Chirasmita Mishra

Drama Others

3  

Chirasmita Mishra

Drama Others

ଫେରିବି ମୁଁ

ଫେରିବି ମୁଁ

2 mins
15.3K


ନମସ୍କାର ମାଉସୀ! ଆରେ ଅନନ୍ୟା, ମା' ତୁ ଆସିଛୁ କି? ଭଲ ହେଲା. ଏଥର ଜମିବ ପୁଜା ତୋ ବୋଉ ପାଇଁ! କେତେ ଦିନ ରହିବୁ ?

ଏବେଠୁଁ ଯିବା କଥା କାହିଁକି ଉଠାଉଛ, ଏବେ ତ ଆସିକି ପହଞ୍ଚିଛି ! ବୋଉ ଆସିଯାଇଥିଲେ ଅନନ୍ୟାକୁ ପଡୋଶୀ ମାଉସୀଙ୍କ ପ୍ରଶ୍ନତ୍ତୋରରୁ ବଞ୍ଚେଇବା ପାଇଁ ।

ଆରେ ପୂଜାରେ ଝିଅ ମାନେ ଘରକୁ ଆସନ୍ତି, ମା ଦୁର୍ଗା ସ୍ୱୟଂ ସ୍ଵର୍ଗରୁ ଓହ୍ଲେଇ ଆସନ୍ତି ତାଙ୍କ ବାପ ଘରକୁ । ଅନନ୍ୟା କଣ ଦୁର୍ଗା ଠୁ କମ କି ! ଜମା ଅନ୍ୟାୟ ସହେ ନାହିଁ । ଏବେ ବି ମୋର ମନେ ଅଛି, ପିଲା ଦିନେ କେତେ ଠାଣିରେ ରହୁଥିଲା । ରାସ୍ତା କଡ ରୋମିଓ ଫେରି ଯାଉଥିଲେ ତା ଚାହାଣିରେ । ସ୍ୱାଭିମାନର ପ୍ରତିମୂର୍ତ୍ତି ।

ଅନନ୍ୟା ତା ଝିଅ ଲମହା କାମରେ ଲାଗିଯାଇଥିଲା । ବୋଉ ତାଙ୍କ ଅଷ୍ଟମୀ ପୂଜା ସାମଗ୍ରୀ ଯୋଗାଡ଼ି ବାରେ ଲାଗିଯାଇଥିଲେ । ଭାଇ ପୂଜାର ଶପିଂ ଲିଷ୍ଟ ବନାଉଛି ତ ଭାଉଜ ରୋଷେଇରେ ଵ୍ୟସ୍ତ । ଜେଜେମା ଟିଭିରେ ପୂଜା ସ୍ପେସିଆଲ ଶୋ ରେ ହଜି ଯାଇଛନ୍ତି । ଚାରିଆଡେ ମନ୍ଦିରର ମନ୍ତ୍ର ତନ୍ତ୍ର ଶୁଭୁଚି ତା ତା ଠୁ ଜୋରରେ ଶୁଭୁଛି "ହାପି ପୂଜା" ର ଅଭିନନ୍ଦନ. ରାସ୍ତା ଘାଟ ଲିଚୁ ଲାଇଟରେ ସଜେଇ ହେଇ ଯାଇଛି ।

ମେଢ଼ ଦେଖି ଯାଉଛି ବୋଉ!

ଏତେ ରାତିରେ କୁଆଡେ ଅନନ୍ୟା?

ଏବେ ଭିଡ କମ ଥିବ । ସବୁ ମେଢ଼ ଦେଖି ଆସିବି ।

ଅନନ୍ୟା ତାର ପିଲା ଦିନ ସାଙ୍ଗ ଆଉ ଏବେ ନାମୀ ଓକିଲ ଅକ୍ଷତ ସହ ବାହାରିଯାଇଥିଲା । ବୋଉ ଲମହାକୁ ଧରି ଗେଟ ବନ୍ଦ କରି ଆସୁ ଆସୁ ପଡୋଶୀ ଘର ମାଉସୀ ଡାକ ପକେଇଲେ "ଜୋଇଁ କେବେ ଆସିବେ କି?"

