STORYMIRROR

Minakumari Tahala

Horror Others

4  

Minakumari Tahala

Horror Others

ପଥ ପାର୍ଶ୍ୱରେ କିଏ ? ************** କାହିଁକି ଏ ଚଗଲା ଛ

ପଥ ପାର୍ଶ୍ୱରେ କିଏ ? ************** କାହିଁକି ଏ ଚଗଲା ଛ

4 mins
0

ପଥ ପାର୍ଶ୍ୱରେ କିଏ ? ************** କାହିଁକି ଏ ଚଗଲା ଛୁଆ ଗୁଡ଼ିକ ଏକାଠି ହୋଇ ହସି ହସି ଗଡି ଯାଉଛନ୍ତି। ଆଜି କାଲିକା ଛୁଆ ଏମାନେ କାହାକୁ ବଡ଼ ସାନ ମାନନ୍ତି ନାହିଁ। ସେମାନଙ୍କୁ ଯାହା ଇଛା ତାହା କରନ୍ତି । ଏମିତି ଅଭଦ୍ର ଙ୍କ ଭଳି ରାସ୍ତା ମଝିରେ ହସିବା ଭଲ ଲକ୍ଷଣ ନୁହେଁ। ସେ ଯାହା ହେଉ ସେମାନଙ୍କ ପାଖକୁ ଯାଇ ଏମିତି ଲପଙ୍ଗା ପରି ହସୁଥିବା କାରଣ ସଂପର୍କ ରେ ପଚାରିବାକୁ ହେବ ଏବଂ ପାନେ ଦେବାକୁ ପଡିବ। ନତୁବା ଏ ଚୁଲବୁଲିଆ ଛୁଆ ମାନ ଙ୍କୁ ଜମା ପାରି ହେବନି।ସିଲି ସ୍କୁଟି ଟି କୁ ସାଇଡ କରି ରଖି ସେମାନଙ୍କ ପାଖକୁ ଯାଇ ପଚାରିଲା ଏମିତି କଣ ହେଲା ରାସ୍ତା ମଝିରେ ଠିଆ ହୋଇ ଏତେ ଜୋରରେ ପାଟି କରି କାହିଁକି ହସୁଛ ? ସାଙ୍ଗ ମାନଙ୍କ ଭିତରୁ ସାହାସୀ ମୁନା ଆରମ୍ଭ କରି କହିଲା ହେଇ ଦେଖ ପଥ ପାର୍ଶ୍ୱରେ କିଏ ଜଣେ ଠିଆହୋଇଛି।ସେ ହେଉଛି ଏହି ଜଣକ। ସବୁଜ ବନାନୀ କ୍ଷେତ ମଧ୍ୟ ରେ ଏକ ସୁନ୍ଦର ମାଟି ନିର୍ମିତ ରାସ୍ତା ଟିଏ ଫୁଲେରା ଗ୍ରାମ ପର୍ଯ୍ୟନ୍ତ ଲମ୍ବି ଯାଇଛି। ଗ୍ରାମ କୁ ଯିବା ପାଇଁ ସେହି ଗୋଟିଏ ମାତ୍ର ପଥ। କେତେ ସ୍ମୃତି ଓ ଅନୁଭୂତି କୁ ସାଇତି ରଖିଛି ଏହି ପଥ। ଗ୍ରାମରେ ହେଉଥିବା ମେଳା ମହୋତ୍ସବ ଠାରୁ ଆରମ୍ଭ କରି ବିବାହ ବ୍ରତ ପର୍ଯ୍ୟନ୍ତ ସାକ୍ଷୀ ଭଳି ଠିଆ ହୋଇଛି। ଆନନ୍ଦ ଉଲ୍ଲାସ,ନାଚ ଗୀତ ଓ ଖେଳ କୁଦ ରେ ଭାଗିଦାର ଭଳି ସତେଯେପରି ଚାହିଁ ରହିଛି ଏ ପଥ। କୁଆଁରି ଝିଅ ଙ୍କ ବିବାହ ବିଦାୟ ସମୟରେ କେତେ ଲୁହ କୁ ଏହି ମାଟି ର ଛାତିରେ ଶୁଖାଇ ରଖିଛି ଏ ପଥ। କେତେ ପିଢ଼ିର ଶେଷ ଦୃଶ୍ୟ କୁ ଦେଖିଛି ଏ ପଥ। ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଏହି ଗୋଟିଏ ପଥ ହିଁ ସମସ୍ତ ଙ୍କ ର ସାହା ଭରସା ହୋଇ ଆସୁଛି। ସେ ଦିନ ଥିଲା ଆଶ୍ୱିନ ମାସ କୃଷ୍ଣପକ୍ଷ ପୋଲରୀ ଅମାବାସ୍ୟା ଓ ରବିବାର ହାଟ। ବୁଲି ନାନୀ ମାସକ ଯାକ ର ସମସ୍ତ ଜିନିଷ କିଣି ଫେରିଲା ବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା। ରାତ୍ର ଦଶ ଘଣ୍ଟା ବାଜି ଗଲାଣି କୌଣସି ଯାନବାହନ ଦେଖାଯାଉନଥିଲା। ହେଲେ କଣ କରିବ ଚାଲି ଚାଲି ପଳାଇ ଗଲେ ଚଳି ଯିବ ମାତ୍ର ପାଞ୍ଚ କିଲୋମିଟର ଦୂର ରାସ୍ତା।ସେ ଯାହା ହେଉ କଷ୍ଟରେ ହେଉ ପଛକେ ଘରେ ପହଞ୍ଚି ଯିବା ଉଚିତ୍ ଭାବି ଆଗକୁ ପାଦ ବଢ଼ାଇ ଚାଲିବାକୁ ଲାଗିଲା। କିଛି ବାଟ ଯିବା ପରେ ହଠାତ୍ ରାସ୍ତା ର ବାମ ପାର୍ଶ୍ୱକୁ ନଜର ପଡିଲା। ଦେଖାଗଲା ଯେ ସେହି ରାସ୍ତା ପାର୍ଶ୍ୱରେ କିଏ ଜଣେ ଠିଆହୋଇଛି। ଠିକ୍ ସେହି ସମୟରେ ଦୁଲକାଏ ପବନ ଆସି ଶରୀର କୁ ସ୍ପର୍ଶ କରିଦେଲା। ଠେଙ୍ଗା ପରି ଠିଆ ହୋଇ ଥିବା ମଣିଷ ଟା ଝୁଲି ବାକୁ ଲାଗିଲା। ବୁଲି ନାନୀ ଙ୍କ ମନରେ ଟିକିଏ ଭୟ ସଂଚାରିତ ହେଲା। ତଥାପି ବୁଲି ନାନୀ ଶକ୍ତ ହୋଇ ଚାଲିବାକୁ ଲାଗିଲା। ସେ ବିବାହ କରିବାର ଦୀର୍ଘ ତିରିଶ ବର୍ଷ ବିତିଗଲାଣି।ସେ ଏହି ପଥ ଦେଇ ଏହି ଗ୍ରାମ କୁ କଷି କନିଆଁ ସାଜି ଆସିଥିଲା। ଏବେ ତାର ବୟସ ପଞ୍ଚ ଚାଳିଶ ବର୍ଷ ରୁ ଉର୍ଦ୍ଧ୍ବ ଟପିଗଲାଣି। ହେଲେ ଏଭଳି ଦୃଶ୍ୟ କେବେବି ଦେଖି ନାହିଁ। ମନକୁ ଆସିଲା ଗ୍ରାମ ର କୌଣସି ଝିଅ କିମ୍ବା ପୁଅ ଏଠି ଆସି ଠିଆ ହୋଇ ନାହାନ୍ତି ତ। ସେ ଯାହା ହେଉ ଲକ୍ଷ ହେଉଛି ନିଜ ଘରେ ପହଞ୍ଚି ଗଲେ ହେଲା। ପୁନର୍ବାର ମନକୁ ଦୃଢ଼ କରି ଆଗକୁ ବଢ଼ିବାକୁ ଲାଗିଲା। ଠିକ୍ ଏହି ସମୟରେ ଚଢ଼େଇ ଟିଏ ଫୁର କରି ଏ ଡାଳରୁ ସେ ଡାଳକୁ ଉଡ଼ିଗଲା।