Tapan Kumar Biswal

Classics Inspirational Children

4.3  

Tapan Kumar Biswal

Classics Inspirational Children

ପରିସ୍ଥିତି

ପରିସ୍ଥିତି

2 mins
259



ଦୋଳ ପୂର୍ଣ୍ଣିମା ଓ ହୋଲି ସମୟରେ ଯିଏ ଗାଁ ଠାରୁ ଦୂରରେ ଥିବ, ସେହିଁ ଜାଣିଥିବ l ଏହାର ମହତ୍ତ୍ଵ କେତେ l ପ୍ରତି ମୁହୂର୍ତ୍ତରେ ମନେ ପଡୁଥିବ ,ଭଳିକି ଭଳି ରଙ୍ଗ ଆଉ ଖୋଜି ଖୋଜି ସମସ୍ତଙ୍କୁ ରଙ୍ଗ କରିବାର ମଜା l ତାଛଡ଼ା ନାଚ ଗୀତର ଆସର ବେଳେ ରଙ୍ଗ ବୋଳା ବୋଳି ପ୍ରତିଯୋଗିତା l ଏସବୁ ତ କେବଳ ଗାଁରେ ହିଁ ସମ୍ଭବ ନା l ଯିଏ ବି ଗାଁ ଠାରୁ ଦୂରରେ ଥାନ୍ତି ଦୌଡ଼ି ଆସିବାପାଇଁ ଇଚ୍ଛା କରନ୍ତି ଏବଂ ଦୌଡ଼ି ଆସନ୍ତି ମଧ୍ୟ ନିଜ ଗାଁକୁ ସାମିଲ ହେବାପାଇଁ ଏହି ରଙ୍ଗର ପର୍ବରେ l


ଆମେ ଯେତେ ଆଧୁନିକ ବୋଲି ଦେଖେଇ ହେଲେ ମଧ୍ୟ କିନ୍ତୁ ଆମେ ଆମର ପ୍ରଥା ଆଉ ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖିପରିଛୁ l ଆନନ୍ଦ ଉଲ୍ଲାସର ସହିତ ପାଳନ କରିବା ସହ ଆଗାମୀ ପିଢିଙ୍କୁ ପ୍ରେରଣ ପ୍ରଦାନ କରିପାରିଛୁ l ଏତିକି ହିଁ ଲୋଡ଼ା ଆମ ପରମ୍ପରା ଓ ସଂସ୍କୃତି କୁ ବଞ୍ଚେଇ ରଖିବା ପାଇଁ l


କିନ୍ତୁ ଆଜିର ପରିସ୍ଥିତି ଟିକେ ଅଲଗା l ସବୁଆଡେ ଖାଁ ଖାଁ l ରଙ୍ଗ ଖେଳିବାର ସେ ଉତ୍ସାହ ଆଗପରି ଆଉ ନାହିଁ l ମୁଁ ଆମ ଗାଁ କଥା କହୁନାହିଁ ,ଏ ପ୍ରକାରର ପରିସ୍ଥିତି ତ ସମଗ୍ର ଦେଶରେ l ସତରେ ଆମେ କଣ ଆମ କଳା, ସଂସ୍କୃତି ଆଉ ପରମ୍ପରା କୁ ଭୁଲିଗଲେ ? ନାହିଁ ସେମିତି କିଛି ନାହିଁ l ଏବେର ସାମୟିକ ପାରିପାର୍ଶ୍ବିକ ପରିସ୍ଥିତି ବାଧ୍ୟ କରିଛି କିଛି ସମୟ ନୀରବ ରହିବା ପାଇଁ ,କିନ୍ତୁ ଏହାର ଅବଧି ସ୍ୱଳ୍ପ ସମୟ ପାଇଁ l କିନ୍ତୁ ଆମ ମନ ଆଉ ହୃଦୟରୁ ଏହାକୁ କେହି କେବେ ମଧ୍ଯ ଭୁଲିପରିବେ ନାହିଁ l ସମୟତ ଗତିଶୀଳ ନିଶ୍ଚୟ ,ପୁଣି ଥରେ ଫେରିଆସିବ ଅତୀତର ଗୌରବମୟ ପୁଣି ସେଇ ପୁରୁଣା ସମୟ ନୂଆ ରୂପରେ l ଆମେ ପୁଣି ଥରେ ଏକାଠି ହୋଇ ଜାବୁଡି ଧରିବା ଆମର କଳା, ସଂସ୍କୃତି ଆଉ ପରମ୍ପରାକୁ l ସେତେ ବେଳକୁ ଥିବ ନା କୌଣସି ବାଧା ନା କୌଣସି କଟକଣା,ଖାଲି ଥିବ ଆମ ଅତୀତର ଗୌରବମୟ ଗାଥା ଆଉ ଆଖି ସାମ୍ନାରେ ଏହାର ପ୍ରତିଫଳନ l


          


Rate this content
Log in

More oriya story from Tapan Kumar Biswal

Similar oriya story from Classics