାଜକୁମାରୀ ଓ ମଟରଦାନା

ରାଜକୁମାରୀ ଓ ମଟରଦାନା

2 mins
7.5K


ଶ୍ରୀମତୀ ସୁଜାତା ସିହ୍ନା

ଜଣେ ଅବୁଝା ରାଜା ଥିଲେ l ସେ ଅନ୍ୟାୟ ଓ ଅତ୍ୟାଚାର କରୁଥିବା ଲୋକଙ୍କୁ ସଙ୍ଗେ ସଙ୍ଗେ ଫାଶୀ ଦଣ୍ଡରେ ଦଣ୍ଡିତ କରୁଥିଲେ l ଦିନେ ଜଣେ ଧୋବା ଆସି କହିଲା- ମଣିମା ! ମୋର ସାଙ୍ଗ ରହିମ୍ ବୋଧହୁଏ ମୋର ଗଧ ଚୋରୀ କରି ନେଇଛି l ଏହା ଶୁଣି ରାଜା ସଙ୍ଗେ ସଙ୍ଗେ ରହୀମ୍ କୁ ଫାଶିରେ ଚଢେଇ ଦେଲେ l ରାଜାଙ୍କର ଏପରି ଅନ୍ୟାୟ ବିଚାରରେ ରହୀମ୍ ର ସ୍ତ୍ରୀ କରିମା ମନେ ମନେ ପ୍ରତି ଶୋଧ ନେବ ବୋଲି ବିଚାର କଲା l

ଏହାର କିଛି ଦିନ ପରେ ରାଣୀଙ୍କର ଝିଅଟିଏ ଜନ୍ମ ହେଲା l ରାଜକୁମାରୀଙ୍କର ଦେଖାରେଖା ପାଇଁ ଅନେକ ଦାସୀ ନିଯୁକ୍ତି ଦେଲେ l କରିମା ମଧ୍ୟ ସେମାନଙ୍କ ମଧ୍ୟରେ ଥିଲା l ଦିନେ ସମସ୍ତଙ୍କ ଅଜାଣତରେ ସେ ଶିଶୁ ରାଜକୁମାରୀଙ୍କୁ ଲୁଚାଇ ନେଇ ଆସିଲା l ଏକଥା ରାଜ୍ୟ ସାରା ଚହଳ ପଡିଗଲା l ରାଜକୁମାରୀଙ୍କ କୌଣସି ସନ୍ଧାନ ମିଳିଲା ନାହିଁ l ରାଜା ଝିଅକୁ ଝୁରି ଝୁରି ରୋଗ ଶଯ୍ୟାରେ ପଡ଼ି ରହିଲେ କିନ୍ତୁ ରାଣୀ ଦୁତ ପଠାଇ ଝିଅକୁ ଚାରିଆଡେ ଖୋଜୁ ଥାଆନ୍ତି l

ଚାହୁଁ ଚାହୁଁ ଷୋହଳ ବର୍ଷ ବିତିଗଲା l ଏହା ଭିତରେ ରାଜାଙ୍କର ମଧ୍ୟ ମୃତ୍ୟୁ ହୋଇସାରିଥିଲା l ରାଣୀ ରାଜ୍ୟ ଶାସନରେ ମନଯୋଗ ଦେଲେ l ପ୍ରଜାଙ୍କୁ ଉଚିତ୍ ନ୍ୟାୟ ମିଳୁଥିଲା l ରାଜ୍ୟବାସୀ ରାଣୀଙ୍କ ଶାସନରେ ଖୁସି ଥିଲେ ହେଲେ ରାଣୀ ନିଜ ଝିଅକୁ ନ ପାଇ ମନେ ମନେ ଦୁଃଖିତ ରହୁଥିଲେ l