ବୁଦାମୁଳ ରୁ ଖସ ଖସ ଶବ୍ଦ କାନକୁ ଶୁଣାଗଲା। ବୁଲି ନାନୀ ମନରେ ଅଜଣା ଭୟ ମାଡ଼ି ଆସିଲା। ସେ ଭାବିବାକୁ ଲାଗିଲା ଯେ ଖମ୍ବ ଭଳି ଠିଆ ହୋଇଥିବା ବ୍ୟକ୍ତି ଟି ଭୂତ ପ୍ରେତ କାଳେ ହୋଇଥିବ। ସେ ବ୍ୟକ୍ତି ଟି କାଳେ ପଛରେ ଆସୁଥିବ। ଏମିତି ଭାବନା ଭିତରେ ପଥର ରେ ଗୋଡ଼ ବାଜି ଝୁଣ୍ଟି ପଡ଼ି ତଳେ ପଡ଼ି ଗଲେ। ମୁଣ୍ଡ ଉପରେ ଥିବା ସମସ୍ତ ଜିନିଷ ତଳେ ପଡ଼ି ଗଲା।ସେ ସବୁ ଜିନିଷ କୁ ଛାଡି ବୁଲି ନାନୀ ଦୌଡି ବାକୁ ଲାଗିଲେ। ଗାଁ ମୁଣ୍ଡ ଆରମ୍ଭ ରେ ଥିବା ସିମେଣ୍ଟ ଚାନ୍ଦିନୀ ଉପରେ ଗ୍ରାମ ର କେତେକ ବେକାରୀ ଯୁବକ ଯୁଆ ଖେଳୁଥିଲେ।ଭୂତ ଭୂତ କହି ଚିତ୍କାର କରି ହଠାତ୍ ବୁଲି ନାନୀ ତଳେ ପଡ଼ି ଗଲେ। ଏହି କଥା କାନକୁ କାନ ହୋଇ ଗ୍ରାମରେ ପ୍ରଚାର ହୋଇଗଲା। ସମସ୍ତେ ଦୌଡି ଆସିଲେ ବୁଲି ନାନୀ ଙ୍କ ପାଖକୁ। ଯାହା ମନକୁ ଯାହା ଆସିଲା ମନଗଢ଼ା କଥା କହିବାକୁ ଲାଗିଲେ କିଏ କହିଲା ଡାହାଣୀ ନିଆଁ କୁଲା ଧରି ପିଲା ସେକୁଅଛି।ଆଉ କିଏ କହିଲା ଦିନେ ରାତିରେ ଆସିଲା ବେଳକୁ ସତେ ଯେପରି ଦେଖିଅଛି ଯେ ଭୂତ ଏତେ ବଡ଼ ବଡ଼ ନଖ ଓ ଦାନ୍ତ କଡ଼ମଡ଼ କରି ଡାକୁଥିଲା। କେତେ ପ୍ରକାର ର ଗୁଜବ କଥା କାନକୁ କାନ ହୋଇ ବ୍ୟାପି ଚାଲିଲା। ଏବଂ ସେହି ରାତି ଭିତରେ ଗ୍ରାମରେ ଏକ ବୈଠକ ବସି ସ୍ଥିର ହେଲା ଯେ ଚୋର ଖଣ୍ଟ କିମ୍ବା ଭୂତପ୍ରେତ ସେହି ଉପରେ ଜାଣିବା ପାଇଁ କେତେକ ବଳିଷ୍ଠ ଯୁବକ ମାନଙ୍କୁ ଦାୟିତ୍ୱ ପ୍ରଦାନ କରାଗଲା ଏବଂ ସେମାନେ ଠେଙ୍ଗା