ପୁନର୍ଜନ୍ମ (ଭାଗ- ୨)
ପୁନର୍ଜନ୍ମ (ଭାଗ- ୨)
ଏପରି ଭୟଙ୍କର ଶବ୍ଦ ଶୁଣି ରାଜୀବ ଭୟରେ ଘର କୋଣରେ କାନରେ ହାତ ଦେଇ ବସିଥାଏ। ତା ଦେହରୁ ଭୟରେ ଗମ୍ ଗମ୍ ଝାଳ ବୋହୁଥାଏ। ସେ କିଛି ଜାଣିପାରୁନଥାଏ ତା ସହିତ ଏ ସବୁ କଣ ହେଉଛି। ସାରା ରାତି ସେ ସେହି ଘର କଣରେ ବସି କାଟିଦେଲା। ତା ପରଦିନ ରାତିରେ ରାଜୀବ ଶୋଇବା ପୂର୍ବରୁ ତା ରୁମ ର କବାଟ ଝରକା ଲକ କରିନେଲା ଏବଂ ଶୋଇଲା। ଘର ବାହାରେ ବିଲୁଆର କର୍କଶ ଶବ୍ଦ ସେ କାଳ ରାତ୍ରୀକୁ ପ୍ରକମ୍ପିତ କରୁଥାଏ। ଘଣ୍ଟା କଣ୍ଟା ଟିକ୍ ଟିକ୍ କରୁଥାଏ। ରାଜୀବ ନିଘୋଡ଼ ନିଦରେ ଶୋଇଥାଏ। ରାତିର ଠିକ 1.00am time ରେ ରାଜୀବ ଉପରେ ଗୋଟେ କଳା ଛାଇ ପରି ସ୍ତ୍ରୀ ଲୋକ ମାଡ଼ି ବସିଲା ଏବଂ ରାଜୀବର ତନ୍ଟି ଚିପ ଧରିଲା। ରାଜୀବର ନିଦ ଭାଙ୍ଗିଗଲା। ରାଜୀବ ଛଟ ପଟ ହେଉଥାଏ ଏବଂ ସେ ସ୍ତ୍ରୀ ଲୋକଟି କହୁଥାଏ -"ଅନୁରାଗ !ମୁଁ ତୋତେ ଏତେ ସହଜରେ ମାରିବିନି। ମୁଁ ତୋତେ କଷ୍ଟ ଦେଇ ଦେଇ ମାରିବି। " କହି ଜୋରରେ ହସୁଥାଏ। ରାଜୀବ ଭୟରେ ଚିତ୍କାର କରୁଥାଏ। ଏବଂ ବଞ୍ଚାଅ ବଞ୍ଚାଅ କହି ଡାକୁଥାଏ। କିଛି ସମୟ ପରେ ସେ ସ୍ତ୍ରୀ ଜଣକ କୁଆଡେ ଉଭାନ ହୋଇଗଲା। ରାଜୀବ ଖଟରୁ ଓହ୍ଲାଇ ପଡ଼ିଲା ଏବଂ ସେଦିନ ରାତିରେ ମଧ୍ୟ ସେ ଭୟରେ ଘର କୋଣରେ ଅନିଦ୍ରା ବସି ରହିଲା। ଭୟରେ ତା ହାର୍ଟବିଟ୍ ଜୋରରେ ଦୌଡୁଥାଏ। ଏବଂ ଦେହରୁ ଗମ୍ ଗମ୍ ଗରମ ଝାଳ ବୋହୁଥାଏ। ସେ କିଛି ଜାଣିପାରୁନଥାଏ ତା ସହିତ ଏ ସବୁ କଣ ହେଉଛି। ପ୍ରତ୍ୟେକ ଦିନ ରାତିରେ ତା ସହିତ ଏମିତି ହେବାକୁ ଲାଗିଲା। ଏବଂ ସ୍ତ୍ରୀ ଜଣଙ୍କ ଆସି ତାକୁ ପ୍ରତ୍ୟେକ ଦିନ ରାତିରେ ମାଡ଼ି ବସୁଥାଏ। ତେଣୁ ରାଜୀବ ଆଉ ରାତିରେ ଶୋଉ ନଥାଏ। ଅନିଦ୍ରା ରହି ରହି ରାଜୀବର ଦେହ ଦିନକୁ ଦିନ ଖରାପ ହେବାକୁ ଲାଗିଲା। ତା ଦେହ ପୁରା କଳା ପଡ଼ିଗଲା। ତେଣୁ ସେ ଭୟରେ ସେ ଘରେ ଆଉ ରହିଲାନି। ରାସ୍ତା କଡ଼ରେ ଆସି ରହିବାକୁ ଲାଗିଲା। ଏମିତି କିଛି ଦିନ ରାଜୀବ ରାସ୍ତା