Akshayakumar Dash

Tragedy Thriller

3  

Akshayakumar Dash

Tragedy Thriller

ପରିଚୟ

ପରିଚୟ

4 mins
493


ରାମ ଗୋପାଳ ଜଣେ ରଙ୍ଗ କାରିଗର । ଘର କାନ୍ଥକୁ ରଙ୍ଗ ଲଗାଇ ଯାହା ମଜୁରୀ ପାଏ, ସେଥିରେ ପରିବାର ଚଳାଏ ।ଘରେ ନିଜ ପତ୍ନୀ ଓ ଗୋଟିଏ ଝିଅ ରିତା ତାର ନାମ ।ରାମ ଜଣେ ନିଷ୍ଠାପର ପରିଶ୍ରମୀ ରୂପେ ତାର ସୁନାମ ଅଛି ।ତେଣୁ ବର୍ଷକର ପ୍ରତେକ ଦିନ କାମ ମିଳେ ।କେଉଁଦିନ କମିତି ଜରୁରୀ ବ୍ୟକ୍ତିଗତ କାମଥିଲେ ରହିଯାଏ । ତାର ରଙ୍ଗ ଲଗାଇବା କଳା ଅନ୍ୟମାନଙ୍କ ଠାରୁ ନିଆରା ।ତେଣୁ ତାକୁ ବେସି ପସନ୍ଦ କରନ୍ତି ।

ଝିଅ ରିତା ଗାଁ ସ୍କୁଲରୁ ମେଟ୍ରିକ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲା । ଝିଅକୁ ପଡ଼େଇବାକୁ ରାମ ଚାହୁଁଥିଲେ ବି ଧନ ତାପାଇଁ ବାଧକ ।କେତେକ ବ୍ୟକ୍ତି ସାହାଯ୍ୟ କରିବାକୁ ରାମକୁ କହିଲେ । ଝିଅ ଭଲପଢଢୁଉଥିବାରୁ ଶିକ୍ଷକ ମଧ୍ୟ ବୁଝେଇଲେ , ସହରର ସରକାରୀ କଲେଜ ରେ ଝିଅକୁ ପଢେଇଲା । ରିତା ସେଠାରେ ବିଜ୍ଞାନରେ ପ୍ରଥମ ହେଲା । ବିଟେକ କରିବାକୁ ଚାଇଲା ରାମକୁ ପାଖ ବ୍ୟାଙ୍କରୁ ପାଠ ପଢିବା ଲୋନ ମିଳିଗଲା ।ଝିଅ ବି ଟେକ କଲା ।ସେଠାରୁ କ୍ୟାମ୍ପସପାଇ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ ଚାକିରୀ ପାଇଁ ଅଫର ଆସିଲା ।

ସେଦିନ ଥାଏ ସୋମବାର । ରିତା ପ୍ରଥମ କରି ତାର କମ୍ପାନୀରେ ଜଏନ କରିବ ଏଣୁ ବାପାକୁ ନେଇ ଏକ ଅଟୋ ରେ ଦୁଇଜଣ ବାହାରିଲେ । କମ୍ପାନୀର ସେଦିନ ନୂଆ କର୍ମଚାରୀ କଂ ନିମନ୍ତେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଥିଲା ।ରିତା ଅଟୋରୁ ଓଲ୍ହାଇ ତାର ବାପାଙ୍କୁ କହିଲା । ତୁମେ ଏଇଅଟୋରେ ବସିଥା ।କିଏ କିଛି ପଚାରିଲେ କହିବନାହିଁ ।ତୁମେ ସେଠିକି ଯିବନି। ସେଠାରେ ବଡ଼ଲୋକମାନେ ଥିବେ ।କାରରେ ଆସିଥିବେ ।ତୁମକୁ ଭୋକ ହେଲେ କଣ ଟିକେ ଆଣି ଖାଇ ଦେବ ।ରାମ ଅତି ଆନନ୍ଦ ରେ ବିଭୋର ହୋଇଥିଲା । ଝିଅ ତାର ପାଠପଢି ବଡ଼ ଚାକିରୀ କରିବାକୁ ଯାଉଛି ।ଏକାଶ୍ୱର ରେ ଝିଅକୁ କହିପକେଇଲା ମୋ ଚିନ୍ତା କରନି ତୁ ଯା ମୁଁ ଏଇଠି ଅଛି କୁଆଡେ ଜିବିନାହିଁ ।

