Pradeep Kumar Panda

Tragedy

3.5  

Pradeep Kumar Panda

Tragedy

ପୃଥିବୀକୁ ଫେରିବାକୁ ଚାହୁଁଛନ୍ତି

ପୃଥିବୀକୁ ଫେରିବାକୁ ଚାହୁଁଛନ୍ତି

3 mins
526


"ପୃଥିବୀକୁ ଫେରିବାକୁ ଚାହୁଁଛନ୍ତି ଈଶ୍ୱର "


ଏତେ ପରମାଣୁ ବୋମା, ହାଇଡ୍ରୋଜେନ ବୋମା ତିଆରି କରି ହେଲା କଣ ?

      କୁଆଡେ ଗଲା ଆମେରିକାର ବି ଷ୍ଟିଲଥ ବମ୍ବର ଯିଏକି ଗୋଟିଏ ଆଲପିନ ର ମୁନ କୁ ଲକ୍ଷ କରି ସଠିକ ଭାବେ ବୋମା ନିକ୍ଷେପ କରିପାରେ ତଥା ରୁଷିଆର ଏସ 400 ମିଜାଇଲ ଡିଫେନ୍ସ ସିଷ୍ଟମ ଯାହା ପୃଥିବୀକୁ ଟୁକୁଡା ଟୁକୁଡା କରିପାରେ ଓ ଏକେ 107 ରାଇଫଲ ଯିଏ କି ଟ୍ୟାଙ୍କ ଧ୍ବଂସ କରିପାରେ ? 

      ମାନବ ସଭ୍ୟତା କୁ ଧ୍ବଂସ କରିବାକୁ କି ସୁନ୍ଦର ଆୟୋଜନ !

    ମନେଅଛି ?

     ସମୁଦ୍ର କୂଳରେ ବୋମାରେ କ୍ଷତବିକ୍ଷତ ସିରିଆର 3 ବର୍ଷର ସେଇ ଶିଶୁର ମୃତ୍ୟୁ ପୂର୍ବର ମର୍ମନ୍ତୁଦ କେଇପଦ କଥା।

 "ମୁଁ ଈଶ୍ୱରଙ୍କୁ ସବୁ କହିଦେବି "। 

ସେ ହୁଏତ ଈଶ୍ୱରଙ୍କୁ ସବୁ କହିଦେଇଛି

ହୁଏତ କହିଦେଇଛି 

ଆମ ମାନଙ୍କର ବର୍ବର ପୈଶାଚିକତାର କଥା, ଲୋଭର କଥା, ଅସଭ୍ୟତାର କଥା କିମ୍ବା ଆମ ଅକଥନୀୟ ନିର୍ଯାତନା ର ମର୍ମନ୍ତୁଦ କାହାଣୀ I

     ଆମେ ମଣିଷ ମାରିଛୁ ହଜାର ହଜାର, ପରସ୍ପରକୁ ଧ୍ବଂସ କରିବାକୁ ମାରଣାସ୍ତ୍ର ତିଆରି କରିଛୁ ଲକ୍ଷ ଲକ୍ଷ କୋଟି କୋଟି I

 ମଣିଷ ମଣିଷ ଭିତରେ ବିଭେଦ ସୃଷ୍ଟି ପାଇଁ ତିଆରି କରିଛୁ ଅନେକ ଗୋପନ ଅସ୍ତ୍ର ଓ ସାଧନ ଇତ୍ୟାଦି I

    ସୁଇଡେନର ଇଣ୍ଟରନେଶନାଲ ପିସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଗବେଷଣାରୁ ଉପଲବ୍ଧ, 2018 ମସିହାରେ ପୃଥିବୀରେ କେବଳ ଯୁଦ୍ଧ ପ୍ରସ୍ତୁତିରେ ଖର୍ଚ୍ଚ ହୋଇଛି 1.822 ଟ୍ରିଲିଅନ ମାର୍କିନ ଡଲାର I 

      ସେ ବୋଧହୁଏ ଈଶ୍ୱରଙ୍କୁ ସବୁ କହିଦେଇଛି !

କହିଛି ସେହି ପକ୍ଷୀଟିର କଥା ଯେ ଆଉ ଆକାଶରେ ଉଡ଼େନା ,

କହିଛି ସେହି ଆକାଶର କଥା ଯିଏ ଦିନେ ନୀଳ ଥିଲା ,

କହିଛି ସେହି ପବନର କଥା ଯିଏ ଦିନେ ଶୁଦ୍ଧ ଥିଲା ,

କହିଛି ସେହି ନଦୀ ତଥା ସମୁଦ୍ରର କଥା ଯିଏ ଦିନେ ନିର୍ମଳ ତଥା ପରିଷ୍କାର ଥିଲା ,

କହିଛି ସେହି ପୃଥିବୀର କଥା ଯିଏ ଦିନେ ସମସ୍ତଙ୍କର ଥିଲା I 

ଏହି ସମସ୍ତଙ୍କ ପୃଥିବୀକୁ ଆମେ ଭାଗ ଭାଗ କରିଛୁ ଭିନ୍ନ ଭିନ୍ନ ମତରେ, ସୀମା ସରହଦର ଦାଗ ଦେଇ, ଖୁଣ୍ଟ ବସେଇ I 

     ଧର୍ମ ନାଁରେ, ଦେଶ ନାଁରେ, ଭାଷା ନାଁରେ ମଣିଷକୁ ମଣିଷ ଠାରୁ ଦୂରେଇ ଦେଇଛୁ I 

ଚମଡାର ରଙ୍ଗ ର ଦ୍ୱାହି ଦେଇ, ଗଣତନ୍ତ୍ର ର ନାଁ ଦେଇ, ସହିଷ୍ଣୁତା ଅସହିଷ୍ଣୁତା ର ଚତୁର ରଙ୍ଗର ପୁଟ ଦେଇ ଆମେ ଆଜି ପରସ୍ପରର ସମ୍ପର୍କକୁ କାଟି ଛିନ୍ନଭିନ୍ନ କରି ଦେଇଛୁ I 