କଡ଼ରେ କାଟିଦେଲା। ଦିନେ ରାଜୀବ ସେହି ରାସ୍ତା କଡ଼ରେ ମୁହଁକୁ ଶୁଖାଇ ବସିଥାଏ। ସେହି ବାଟରେ ଜଣେ ଅଘୋରୀ ତାନ୍ତ୍ରିକ ବାବା ଯାଉଥିଲେ। ସେ ତାନ୍ତ୍ରିକ ବାବା ରାଜୀବକୁ ଦେଖି ତା ପାଖକୁ ଆସିଲେ ଏବଂ ରାଜୀବକୁ କହିଲେ -"ପୁଅ ତୋ ଜୀବନ ପ୍ରତି ବିପଦ ଅଛି। ଯଥା ଶୀଘ୍ର ତୋର ପ୍ରତିକାର କରିବାକୁ ପଡ଼ିବ ନହେଲେ ସେ ଦୁଷ୍ଟ ଆତ୍ମା ତୋ ଜୀବନ ନେଇଯିବ।"
ରାଜୀବ ତାନ୍ତ୍ରିକ ବାବାଙ୍କର କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲା। ଏବଂ ତାନ୍ତ୍ରିକ ବାବାଙ୍କୁ କହିଲା -"ବାବା ମୋତେ ରକ୍ଷା କରନ୍ତୁ ସେ ସ୍ତ୍ରୀ ଠାରୁ ମୋତେ ରକ୍ଷା କରନ୍ତୁ। "
ତାନ୍ତ୍ରିକ ବାବା କହିଲେ -"ସେ ସ୍ତ୍ରୀର ଆତ୍ମା ହେଉଛି ଗୋଟେ ଅତୃପ୍ତ ପ୍ରେତାତ୍ମା ସେ କାହିଁକି ତୋତେ ମାରିବାକୁ ଚାହୁଁଚି ତାହା ଜାଣିବାକୁ ହେଲେ ଆମକୁ ଯକ୍ଷିଣି ସାଧନ କରିବାକୁ ପଡ଼ିବ। ଯକ୍ଷିଣି ହିଁ ସେ ସ୍ତ୍ରୀ ବିଷୟରେ କହିପାରିବ। ଏବଂ ତୋ ସମସ୍ୟାର ସମାଧାନ ହେବ।"
ତାନ୍ତ୍ରିକ ବାବାଙ୍କ କଥା ଶୁଣି ରାଜୀବ କହିଲା -"ବାବା ଜଲ୍ଦୀ ଯକ୍ଷିଣି ସାଧନ କରନ୍ତୁ ନହେଲେ ସେ ସ୍ତ୍ରୀ ମୋ ଜୀବନ ନେଇଯିବ।"
ରାଜୀବର କଥା ଶୁଣି ତାନ୍ତ୍ରିକ ବାବା କହିଲେ -"ଯକ୍ଷିଣି ସାଧନ କରିବା କୌଣସି ସରଳ କାର୍ଯ୍ୟ ନୁହେଁ। ଯକ୍ଷିଣିକୁ ଥରେ ଡାକିଲେ ତା ମନସ୍କାମନା ପୂରଣ ନ କଲେ ସେ ତୋ ପାଇଁ ମଧ୍ୟ ବିପଦ ସୃଷ୍ଟି କରି ପାରେ।"
ରାଜୀବ ସେ ସ୍ତ୍ରୀକୁ ଏତେ ଭୟ କରିସାରିଥିଲା, ସେ ବାବାଙ୍କୁ କହିଲା -"ବାବା ମୁଁ ପାରିବି ଯକ୍ଷିଣିର ସବୁ ମନସ୍କାମନା ମୁଁ ପୂରଣ କରିପାରିବି।"
ତାନ୍ତ୍ରିକ ବାବା ତା ପରେ ରାଜୀବକୁ କହିଲେ -"ଆଜି ରାତିରେ ମୁଁ ଶ୍ମଶାନରେ ଥିବି। ତୁ ସେଠାକୁ ନିଶବ୍ଦ ରାତ୍ରୀରେ ଯିବୁ ସେଠାର ଆମେ ଯକ୍ଷିଣିର ସାଧନ କରିବା।"