ନାତୁଣୀର ଖାଇବା ଟାଇମ ହେଇଗଲାଣି ପରେ କଥା ହେବି, କହି ବୋଉ ଘରକୁ ଆସିଗଲେ । ତାଙ୍କ ପାଖରେ ଉତ୍ତର ବି କଣ ଥିଲା ।

ଦୁଇ ତିନି ଦିନ ଏମିତି ଗହଳି ରହିଲା । କେତେବେଳେ ଅନନ୍ୟାର ସାଙ୍ଗ ମାନେ ଘରକୁ ଆସିଯାଉଥିଲେ ତ କେତେବେଳେ ସେ ଅକ୍ଷତ ସହ ବାହାରକୁ ଚଳିଯାଉଥିଲା । ବୋଉ ତା ସହ ବସିକି କଥା ବି ହେଇ ପାରୁନଥିଲା ।

ଆଜି ଅନନ୍ୟା ସୁଟକେଶ ସଜାଡୁଛି । ବୋଉକୁ ତାର ପୂଜା ଶପିଂ ଶାଢ଼ୀ ବଢା଼ଉ ବଢା଼ଉ ଅନନ୍ୟା କହିଲା ଆର ଥର ଆସିଲେ ପୁରା ଘରେ ରହିବି ବୋଉ । ଏଥର ଜମା ସମୟ ହେଲାନି । ବୋଉ ଆଶ୍ଚର୍ଯ୍ୟ ବି ଯେତିକି ଚୁପ ବି ସେତିକି, ଆଉ ତାଙ୍କ କୋହ ସମ୍ଭାଳି ନପାରି ପଚାରିଲେ କୁଆଡେ ବାହାରିଛୁ, କାହା ସହ ଯିବୁ?

"ଘର ଗୋଟେ ଦେଖିଛି ବୋଉ ! ଆମ ଘର ଠୁ ଦୁଇ ଘଣ୍ଟାର ବାଟ ହବ । ଅକ୍ଷତ ବହୁତ ସାହାଯ୍ୟ କଲା । ଏତେ ଶୀଘ୍ର ନହେଲେ ହେଇପାରି ନଥାନ୍ତା । ସ୍କୁଲ ପାଖ । ସବୁ ସୁବିଧା ।

"କିନ୍ତୁ କାହିଁକି ଯାଉଛୁ ତୁ , ବାପା ନିଜେ କଥା ହେବେ । ତୁ ଟିକେ ଧର୍ଯ୍ୟ ଧାର । କଥାରେ ଅଛି "ସଂସାର କଲେ ପଥର ପଡିଲେ ସହି" ।

ବୋଉ ଦଶହରା ସରିଲେ ବିସର୍ଜନ ତ ନିଶ୍ଚିତ । ଦେବୀ ନିଜ ଘରକୁ ଫେରିଯାନ୍ତି । ମତେ ବି ଯିବାକୁ ହବ । ଏଥର ମୁଁ କିନ୍ତୁ ମୋ ନିଜ ଘରକୁ ଫେରିବି ଯୋଉଠି ନଥିବ ଅପମାନ , ଅତ୍ୟାଚାର କି କାହାର ଅଧୀନ ହବାକୁ ପଡ଼ିବନି । ଲମହାକୁ ଭଲ ପରିବେଶ ମିଳିବ ନିର୍ଭୟରେ ବଢିବା ପାଇଁ ।

ସବୁ ବର୍ଷ ବୁଝେଇ ଦଉଚୁ ମତେ । ହେଲେ ଏଥର ସ୍ୱାଧୀନତା ଆଉ ସ୍ୱାଭିମାନ ସହ ଫେରିବି ମୁଁ !


Rate this content
Log in

Similar oriya story from Drama