Ashok kumar Sethi

Inspirational Tragedy

3  

Ashok kumar Sethi

Inspirational Tragedy

ପରିଭାଷା

ପରିଭାଷା

3 mins
14.7K


ଵୃଦ୍ଧ ଶିକ୍ଷକ ଜଣଙ୍କ ଜିଲ୍ଲାପାଳଙ୍କୁ ଭେଟିବାକୁ ଖୁବ ଆତୁର । ଜନୈକ ଜିଲ୍ଲାପାଳ ଏକଦା ତାଙ୍କର ପ୍ରିୟ ଛାତ୍ର ଥିଲେ । ସେ କଥା ଭାବିଲା ବେଳକୁ ଛାତି କୁଣ୍ଢେ ମୋଟ ହେଇଯାଉଛି ଵୃଦ୍ଧ ଶିକ୍ଷକଙ୍କର। ଚିଠି ଲେଖି ନିଜର ଦୁଃଖ ଜଣେଇଛନ୍ତି ଆଶୁ ପଦକ୍ଷେପ ଆଶା କରି ଆଜି ଭେଟିବାକୁ ଆସିଛନ୍ତି ତାଙ୍କ ବସାକୁ | ହଁ, ସଵୁ ସୁବିଧା ଅସୁବିଧା ରେ ଓ ଏ ସୁନାମ ପଛରେ ନିଶ୍ଚିତ ଭାବେ ବୃଦ୍ଧ ଶିକ୍ଷକଙ୍କର ପ୍ରଚ୍ଛନ ହାତ ରହିଛି | ମନ ଭିତରେ କେତେ କେତେ କଳ୍ପନା ଆଉ କିଛି ବାଟ ପରେ ସତ ହେବାକୁ ଯାଉଛି | ଏମିତି ଭାବନାରେ ବାଟ ଚାଲୁଥାନ୍ତି ବୃଦ୍ଧ ଶିକ୍ଷକ ଜିଲ୍ଲାପାଳଙ୍କ ବସା ଅଭିମୁଖେ | ଜିଲ୍ଲାପାଳ ଙ୍କ ବସା ଆଗରେ ଲମ୍ବା ଧାଡି | ନିୟୋଜିତ ସୁରକ୍ଷା କର୍ମୀ ସଭିଙ୍କୁ ଘଉଡାଇବାରେ ବ୍ୟସ୍ତ | ସାର ଆଜି ନାହାନ୍ତି, କାଲିକି ଆସିବ ଯାଅ ସବୁ ....! ଗହଳି ଭାଙ୍ଗି ସାରିଥାଏ | ବୃଦ୍ଧ ଜଣଙ୍କ ସୁରକ୍ଷା କର୍ମୀଙ୍କୁ କହିଲେ," ତୁମ ସାର ଙ୍କୁ ଯାଅ କହିବ, ଗାଁ ରୁ ତୁମ ନଟ ସାର ଆସିଛନ୍ତି ...!"

ତୋ ଆଖି ଖରାପ ନା କାନ ଖରାପ, ତତେ ଦେଖା ଗଲାନି ସବୁ ଲୋକ ଫେରିକି ଗଲେ, ମୁଁ କହିଲି ପା' ସାର ନାହାନ୍ତି ବୋଲି | ରୁକ୍ଷ ଗଳାରେ ଉତର ଦେଲା ସୁରକ୍ଷା କର୍ମୀ | କିଛି ନା କିଛି ସମ୍ପର୍କ ଯୋଡି ଦିଅନ୍ତି ..ଶ...! ଧୀର ଗଳାରେ ଗୁଣୁ ଗୁଣୁ ହୋଇ ବିରକ୍ତି ହେଉଥାଏ ସୁରକ୍ଷା କର୍ମୀ ଜଣଙ୍କ ...