ଏତିକି କହି ସେ ତାନ୍ତ୍ରିକ ବାବା ସେଠାରୁ ଚାଲିଗଲେ। ରାଜୀବ ସେଦିନ ମଧ୍ୟରାତ୍ରୀକୁ ଅପେକ୍ଷା କରିଥାଏ। ଯେତେବେଳେ ସବୁଆଡ଼େ ନିଶବ୍ଦ ହୋଇଗଲା, ରାଜୀବ ତାନ୍ତ୍ରିକ ବାବାଙ୍କ ପାଖକୁ ଶ୍ମଶାନକୁ ଯିବାକୁ ବାହାରିଲା, ରାଜୀବ ଶ୍ମଶାନକୁ ଯିବାକୁବେଳେ କୁକୁର ମାନେ ତାକୁ ଦେଖି ଭୟଙ୍କର ରଡ଼ି ଦେଉଥାନ୍ତି। ରାଜୀବ କିନ୍ତୁ ସେମାନଙ୍କୁ ଭୃକ୍ଷ୍ୟେପ ନ କରି ଶ୍ମଶାନ ରାସ୍ତାରେ ଚାଲିଥାଏ । କିଛି ସମୟ ପରେ ରାଜୀବ ଜଙ୍ଗଲ ମଝିରେ ଥିବା ପୁରୁଣା ଶ୍ମଶାନରେ ପହଞ୍ଚିଯାଉଛି। ସେଠାର ସେ ତାନ୍ତ୍ରିକ ବାବାଙ୍କୁ ଦେଖୁଛି। ତାନ୍ତ୍ରିକ ବାବା ତାଙ୍କର ସମଗ୍ର ଶରୀରରେ ଶ୍ମଶାନର ଭସ୍ମ ବୋଳି ହୋଇ ସେଠାରେ ଏକ ଅଦ୍ଭୁତ ଚିତ୍ର ପକାଇ ସେ ମଝିରେ ଏକ ଜଜ୍ଞ କୁଣ୍ଡକୁ ଥୋଇ, ଅଗ୍ନି ପ୍ରଜ୍ବଳନ କରି ମୁଣ୍ଡକୁ ତଳକୁ ଏବଂ ଗୋଡ଼କୁ ଉପରକୁ କରି ଧ୍ୟାନ ରତ୍ନ ଥାଆନ୍ତି । ରାଜୀବ ସେଠାର ଯାଇ ବସିଲା। କିଛି ସମୟ ପରେ ତାନ୍ତ୍ରିକ ବାବା ଧ୍ୟାନରୁ ଉଠିଲେ ଏବଂ ରାଜୀବକୁ ଗୋଟେ କଳା ବସ୍ତ୍ର ଏବଂ ଶ୍ମଶାନର ଭସ୍ମ ଦେଇ କହିଲେ-"ରାଜୀବ ଏହି କଳା ବସ୍ତ୍ରକୁ ପରିଧାନ କର ଏବଂ ଶ୍ମଶାନର ଭସ୍ମକୁ ନିଜ ଶରୀରରେ ଲେପନ କରିଦିଅ। କାରଣ ତନ୍ତ୍ର ବିଦ୍ୟା ନିମନ୍ତେ କଳା ରଙ୍ଗ ଉଚିତ୍ ହୋଇଥାଏ। "
ରାଜୀବ ତାନ୍ତ୍ରିକ ବାବାଙ୍କ ଆଜ୍ଞାନୁସାରେ କଳା ବସ୍ତ୍ର ଏବଂ ଭସ୍ମ ବୋଳି ହୋଇ ଜଜ୍ଞରେ ବସିଲା। ତାପରେ ତାନ୍ତ୍ରିକ ବାବା ଯକ୍ଷିଣି ଆବାହନ କରିବା ଆରମ୍ଭ କଲେ। ତାନ୍ତ୍ରିକ ବାବା ମୁଠାରେ ଭସ୍ମ ଧରୁଥାନ୍ତି ଏବଂ ଆଖିବୁଜି କିଛି ମନ୍ତ୍ର ଗୁଣୁ ଗୁଣୁ କରି ସେ ଜଜ୍ଞକୁଣ୍ଡକୁ ଫିଙ୍ଗୁଥାନ୍ତି। କିଛି ସମୟ ଏପରି କରିବା ପରେ ବିଧି ଅନୁସାରେ ବାବା ସେ ଜଜ୍ଞକୁଣ୍ଡରେ ଗୋଟେ କୁକୁଡ଼ାର ତନ୍ଟି କାଟି ବଳି ଦେଲେ। ଏବଂ ରାଜୀବକୁ କହିଲେ-"ରାଜୀବ ! ଯକ୍ଷିଣି ଏହି କୁକୁଡ଼ାର ରକ୍ତ ବଳିରେ ଶାନ୍ତି ନୁହେଁ ସେ ତୋରି ରକ୍ତ ମାଗୁଛି ତେଣୁ ତୁ ତାକୁ ତୋ ରକ୍ତ ଦେ।"
