ଜିଅନ୍ତା ଭୂତ
ଜିଅନ୍ତା ଭୂତ


ମିନି କଲେଜ ରୁ ବାହାରି ଆସି ବସ
ଷ୍ଟାଣ୍ଡରେ ଅନେକ ସମୟ଼ ଧରି ଠିଆ ହୋଇଥିଲା। କୈାଣସି ଯାନ ବାହାନ ଆସୁନାହିଁ ବୋଲି ଘର କୁ କେମିତି ଯିବ ଏହି କଥା ଭାବି ବ୍ୟସ୍ତ ହୋଇ ପଡୁ ଥିଲା।ଏଣେ ସଂଧ୍ୟା ହେବା କୁ ବସିଲାଣି ।ଘର ଲୋକେ ତାଙ୍କ ର ଫେରିବା ପଥକୁ ଚାହିଁ ରହିଥିବେ। ଏତିକି ବେଳକୁ ଜଣା ଗଲା ଯେ ରାସ୍ତାରେ ଷ୍ଟ୍ରାଇକ ଚାଲିଛି। କୈାଣସି ଯାନ ବାହାନ କୁ ଛାଡୁ ନାହାଁନ୍ତି। ଏହି କଥା ଶୁଣି ମିନି ଛାନିଆ ହୋଇ ବସିପଡ଼ିଲା।ସେ ଘର କୁ ଯିବା ପାଇଁ ଉପାୟ ଖୋଜୁ ଖୋଜୁ କେତେ ବେଳେ ସଂଧ୍ୟା ହୋଇଗଲାଣି ତାକୁ ବି ଜଣାନଥିଲା। ଏତିକି ବେଳକୁ ଏକ ବସ ହଠାତ୍ ଆସି ପହଞ୍ଚି ବାରୁ ସେ ତରବର ରେ ପ୍ରବଳ ଗହଳି ଥିବା ବସ ଭିତରକୁ ଚଢି ଏକ କଣରେ ଠିଆହୋଇ ରହିଲା। ବସଟି ଏତେ ଭିଡ଼ ଥିଲା ଯେ ବାହାର କୁ ଚାହିଁବା ଦୂରର କଥା ହାତ ଗୋଡ଼ ହଲାଇ ବାକୁ ମଧ୍ୟ ସୁଯୋଗ ନଥିଲା।ବସ ର କଣ୍ଡକ୍ଟର ମାଟି ହାଣ୍ଡି ଛକ ବୋଲି ଡକା ପକେଇ ବାରୁ ସେ ଗାଁ ମୁଣ୍ଡ ରାସ୍ତା ପାର୍ଶ୍ଵରେ ଓହ୍ଲାଇ ପଡ଼ିଲା। ହେଲେ ତାଙ୍କ ଘରକୁ ଯିବାପାଇଁ ଦୁଇ କିଲୋମିଟରର ରାସ୍ତା ଚାଲି ବାକୁ ପଡ଼ିବ। ସେ ଶୁଣିଛି ଯେ ଗ୍ରାମ ର ରାସ୍ତା ପାର୍ଶ୍ବରେ ଏକ ମଶାଣି ରହିଛି ଏବଂ ମୃତ ବ୍ୟକ୍ତି ମାନଙ୍କୁ ପୋଡ଼ା ଯାଉଛି।ସେଇଠି କୁଆଡେ ଭୂତ ମାନେ ବାହାରୁ ଛନ୍ତି।ଭୂତ ମାନଙ୍କ ର
ବଡ଼ ବଡ଼ ଆଖି,ନଖ,ଦାନ୍ତ ଓ ହାତ ଅଛି । ଭୂତ ମାନେ କାମୁଡି ଦେଇ ରକ୍ତ ପିଇ ଦିଅନ୍ତି। ମିନି ମନରେ ଏକ ଅଜଣା ଭୟ ମାଡି ବସିଲା। ନାହିଁ,ସେ ସେହି ରାସ୍ତା ଦେଇ ଯାଇପାରିବ ନାହିଁ ବୋଲି ସ୍ଥିର କରିନେଲା। ଏତିକି ବେଳକୁ ତାଙ୍କ ଭାଇଙ୍କ ସାଙ୍ଗ ଟୁନା ଭାଇ ସେହି ରାସ୍ତା ରେ ଦେଖାଗଲେ। ମିନି ମନରେ ସାହାସ ଉଙ୍କି ମାରିଲା।