କିଛି ସମୟ ପରେ ଜିଲ୍ଲାପାଳ ମହାଶୟ ତର ତରରେ ନଟ ସାର ଙ୍କ ପାଖ ଦେଇ ଗଲେ ସୁଦ୍ଧା ଆଡ ଆଖିରେ ବି ନଜର ପଡ଼ିବାକୁ ବି ଫୁରୁସତ ନାହିଁ , ସିଧା କାରରେ ବସି ବାହାରିଗଲେ . ....ପର ମୁହୂର୍ତ୍ତରେ ହାବୁକାୟେ ପବନ ପଶି ଆସି ଉଡେଇ ନେଇଗଲା ଟେବୁଲ ଉପରେ ଗଦା ହୋଇଥିବା ଚିଠି, ଦରଖାସ୍ତ ସବୁ | ନିଜର ପାଦ ତଳେ ପଡିଥିବା ଚିଠି ଖଣ୍ଡିକ ଉଠାଇବାକୁ ବି ଆଉ ବଳ ନାହିଁ | ତଥାପି ଥର ଥର ହାତରେ ଚିଠି ଖଣ୍ଡିକ ଦେଖି ଚମକି ପଡିଲେ ନଟ ସାର ...! ଚିଠି ଖଣ୍ଡିକ ମନ ଭିତରର ନିବୁଜ କ୍ଷୋଭ ପରି ସେମିତି ନିବୁଜ ହୋଇ ରହିଗଲା | ହଠାତ ଯେମିତି ମନ ଭିତରେ ଏକ ପ୍ରବଳ ଘୁର୍ଣ୍ଣି ଝଡ ଆସି ଚାଲିଗଲା ନିରବ ନିର୍ଜନ ବିଞ୍ଚି ଦେଇ (ଯଦିଓ କୋଳାହଳ ଜାହାରୀ କରୁଥାଏ ଚାରିପାଖ )

ରୋମନ୍ଥନ ହୋଇଗଲା ଅତୀତର ସ୍ମୃତି ସବୁ | ସବୁକୁ ଲିଭେଇବାକୁ ପଡିବ, କଳାପଟାକୁ ଡଷ୍ଟର ରେ ଲିଭେଇଲା ପରି ...ଆସିବ ବେଳର ଭୋକ ଶୋଷ ସେ ଘୁର୍ଣ୍ଣିଝଡ଼ରେ ସବୁ ଉଡେଇ ନେଇଛି ..!

ବସ ଧରି ଫେରିବାକୁ ହେବ ସନ୍ଧ୍ୟା ସୁଦ୍ଧା ପୁଣି ଗାଁକୁ ଦି କୋଶ ଚଲା ବାଟ | ବସ ଚାଲିଥାଏ ଗନ୍ତବ୍ୟ ଅଭିମୁଖେ | ଅବାଧ୍ୟ ଅତୀତ ପୁଣି ଜଳ ଛବି ପରି ଆଖି ଆଗେ ଉପଦ୍ରଵ କରିଚାଲିଥାଏ ମନ ଇଛା | କାହାର ଡାକ ଶୁଣି ଚିହିଁକି ଉଠିଲେ ନଟ ସାର ..

ଟିକେଟ ଦିଅ ...?

ପର୍ସ କାଢ଼ିବାକୁ ପକେଟ ରେ ହାତ ପୁରେଇଛନ୍ତି ତ ...ସ୍ତବ୍ଧ ହେଇଗଲେ ନଟ ସାର ..! ଆଖି ଲାଲ ପଡ଼ିବାକୁ ବସିଥାଏ କେଇ ଟୋପା ଲୁହ ଜକେଇ ଆସିଲାଣି ...ସଠିକ ଭାବେ ମାନେ ପକେଇ ପାରୁନାହାନ୍ତି ତାଙ୍କ ପର୍ସ କୋଉଠି ଗଳେଇ ଦେଲି ନା କିଏ ପକେଟ ମାରିନେଲା...!!

ବଡ ଅନୁନୟ ହୋଇ, କଣ୍ଡକ୍ଟରଙ୍କୁ କହିଲେ," ମୁଁ , ସତ କହୁଛି ମୋ ପର୍ସ ଚୋରି ହୋଇ ଯାଇଛି ...!" ବସ ର ସବୁ ଲୋକ ଡବ ଡବ ହୋଇ ଅନେଇଥାନ୍ତି ..

କଣ୍ଡକ୍ଟର କିଛି ମୁହୂର୍ତ୍ତ ନିରବ ରହି ନଟସାରଙ୍କ ମୁହଁକୁ ମୁହୂର୍ତ୍ତେ ଚାହିଁ, ବସିବା ପାଇଁ କହିଲେ ..

