PRIYABRAT PARIDA

Fantasy Others

4.0  

PRIYABRAT PARIDA

Fantasy Others

ପ୍ରେମର ଦ୍ଵିତୀୟ ସ୍ୱାଦ

ପ୍ରେମର ଦ୍ଵିତୀୟ ସ୍ୱାଦ

2 mins
167


ସେଦିନ ଥିଲା ୨୦୨୦ ମସିହା ଅକ୍ଟୋବର ମାସ ୧୭ ତାରିଖ। ବସରେ ମୁଁ ଛୁଟି ନେଇ ଘରକୁ ଯାଉଥାଏ। ଏକୁଟିଆ ବୋରିଂ ଲାଗୁଥିବାରୁ ଝରକା ପାଖ ସିଟ୍ ରେ ବସି ଫେସବୁକରେ ଷ୍ଟୋରୀ ଦେଖୁଥାଏ। ଦେଖୁ ଦେଖୁ ହଠାତ୍ ଏକ ସୁନ୍ଦର ଝିଅର ଫଟୋଟିଏ ଦେଖିଲି। ସତେ ଯେମିତି କେଉଁ ସ୍ବର୍ଗରୁ ଓହ୍ଲାଇ ଆସିଥିବା ଅପ୍ସରୀଟିଏ! ଫଟୋଟିକୁ ଚାହିଁ ରହିଲି ସେମିତି ଏକ ଲୟରେ ୫ ମିନିଟ୍ କାଳ। କେଜାଣି କେମିତି ମୋର ହାତ ଚାଲିଗଲା ଷ୍ଟୋରୀ ରିପ୍ଲାଇର ବଟନ୍ ରେ, ଯେଉଁଥିରେ ଲେଖି ଦେଇଥିଲି "ଅତି ସୁନ୍ଦର " । ରିପ୍ଲାଇର କ୍ଷଣିକ ମଧ୍ଯରେ ସେପଟରୁ ଉତ୍ତର ଆସିଲା "ଧନ୍ଯବାଦ"।

                ଏମିତି ଆମର ସେଇ ସୋସିଆଲ ମିଡିଆରେ ହେଲା ବାର୍ତ୍ତାଳାପ, ତାପରେ ନମ୍ବର ଆଦାନପ୍ରଦାନ ଏବଂ ଆରମ୍ଭ ହେଲା କଲ୍ ରେ କଥାବାର୍ତ୍ତା।ଧୀରେ ଧୀରେ ଆମେ ପରସ୍ପରଙ୍କ ପସନ୍ଦ ନାପସନ୍ଦ ଜାଣିଗଲୁ ।ଖୁବ୍ କମ୍ ଦିନ ଭିତରେ ଆମେ ଦୁଇଜଣ ନିକଟବର୍ତ୍ତୀ ହୋଇଗଲୁ। କହିବାକୁ ଗଲେ ଆମ ଦୁହିଁଙ୍କ ଜୀବନ ଶୈଳୀ ପ୍ରାୟ ଏକା ଥିଲା। ପ୍ରଥମ ପ୍ରେମିକାର ଛଳନା ପରେ ପ୍ରେମ ଓ ଝିଅମାନଙ୍କ ପ୍ରତି ମୋର କୌଣସି ଆସକ୍ତି ନଥିଲା। କିନ୍ତୁ କେମିତି କେଜାଣି ସେ ସୁନ୍ଦରୀ ତରୁଣୀର କଥା ମୋତେ ବିମୋହିତ କରୁଥିଲା। ଅଜାଣତରେ ମୁଁ ଧୀରେ ଧୀରେ ତା ପ୍ରତି ଆକର୍ଷିତ ହେଉଥିଲି। ଏପରି କିଛି ଦିନ ଚାଲିବା ପରେ ମୁଁ ତାକୁ ଭଲପାଇ ବସିଲି।

କିନ୍ତୁ ହୃଦୟର କଥାକୁ ପ୍ରକାଶ କରିବାର ଦୁଃସାହସ ମୋର ହେଉନଥାଏ ପ୍ରଥମ ପ୍ରେମର ଅତୀତ କୁ ଚାହିଁ। ନିଜେ ସେତେବେଳେ ମୁଁ ବହୁତ ଦ୍ବନ୍ଦରେ ପଡିଥାଏ। କଣ ପୁଣି ଥରେ ସେମିତି ହେବ ନାହିଁ ତ? ,ବିରହରେ ପୁଣି ଛଟପଟ ହେବୁନି ତ? ହୃଦୟ ଏମିତି ସେତେବେଳେ କେତେ କଣ ପଚାରି ଚାଲିଥାଏ ମୋତେ।

କିନ୍ତୁ ମୋ ମନ କଥା ଜାଣିଲା ପରି ହଠାତ୍ ଦିନେ ସେ ଝିଅଟି ମୋତେ ପ୍ରେମର ନିବେଦନ କରିଲା। କିଛି କ୍ଷଣ ପାଇଁ ମୁଁ ତ ଆଶ୍ଚର୍ଯ୍ୟ ହୋଇ ରହିଗଲି। କିଛି ଦିନର ବ୍ଯବଧାନ ପରେ ଭାବିଚିନ୍ତି ତାର ନିବେଦନକୁ ଗ୍ରହଣ କରିଲି। ସେ ଯାହା ବି ହେଉ, ଏମିତି ଵହୁତ ଭଲରେ ଆମ ସଂପର୍କ କଟିଲା। ଦୁହେଁ ଦୁହିଁଙ୍କୁ ବହୁତ ଭଲଭାବରେ ବୁଝିପାରୁଥିଲୁ ଆମେ। ସମୟର ଗତି ସହ ଆମ ସଂପର୍କ ବି ନିବିଡ଼ ହେବାକୁ ଲାଗିଲା। ଦୁହେଁ ଦୁହିଁଙ୍କ ବିନା ଗୋଟିଏ ବି କ୍ଷଣ ରହିପାରୁନଥିଲୁ। ଆମ ପ୍ରେମ ଯେମିତି କି ଥିଲା ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ପରି, ଜଣଙ୍କ ବିନା ଅନ୍ୟ ଜଣକ ଅଧୁରା। ଯେତେ ସମୟ ବିତେଇଲେ ତା ସହ ମଧ୍ଯ ମନ ପୁରେ ନାହିଁ। ଏ ସବୁ ଭିତରେ ଆମେ ବିବାହ କରି ସାରା ଜୀବନ ଏକାଠି ରହିବାକୁ ମନସ୍ଥ କରିଥିଲୁ। କିନ୍ତୁ କେବଳ ଆମ ଦୁହିଁଙ୍କ ପରିବାର'ର ସହମତିର ଲୋଡା ଥିଲା।



Rate this content
Log in

Similar oriya story from Fantasy