ଓଡ଼ିଆ ଗଳ୍ପ ଓ କବିତା - ୩

Children

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ପରିବେଶକୁ ଆମର ସୁରକ୍ଷା

ପରିବେଶକୁ ଆମର ସୁରକ୍ଷା

2 mins
7.6K


ଶ୍ରୀମତୀ ଲୀନା ମିଶ୍ର

ଦିନେ ଜେଜେ ଆମକୁ ଏକ ଗପ କହୁ ଥିଲେ l ଆମକୁ ପଚାରିଲେ, ପିଲେ ପରିବେଶ କହିଲେ ଆମେ କ’ଣ ବୁଝୁ ? ଆମେ କହି ପାରିଲୁ ନାହିଁ, ତେଣୁ ଜେଜେ କହିଲେ, ପିଲେ ପୃଥିବୀ ଭଳି ଆହୁରି ଆଠଟି ଗ୍ରହ ଅଛନ୍ତି l କିନ୍ତୁ ସେଠି ପାଣି,ପବନ, ମାଟି ସବୁର ଅଭାବ ଯୋଗୁଁ ମଣିଷ ସେଠାରେ ବସବାସ କରନ୍ତି ନାହିଁ l ପୃଥିବୀରେ କେବଳ ଜୀବଜଗତ ରହିଛି l ଆମ ପୃଥିବୀରେ ପାଣି, ପବନ, ସୂର୍ଯ୍ୟକିରଣ , ମାଟି, ଗଛଲତା ଇତ୍ୟାଦି ଥିବାରୁ ଆମେ ତାକୁ ପରିବେଶ କହୁଥିବା ବେଳେ ପାଣି ଓ ପବନକୁ ଆମେ ଜୀବନ ବୋଲି କହୁ l ଏ ଦୁଇଟି ବିନା ପ୍ରାଣୀ କି ଗଛଲଟା କେହି ବଞ୍ଚିପାରିବେ ନାହିଁ l ଜୀବଜଗତ ପାଇଁ ପାଣି ଓ ପବନ ଠିକ୍ ଭାବରେ ମିଳିବା ଆବଶ୍ୟକ l ଏହାଛଡ଼ା ଆମେ ବଞ୍ଚିବା ପାଇଁ ଆମକୁ ସୂର୍ଯ୍ୟଙ୍କ ଠାରୁ ଏକ ଶକ୍ତି ଆବଶ୍ୟକ ହୋଇଥାଏ l ଏସବୁ ଠିକ୍ ଭାବରେ ମିଳୁଥିବାରୁ ଆମେ ବଞ୍ଚିବା ସମ୍ଭବ ହୋଇଛି l

ସୂର୍ଯ୍ୟ କିରଣରେ ଜଳାଶୟମାନଙ୍କରୁ ପାଣି ବାଷ୍ପ ହୋଇ ଆକାଶକୁ ଯାଏ l ସେଠାରେ ଥଣ୍ଡା ହୋଇ ମେଘ ହୁଏ l ସେହି ମେଘରୁ ବର୍ଷା ହୁଏ l ଗଛଲତା, ପଶୁପକ୍ଷୀ ସମସ୍ତେ ପାଣିର ଆବଶ୍ୟକତା ଖୋଜନ୍ତି l ତେଣୁ ପାଣି ଆମର ଜୀବନ l ବାୟୁମଣ୍ଡଳ ଆମର ଆବଶ୍ୟକତା ସୂର୍ଯ୍ୟକିରଣ, ପୃଥିବୀପୃଷ୍ଠକୁ ଦେଇଥାଏ l ଜେଜେ ଏଥର ନୀରବ ହୋଇଗଲେ l ପିଲାମାନେ ଜେଜେଙ୍କୁ ପଚାରିଲେ, ଜେଜେ ଜୀବଜଗତ ଓ ଗଛଲତା କିପରି ନିଃଶ୍ଵାସ ପ୍ରଶ୍ଵାସ ନିଅନ୍ତି ଆମକୁ ବୁଝାଇବ l ଜେଜେ କହିଲେ, ହାଉ ଠିକ୍ ଅଛି l ତୁମେ ନୀରବ ହୋଇ ବସ, ମୁଁ ତୁମକୁ ବୁଝାଇ କହୁଛି l ଜେଜେ କହିଲେ, ଶୁଣ ପିଲେ, ବାଯୁରେ କେତେ ଗୁଡିଏ ଉପାଦାନ ରହିଛି l ସେଗୁଡିକ ହେଲା ଯବକ୍ଷାରଜାନ ୭୮ ଭାଗ, ଅମ୍ଳଜାନ ୨୧ ଭାଗ, ଅଙ୍ଗାରକାମ୍ଳ ୦.୩ ଭାଗ, ଅବଶିଷ୍ଟ ଅନ୍ୟ କେତୋଟି ବାଷ୍ପ କମ୍ କମ୍ ରହିଛି l ଅମ୍ଳଜାନର ଗୁଣ ହେଲା ଜଳିବାରେ ସାହାର୍ଯ୍ୟ କରେ l ବାଯୁରେ ଏ ବାଷ୍ପ ନଥିଲେ ନିଆଁ ଜାଲିପାରୁ ନଥାନ୍ତା l ରୋଷେଇ ଠାରୁ ଗାଡ଼ିମୋଟର ଚାଲିବା ପର୍ଯ୍ୟନ୍ତ ଆମକୁ ଏହି ଗ୍ୟାସ ସାହାଯ୍ୟ କରେ l ଆମେ ନିଃଶ୍ଵାସରେ ଅମ୍ଳଜାନ ଗ୍ୟାସ ଗ୍ରହଣ କରୁ l ପିଲାମାନେ ପଚାରିଲେ,ଜେଜେ ଆମେ ଅମ୍ଳଜାନ ଗ୍ୟାସ୍ କେଉଁଠୁ ପାଉ ?

