Bijayalaxmi Pattanaik

Inspirational

3  

Bijayalaxmi Pattanaik

Inspirational

ପ୍ରେମ ଏବଂ ସେବାର ସାଇଯୁଗ

ପ୍ରେମ ଏବଂ ସେବାର ସାଇଯୁଗ

4 mins
12K


 ଅବତାରମାନଙ୍କର ଅବତରଣ ସମ୍ବତ୍ସରରେ ଥରେ ମାତ୍ର ଘଟେ - ବହୁ ମହାନ୍ ଆତ୍ମାମାନଙ୍କର, ସାଧୁସନ୍ଥ ମାନଙ୍କର ଆକୁଳ ପ୍ରାର୍ଥନା ପରେ । ଅବତରି ଆସନ୍ତି କେହି ଜଣେ ମର୍ତ୍ତ୍ୟ ବୈକୁଣ୍ଠର ଉଦ୍ଧାର କରିବା ପାଇଁ । ସେମିତି ଏକ ଘଟଣା ଘଟିଥିଲା ଆନ୍ଧ୍ର ପ୍ରଦେଶର ଧର୍ମାଭରମର ନିପଟ ପଲ୍ଲୀ ଉଇହୁଙ୍କା ପରିବେଷ୍ଟିତ ଗ୍ରାମ ଗୋଲାପଲ୍ଲୀ (ପରବର୍ତ୍ତି ନାମ ପୁଟ୍ଟପର୍ତ୍ତି)ରେ । ସାରା ବିଶ୍ୱର ପ୍ରାୟ ୧୬୫ଟି ଦେଶର ଲୋକେ ପ୍ରତ୍ୟକ୍ଷ କଲେ, ସାମିଲ୍ ହେଲେ , ପାଦରେ ମୁଣ୍ଡ ଥାପି ନିଜର ଦୁଃଖ କଷ୍ଟକୁ ଅଜାଡି ସୁଖ ଶାନ୍ତି ସାଉଁଟି ନେଲେ ସେଇ ଭଗବାନ ବୋଲି ମାନୁଥିବା ପ୍ରଭୁ ସତ୍ୟସାଇଙ୍କ ପାଖରେ ।   ଧର୍ମରେ ଗ୍ଳାନି ଦେଖାଦେଲେ କାହାକୁ ଜଣକୁ ଆସିବାକୁ ପଡେ ସେ ରାମ, କୃଷ୍ଣ କି ସାଇ ହୋଇପାରନ୍ତି । ଅବତରିବାକୁ ପଡେ ଧୂଳି ଧୂସରିତ ମାଟିରେ । ମାଟିର ମଣିଷ ହୋଇ ଲୀଳାଖେଳା କରିବାକୁ ପଡେ ।  ବହୁ ଅଲୌକିକ ଘଟଣା ବହୁଳ ତାଙ୍କର ପିଲାଦିନ । ରାଜଉଆସର ଭୋଗବିଳାସରେ କଟି ନଥିଲା ତାଙ୍କର ପିଲାଦିନ । ଅଖ୍ୟାତ ପଲ୍ଲୀର ଏକ ମଧ୍ୟବିତ୍ତ ରାଜୁ (ଖଣ୍ଡାୟତ) ପରିବାରରେ ଜନ୍ମଗ୍ରହଣ କରିଥିଲେ ପିତା ପେଦ୍ଦା ଓ୍ୱେଙ୍କାପ୍ପା ରାଜୁ ଏବଂ ମାତା ଇଶ୍ୱରାମ୍ମାଙ୍କର ଔରସରୁ। ଜନ୍ମ ପୂର୍ବରୁ ଘରର ବାଦ୍ୟଯନ୍ତ୍ର ସବୁ ମନକୁ ମନ ବାଜିବା, ଜନ୍ମ ପରେ ଶେଜ ତଳୁ ନାଗସାପ ଆବିର୍ଭାବ, ସାଙ୍ଗସାଥି ମାନଙ୍କୁ ତେନ୍ତୁଳି କଳ୍ପବୃକ୍ଷରୁ ମିଠା, ଫଳ, ଚକୋଲେଟ ଓ ପେନସିଲ୍ ଆଦି ଶୂନ୍ୟରୁ ସୃଷ୍ଟି କରି ଦେବାର ଘଟଣା ମାତ୍ର ସାତ ଆଠ ବର୍ଷରେ ଘଟିଥିଲା । ଅନେକ ଅଲୌକିକ ଘଟଣାର ମୂକସାକ୍ଷୀ ପୁଟ୍ଟପର୍ତ୍ତି ଗ୍ରାମ ।  