ଝିଅ ଚାରି ଘଣ୍ଟା ପରେ ଆସିଲା । ପିତା ରାମ ତାକୁ ଦେଖି ଖୁସି ହୋଇଗଲା । ଦୁଇଜଣ ଅଟୋରେ ବସି ନେଇଥିବା ଭଡା ଘର ରେ ପହଁଚିଲେ ।ରାମ ରୋଷେଇ ଘରକୁ ଯାଇ ଖାଇବାକୁ ବ୍ୟବସ୍ତା କଲା । ଝିଅ ରିତା ଖାଇକରି ଆସିଛି ବୋଲି କହିଲା ।

ଝିଅକୁ ସହରରେ ଛାଡି ରାମ ଘରକୁ ଫେରିଲା ।ମନରେ କେତେ କଳ୍ପନା । ଜଣେ ରଙ୍ଗ ମଜୁରିଆ ରୂପେ ଝିଅକୁ ପାଠ ପଢେଇ ଚାକିରୀ କରିବା ସବୁ ଈଶ୍ୱରଙ୍କ କାମ । ଘରେ ପହଂଚି ନିଜ ପତ୍ନୀକୁ କହିଲା । ବଡ଼ ବଡ଼ ଲୋକ ସବୁ କାରରେ ଆସୁଛନ୍ତି । ସେଠାରେ ଭୋଜିଭାତରେ ଏତେବଡ଼ ଆୟୋଜନ କରାଯାଇଥିଲା ତୁ ଦେଖିଲେ ଆଖି ଟେକିଦେବୁଲୋ ରିତା ମା । ତୋଝିଅ ଆଉ ରିତା ନାହିଁ ସେ ମାଡ଼ମ ହୋଇଗଲା ।ପତ୍ନୀ ପଚାରିଲେ ସେଟା କଣ ଆଲୋ ତୁ କଣ ବୁଝିବୁ ତାର ମାନେ ଭଦ୍ର ମହିଳା ।ମଇଳା ,ମୋ ଝିଅ ତ ତୋଫା ଗୋରା କାର ଜିଭରେ ହାଡ ଅଛି ତାକୁ ମଇଳା କହିବ । ଆଲୋ ମଇଳା ନୁହେଁ ମହିଳା ମାନେ ନାରୀ । ତୁମେ ବୁଲେଇ ବଙ୍କେଇ କହୁଛ କିଏ ତୁମ କଥା ବୁଝିବ ।ହଉ ଛାଡ଼ ତା ଭଡାଘର ଭଲନା ।ଘର ଯାକ ମାର୍ବଲ ।ହେଲେ କିଏ ରଙ୍ଗ ଦେଇଛି ବାଗ ହୋଇନି । ତୁମକୁ ତ ଖାଲି ରଙ୍ଗ ଦୁଶିଵ । ନିଜ ଘରେ ତ ରଙ୍ଗ ନାହିଁ ଝାଟି ମାଟି ଘର । ଆଲୋ ରିତା ଚାକିରି କଲାଣି, ମାସକୁ ଅସି ହଜାର ଦରମା ।ଏବେ ଘର ଖଣ୍ଡେ କରିଦେବା । କାହିଁକି ଝିଅ ଟଙ୍କାରେ ହବ ନିଜେ କର ।ବାହାରୁ ନରହରି ମାଷ୍ଟର ଡାକୁଛନ୍ତି ଯାଅ । ହରି ଘରୁ ବାହାରକୁ ଆସିଲେ ।

