STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Classics Others

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics Others

ପଞ୍ଚ ମହାଭୂତ

ପଞ୍ଚ ମହାଭୂତ

1 min
15.5K


ବଡ଼ ଅଫିସ୍‌ର ଚିକ୍କଣିଆ ମୋଟା ଗଦିରେ ବସୁଥିବା ଜଣେ ବଡ଼ବାବୁଙ୍କୁ ଦୁର୍ନୀତି ନିବାରଣ ବିଭାଗର ଅଧିକାରୀ ଜେରା କଲାବେଳେ ପଚାରିଲେ, ‘‘ମାତ୍ର ଦଶବର୍ଷର ଚାକିରିଭିତରେ ଆପଣ ଦଶ କୋଟିରୁଅଧିକ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତିଠୁଲ କଲେ କେମିତି?’’ ବଡ଼ବାବୁକହିଲେ, ‘‘ଜୀବର ଶରୀର କେଉଁଥିରୁସୃଷ୍ଟିତାହା ଆପଣ ଜାଣନ୍ତି?’’ ଜେରା କରୁଥିବା ଅଧିକାରୀ କହିଲେ, ‘‘ପୃଥ୍ଵୀ, ଆପ, ତେଜ, ବାୟୁଓ ଆକାଶରୁ।’’ ‘‘ତେବେ ଜୀବ ପ୍ରତିଏସବୁର ପ୍ରଚ୍ଛନ୍ନ ଆକର୍ଷଣ ରହିବ ନା ନାହିଁ?’’ ବଡ଼ବାବୁ ପୁଣି ପ୍ରଶ୍ନକରିଲେ। ଜେରା କରୁଥିବା ଅଧିକାରୀ କହିଲେ, ‘‘ଆକର୍ଷଣ ରହିବା ସ୍ୱାଭାବିକ।’’ ଏଥର ବଡ଼ବାବୁଟିକିଏ ହସିଦେଇ ବିସ୍ତାରପୂର୍ବକ କହିଲେ, ସିଏ ବିଭିନ୍ନ ସମୟରେ ମୃତ୍ତିକା ସଂରକ୍ଷଣ, ଜଳସେଚନ, ବିଦୁ୍ୟତ୍‌ଉତ୍ପାଦନ, ଇନ୍ଧନ ବାଷ୍ପ ବଣ୍ଟନ ଏବଂ ଅନ୍ତରୀକ୍ଷ ପରୀକ୍ଷଣ ବିଭାଗରେ କାର୍ଯ୍ୟ କରିଥିବାରୁସେସବୁର କିଛିସାରାଂଶ ତାଙ୍କ ଶରୀର ପ୍ରତିଆକୃଷ୍ଟ ହୋଇ ସ୍ୱତଃ ପାଖକୁଚାଲିଆସିଛି। ତେଣୁଏ ସମ୍ପତ୍ତିଠୁଳ ପାଇଁତାଙ୍କୁଦାୟୀ କରାଯାଇପାରିବ ନାହିଁ। ଅଧିକାରୀ ପଚାରଲେି , ‘‘ତେବେ ଦାୟୀ କିଏ?’’ ବାବୁକହିଲେ, ‘‘ଏତେ କଥା ପରେ ବି ଆପଣ ଜାଣିପାରୁନାହାନ୍ତି? ଦାୟୀ ହେଉଛିସେହି ପଞ୍ଚ ମହାଭୂତ।’’


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics