ଓଡ଼ିଆ ଗଳ୍ପ ଓ କବିତା - ୩

Children

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ପରୀ ଦେଇଥିବା ତିନୋଟି ବର

ପରୀ ଦେଇଥିବା ତିନୋଟି ବର

2 mins
7.3K


ଶ୍ରୀମତୀ ସୁଜାତା ସିହ୍ନା

ଲିସା ଓ ଟିସା ଦୁଇ ଜାଆଁଳା ଭଉଣୀ ଥିଲେ l ସେମାନେ ସବୁବେଳେ ନିଜ ନିଜ ଭିତରେ ଝଗଡା କରି ବାଡିଆ ପିତା ହେଉଥିଲେ l ତାଙ୍କର ସବୁବେଳେ ଖେଳ କୁଦରେ ମନ l ଦିନେ ସେମାନେ ପାଖ ଜଙ୍ଗଲରେ ଖେଳୁଥିବା ସମୟରେ ଏକ ଅଦ୍ଭୁତ ବଡ଼ ପେଣ୍ଡୁ ଭଳି ଜିନିଷ ଟିଏ ଦେଖିବାକୁ ପାଇଲେ l ସେଥିରେ ଦୁଇଟି ଡେଣା ଲାଗିଥିଲା l ସେମାନେ ତା’ ପାଖକୁ ଯାଇ ଦୁହେଁ ତାକୁ ଟେକିବାକୁ ଲାଗିଲେ l ବହୁତ କଷ୍ଟରେ ଖାଲରେ ଗଳି ପଡିଥିବା ପେଣ୍ଡୁଟି ଉପରକୁ ଉଠିଆସିଲା l ଦୁହେଁ ତା’ ଚାରିପଟେ ଖୁସିରେ ବୁଲିବାକୁ ଲାଗିଲେ l ହଠାତ୍ ତା’ ଭିତରୁ ଏକ ସୁନ୍ଦରୀ ଝିଅଟିଏ ବାହାରି ଆସିଲା ଓ କହିଲା- ପିଲାମାନେ ତୁମେ ଏଠି କ’ଣ କରୁଛ ? ପାଠ ପଢିବାକୁ ନ ଯାଇ ଏ ନିର୍ଜନ ଜଙ୍ଗଲରେ ବୁଲି କାହିଁକି ସମୟ ନଷ୍ଟ କରୁଛ ? ଏହା ଶୁଣି ଲିସା କହିଲା- ତୁମେ କିଏ ?

ଝିଅଟି କହିଲା- ମୁଁ ହେଉଛି ସ୍ଵର୍ଗ ରାଇଜର ପରୀ l ମୁଁ ତୁମ ମର୍ତ୍ତ୍ୟ ପୁରକୁ ବୁଲି ଆସିଥିଲି l ଏହା ଶୁଣି ଟିସା କହିଲା – ତୁମେ ଯଦି ପ୍ରକୃତରେ ସ୍ଵର୍ଗ ପୁରରୁ ଆସିଛ ତା’ ହେଲେ ଆମକୁ କିଛି ଦିଅ l ନ ହେଲେ ଆମେ ଜାଣିବୁ ତୁମେ ମିଛ କହୁଛ ?

ପରୀ କହିଲା- ଠିକ୍ ଅଛି l ମୁଁ ତୁମ ମାନଙ୍କୁ ତିନୋଟି ବର ଦେବୀ l ଲିସା ଓ ଟିସା ଦୁହେଁ ଖୁସି ହୋଇ ଯାଇ କହିଲେ- ଆମକୁ ତୁମର ଏ ସୁନ୍ଦର ଗାଡିରେ ବସେଇ ଆଣ୍ଡାମାନ ଦ୍ଵୀପକୁ ନେଇ ଯାଆନ୍ତୁ ନି ? ଏହା ପରେ ସେମାନଙ୍କୁ ପରୀ ନିଜ ଯାନରେ ବସେଇ ଆଣ୍ଡାମାନ ଦ୍ଵୀପରେ ପହଞ୍ଚିଲା ସେଠାକାର ସମୁଦ୍ର, ବଣ, ଜଙ୍ଗଲ ଦେଖି ଦୁଇ ଭଉଣୀ ଖୁସିରେ ନାଚି ଉଠିଲେ l ମନ ଇଚ୍ଛା ବୁଲିଲେ l ହେଲେ କିଛି ସମୟ ପରେ ତାଙ୍କୁ ଭୋକ ଲାଗିଲା l କିନ୍ତୁ ଖାଇବା ପାଇଁ ସେ ଠି କିଛି ନ ଥିଲା l ସେମାନେ ପରୀକୁ ଦ୍ଵିତୀୟ ବରରେ ଭଲ ଭଲ ଜିନିଷ ଖାଇବା ପାଇଁ ମାଗିଲେ l ପରୀ ନିଜର ଯାଦୁର ବାଡ଼ିଦ୍ଵାରା ବିଭିନ୍ନ ରକମର ଖାଦ୍ୟ ସବୁ ଆଣି ତାଙ୍କ ଆଗରେ ରଖିଦେଲା l ସେମାନେ ମନ ଇଚ୍ଛା ଖାଦ୍ୟ ଖାଇଲେ l ପୁଣି ଜଙ୍ଗଲରେ ବୁଲା ବୁଲି କଲେ l କିଛି ସମୟ ପରେ ତାଙ୍କୁ ତାଙ୍କର ବାପା ମାଆଙ୍କ କଥା ମନେ ପଡିଲା l ଶେଷରେ ସେମାନେ ତୃତୀୟ ବରରେ ନିଜ ଘରକୁ ଫେରାଇ ନେଇ ଯିବା ପାଇଁ ପରିକୁ ଅନୁରୋଧ କଲେ l ପରୀ ନିଜର ଯାନରେ ଦୁଇ ଭଉଣୀଙ୍କୁ ବସେଇ ଆଣି ସେହିଠାରେ ଛାଡିଦେଇ କହିଲା- ତୁମେ ଦୁଇ ଭଉଣୀ ମୋର ଦେଇଥିବା ବରର ସତ୍ ଉପଯୋଗ କଲ ନାହିଁ l ସେମାନେ କହିଲେ- କେମିତି ?

ପରୀ କହିଲା- ତୁମେ ଦୁହେଁ ଯଦି ବୁଲିବାକୁ ନ ଯାଇ ନିଜ ପାଇଁ ବିଦ୍ୟା, ବୁଦ୍ଧି କି ଯଶ ଆଦି ମାଗି ଥାଆନ୍ତ ତେବେ ମୁଁ ଦେଇ ଥାଆନ୍ତି l ତାହା ତୁମ ପାଖରେ ସବୁ ଦିନ ରହି ଥାଆନ୍ତା l ତାହା କେବେ ବି ସଋ ନ ଥାଆନ୍ତା l କିନ୍ତୁ ତୁମେ ଦୁହେଁ ଏତେ ମୂର୍ଖ ସେସବୁ କିଛି ନ ମାଗି ବୁଲିବାକୁ ଗଲ l ତେଣୁ ସବୁ କାମ କରିବା ଆଗରୁ ଟିକେ ଚିନ୍ତା କରିଥିଲେ ଭଲ ହୋଇ ଥାଆନ୍ତା l


Rate this content
Log in

Similar oriya story from Children