STORYMIRROR

Chittaranjan Behera

Inspirational

3  

Chittaranjan Behera

Inspirational

ଆମ୍ବ ତୋଟା

ଆମ୍ବ ତୋଟା

2 mins
156

ଆଜିର କର୍ମମୟ ଜୀବନରେ ସମସ୍ତେ ସହରାଭିମୁଖି। ସହରରେ ଚାକ ଚିକଣ ଓ ବିଳାସ ବ୍ୟସନରେ ରହିବା ନିମନ୍ତେ ସମସ୍ତେ ପ୍ରାୟ ନିଜର ମାତୃ ଭୂମିକୁ ଭୁଲି ସହରାଭିମୁଖି ହେଉଛନ୍ତି। ସେମାନେ ସହରରେ ରହି ଭୁଳିଯାଉଛନ୍ତି ନିଜ ଗାଁକୁ। ଯେଉଁଠାରେ ସେମାନେ ଜନ୍ମର ପ୍ରଥମ ସ୍ପର୍ଶ ପାଇଥିଲେ,ପ୍ରଥମ ପରିଚୟ ପାଇଥିଲେ। କିନ୍ତୁ ସେମାନ ସେହି ଜନ୍ମ ଭୂମିକୁ ପରକରି ସବୁଦିନ ପାଇଁ ଚାଲିଯାଉଛନ୍ତି ବ୍ୟସ୍ତର ଦୁନିଆ ସହରକୁ,ଚିର ଆନନ୍ଦରେ ରହିବାକୁ। ଏବଂ ଭୁଲିଯାଆନ୍ତି ନିଜ ମାତୃ ଭୂମିକୁ। ଗାଁ ର ଲୋକଙ୍କୁ ସେମାନେ ଘୃଣା କରନ୍ତି। କିନ୍ତୁ ସେମାନେ ଜାଣନ୍ତିନି ଗାଁ ଠାରୁ ସୁନ୍ଦର ପରିବେଶ ଓ ଆନନ୍ଦ ଜୀବନ ଆଉ କୋଉଠାରେ ମିଳିବନି। ଗାଁ ହେଉଛି ଏହି ମର୍ତ୍ୟମଣ୍ଡଳର ସ୍ୱର୍ଗ।

         ତେବେ ଆଜିର ଶୀର୍ଷକ ହେଉଛି ଆମ୍ବତୋଟା। ପ୍ରତ୍ୟେକ ଗାଁର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେଉଛି ଆମ୍ବତୋଟା। ଗାଁରେ ଆମ୍ବତୋଟାରେ ଧାଡ଼ି ଧାଡ଼ି କରି ଆମ୍ବ ଗଛ ଥାଏ। ଆମର ପରିଚୟ ପାଇଁ ଯେମିତି ଗୋଟେ ନାଁ ଥାଏ ସେପରି ଆମ୍ବ ତୋଟାରେ ଆମ୍ବ ଗଛ ମାନଙ୍କର ମଧ୍ୟ ଗୋଟେ ଗୋଟେ ନାଁ ଥାଏ। ହିନ୍ଦୁ ପରମ୍ପରା ଅନୁସାରେ ବୃକ୍ଷକୁ ଦେବତା ବୋଲି ମାନାଯାଏ । ତେଣୁ ବଉଳ ଅମାବାସ୍ୟାରେ ଆମ୍ବ ତୋଟାରେ ଆମ୍ବ ଗଛକୁ ବନ୍ଦାଣ ବା ପୂଜା କରାଯାଏ।  ଫଗୁଣ ମାସର ସେହି ଆମ୍ବ ଗଛରେ ବଉଳ ଆସେ ଏବଂ ଏହାକୁ ଦେଖି କୋଇଲି ସେହି ଆମ୍ବ ଗଛରେ ବସି କୁହୁ କୁହୁ ସ୍ବରରେ ମନ ଆନନ୍ଦିତ କରେ। ସେହି ଆମ୍ବ ତୋଟରେ ଖରାଦିନେ ତାସ ପାଲି ପଡ଼େ। କେତେ ଜାନୀ ଯାତ୍ରା ସେହି ଆମ୍ବ ଗଛ ତଳେ ହୁଏ। ସେହି ଆମ୍ବତୋଟାରେ ଯେତେବେଳେ ଆମ୍ବ ପକ୍ବ ଧାରଣ କରେ ସତେଜେପରି ଆମ୍ବ ଗଛରେ ତାରା ଫୁଟିଲା ପରି ମନେ ହୁଏ। ଶୁଆ, ଶାରୀ, ମାଙ୍କଡ ଏହି ଆମ୍ବ ଗଛରୁ ଆମ୍ବ ଖାଇ ଆନନ୍ଦରେ ଜୀବନ ଯାପନ କରନ୍ତି। ଏହି ଆମ୍ବତୋଟା ଗାଁ ପରିବେଶର ଏକ ସୌନ୍ଦର୍ଯ୍ୟ। କିନ୍ତୁ ଏହି ସୌନ୍ଦର୍ଯ୍ୟରୁ ବଞ୍ଚିତ ରୁହନ୍ତି ସହରିଲୋକ। ସେମାନେ କଣ ଜାଣିବେ ଆମ୍ବ ତୋଟାର ସୌନ୍ଦର୍ଯ୍ୟ। ପିଲାମାନେ ପ୍ରତିଦିନ ସ୍କୁଲରୁ ଆସି ଦଉଡ଼ି ଯାଆନ୍ତି ଆମ୍ବ ତୋଟାକୁ ଖେଳିବା ପାଇଁ। ସେଠାରେ କେତେ ପ୍ରକାର ଖେଳ ବୋହୁ ଚୋରି, କିତି କିତି, କବାଡି ପରି ଖେଳ ପିଲା ମାନେ ଖେଳନ୍ତି। ପହିଲି ରଜରେ ସେହି ଆମ୍ବ ତୋଟାର ଆମ୍ବ ଗଛରେ ରଜ ଦୋଳି ଖେଳ ହୁଏ। ଆଖ ପାଖ ଗାଁରୁ ସମସ୍ତ ପିଲା ରୁଣ୍ଡ ହୋଇ ସେଠାରେ ରଜ ଦୋଳି ଖେଳନ୍ତି। ପିଠା ଭାଗବାଣ୍ଟି ଖାଆନ୍ତି, ରଜ ପାନ ଖାଆନ୍ତି। ଆଉ କେତେ ଯେ ମଜା ମସ୍ତି କରନ୍ତି। ୟାର ମଜା କଣ ସହରୀ ଲୋକେ ପାଇବେ?  

        କିନ୍ତୁ ଆଜିକାର ଯୁବଗୋଷ୍ଠୀ ଭୁଲି ଗଲେଣି ଗାଁକୁ,ଗାଁର ସେହି ଆମ୍ବ ତୋଟାକୁ, ଗାଁର ଜାନୀ ଯାତ୍ରା, ପୁନେଇ ପରବକୁ। କିନ୍ତୁ ଜାଣି ରଖିବା ଉଚିତ୍ ନିଜ ମାତୃଭୂମିର ସେବା କରିବା ଆମର କର୍ତ୍ତବ୍ୟ। ତେଣୁ ତା ପ୍ରତି ଅବହେଳା କରିବା ଏକ ଅପରାଧ ଅଟେ। 


Rate this content
Log in

Similar oriya story from Inspirational