STORYMIRROR

Chittaranjan Behera

Horror

3  

Chittaranjan Behera

Horror

ପୁନର୍ଜନ୍ମ - A Mysterious Story

ପୁନର୍ଜନ୍ମ - A Mysterious Story

2 mins
114

               (Part-1)

ସେଦିନ ଅମାବାସ୍ୟା ରାତି ଥିଲା। କୁହାଯାଏ ଅମାବାସ୍ୟା ରାତିରେ ତନ୍ତ୍ର ଶକ୍ତିର ଆବିର୍ଭାବ ହୁଏ। ଭୂତ ପ୍ରେତ ମାନେ ସେଦିନ ଶକ୍ତିଶାଳୀ ହୋଇ ଉଠନ୍ତି। ସେଦିନ ମଧ୍ୟ ଅମାବାସ୍ୟା ଥିଲା, ରାଜୀବ Last Night Busରେ ଗାଁକୁ ଆସୁଥାଏ। ସେ ବସରେ ରାଜୀବ କେବଳ ଏକା ହିଁ ବସିଥାଏ। ରାତି 12ଟାରେ Bus Bus-Stand ପହଞ୍ଚିଲା। ରାଜୀବ Busରୁ ଓହ୍ଲାଇଲା। ସେଠାରୁ ରାଜୀବର ଘର 5k.m। ତେଣୁ ସେ ଘରେ ଜଲ୍ଦୀ ପହଞ୍ଚିବା ପାଇଁ ଜଙ୍ଗଲର short cut ରାସ୍ତାରେ ଚାଲିଲା। ମୋବାଇଲ ଲାଇଟରେ ରାଜୀବ ରାସ୍ତା ଦେଖି ଦେଖି ଚାଲିଥାଏ। ଝିଙ୍କରିର ଝିଁ ଝିଁ ଶବ୍ଦରେ ସାରା ବନ ଭୂଖଣ୍ଡ ପ୍ରକମ୍ପିତ ହେଉଥାଏ। ଏବଂ ତା ସହିତ ବିଲୁଆର କର୍କଶ ଶବ୍ଦ ସେ ନିଶବ୍ଦ ରାତ୍ରୀରେ ଭାସି ଉଠୁଥାଏ। ଗୋଟେ ଗୋଟେ ଗଛରେ ପେଚା ମାନେ ବସି ରାଜୀବକୁ ଘୁରୁଥାନ୍ତି। ଏବଂ ଭୁଆସୁଣୀ ଚଢ଼େଇ ତା କର୍କଶ ଶବ୍ଦରେ ସେ କାଳ ରାତ୍ରୀକୁ ଭୟଙ୍କର କରିଦେଉଥାଏ। କିନ୍ତୁ ରାଜୀବ ଏକ ଲୟରେ ମୋବାଇଲର ମିଞ୍ଜି ମିଞ୍ଜି ଲାଇଟ୍ ରେ ଚାଲିଥାଏ। କିଛି ସମୟ ଯିବା ପରେ ରାଜୀବ ଦୂରରୁ ଦେଖୁଛି ତା ସାମ୍ନାରେ ଥିବା ବରଗଛ ମୂଳେ କେଶକୁ ମୁକୁଳା କରି ଜଣେ ସ୍ତ୍ରୀ ଧଳା ଲୁଗା ପିନ୍ଧି ବସିଛି। ତା ମଥାରେ ବଡ଼ ସିନ୍ଦୁରର ଟୀକା। ତା କୋଳରେ ଅଛି ଗୋଟେ ଶିଶୁ କନ୍ୟା। ଏବଂ ତା ପାଖରେ ଥିବା ହଳଦୀ ଡବାରୁ ହଳଦୀ କାଢି ସେ ସ୍ତ୍ରୀ ଶିଶୁଟିକୁ ହଳଦୀ ଲଗାଉଥାଏ। ସେ ପିଲାଟି ରାହା ଧରି କାନ୍ଦୁଥାଏ। ରାଜୀବ ସେ ସ୍ତ୍ରୀ ଜଣଙ୍କ ପାଖକୁ ଗଲା ଏବଂ ପଚାରିଲା-" ଆପଣଙ୍କର କଣ ହୋଇଛି? ଏହି ମଧ୍ୟ-ରାତ୍ରୀରେ ଆପଣ କାହିଁକି ଏହି ଶିଶୁଟିକୁ ଏଠାରେ ହଳଦୀ ଲଗାଉଛନ୍ତି?"


ସେ ସ୍ତ୍ରୀ ଜଣକ ହସିଲେ ଏବଂ କିଛି କହିବା ଆଗରୁ ରାଜୀବ ପଛରେ ଥିବା ବୁଦା ମୂଳରୁ କିଛି ଶବ୍ଦ ହେଲା। ରାଜୀବ ପଛକୁ ମୋଡ଼ି ଦେଖିଲା କିଛି ଜାଣିପାରିଲାନି ଏବଂ ଏପଟେ ଦେଖିଲା ବେଳକୁ ସେ ସ୍ତ୍ରୀ ସେଠାର ନାହାଁନ୍ତି। ରାଜୀବ ଆଶ୍ଚର୍ଯ୍ୟ ହେଇଗଲା। ଏବଂ ମନେ ମନେ ଭାବିଲା-"ସେ ସ୍ତ୍ରୀ କିଏ ସେ ଏତେ ରାତିରେ ସେହି ପିଲାକୁ ଏଠାରେ ହଳଦୀ କାହିଁକି ଲଗାଉଥିଲେ।" ଏମିତି ଭାବି ଭାବି ରାଜୀବ ତା ଘରେ ପହଞ୍ଚିଯାଉଛି। ସାରା ରାତି ତା ଆଖିରେ ନିଦ ଆସୁନଥାଏ। ସେ ସ୍ତ୍ରୀ ଆଉ ତା ପିଲାର ଚେହେରା ବାରମ୍ବାର ତା ଆଖିରେ ନାଚୁଥାଏ। 


ଯେମିତି ସେମିତି କରି ରାଜୀବ ଆଖିରେ ନିଦ ମାଡ଼ିଗଲା ଏବଂ ସେ କିଛି ସମୟ ଶୋଇଛି। ହଠାତ୍ ଗୋଟେ ଜୋରରେ ପବନ ଆସିଲା ଏବଂ ରାଜୀବର bedroom ପାଖ ଝରକାର କବାଟ ଖୋଲିଗଲା। କବାଟ ଖୋଲିବା sound ଶୁଣି ରାଜୀବର ନିଦ ଭାଙ୍ଗିଗଲା। ଖୋଲା ଝରକା ପଟେ ସାଇଁ ସାଇଁ ପବନ ଆସୁଥାଏ। ଏବଂ ସେ ସମୟରେ ରାଜୀବକୁ କିଏ ଜଣେ ସ୍ତ୍ରୀ ସ୍ବରରେ କିଛି କହିବାର ଶବ୍ଦ ଆସିଲା-" ଅନୁରାଗ ! ମୁଁ ତୋତେ କେବେବି ଛାଡିବିନି। ତୁ ମୋତେ ଆଉ ମୋ ଛୁଆକୁ ମାରିଦେଲୁ ମୁଁ ତୋତେ କେବେବି ଛାଡିବିନି ଅନୁରାଗ ! ମୁଁ ତୋତେ ମାରିଦେବି।" କହି ଜୋରରେ ହସିବାର ଶବ୍ଦ ହେଉଥାଏ। 

             To be continued.....part-2


     Coming soon......

                


Rate this content
Log in

Similar oriya story from Horror