ତାନ୍ତ୍ରିକ ବାବାଙ୍କ କଥା ଶୁଣି ରାଜୀବ ତା ପାଖରେ ଥିବା ଦାଢୁଆ ଛୁରିକୁ ଧରୁଛି ଏବଂ ତା ହାତକୁ କାଟିକି ତା ଶରୀରର ଗରମ ରକ୍ତକୁ ସେ ଜଜ୍ଞକୁଣ୍ଡକୁ ପକାଉଛି। ଧାର ଧାର କରି ତା ହାତରୁ ରକ୍ତ ପଡୁଥାଏ। ତାନ୍ତ୍ରିକ ବାବା ଜୋର୍ ଜୋର୍ ରେ ମନ୍ତ୍ର ପଢ଼ି ଜଜ୍ଞକୁଣ୍ଡକୁ ଭସ୍ମ ଫିଙ୍ଗୁଥାନ୍ତି। କିନ୍ତୁ ଯକ୍ଷିଣି ପ୍ରକଟ ହେଉନଥାଏ। ଶେଷରେ ରାଜୀବ କହୁଛି- "ଘରକୁ ଗଲେ ସେ ଅତୃପ୍ତ ସ୍ତ୍ରୀ ମୋତେ ମାରିଦେବ ଏବଂ ଏଠାରେ ମୋ ଉପରେ ଯକ୍ଷିଣି ସନ୍ତୁଷ୍ଟ ନୁହେଁ। ତେଣୁ ଏ ଜୀବନ ରଖିକି ଆଉ ଲାଭ ନାହିଁ। " ଏତିକି କହି ରାଜୀବ ସେ ଦାଢୁଆ ଛୁରିକୁ ଧରୁଛି ଏବଂ ନିଜ ଗଳାରେ ଲଗାଇ ଗଳା କାଟିବାକୁ ଗଲା ବେଳେ, ତା ସାମ୍ନାରେ ଥିବା ଗଛରୁ ବାଦୁଡ଼ି ମାନେ ଉଡ଼ିକି ଆସୁଛନ୍ତି ଓ ଗୋଟେ ଭୟଙ୍କର ଶବ୍ଦ ହେଉଛି ଏବଂ ଗୋଟେ ଉଜ୍ଜ୍ୱଳ ଆଲୋକମୟ କିରଣ ସହିତ ଲାଲ ବସ୍ତ୍ର ପରିଧାନ କରି ମଥାରେ ବଡ଼ ସିନ୍ଦୁରର ଟୀକା ଲଗାଇ ଏକ ଭୟଙ୍କର ରୂପରେ ଯକ୍ଷିଣି ପ୍ରକଟ ହେଉଛନ୍ତି। ଏବଂ ରାଜୀବକୁ କହୁଛନ୍ତି - "ରହିଯା ରାଜୀବ ମୁଁ ତୋ ଭକ୍ତିରେ ପ୍ରଶନ୍ନ। କହ କାହିଁକି ମୋତେ ଆବାହନ କଲୁ।"
ରାଜୀବ ଯକ୍ଷିଣିକୁ ତା ସହିତ ଘଟିଯାଇଥିବା ସମସ୍ତ ଘଟଣା କହୁଛି ଏବଂ କାନ୍ଦି କାନ୍ଦି କହିଲା- "ମାତା ମୋତେ ସେ ସ୍ତ୍ରୀ କାହିଁକି ମାରିବା ପାଇଁ ଚାହୁଁଚି। ମୁଁ ତ ତାର କୌଣସି କ୍ଷତି କରିନି। ତା ଠାରୁ ମୋତେ ରକ୍ଷା କରନ୍ତୁ, ନହେଲେ ସେ ଅତୃପ୍ତ ପ୍ରେତାତ୍ମା ସ୍ତ୍ରୀ ମୋତେ ମାରିଦେବ।"
ରାଜୀବର କଥା ଶୁଣି ଯକ୍ଷିଣି ହସିବାକୁ ଲାଗିଲା ଏବଂ କହିଲା - "ତୁ ଏବେ ଯୋଉ କଷ୍ଟ ଭୋଗୁଛୁ ତାହା ତୋର ପୁନର୍ଜନ୍ମର କର୍ମର ଫଳ। ତେଣୁ ସେ ସ୍ତ୍ରୀ ତୋତେ ମାରିବା ପାଇଁ ଚାହୁଁଛି।"
ରାଜୀବ ଏକଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲା ଏବଂ କହିଲା- ମୁଁ ପୁନର୍ଜନ୍ମରେ କଣ କରିଥିଲି ମାତା କୁହନ୍ତୁ। ଏବଂ ସେ ସ୍ତ୍ରୀ ଠାରୁ ମୋତେ ରକ୍ଷା କରନ୍ତୁ। "
ତା ପରେ ଯକ୍ଷିଣି ତେବେ ଶୁଣୁ କହି ତାର ପୁନର୍ଜନ୍ମର କାହାଣୀ କହିବାକୁ ଆରମ୍ଭ କଲେ।
କ୍ରମଶଃ...