ସେଦିନ ଥିଲା ୧୯୪୦ ମସିହା ଅକ୍ଟୋବର ମାସ ୨୦ ତାରିଖ । ଅଷ୍ଟମ ଶ୍ରେଣୀରେ ପଢୁଥିବା ସତ୍ୟନାରାୟଣ ରାଜୁ ମାତ୍ର ୧୪ ବର୍ଷ ବୟସରେ ସ୍କୁଲରେ ଫେରି ବହିପତ୍ର ଫୋପାଡ଼ି ଦେଇ କହିଲେ , "ମାୟା ଛାଡିଗଲା । ମୋର ଭକ୍ତ ମାନେ ମୋତେ ଅପେକ୍ଷା କରିଛନ୍ତି, ମୋତେ ଯିବାକୁ ହେବ ।" ଭାଉଜ ପଚାରିଲେ ତୁମେ କିଏ, କୁଆଡେ ଯିବ ? ଭାଉଜଙ୍କୁ ମୁଠାଏ ଯୁଇଫୁଲ ଆଣିବାକୁ କହିଲେ । ଯୁଇଫୁଲ ଗୁଡିକୁ ନେଇ ଭୂମିରେ ଫୋପାଡ଼ି ଦେଲାରୁ ମନକୁ ଲେଖି ହୋଇଗଲା , "ମୁଁ ସତ୍ୟ ସାଇବାବା ।" ସାଇବାବା ନାମ ସେମାନେ ଆଗରୁ ଶୁଣି ନ ଥିଲେ । ସେ ଦିନରୁ ସେ ହେଲେ ଗୃହତ୍ୟାଗୀ । ଅପେକ୍ଷାରତ ଭକ୍ତମାନଙ୍କୁ ପ୍ରଥମ ସମ୍ବୋଧନ ଜଣଙ୍କ ବାଡିରେ ଥିବା ପଥର ଉପରେ ବସି କରିଥିଲେ - ' ମାନସଭଜୋରେ ଗୁରୁଚରଣମ୍ ଦୁସ୍ତର ଭବସାଗର ତରଣମ୍' ୨୦ ବର୍ଷର ଯୁବକ ସତ୍ୟସାଇ ୨୫ ମେ,୧୯୪୭ ମସିହାରେ ତାଙ୍କ ବଡ ଭାଇଙ୍କୁ ଚିଠି ଲେଖିଥିଲେ - I have a task, To foster all the mankind and ensure for all of them lives full of Ananda . I have a vow, To lead all who stray away from the straight path ,again into goodness and save them . I am attached to a work that I love: To remove the sufferings of the poor and grant them what they lack . BABA. ବାଟହୁଡା, ଅଗ୍ୟାନ, ସଂସାର ସାଗରରେ ଉବୁଟୁବୁ ହେଉଥିବା ଅସହାୟ ମାନଙ୍କୁ ଉଦ୍ଧାର କରିବାର ପ୍ରତିଶ୍ରୁତି ମିଳିଗଲା । ଆରମ୍ଭ ହେଲା ଲକ୍ଷ କୋଟି ପ୍ରାଣର ସହିତ ଯାତ୍ରା । ସେ କହିଲେ - ଗୋଟିଏମାତ୍ର ଭାଷା - ହୃଦୟର ଭାଷା ଗୋଟିଏ ମାତ୍ର ଜାତି -ମାନବ ଜାତି ଗୋଟିଏ ମାତ୍ର ଧର୍ମ -ପ୍ରେମର ଧର୍ମ ଜଣେ ମାତ୍ର ଇଶ୍ୱର - ସେ ସର୍ବ ଶକ୍ତିମାନ୍ ଏହାଠାରୁ ଅଧିକ ମୂଲ୍ୟବାନ କଥା ପୃଥିବୀରେ କଣ ଅଛିକି ? ମାନବବାଦର ସମସ୍ତ ସoଗ୍ୟା ଏବଂ ତାର ପ୍ରୟୋଗ ଶାଳା ପାଲଟିଛି ଶ୍ରୀ ସତ୍ୟସାଇ ସେବା ସoଗଠନ । ସେବା ମାଧ୍ୟମରେ ସେ ନିଜ ଭିତରେ ଥିବା ଦୈବତ୍ବ ସହିତ ପରିଚିତ ହେବ । ଏବଂ ସେ ବୁଝିଯିବ ଯେ Man has born to learn how not to be born again . BABA 

ଆଜି ମଣିଷ ଭିତରେ କୋମଳ ପ୍ରବୃତ୍ତି ନିରୁଦ୍ଦିଷ୍ଟ । କଠୋର ମାଟିରେ ଚାରାରୋପଣ କରିହୁଏ ନାହିଁ । ତାହା ବୃକ୍ଷ ବୃଦ୍ଧିର ଉପଯୋଗୀ ନୁହେଁ । ଠିକ୍ ସେହିପରି ହୃଦୟ ଦୟା, କରୁଣା, କ୍ଷମା, ସହିଷ୍ଣୁତା ଭାବରେ ପରିପୂର୍ଣ୍ଣ ହେଲେ ସବୁ ମାନବିକତାର କୋମଳ ଭାବ ସେଠାରେ ଅଙ୍କୁରୋଦଗମ ହେବ । ପାଞ୍ଚଟି ମୂଲ୍ୟବୋଧ ଉପରେ ଦଣ୍ଡାୟମାନ ଶ୍ରୀ ସତ୍ୟସାଇ ସଂଗଠନ - ସତ୍ୟ, ଧର୍ମ, ଶାନ୍ତି, ପ୍ରେମ ଓ ଅହିଂସା ।ଏ ସବୁର ମୂଳ ଅନ୍ତସ୍ରୋତ ହେଲା ପ୍ରେମ । ସତ୍ୟସାଇ ସoଗଠନର ଆଦର୍ଶ ହେଲା - Love all, Serve all Help ever, Hurt never ମାନବସେବା ହିଁ ମାଧବ ସେବା ସେବା କରୁଥିବା ହସ୍ତ ପ୍ରାର୍ଥନା କରୁଥିବା ଓଠ ଠାରୁ ପବିତ୍ରତର । ବ୍ୟକ୍ତିଗତ ଆଚରଣରେ ଶୁଦ୍ଧତା ,ପବିତ୍ରତା, ନିୟମାନୁବର୍ତ୍ତିତା ନିତ୍ୟାନ୍ତ ଆବଶ୍ୟକ । ସତ୍ୟସାଇ କହନ୍ତି - ହୃଦୟରେ ସଦାଚାର ରହିଲେ ଚରିତ୍ରରେ ସୌନ୍ଦର୍ଯ୍ୟ ବିରାଜମାନ କରିବ ଚରିତ୍ର ସୁନ୍ଦର ହେଲେ ପରିବାରରେ ସଂହତି ରହିବ ପରିବାରରେ ସଂହତି ରହିଲେ ରାଷ୍ଟ୍ର ଶୃଙ୍ଖଳିତ ହେବ । ରାଷ୍ଟ୍ର ଶୃଙ୍ଖଳିତ ହେଲେ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହେବ ।   ନିଃସ୍ୱାର୍ଥ ଭଲପାଇବା ଶିଖେଇଥିବା ସେହି ପାଞ୍ଚ ଫୁଟିଆ ନାଲି ଗାଉନ ପିନ୍ଧିଥିବା ମଣିଷଟି ଯିଏ ପ୍ରେମ ବିଞ୍ଚି ବିଞ୍ଚି ହୃଦୟରୁ ହୃଦୟ, ଦେଶରୁ ମହାଦେଶ ଯାଏ ପ୍ରେମର ଧ୍ୱଜା ଉଡେଇ ଚାଲିଥିଲେ ବିନା ଯୁଦ୍ଧ ରେ ତାଙ୍କର ପ୍ରଧାନ ଅସ୍ତ୍ର ଥିଲା ପ୍ରେମ ।  