Tapan Kumar Biswal

Children Stories Inspirational Children

3.5  

Tapan Kumar Biswal

Children Stories Inspirational Children

ଖୁସି

ଖୁସି

2 mins
177


             


କେତେ ଛୋଟ ଶବ୍ଦ ଖୁସି l ଜୀବନରେ କେତେ କଣ କରନ୍ତି ଟିକେ ଖୁସି ପାଇବା ପାଇଁ l ସବୁ ଛୋଟ ପିଲାଙ୍କ ଭଳି ମୋତେ ବି ଲାଗୁଥିଲା, ଥରେ ସ୍କୁଲ ଜୀବନ ସରିଗଲେ ଜୀବନରେ ଖାଲି ଖୁସି ହିଁ ଖୁସି l କିନ୍ତୁ କାହାଣୀ ର ମୋଡ଼ ସେତେବେଳେ ବଦଳି ଗଲା ଯେତେବେଳେ ସ୍କୁଲ ଜୀବନ ସରୁ ସରୁ ଲୋକେ କହିବାକୁ ଲାଗିଲେ ଜୀବନର ପ୍ରକୃତ ଖୁସି ତ ସ୍କୁଲ ଜୀବନରେ ଥିଲା l 


               ପ୍ରକୃତରେ ମୋ ପରିସ୍ଥିତି ଏମିତି ଏକ ଯାତ୍ରୀ ଭଳି ହୋଇଥିଲା ଯିଏ ଏବେ ଏବେ ଜାଣିଲା ଯେଉଁ ବସକୁ ସିଏ ଏବେ ଏବେ ଛାଡିକି ଆସିଲା ସେଇ ବସ ତାକୁ ତାର ଲକ୍ଷ୍ୟ ସ୍ଥାନ ଯାଏଁ ନେଇଯିବାର ଥିଲା କିନ୍ତୁ ଏହା ଭିତରେ ତାର ସବୁ ଆଶା ମଉଳି ଯାଇଥିଲା l ଛାଡିଥିବା ବସକୁ ଦ୍ୱିତୀୟ ଥର ଧରି ହୁଏ କିନ୍ତୁ ବିତିଥିବା ମୁହୂର୍ତ୍ତକୁ ଦ୍ୱିତୀୟ ଦିନ ନିଜର କରି ହୁଏନାହିଁ lମୁଁ ସବୁବେଳେ ଦେଖେ ଲୋକଙ୍କର ଖୁସି ଅତୀତର ସ୍ମୃତି ରେ ଥାଏ ,ନହେଲେ ଭବିଷ୍ୟତର ଭାବନାରେ ଥାଏ l ଆଉ ବର୍ତ୍ତମାନ ଉପରେ ସମସ୍ତଙ୍କର ନଜର ଥାଏ ଯେମିତି କି ବର୍ତ୍ତମାନରେ କିଛି ହିଁ ନାହିଁ ଖୁସି ହେଲାଭଳି l ହେଲେ ପ୍ରକୃତ କଥା ହେଲା ଖୁସି ଏଇଠି କେଉଁଠି ଅଛି l ଏହି ଛୋଟ ଛୋଟ ମୁହୂର୍ତ୍ତ ଭିତରେ ଆମ ପାଖରେ ଅଛି l ଆମେ ତ ପ୍ରସିଦ୍ଧ ନା ବଡ଼ ବଡ଼ କାରଣ ବାହାର କରିବା ପାଇଁ l ଆଉ ଏହି ଛୋଟ ଛୋଟ ମୁହୂର୍ତ୍ତକୁ ଅଣଦେଖା କରିଦେଉ l ଏହାକୁ ପରେ ମନେ ପକାଇ ପଶ୍ଚାତାପ କରୁ l 


     କେବେ କେବେ ଲାଗେ ଜୀବନରେ ଯେତେ ଆଗକୁ

ଯାଉ ,ଖୁସି କୁ ପଛରେ ଛାଡିଯାଉ l ଖୁସି ବି ଧୀରେ ଧୀରେ follwers, like, ଆଉ number of coment ଭଳି ହୋଇ ଗଲାଣି l ଆଉ ପୁରା ଦୁନିଆ ଆମ ହାତ ମୁଠାରେ ଅଛି,ଆଉ ନିଜ ଦୁନିଆ ହାତରୁ ଚାଲି ଯାଉଛି l ସ୍କୁଲ ବେଳର ମୋର ସେ ସାଙ୍ଗ ଯାହା ସହ ମୋର କେବେ ହୃଦୟର ସହ ନିବିଡ଼ ସମ୍ପର୍କଥିଲା l ତା ଜୀବନ ଏବେ କେମିତି ଚାଲିଛି ଏତିକି ବି ମୋତେ ଜଣା ନାହିଁ ,କି ନିଜ ଜୀବନର କିଛି ସ୍ଥିତି ବି ଜଣା ନାହିଁ l କେମିତି ଏ ଅଜବ ଦୁନିଆ l ଅନ୍ୟ ପାଖରେ ପହଞ୍ଚିବା ଯେତିକି ସହଜ ସେତେ କଷ୍ଟ ନିଜ ସହ ସମ୍ପର୍କ ରଖିବା l


ଆଉ ଅଜବ ଏ ଦୁନିଆରେ ଲୋକ ବି profile photo ଭଳି ବଦଳି ଯାଉଛନ୍ତି l ଯେତେ ଯେତେ ବୁଝିଲେ ବି ନୂଆ ନୂଆ ଲାଗୁଛନ୍ତି l ଖୁସି ଆଜିବି ଅଛି କିନ୍ତୁ ହଁ,ଖୁସି ଆମ ଦୃଷ୍ଟିଭଙ୍ଗୀରେ ଅଛି l ଆମର ଏବେର ଭାବନାରେ ଅଛି ,ବାସ ତାକୁ ଆମକୁ ଅନୁଭବ କରିବା ରେ ହିଁ ଅଛି l


            



Rate this content
Log in

More oriya story from Tapan Kumar Biswal