ଫଟୋ
ଫଟୋ
ରମେଶ ବାପା ରାକେଶ ବାବୁ ,ତାଙ୍କ ବାପାଙ୍କ ଶ୍ରାଦ୍ଧ କଲା ବେଳେ ରମେଶ କୁ ବୁଝାଉ ଥିଲେ " ବାପରେ ସମସ୍ତେ ଦିନେ ଫଟୋ ହେବେ ମୁଁ ବି ଓ ତୋ ବୋଉବି " l ରମେଶ କୁ ଏକଥା ବିଶ୍ୱାସ ହେଉନଥିଲା ସେ କହିଲା ନl ଵପା ସେମିତି କୁହନି | ବାପା କହିଲେ ଏହା ହିଁ ସତ୍ୟ ,ମୁଁ କହିଲେ ନକହିଲେ କିଛି ଫରକ ପଡ଼ିବନି |
କିଛି ଦିନ ପରେ କରୋନା ଆସିଲା ରାକେଶ ବାବୁ ବହୁତ ସିଗାରେଟ ପିଉ ଥିଲେ | ରମେଶ ଓ ତାଙ୍କ ସ୍ତ୍ରୀ ତାଙ୍କୁ ସିଗାରେଟ ନ ପିଇ ବାକୁ କହିଲେ | ସେ ଟିକେ କମ କଲେ ସତ ହେଲେ ପୁରା ଛାଡି ପାରିଲେନି | ଅଫିସ କୁ ତାଙ୍କୁ ପ୍ରାୟ ଯିବାକୁ ପଡୁଥିଲା | ଦିନେ ତାଙ୍କୁ ଜ୍ୱର ହେଲା ଟେଷ୍ଟରେରେ କରୋନା ପଜେଟିଭ ବାହାରିଲା | ମେଡ଼ିସିନ ଆରମ୍ଭ ହେଲା | ୨ଦିନ ପରେ ଟିକେ ବେଶୀ ଖରାପ ଲାଗିଲା ସେ ହସ୍ପିଟାଲରେ ଆଡମିଟ ହେଲେ | ନିଶ୍ୱାସ ନେବାରେ ପ୍ରୋବ୍ଲେମ ହେବାରୁ ତାଙ୍କୁ ଆଇ ସି ୟୁ ରେ ରଖl ହେଲା | ତାପରେ ଏକମୋ ରେ ରଖ ଗଲା | ତାଙ୍କ ଦେହ ଠିକ ହେଉ ନଥିଲା ତେଣୁ ତାଙ୍କୁ ମାଡ୍ରାସ ଏଆର ଆମ୍ବୁଲାନ୍ସ ରେ ପଠlଗଲା | ଅନେକ ଟଙ୍କା ଖର୍ଚ୍ଚ ହେଉଥିଲା ,ତାଙ୍କ କମ୍ପାନୀ ପ୍ରାୟ ଖର୍ଚ୍ଚ ବହନ କରୁଥିଲା | ମାଡ୍ରାସରେ ଗୋଟେମାସ ରହିଲା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବହୁତ ଖରାପ ହେଲା ଓ ସେ ଚାଲିଗଲେ ଚିର ଦିନପାଇଁ |
ବାପାଙ୍କ ଶୁଦ୍ଧକ୍ରିୟା ର ଶେଷ ଦିନ ତାଙ୍କ ଫଟୋ ପାଖରେ ଠିଆ ହୋଇଥିଲା ରମେଶ ଓ ଆଖିରୁ ଝରି ପଡୁଥିଲା ଲୁହ ବାପାଙ୍କର କଥା ମନେ ପକାଇ | " ବାପରେ ସମସ୍ତେ ଦିନେ ଫଟୋ କହେବେ ମୁଁ ବି ଓ ତୋ ବୋଉବି "

