STORYMIRROR

Chirasmita Mishra

Tragedy

2  

Chirasmita Mishra

Tragedy

ସଂଗ୍ରାମ

ସଂଗ୍ରାମ

2 mins
15.8K


ଚାକିରିଆ ମା ଅଣହେଳା କରୁ ତ ଥିବ । ମୁଁ ତ ଏହା ଜନ୍ମ କଲା ଦିନରୁ ଶୁଣି ଆସୁଛି।ଦିନ ଯାକର କଠିନ ପରିଶ୍ରମ ପରେ ଘରକୁ ଆସେ ଖାଲି ଯେ ଶୁଣିବା ପାଇଁ କେତେ ସ୍ୱାର୍ଥପର ମୁଁ। ହେଲେ ଜଜ ସାହେବ ଆଜି ମୁଁ ଛିଡା ହେଇଛି ମୋ ମାତୃତ୍ୱର ଅଧିକାର ପାଇଁ। ଯଦି ମୁ ହେଳା କରିଚି, ତାକୁ ସୁଧାରିବା ପାଇଁ।

'ତୁ ତା ରାତି ୯ ତା ରେ ଆସୁଛୁ। ତୁ କଣ ସମ୍ଭଳିବୁ?"

କାଠଘରାର ଅପର ପାର୍ଶ୍ୱରେ ଶାଶୁ , ଶଶୁର, ସ୍ୱାମୀର କଟାକ୍ଷ ଇପ୍ସିତାର ଆଖିକୁ ଭରି ତ ଦେଲା ହେଲେ ଏବେ ବି ସେ ଆଖି ତଳକୁ କରିନି !

ଗୋଟି ଗୋଟି କରି ସବୁ ଆରୋପ ଜଜ ସାହେବ ଶୁଣି ଚାଲିଥିଲେ। କେବେ ଜରରେ ପଡିଥିବା ଛୁଆକୁ ଛାଡି ମିଟିଙ୍ଗକୁ ଯାଇଛି ତ କେତେବେଳେ ଘର ର ଅତିଥି ଚର୍ଚାରେ ହେଳା କରିଛି। ଛୁଆର କମ ମାର୍କର ଦୋଷୀ ତ କେବେ ତାର ଖରାପ ବ୍ୟବହାର ପାଇଁ। ଜଜ କଁ ଇଙ୍ଗିତରେ ଆରୋପର ବଖାଣ ବନ୍ଦ ତା ହେଇଗଲା ହେଲେ କୋର୍ଟର ପରିବେଶ ଗରମ ଥିଲା

ଜଜ ସାହେବ ପଚାରିଲେ "ଛୁଆଟି ଯଦି ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ଗୁଣରେ ଉଣା ଅଛି ତାହାଲେ ଦୋଷ କାହାର? ଯିଏ ତାକୁ ଦିନ ଯାକ ରଖିଛି ନା ଯିଏ ଦିନ ଯାକ ଦୂରରେ ରହୁଛି"

କୋର୍ଟ ରୁମରେ ହଠାତ ନୀରବତା ଛାଇ ଗଲା । ଇଏ କି ଅକୁହା କଥା, ଏଇ କି ଅଜବ ଯୁକ୍ତି। ମାମଲା ତା ହଠାତ ମା ସପକ୍ଷରେ ଦେଖା ଗଲା।

"ଜଜ ସାହେବ ଆଗକୁ କହିଲେ, ଯଦି କମ୍ପାନୀ ସହଯୋଗ କରନ୍ତା ସେ ଠିକ ସମୟରେ ଆସି ପାରନ୍ତା। ଯଦି ଘର ଲୋକ ସହଯୋଗ କରନ୍ତେ ସେ ଘର କାମ ସାରି ଛୁଆକୁ ସମୟ ଦେଇପାରନ୍ତା। ଆଜିର ଦୁନିୟାରେ ସହଯୋଗ ଦରକାର ସଂଗ୍ରାମ ନୁହେଁ। ସଂଗ୍ରାମ କର ନିଜର ସଂକୋଚିତ ଚିନ୍ତାକୁ ବଦଳେଇବା ପାଇଁ"

ଇପ୍ସିତା ଆଖି ର ଭରି ଯାଇଥିବା ଲୁହ ଏବେ ବହିବାକୁ ଲାଗିଲା। କାହିଁକି ନୁହଁ। ଆଜି ଏତେ ବର୍ଷ ପରେ ସେ ଦୋଷମୁକ୍ତ ହେଇଛି। ଏ କଣ କମ କଥା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Chirasmita Mishra

Similar oriya story from Tragedy