Ajit Kumar Mallik

Crime

2  

Ajit Kumar Mallik

Crime

( ପାପୀର ବିନାଶ )

( ପାପୀର ବିନାଶ )

3 mins
1.2K


         ( ପାପୀର ଵିନାଶ )

                                                                                                 ଅଜିତ କୁମାର ମଲ୍ଲିକ

      ୧୯୪୭ ମସିହାରେ ଭାରତ ସ୍ୱାଧୀନ ହେଲା ସତ ହେଲେ ଭାରତ ସ୍ଵାଧୀନ ହେବା ପରେ ବି ଭାରତରେ ରାଜାଡି ଶାସନ ଚାଲୁଥିଲା | କେତେକ କୁସଂସ୍କାରୀ ରାଜା ନିରିହ ଜନତାଙ୍କୁ ଅତ୍ୟାଚାର କରି  କର ଆଦାୟ କରିବା ସହ  ନିଜ ସ୍ବାର୍ଥ ପାଇଁ ତାଙ୍କୁ ଶୋସଣ ମଧ୍ୟ କରୁଥିଲେ |

ପୂର୍ବେ ସୋନପୁର ବୋଲି ଗୋଟିଏ ଗଡ ଥିଲା  | ସେ ଗଡଜାତ ରାଜ୍ୟ ର ରାଜା ବୀର ପ୍ରତାପ୍ ସିଂଗଦେଓ  ଥିଲେ | ରାଜ୍ୟର ଖଜଣା ଅସୁଲି ପାଇଁ ସେ ବିଭିନ୍ନ ଅଂଚଳ ମାନଙ୍କରେ  ବିରାଟ କୋଠାମାନ ନିର୍ମାଣ କରିଥିଲେ|ସେଠାକାର ଦାୟିତ୍ୱରେ ସେ ଜଣେ ଜଣେ ଜମିଦାର ନିଯୁକ୍ତି କରିଥିଲେ |

ସେମିତି ଜଣେ ଜମିଦାର ଥିଲେ ରଣବୀର୍ ଯିଏକି ସିଣ୍ଢୋଲ୍  ଅଂଚଳର  ଦାୟିତ୍ବ ବହନ କରିଥିଲେ | ରଣବୀର୍ ଜଣେ ଦୟାବାନ୍ ଓ ଜନପ୍ରିୟ ବ୍ୟକ୍ତି ଥିଲେ  | ସେ ସତର ବର୍ଷ ବୟସ ରେ ବିବାହ ବନ୍ଧନ ରେ ଆବଦ୍ଧ ହୋଇଯାଇଥିଲେ | କିନ୍ତୁ , ବିବାହର ଦଶ ବର୍ଷ ବିତିଯାଇଥିଲେ ସୁଦ୍ଧା ତାଙ୍କୁ ପୁତ୍ର ସନ୍ତାନ ପ୍ରାପ୍ତି ହୋଇନଥିଲା|ପୁନଶ୍ଚ ବାଧ୍ୟ ହୋଇ ସେ ଦ୍ୱିତୀୟ ଥର ପାଇଁ ବିବାହ କରିଥିଲେ |ବିବାହର ଦେଢ଼ ବର୍ଷ ପରେ ତାଙ୍କୁ ଏକ ସନ୍ତାନ ପ୍ରାପ୍ତିହେଲା | ତାର ନାମ ସେ ଧନଂଜୟ  ରଖିଲେ | ସେ ପୁଅକୁ ସୁଶୀଲ ଭାବରେ ଗଢିଚାଲିଲେ  | ଧନଂଜୟ ର ଘନିଷ୍ଠ ବନ୍ଧୁ ପ୍ରମୋଦ ଯିଏକି ଜମିଦାରଙ୍କ ବିସ୍ୱସ୍ଥ ଚାକର ମାଗୁଣୀ ର ପୁଅ | ମାଗୁଣୀ ଯେତେବେଳେ ବି ଜମିଦାର ଘରକୁ କାମରେ ଆସୁଥିଲା ସାଙ୍ଗରେ ପ୍ରମୋଦକୁ ବି ସାଂଗରେ  ନେଇ କି ଆସୁଥିଲା ସେଠି ପ୍ରମୋଦ ଓ ଧନଂଜୟ ଏକାଠି ମିଶି ଖେଳୁଥିଲେ ପଢୁଥିଲେ | ଆସ୍ତେ ଆସ୍ତେ ଦୁହେଁ ବଡ ହେବାରେ ଲାଗିଲେ ଓ ଦୁହିଙ୍କ ମଧ୍ୟରେ ବନ୍ଧୁତ୍ୱ ଦୃଢ ହେବାରେ ଲାଗିଲା |