ଦିନେ ରାଣୀ ରାଜ୍ୟ ତଥା ରାଜ୍ୟ ବାହାରୁ ସମସ୍ତ ଝିଅମାନଙ୍କୁ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆମନ୍ତ୍ରଣ କଲେ l ଏହା ଶୁଣି ବହୁତ ଝିଅ ଭାଗନେଲେ ସେମାନଙ୍କ ମଧ୍ୟରୁ ରାଣୀ ସାତଟି ଝିଅକୁ ସୁନ୍ଦରୀ ଭାବରେ ବିବେଚିତ କରାଇଲେ l ସେମାନଙ୍କୁ ବହୁତ ପୁରସ୍କାର ଓ ସୁସ୍ଵାଦ ଖାଦ୍ୟ ସହ ଏକ ରାତି ରାଜମହଲରେ ଶୋଇବା ପାଇଁ କୁହାଗଲା l ଟା ପରଦିନ ରାଣୀ ଜଣ ଜଣ କରି ସମସ୍ତଙ୍କୁ ପଚାରିଲେ- ‘ ତୁମକୁ କାଲୀ ରାତିରେ ଏନଆଇଡ଼ି କିପରି ହେଲା ? ଏକଥା ଶୁଣି ଛଅଜଣ ସୁନ୍ଦରୀ କହିଲେ- ରାଣୀ ମା’ ! ଆମେ କାଲି ରାତିରେ ଆରାମରେ ଶୋଇଛୁ l କିନ୍ତୁ ଜଣେ ସୁନ୍ଦରୀ କହିଲା ରାଣୀ ମା ! ଗଦି ତଳେ ଏକ ଛୋଟ ପଥର ଅଛି କି କ’ଣ ମତେ ଭାରି କଷ୍ଟ ହେଲା l ତେଣୁ ମୁଁ କାଲି ରାତିରେ ସୋଇ ପାରିଲି ନାହିଁ l ଏହା ଶୁଣି ରାଣୀ କହିଲେ- ତୁମେ ହିଁ ହେଉଛ ପ୍ରକୃତ ରାଜକୁମାରୀ ଅର୍ଥାତ ମୋର ଝିଅ l

ଏହା ଶୁଣି ମନ୍ତ୍ରୀ ଓ ସଭାପରିଷଦ ମାନେ କହିଲେ- ରାଣିମା ! ଆପଣ କିପରି ଜାଣିଲେ ? ରାଣୀ କହିଲେ- ମୁଁ ସବୁ ଝିଅଙ୍କ ଶୋଇବା ପାଇଁ ଏକା ବ୍ୟବସ୍ଥା କରିଥିଲି l ଅର୍ଥାତ ସମସ୍ତଙ୍କ କ୍ଷତ ଉପରେ କୋଡିଏଟି ଲେଖାଏଁ ଗଦି ବିଛେଇ ତା ତଳେ ଏକ ମଟର ଦାନା ରଖିଥିଲି l ଏକଥା ଅନ୍ୟ ସାଧାରଣ ଝିଅମାନେ ଜାଣିପାରିଲେ ନାହିଁ l ମାତ୍ର ଏ ଝିଅ ମଟର ଦାନାକୁ ଗୋଡି ଭାବି ରାତି ସାରା ଶୋଇ ପାରିନି l ତେଣୁ ଏମିତି କୋମଳ ଶରୀର କେବଳ ରାଜକୁମାରୀର ହୋଇଥାଇ ପାରେ l ତା’ ପରେ ରାଣୀ ସଙ୍ଗେ ସଙ୍ଗେ ଝିଅକୁ ତାର ପରିଚୟ ମାଗିଲେ l

ଝିଅଟି ଅତିଥି ଗୃହରେ ଅପେକ୍ଷା କରିଥିବା ତାର ମାଆ କରିମାକୁ ଡାକି ଆଣିଲା l ରାଣୀ ତାକୁ ଦେଖି ଚିହ୍ନି ପାରିଲେ ଏବଂ ତାକୁ ଏମିତି କାହିଁକି କଲୁ ବୋଲି ପଚାରିଲେ l ଏହା ଶୁଣି କରିମା ତାର ସ୍ଵାମୀ ପ୍ରତି ହୋଇଥିବା ଅନ୍ୟାୟ ବିଷୟରେ କହିଲା l ରାଣୀ କାରିମାକୁ କ୍ଷମା କରିଦେଲେ ଓ ନିଜ ଝିଅ ରାଜକୁମାରୀକୁ ପାଇ ଆନନ୍ଦରେ ଦିନ କାଟିଲେ l


Rate this content
Log in

Similar oriya story from Children