ସେ ଟୁନା ଭାଇ ପାଖକୁ ଦୈାଡି ଯାଇ ପଚାରିଲା ଯେ ଭାଇ ଆପଣ ଗ୍ରାମ କୁ ଯିବେ? ଟୁନା ହଁ ମାରିବାରୁ ମିନି କହିଲା ଯେ ମୁଁ ଆପଣଙ୍କ ସହିତ ଘର ପର୍ଯ୍ୟନ୍ତ ପଳାଇ ଯିବି। ବାଟରେ ମଶାଣି ଅଛି, ମୋତେ ଭାରୀ ଡ଼ର ମାଡ଼ୁଛି।ତେଣୁ ମୁଁ ଆପଣଙ୍କ ସାଙ୍ଗରେ ଚାଲିଯିବି। ଏହି କଥା ଶୁଣି ଟୁନା କହିଲେ ଠିକ ଅଛି ମୋ ସହିତ ଚାଲ ଘରେ ନେଇ ଛାଡ଼ି ଦେବି। ଟୁନା ଭାଇ ଙ୍କ କଥା ରେ ଖୁସି ହୋଇ ତାଙ୍କ ସହିତ ଚାଲିଲା। ଅନ୍ଧାର ରାତି, ଟିକିଏ ଝାପସା ଝାପସା ମୁହଁ ଦିଶୁଥାଏ। ଯେତେ ହେଲେ ବି ମିନିର ମନରେ ଭୂତ ର ଅଜଣା ଭୟ ପାଶୋରି ହେଉ ନଥାଏ।ଆଉ ଅଳ୍ପ ସମୟ ଭିତରେ ମଶାଣି ସ୍ଥାନଟି ପାର ହୋଇଯିବ, ତାପରେ ଆଉ କୈାଣସି ଡ଼ର ରହିବ ନାହିଁ ମନକୁ ମନ ପ୍ରଶ୍ନ କରୁଥିଲା।ଠିକ ମଶାଣି ପାଖାପାଖି ଉଭୟେ ପହଞ୍ଚି ଯାଇଥିଲେ। ଠିକ ଏହି ସମୟରେ ହଠାତ୍ ଦୁଇଟି ହାତ ତା'ର ଛାତି ପାଖକୁ ଚାଲିଆସିଲା।ସେ ଭାବିବା ପୂର୍ବରୁ ତାକୁ ଟଣା ଓଟରା କରି ଡ୍ରେସ୍ କପଡା ସବୁ ଚିରି ପକାଇଲା ।ସେ ସେଠାରୁ ମୁକୁଳିବା ପାଇଁ ବହୁ ଚେଷ୍ଟା କରି ତା'ର ବଳିଷ୍ଠ ବାହୁ ପାଖରେ ହାରି ଯାଉଥିଲା । ଉପାୟଶୂନ୍ୟ ହୋଇ ନିଜକୁ ବଞ୍ଚାଇବା ପାଇଁ ସେ ଜୋର ରେ ଚିଲ୍ଲେଇ କାନ୍ଦି କାନ୍ଦି ଡକା ଛାଡ଼ିଲା।କିଏ କେଉଁଠି ଅଛ ଧାଇଁ ଆସ। ମୋତେ ଉଦ୍ଧାର କର। ମୋତେ ରକ୍ଷା କର। ମିନି ର ପାଟି ଶୁଣି ସେହି ପାଖାପାଖି ଥିବା କେତେ ଲୋକ ଦୈାଡି ଆସିଲେ। ଲୋକମାନଙ୍କୁ ଦେଖି ଟୁନା ଭାଇ ତାଙ୍କୁ ଛାଡି ଦେଇ କ'ଣ ହେଲା କହି ସେବି ଲୋକଙ୍କ ଭଳି ଦୈାଡି ଆସିଲେ। ମିନି ର କାନ୍ଦ ଦେଖି ସମସ୍ତେ କହିଲେ ମଶାଣି ପାଖଟା, ବୋଧେ ଭୂତ ଦେଖି ଝିଅ ଟି ଡରି ଗଲା। ଆଜି ବେଳା ଭଲ ନ ଥିଲା ବୋଧେ ଝିଅଟିକୁ ଏକଲା ଦେଖି ଭୂତ ମାଡି ବସିଲା। ଏମିତି କେତେ କଣ କଥା ହୋଇ ମିନିକୁ ନିଜ ଘର କୁ ନେଇ ଆସିଲେ। ଘରେ ପହଞ୍ଚିବା ପରେ ଭୂତ ଲାଗିଛି କହି ମିନି ର ମାଆ ଗୁଣିଆକୁ ଡ଼ାକି ଆଣି ଝଡା ଫୁଙ୍କା କରାଇଲେ । ସେହି ସମୟରେ ଟୁନା ଭାଇ ମଧ୍ୟ ଉପସ୍ଥିତ ରହି ବଡ଼ ବଡ଼ ଆଖି ରେ ଚାହିଁବା ସହିତ ମୁରୁକି ମୁରୁକି ହସୁଥିଲ।। ମିନି ସମସ୍ତ ଙ୍କୁ କିଛି କହିବା ପାଇଁ ଉଦ୍ୟମ କରୁଥିଲେ ମଧ୍ୟ ସମସ୍ତେ ଏକ ପ୍ରକାର ଭୂତ ପ୍ରସଙ୍ଗ କୁ ନେଇ ଓହ୍ଲାଇ ପଡ଼ିଥିଲେ।
ତାର କୈାଣସି କଥା ଶୁଣିବା ପରିସ୍ଥିତିରେ କେହି ନଥିଲେ।ସେ ବିଚାରି କାନ୍ଦିବା ଛଡ଼ା ତା'ର କିଛି ଉପାୟ ନଥିଲା। ସେହି ଦିନଠାରୁ ସେ ଆଉ କଲେଜ ଜିବାକୁ ଇଚ୍ଛା କରିଲା ନାହିଁ। ଏହି କଥା ଶୁଣି ମିନି ର ସାଙ୍ଗ ଝିଲି ତାଙ୍କ ଘରକୁ ଆସି ମିନି ସହିତ ସାକ୍ଷାତ କରି ପଚାରି ବୁଝି ଥିଲା ଯେ ମୋତେ ସେ ଭୂତ ସଂପର୍କ ରେ କିଛି କୁହନା।ସେ ଭୂତ ଏତେ ଶକ୍ତି ଶାଳୀ ଯେ ତୋର ଡ୍ରେସ୍ କପଡା ଚିରି ଦେବା ସହିତ ଆଣ୍ଠୁ ଗଣ୍ଠି ଛିଣ୍ଡାଇ ଦେଇଛି। ମିନି ସବୁ କଥା ଖୋଲି କରି କହିଥିଲା। ମିନି କାନ୍ଦି କାନ୍ଦି ସବୁ ଘଟଣା ସମ୍ପର୍କରେ ବର୍ଣ୍ଣନା କରିଥିଲା।ତୁ କାହାରି କୁ କହିବୁନି।ବାପା ଶୁଣିଲେ ପ୍ରବଳ ମାଡ ମାରିବେ।ବାପା ଯେ ମଦ ପିଇ ମାଆଙ୍କୁ ସବୁବେଳେ ମାରନ୍ତି।ମାଆ ଵି କିଛି ବୁଝିବେ ନି ଓଲଟି ବେଶି ଗାଳି ଦେବେ। ସହଜ ରେ ସେ ହେଉଛନ୍ତି ମୋଭାଇ ସନିଆ ର ଅତି ଅନ୍ତରଙ୍ଗ ବନ୍ଧୁ। ଟୁନା ଭାଇ ସଂପର୍କ ରେ କହିଲେ ଘରେ ସହଜରେ ଗ୍ରହଣ କରିବେ ନାହିଁ। ସମସ୍ତେ ଓଲଟି ମିନି ଉପରେ ଦୋଷ ଲଦି ଦେଇ ନିର୍ଯ୍ୟାତନା ଦେବେ।ତେଣୁ ସେ କେହି ନୁହନ୍ତି ସେ଼ ହେଉଛନ୍ତି ଜୀଅନ୍ତା ଭୂତ ଟୁନା ଭାଇ। ସେହି ଜୀଅନ୍ତା ଭୂତ କଥା ଶୁଣି ଝୀଲି ଡରି ଯାଇ ତାର ମାମି ଙ୍କୁ ଜଣାଇ ଥିଲା ।ଝିଲି ର ମାମି ସମାଜ ସେବି।ସେ ମିନିର ଘର କୁ ଆସି ବୁଝାଇ କହିଥିଲେ ଯେ ଏହି ଭୂତ କେବଳ ଝଡା ଫୁଙ୍କା ରେ ଡରିବ ନାହଁ। ଏହାକୁ ଆଇନ ର କଠୋର ଦଣ୍ଡ ମିଳିବା ଦରକାର । ଏହି ହେଉଛନ୍ତି ଜୀଅନ୍ତା ଭୂତ।