ରିତା ଜଣେ ବଡ଼ଲୋକର ପୁଅକୁ ଭଲପାଇ ମନ୍ଦିରରେ ବିବାହ କରିଛି । ଘରକୁ ଜଣେଇନି । ଘରକୁ ବି ଆସୁନାହିଁ । ଏ ଖବର ପାଇଲା ରାମ । ନିଜ ପତ୍ନୀକୁ ସବୁ କହିଲା । ରାମର ସ୍ତ୍ରୀ କିଛି ସମୟ ଘୁମ ଖାଇ ବସିଲା । କହିଲା ଘିଅ ଝିଅ ସମାନ ।ସେ ଟୋକା ମୋ ଝିଅ କୁ ଫସେଇଛି । ତୁମକୁ ମନାକରୁଥିଲି ଆଉ ପଢେଇବାକୁ । ଏବେ ଦେଖିଲ କଣ ହେଲା । ରାମ ନିରବରହି କହିଲା ,ପାଠକୁ ନେଇ ଖୁଣ୍ଟା ଦେଉଛୁ କାହିଁକି ।ପାଠ ପଢା ଇଲେ କଣ ଝିଅ ଖରାପ ବାଟରେ ଯାଆନ୍ତି । କିଛି ଟା ଘଟିଲେ ନିଜ ଜ୍ଞାନ ତାକୁ ସାହାଯ୍ୟ କରିବ ।ତୁ ଚୁପ ରହ ।ତାର ତ ଭଲମନ୍ଦ ବୁଝିବା ବିବେକ ଅଛି ।ଯଦି ସେ ତାର ଭଲପାଇ କରିଥାଏ।ଆମର କଣ ଭଲନୁହେଁକି?ପତ୍ନୀ ଚୁପ ରହିଲେ ।

ରିତାର ସ୍ୱାମୀ ଜଣେ ମଦ୍ୟପ , ପ୍ରତିଦିନ ମଦ୍ୟପାନ କରି ରାତ୍ରି ଅଧରେ ଘରକୁ ଫେରି ରିତାସହିତ ଝଗଡା କରେ । ଏମିତିବି ମାରଧର କରିବା ପଛାଏ ନାହିଁ । ଅନ୍ୟ ନାରୀ ମାନଙ୍କ ସହିତ ସମ୍ପର୍କ ରଖିଥିବା ଖବର ରିତା ଜାଣିପାରିଲା । କଣ କରିବ ନକରିବ ଭାବନାର ଜାଲରେ ପଡିଯାଇଛି ରିତା ।ଛଟପଟ ହେଉଛି ତାର ଜୀବନ ।ବାପା ମା କୁ ନପଚାରି ବଡ଼ ଭୂଲ କରିଛି। ମନେ ମନେ ଜଳିପୋଡି ଯାଉଛି ।ଏବେ ତାର ସାହା କିଏ ନିର୍ଣ୍ୟ ୟ କରିପାରୁନି ।କେମିତିବା ନିଜ ପୋଡା ମୁହଁକୁ ନେଇ ବାପମା କୁଁ ଦେଖେଇବି ।

ମନେମନେ ନିର୍ଣ୍ୟୟ କରିଛି, ତାପାଇଁ ଦୁଇଟି ପଥ , ବଞ୍ଚିବାକୁ ହେଲେ ସଂଘର୍ଷ କରିବି ନଚେତ ଲଣ୍ଡା ହେବି । ଲଣ୍ଡା ହେବାକୁ ଅର୍ଥ ମାରିବି ତ ମରିବି ।ଆଉଏଇ ଛଳନା କରି ପ୍ରେମ ଜାଲରେ ପକେଇଥିବା ଶିକାରୀ କୁ ଶିକ୍ଷା ଦେବି । ନାରୀ କ୍ରୋଧର ଅଗ୍ନି ପାଖରେ ପୁରୁଷ ଯେତେ ଦମ୍ଭିଲା ଥିଲେ ପୋଡି ଯାଏ ।

ଆଇନଗତ ସାହାଯ୍ୟ ଲୋଡି, ଅରେଷ୍ଟ ହୋଇଛି ତାର ସ୍ୱାମୀ । ଏବଂ ତାକୁ ସହଯୋଗ କରୁଥିବା ତାର ସ୍ୱାମୀଙ୍କ ପରିବାର । ରିତା ନିଜ ବାପା ମା'ଙ୍କ ପାଖକୁ ଯାଇ କ୍ଷମା ପ୍ରାର୍ଥନା କରିଛି । ପିତାମାତା ଝିଅର ଏପରି ଦୃଗତି ଦେଖି ଦୁଃଖିତ। ରିତାକୁ କୋଳେଇ ନେଇଛନ୍ତି ପିତା ମାତା । ନିଜ ପିତା ମାତାଙ୍କ ପାଖରେ ରହି ଦିନ ସହରକୁ ଯାଇ ନିଜ ଚାକିର ବଚେଇଛି ।ନାରୀ ଦୃଢ଼ ମନା ହେଲେ କେଉଁଠି ହାରି ଯାଇନି ।


Rate this content
Log in

Similar oriya story from Tragedy