ବାଡ଼ି ଧରି ବାହାରିଲେ ସେହି ରାସ୍ତା ପାର୍ଶ୍ୱକୁ। କିଟିକିଟି ଅନ୍ଧାର ଭିତରେ ଦେଖିବାକୁ ମିଳିଥିଲା ଯେ ଖମ୍ବ ଭଳି ଠିଆ ହୋଇଥିବା କିଏ ଜଣେ ଝୁଲୁଛି। ମୁନା ପାଟି କରି କହିଲା ଭାଇ ଆମ ପାଖକୁ ଭୂତ ମାଡିଆସୁଛି।ଆରେ ଚାଲ ପଳାଇବା ଭୂତ ଖାଇଯିବ। ଏହି ଭଳି ଡର ଭୟ ର ପରିସ୍ଥିତି ଭିତରେ ଟୁକୁନା ନିଜର ବାହାଦୁରୀ ଦେଖାଇ ରାସ୍ତା ପାର୍ଶ୍ୱକୁ ଓହ୍ଲାଇ ପଡ଼ିଲା ଏବଂ ଦୁଇ ଟି ମୁଥ ମାରି ବାରୁ ଟୁକୁନା ର ହାତକୁ କିଏ ଜାବୋଡି ଧରିଲା ଭଳି ଲାଗିଲା। ଆରେ ଭାଇ ମୋତେ ରକ୍ଷା କରନ୍ତୁ କହି ସମସ୍ତେ ଦୌଡି ଆସିଲେ ଗ୍ରାମ କୁ।ସେଠି ଯାଇ ଦେଖିଲେ ଟୁକୁନା ର ଦୁଇଟି ହାତରୁ ରକ୍ତ ବାହାରୁଛି। ଏହି ସବୁ ଘଟଣା ଶୁଣି ଛୁଟି ରେ ଆସିଥିବା ବିଜ୍ଞାନ ଛାତ୍ର ମିଥୁନ ରାତ୍ରି ରେ ଜମା ଶୋଇ ପାରିଲେ ନାହିଁ। ଭୂତ ପ୍ରେତ କିଛି ନାହିଁ। ଏହି ବିଜ୍ଞାନ ଯୁଗରେ ଏମିତି ଭାବିବା ଉଚିତ୍ ନୁହେଁ। ମଣିଷ ଚନ୍ଦ୍ର ପୃଷ୍ଠରେ ପାଦ ଥାପି ଲାଣି କହି ସକାଳୁ ସକାଳୁ ସାଙ୍ଗ ମାନଙ୍କୁ ନେଇ ସେହି ରାସ୍ତା ପାର୍ଶ୍ୱକୁ ଚାଲିଲେ। ସୂର୍ଯ୍ୟ ଙ୍କ ର ସୁନେଲି କିରଣ ରେ ପଥଟି ଝଲସି ଉଠୁଛି। କେଉଁଠି କିଛି ବ୍ୟକ୍ତି ଦୃଶ୍ୟ ମାନ ହେଉ ନାହିଁ। ହଠାତ୍ ମିଥୁନ ର ଆଖି ପଡ଼ିଲା ଏକ ସପ୍ତଫଣୀ ବୃକ୍ଷ ଉପରେ । ସେହି ବୃକ୍ଷ ଉପରେ ଏକ ଧବଳ କପଡ଼ା ଲାଖି ହୋଇ ଝୁଲୁଛି । ଏହି ଦେଖ ପଥ ପାର୍ଶ୍ୱରେ ଠିଆ ହୋଇଥିବା ବ୍ୟକ୍ତି ଜଣକ ଆମ ଅବଚେତନ ମନ ଭିତରେ ବାନ୍ଧି ହୋଇ ରହିଥିବା ଏକ ଅନ୍ଧ ବିଶ୍ୱାସ। ଲେଖିକା:-ଡ.ମିନା କୁମାରୀ ଟହଲ, ସଂପାଦିକା:-ଆକାଂକ୍ଷା ମହିଳା ସଙ୍ଗଠନ, ପାରଳାଖେମୁଣ୍ଡି ଗଜପତି।


Rate this content
Log in

Similar oriya story from Horror