ପୁଂଜିବାଦର ଶୋଷଣ ତିଷ୍ଠିବାର ତତ୍ତ୍
ପୁଂଜିବାଦର ଶୋଷଣ ତିଷ୍ଠିବାର ତତ୍ତ୍
ନିଜ ସ୍ଵାଭିମାନୀୟ ଆସ୍ତରଣ ତକ ବଳିଦେଲା ପରେ, ମଣିଷ ତାର ମଣିଷତ୍ୱ ହରାଇଥାଏ | ମଣିଷର ସ୍ଵାଭିମାନୀୟ ଆସ୍ତରଣକୁ ନଷ୍ଟ କରିବା ପାଇଁ ଦୀର୍ଘ ମିଆଦି ଯୋଜନା, ପରିକଳ୍ପନା ଏବଂ ତାର ବିରୋଧକୁ ବିରୋଧ ହେଲେ ପ୍ରତ୍ୟୁତ୍ତରରେ କଣ ଉତ୍ତର ଦିଆହେବ, ଏସବୁ ପୁଂଜିବାଦୀ ତତ୍ତ୍ୱବିତ ସୁଚିନ୍ତିତ ଭାବରେ ଯୋଗାଡ଼ି ରଖିଥାନ୍ତି । ଆରୋପ ପ୍ରତ୍ୟାରୋପ ମଝିରେ ନିରୁପାୟ ପେଣ୍ଡୁଲମ୍ଟିଏ ହୋଇ ସାଧାରଣ ମେହନତୀ ମଣିଷ ଶୀକାର ହୋଇଥାଏ ପୁଂଜିବାଦର ଶୋଷଣର, କାରଣ ତାର ସ୍ଵାଭିମାନୀୟ ଆସ୍ତରଣ ତକ ବଳିଦେଇଛନ୍ତି ଭାଗ୍ୟ ଭଗବାନ ଡକ୍ର ଭିତରେ, ମାଗିଖିଆ ହେବାର ଅଭ୍ୟାସ ଭିତରେ ଓ ସେ ନିମିତ୍ତ ମାତ୍ର କରି କରାଉ ଥାଏ ତତ୍ତ୍ୟରେ | ଏଥିରେ ଆଡ଼ିକ୍ଟ୍ ହୋଇ ସେ ଭାବେ ତାର ଜୀବନର ଏକମାତ୍ର ସତ୍ୟ ହେଉଛି ଅସହାୟତା ଓ ଭଗବାନ ତାର ଏକାକୀ କର୍ତ୍ତା ଓ ଧର୍ତ୍ତା। ସାରା ପୃଥିବୀ ମିଥ୍ୟା ଆଉ କେବଳ ନିଜେ ଗଡି କରି ଚାଲିଛି କିଛି ମାୟା ଭିତରେ | ନିଜର ଅଧିକାର ପାଇଁ ମୁଣ୍ଡ ଖେଳାଇବ କାହିଁକି ଏବଂ ଏହାର ସୁବିଧା ନିଏ ପୁଂଜିବାଦୀ ବ୍ୟବସ୍ଥା |