ଜେଜେ କହିଲେ, ଆମେ ଏହା ଗଛଲତା ଇତ୍ୟାଦିଙ୍କ ଠାରୁ ପାଉ l ପୁଣି ଜେଜେ କହିଲେ, ପିଲାମାନେ ଆଉ ଗୋଟିଏ କଥା ଜାଣିଛ ? ପିଲାମାନେ କହିଲେ,କ’ଣ ? ତା’ ହେଲେ ଶୁଣ- ବାଯୁରେ ଅମ୍ଳଜାନ ଦହନକାରୀ ଗୁଣକୁ ଯବକ୍ଷାରଯାନ କମାଇଦିଏ l ମେଘରେ ଯେବେ ବିଜୁଳି ମାରେ ବାୟୁମଣ୍ଡଳରେ ଯବକ୍ଷାରଜାନରୁ ସାର ତିଆରି ହୁଏ l ଏହି ସାର ମାଟିକୁ ଉର୍ବର କରେ l ମାଟି ଉର୍ବର ହେଲେ ଫସଲ ଅଧିକ ଉତ୍ପନ ହୁଏ l ବାୟୁମଣ୍ଡଳରେ ଥିବା ଅଙ୍ଗାରକାମ୍ଳ ଗ୍ୟାସ୍ ଗଛଲତାମାନେ କରିଥାନ୍ତି l ଏହି ଗ୍ୟାସ୍ ବାଯୁମଣ୍ଡଳରେ ଅଧିକା ହେଲେ ଆମେ ତାକୁ ଦୂଷିତ ଗ୍ୟାସ୍ କହୁ l ଏଥର ଜାଣିଲ ତ ପିଲେ ଗଛ ଆମର କ’ଣ ଉପକାର କରେ ? ଆମ ବାଡ଼ି ବଗିଚା, ରାସ୍ତା ଓ ଖାଲିଥିବା ସ୍ଥାନରେ ଗଛ ଲଗାଇବା ଆବଶ୍ୟକ ଳ ତା’ହେଲେ ଜୀବଜଗତ ସୁରକ୍ଷା ରହିବ l ଜେଜେ କହିଲେ, ଶୁଣ ପିଳେ ଏହାକୁ ହିଁ କୁହାଯାଏ ପରିବେଶ l ଯେଉଁସବୁ ବ୍ୟବସ୍ଥା କଥା କହିଲି, ଏଥିରୁ ଗୋଟିଏ ଉପାଦାନ ଟିକେ ବଦଳିଗଲେ ପରିବେଶ ବଦଳିଯିବ l ଆମେ ତା’ସହିତ ଖାପ ଖୁଆଇ ବଞ୍ଚିବାଟା କଷ୍ଟକର l ଗଛଲତା ପରିବେଶର ଏକ ଅଂଶ l ତେଣୁ ପରିବେଶକୁ ସୁରକ୍ଷା ଦେବା ଅତ୍ୟନ୍ତ ଆବଶ୍ୟକ l ଜେଜେ କହିଲେ, ପିଲେ ମୋ ଗପ ଶୁଣିଲ କେମିତି ଲାଗିଲା ? ପିଲାମାନେ କହିଲେ, ବହୁତ ବଢିଆ l ଗପ ମୁଣିରୁ ଆଉ ଗୋଟିଏ ଗପ ଦିଅ l ଜେଜେ କହିଲେ, ୟାକୁ ହଜମ କର ଆଉ ଦିନେ କହିବି l

ପରିବେଶ ସୁରକ୍ଷା ଆମର କର୍ତ୍ତବ୍ୟ l


Rate this content
Log in

Similar oriya story from Children