ନିଜକୁ ଖୁବ ନିଃସ୍ବ ଓ ଅସହାୟ ମନେ କରୁଥାନ୍ତି ନଟ ସାର ସୁକ୍ଷ୍ମ ଓ ସ୍ଥୁଳ ଭାବରେ | ଏତେ ସରି ହେବେ ବୋଲି ସେ କେବେ କଳ୍ପନା ବି କରିନଥିଲେ | ମନ ତଳର କ୍ଷତ ବେଳୁ ବେଳ ଗଭୀର ହେବାରେ ଲାଗିଥାଏ |

ଠିକଣା ଜାଗାରେ ବସ ରହିଲା, ନଟ ସାର ବସରୁ ଓହ୍ଲେଇଲେ ତାଙ୍କ ପଛେ ପଛେ କଣ୍ଡକ୍ଟର | ପଛରୁ କାହାର ଡାକ ଶୁଣି ନଟସାର ବୁଲି ଚାହିଁଲେ .. କଣ୍ଡକ୍ଟର ଜଣକ ଯାଇ ନଟ ସାରଙ୍କ ପାଦ ଛୁଇଁ ପ୍ରଣାମ କଲେ," ସାର, ମତେ ଚିହ୍ନି ପାରୁଛନ୍ତି ...? ମୁଁ, ବିଶୁ ! ଶ୍ରେଣୀର ଶେଷ ବେଞ୍ଚରେ ମୁଁ ବସେ | ଆପଣଙ୍କ ମାଡ ଆଜି ବି ମୋର ମାନେ ପଡ଼ିଯାଏ, ହାତ ମୋର କଳାଯାମ ପଡ଼ିଯାଏ | ସେଇ ପାଠ ଦି ଧାଡି ମୋ ଜୀବନ ଜୀବିକାରେ ଖୁବ ସହାୟ ହୋଇ ପାରିଛି | ସେ ଋଣ ମୁଁ କେବେ ସୁଝି ପାରିବିନି |" ବାଷ୍ପରୁଦ୍ଧ ଗଳାରେ କହିଚାଲି ଥାଏ ଶ୍ରେଣୀର ପଛ ଧାଡିରେ ବସିଥିବା ପିଲାଟି | ନଟ ସାରଙ୍କର ଅନ୍ତରର କୋହ ଉବକେଇ ଉଠିଲା | କଣ୍ଡକ୍ଟରକୁ ଜାବୁଡି ଧରିଲେ ନଟ ସାର କିଛି ମୁହୂର୍ତ୍ତ, ନୀରବରେ କିଛି ଟୋପା ଲୁହ ସମର୍ଥନ କରୁଥିଲେ ଏ ଅବ୍ୟକ୍ତ ଆବେଗକୁ |

ଘନେଇ ଆସୁଥାଏ ମାଛି ଅନ୍ଧାର ସମୟ | ନିଜ ଗାଁକୁ ଚଲା ବାଟ ଧରିଲେ ନଟ ସାର | ମନ ଭିତରେ ଏକ ଅପୂର୍ବ ଶିହରଣ | ବାଟ ସବୁ ଘୋଡା ଚଢିଲା ପରି ପଛରେ ରହିଯାଉଥାଏ | କେତେ ବେଳେ ଗାଁ ମୁଣ୍ଡରେ ପହଁଚିଲେ ସେ ନିଜେ ଜାଣି ପାରିଲେନି | ସେ ଅନୁଭୂତି ସେମିତି ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସତେଜ ରହିଥାଏ ...

କଳାପଟାରୁ ସେ ସେ କ୍ଲୀଷ୍ଟ ସମୀକରଣ କୋ କାଳୁ ଲିଭେଇ ସାରିଲେଣି | ଜଳ ଜଳ ଦିଶୁଛି କଳାପଟାରେ ଶିକ୍ଷାର ପରିଭାଷା ...

ଅଶୋକ କୁମାର ସେଠୀ

କଲ୍ୟାଣପୁର, ନୟାଗଡ


Rate this content
Log in

Similar oriya story from Inspirational