kamal kumar dash

Horror Romance Tragedy

3  

kamal kumar dash

Horror Romance Tragedy

ପରଫ୍ୟୁମ

ପରଫ୍ୟୁମ

1 min
243



          ସତରେ କଣ ରାମୋଲା ଆସିଛି ,ଭାବୁଥିଲା ରାକେଶ ? ଚାରି ଆଡେ ଖାଲି ତା ପରଫ୍ୟୁମ ର ବାସ୍ନା | ବାହାରେ ବର୍ଷା ହେଲେ, ଏ ପରଫ୍ୟୁମ ର ବାସ୍ନା ଆସିଲା କେଉଁଠୁ | କାହାର ପରିଚିତ ସ୍ୱର ଶୁଣାଗଲା ଏଇଟା ତୁ ଦେଇଥିବା ପରଫ୍ୟୁମ | ହେଲେ ସେଇଟା ଅନେକ ଦିନ ତଳର କଥା , ତୁ ଭୁଲିଯାଇଚୁ ହେଲେ ମୁଁ ଭୁଲିନି ୪୦ ବର୍ଷ ହୋଇଗଲାଣି | ରାକେଶ ରାମୋଲାର ଜନ୍ମ ଦିନରେ ସେଇ ପରଫ୍ୟୁମ ଗିଫ୍ଟ ଦେଇଥିଲା ତାକୁ | ହେଲେ ୪୦ ବର୍ଷ ତଳର ପରଫ୍ୟୁମ କଥା ଆଜି କାହିଁକି ?ରାକେଶ ପଚାରିଲା | ସେ କହିଲା ତା ପରେ ସେ ପରଫ୍ୟୁମଟା ମତେ ଭଲ ଲାଗିଲା ଠିକ ତୋରି ପରି | ଘରେ ଅନ୍ୟ ଆଡେ ବାହାଘର କରିଦେଲେ ମୁଁ କିଛି କହି ପାରିଲିନି ,ତୁ ତ କେବେବି ମତେ ପ୍ରପୋଜ କରି ନଥିଲୁ | ହେଲେ ସେ ପରଫ୍ୟୁମ ହୋଇ ସବୁବେଳେ ତୁ ମୋ ପାଖରେ ଥିଲୁ | ତୋତେ ଦେଖିଲେ ସବୁ ପୁରୁଣା କଥା ମନେପଡେ ମୁଁ ବହୁତ ଖୁସିହୁଏ , ହେଲେ କିଛି ସମୟ ପରେ ଦୁଖୀ ବି ହୋଇଯାଏ କାରଣ ତୁ ମୋର ହୋଇପାରିଲୁ ନି ବୋଲି ହେଲେ ଆଜି ସେ ସବୁର କିଛି ମାନେ ନାହିଁ | ରାକେଶ ପଚାରିଲି କିନ୍ତୁ କାହିଁକି ରାମୋଲା ? 

  ଆଜି ମୁଁ ତତେ ଦେଖିବାକୁ ଆସିଛି ରେ ଶେଷ ଥର ପାଇଁ | ରାକେଶ ଫୁଣି ପଚାରିଲା ,ହେଲେ ତୁ କେଉଁଠି ? ସାମ୍ନାକୁ ଆସ | ଠିକ ସେତିକିବେଳେ ବିଜୁଳି ମାରିଲା, ରାକେଶ ଦେଖିଲା କାଚ ଝର୍କାର ଆରପଟେ ଗୋଟେ ଛାଇ ଓ ସେ ଛାଇ ଧୀରେ ଧୀରେ ଅନ୍ଧାରରେ ମିଳାଇ ଗଲା ଓ ଗୋଟେ କିଛି କାଚ ବୋତଲ ପଡି ଭାଙ୍ଗି ଗଲା | ରାକେଶ ଲାଇଟ ଲଗଗାଇଲା ଓ ଦେଖିଲା ତା ଝର୍କl କଡ଼ରେ ସେଇ ପରଫ୍ୟୁମର କାଚ ଭାଙ୍ଗି ପଡିଛି | 

   ସେ ଚିନ୍ତା କରି ପାରିଲାନି ରାମୋଲା କଣ ସତରେ ତାକୁ ଦେଖିବାକୁ ଓ କିଛି କହିବାକୁ ଆସିଥିଲା ଯାହା ସେ ଜୀବନ ଯାକ କହିପାରି ନଥିଲା | ତା ପରଦିନ ସକାଳୁ ତାକୁ ଜଣେ ସାଙ୍ଗ ଫୋନ୍ ରେ କହିଲା କି ରାମୋଲା ଆଉ ନାହିଁ | 


Rate this content
Log in

Similar oriya story from Horror