ବିଶ୍ୱାସ ଓ ଆସ୍ଥାକୁ ପୁନଃ ପ୍ରକଟିତ କରି ସେବା ଓ ପ୍ରେମର ବିଶ୍ଵବ୍ୟାପୀ ସoଗଠନର କର୍ଣ୍ଣଧାର ଶ୍ରୀ ସତ୍ୟସାଇ ବାବାଙ୍କର ନିର୍ଦ୍ଦେଶିତ ପଥରେ ଆଗେଇ ଯିବାକୁ ହେବ । ଆଚ୍ଛନ୍ନ ଓ ଆତଙ୍କିତ ଭାବ ଭିତରୁ ଖୋଜି ଆଣିବାକୁ ହେବ ଆଧ୍ୟାତ୍ମିକ ଚେତନାର ପୁନର୍ଜାଗରଣ । ପ୍ରଜ୍ଞା ଓ ବୁଦ୍ଧି ପ୍ରୟୋଗ କରି ଦୁଷ୍ଟବୁଦ୍ଧିକୁ ପରାହତ କରି ଲକ୍ଷ୍ୟ ହାସଲ ଦିଗରେ ନିଜକୁ ଅନୁପ୍ରେରିତ କରିବାକୁ ପଡିବ । ଇଶ୍ୱରମନସ୍କତା ଚେତନାର ଜାଗୃତି ଦରକାର ।  ଆଜିବି ମନେପଡେ ତାଙ୍କର ଶେଷ ଦିନ । ହସପିଟାଲ ଯିବାବେଳେ ତାଙ୍କର ଯୋଡହସ୍ତ , ତାଙ୍କ ସେବା କାର୍ଯ୍ୟର ଅଗଣିତ କୃତି ଓ କୀର୍ତ୍ତି , ଭକ୍ତ ବତ୍ସଳତା, ମଣିଷର ସଂହାର ନୁହେଁ ସଂସ୍କାର, ଅଗଣିତ ମିରାକଲ୍ ତାଙ୍କ ଅବତାରତ୍ୱର ମହିମାରେ ମହିମା ମଣ୍ଡିତ । ଦୁଇ ଦୁଇଟି ସୁପର ହସପିଟାଲର ମାଗଣା ହୃଦ୍ ରୋଗ ଚିକିତ୍ସା ତାଙ୍କ କୃତିର ମାଇଲଖୁଣ୍ଟ । ଜନ୍ମ ଜନ୍ମାନ୍ତରର ସାଥୀ, ସଖା, ବନ୍ଧୁ, ପିତାମାତା ପରି ଯିଏ ଆମ ପାଇଁ ଆସିଥିଲେ ସେ ଆମ ଜନ୍ମକୁ ସାର୍ଥକ ଓ ଆମକୁ ଜୀବନ୍ମୁକ୍ତ କରନ୍ତୁ - ତାଙ୍କ ତିରୋଧାନ ଦିବସରେ ଏହା ହିଁ ପ୍ରାର୍ଥନା । ବିଶ୍ୱକଲ୍ୟାଣ କରନ୍ତୁ ପ୍ରଭୁ ଏବଂ ସମସ୍ତ ଜଗତ୍ ନିରାମୟ ରହନ୍ତୁ, ଭଦ୍ର ହୁଅନ୍ତୁ । 



Rate this content
Log in

Similar oriya story from Inspirational