ସାଗର ତଟରେ ପଡ଼ିଥିବା କୁଢ଼ କୁଢ଼ ଶବ, କଣ୍ଟା ତାର ବାଡ଼ରେ ଝୁଲୁଥିବା ଶରଣାର୍ଥୀର ଗଳିତ ଶବ ତଥା ଡିଟେନସନ କ୍ୟାମ୍ପରେ ଶରଣାର୍ଥୀଙ୍କ ଉପରେ ଅକଥନୀୟ ଅତ୍ୟାଚାରର ସବୁ କଥା କହିଦେଇଛି ଈଶ୍ୱରଙ୍କୁ I 

କହିଦେଇଛି ସାରା ବିଶ୍ୱର ନାରୀ ନିର୍ଯାତନା ର ଲୋମହର୍ଷକ ବିସ୍ତାରିତ ବିବରଣୀ I

ସେଥିପାଇଁ ହୁଏତ ଈଶ୍ୱର ତାଙ୍କ ପୃଥିବୀକୁ ଏଥର ଫେରିବାକୁ ଚାହିଁଛନ୍ତି I

ବୋଧହୁଏ ଶୁଣିଛନ୍ତି ସମସ୍ତ ଅଭିଯୋଗ !

ହୁଏତ ଶୁଣିଛନ୍ତି ପ୍ରକୃତିର ଆର୍ତ୍ତନାଦ, ଶୁଣିଛନ୍ତି ପୃଥିବୀର କରୁଣ କ୍ରନ୍ଦନ I

ତାହେଲେ ଏଇଟା କଣ ଈଶ୍ୱରଙ୍କ ଅଭିଶାପ କିମ୍ବା ପ୍ରକୃତିର ପ୍ରତିଶୋଧ ??? 

     ବୈଭବ ର ବୈଦୁର୍ଯ୍ୟରେ ଝଲମଲ କରୁଥିବା ଦୁବାଇର 828 ମିଟର ଉଚ୍ଚ ବୁର୍ଜ଼ଖଲିଫା ଆଜି ଖାଁ ଖାଁ କରୁଛି I 

ସୁନା ଏବଂ ପେଟ୍ରୋ ଡଲାରର ମୋହରେ ଅନ୍ଧ ଅହଙ୍କାର ଆଜି ମୃତ୍ୟୁ ଭୟରେ ଥରହର I 

    କ୍ଷୁଦ୍ରାତିକ୍ଷୁଦ୍ର ଗୋଟିଏ ଭାଇରସ ର ଭୟରେ ଆଜି ପ୍ରବଳ ପରାକ୍ରମଶାଳୀ ମଣିଷ ଅସହାୟ ଭଳି ବିକଳରେ ଅନାଇଛି ସେହି ଫଟା କୋର୍ଟ ପିନ୍ଧା ପାଗଳ ପ୍ରାୟ ବିଜ୍ଞାନୀ ଆଡକୁ ତଥା ବିନିଦ୍ର ରଜନୀ କ୍ଲାନ୍ତଶ୍ରାନ୍ତ ସେହି ଡାକ୍ତର ବା ନର୍ସ 

ଆଡକୁ I

  ଚରମ ଉଦାସୀନତା ସହ ଯାହା ଆଡକୁ ଆଡ ଆଖିରେ ଆମେ ଅନାଉ ନଥିଲେ ଆଜି ସେହି ସଫାଇ କର୍ମୀଙ୍କ ଉପରେ ହେଉଛି ପୁଷ୍ପ ବୃଷ୍ଟି ତଥା ଶଙ୍ଖ ଧ୍ୱନିରେ ଆବାହନ I

     ଆମେ ଆଜି ଗୃହବନ୍ଦୀ, ପରିବେଶ ହେଉଛି ଧୀରେ ଧୀରେ ପରିଷ୍କାର, ନଦୀ ଓ ଆକାଶ ହେଉଛି ନିର୍ମଳ ଓ ବାୟୁମଣ୍ଡଳ ହେଉଛି ଧୀରେ ଧୀରେ ଶୁଦ୍ଧ I

 ପ୍ରକୃତି ଅବିଶ୍ୱାସ ର ସହ ସନ୍ଦେହ ଦୃଷ୍ଟିରେ ଅନାଇଛି ମାନବ ସଭ୍ୟତା ଆଡକୁ, ଇଏ କଣ ସେହି ମଣିଷ !!!

     ତେବେ ଏ ଯୁଦ୍ଧ କଣ କେବଳ ସେହି ଅଦୃଶ୍ୟ ଭାଇରସ ବିରୁଦ୍ଧରେ !!! ବୋଧହୁଏ ନାଁ I 

ଲକଡାଉନରେ ଖାଦ୍ୟାଭାବରେ ଗଙ୍ଗାରେ ମା' ତାର ପାଞ୍ଚ ସନ୍ତାନଙ୍କୁ ବିସର୍ଜନ ଦେବା : କଣ ସୂଚାଏ ? 

ଦିନେ ହୁଏତ ସବୁ ଠିକ ହୋଇଯିବ !!!

କିନ୍ତୁ ସତରେ କଣ ଆମେ ମଣିଷ ହେବୁ ??? 

ସତରେ କଣ ଆମ ଭିତରେ ମନୁଷ୍ୟତ୍ୱର ଉତ୍ତରଣ ହେବ ???


Rate this content
Log in

Similar oriya story from Tragedy