ପ୍ରମୋଦ ଜନ୍ମ ହେବା ସମୟରେ ତା ମାଁ ସ୍ୱର୍ଗବାସୀ ହୋଇଯାଇଥିଲେ ଓ ଇତି ମଧ୍ୟରେ ତା ବାପା ମଧ୍ୟ ମୃତ୍ୟୁ ମୁଖକୁ ଚାଲି ଯାଇଥିଲେ ତେଣୁ ପ୍ରମୋଦ ଜମିଦାର ଘରେ ରହିବାରେ ଲାଗିଲା | ଏହି ସମୟରେ ଜମିଦାର ବୃଦ୍ଧ ହୋଇ ଯାଇଥିଲେ ତେଣୁ ସେ ଧନଂଜୟକୁ ବାହା କରିବା ପାଇଁ ଝିଅ ଦେଖା ଆରମ୍ଭ କରିଦେଲେ ହେଲେ ଧନଂଜୟ ଆଉ ଗୋଟେ ଝିଅକୁ ମନେ ମନେ ଭଲ ପାଉଥିଲା ତା ନାଁ ହେଲା ପଦ୍ମିନୀ | ପଦ୍ମିନୀ ଏପଟେ ପରମୋଦକୁ ଭଲପାଉଥାଏ | ଦିନେ ପ୍ରମୋଦ ଓ ପଦ୍ମିନୀ ଏକାଠି ବସି କଥା ହେଉଥୁଲେ ଠିକ୍ ଏହି ସମୟରେ ଧନଂଜୟ ଦୁହିଙ୍କୁ ଦେଖି ରାଗିଗଲା ଓ ପ୍ରମୋଦ ପାଖକୁ ଯାଇ ତା ଗାଲରେ ଗୋଟେ ଜାବୁଡା ମାରିଲା | ପ୍ରମୋଦ ତ ସେଠୁ ନିରବ ହୋଇ ଚାଲି ଆସିଲା ହେଲେ ଧନଂଜୟ କିଛି ଲୋକଙ୍କୁ ଟଙ୍କା ଦେଇ

ପ୍ରମୋଦକୁ ମାରିବା ପାଇଁ ପଠେଇଲା | ପ୍ରମୋଦ ତାଙ୍କୁ ମାଡ ଦେଇ ସେଠୁ ପଲେଇଲା ଓ କିଛି ଦିନ ଲୁଛିକି  ରହିଲା | ଦିନେ ହଟାତ୍ ପଦ୍ମିନୀକୁ ସାଙ୍ଗରେ ନେଇ ସୋନପୁର  ରୁ ଦୂରକୁ ଚାଲି ଆସିଲା  | ସେଠି ଦୁହେଁ ପ୍ରଥମେ ବହୁ କଷ୍ଟରେ ରହିଲେ ହେଲେ ପ୍ରମୋଦ ଭଲ ପାଠ ପଢିଥିବାର ଜାଣି ସେଠିକାର ରାଜା ତାକୁ ହିସାବ ପତ୍ର ଦଇତ୍ବରେ ନିଯୁକ୍ତି ଦେଇଦେଲେ   | ଦୁହେଁ ଖୁସିରେ ଜୀବନ ଜାପାନ କରି  ରହିବାରେଲାଗିଲେ |

         ଦିନକର ଘଟଣା ପ୍ରମୋଦର ପତ୍ନୀଙ୍କ ଦେହ ବହୁତ ଖରାବ୍ ହୋଇ ଥାଏ | ପ୍ରମୋଦ ଔଶଧ ପାଇଁ ରାତିରେ ବୈଦ ପାଖକୁ ଯାଇ ଫେରୁଥାଏ ବର୍ଷା ଋତୁ ହୋଇଥିବାରୁ ସେ ସମୟରେ ଝିପ୍ ଝିପ୍ ବର୍ଷା ହେଉଥାଏ ଓ ସେ ରାସ୍ତାରେ ଚାଲି ଚାଲି ଆସୁଥାଏ ହଟାତ୍ ତାକୁ କିଛି ଶବ୍ଦ ଶୁଣା ଗଲା ଗୋଟେ ଲୋକ ଚିତକାର୍ କରି କହୁଥାଏ ମୋତେ ବଞ୍ଚାଅ ସେ ଦୌଡି ଯାଇ ଦେଖିଲା କିଛି ଲୋକ ମିଶି ଗୋଟେ ଲୋକକୁ ଠେଙ୍ଗାରେ ମାଡଦେଉଛନ୍ତି ହଟାତ୍ ଗୋଟେ ଲୋକ ତା ପକେଟରୁ ଛୁରୀ ଟିଏ ବାହାର କଲା ଓ ସେ ଲୋକର ପେଟରେ ପୂରେଇ ଦେଲା | ପ୍ରମୋଦ ଏ ସବୁ ଦେଖି ଡରିଗଲା ତା ଦେହରୁ ଏ ସମୟରେ ଘମ୍ ଘମ୍ ହୋଇ ଝାଲ ବାହାରିବାରେଲାଗିଲା ସେ ରାସ୍ତା କଡରେ ଲୁଚି ଗଲା କିଛି ସମୟପରେ ଘରକୁ ଚାଲି ଆସିଲା | ଯେବେ ସକାଳ ହେଲା ରାସ୍ତାରେ ଲୋକଙ୍କ ଭିଡ ପ୍ରମୋଦ ବି ପାଖକୁ ଗଲା ଅଜଣା ପରି ଦେଖିବାକୁ ହେଲେ ପାଖକୁ ଯାଇ ଯେତେବେଳେ ଦେଖିଲା ସେ ଲୋକଟି ତା ଘନିଷ୍ଟ ବନ୍ଧୁ ଧଂଜୟ ଥିଲା | ଧନଂଜୟ କୁ ଏ ଅବସ୍ତାରେ ଦେଖି ତା ପାଦରୁ ମାଟି ଖସିବାରେ ଲାଗିଲା ସେ ଅବାକ୍ ହୋଇ ବସି ପଡିଲା | କିଛି ଦିନ ପରେ ଯେବେ ଗାଁ କୁ ଯାଇ ପଚାରା ଉଚୁରା କଲା ଜାଣିବାକୁ ପାଇଲା ଯେ  ଜମିଦାରଙ୍କ ମରଣ ପରେ ତା ମାଁ କୁ ମଧ୍ୟ ସେ ବିଷ ଦେଇ ମାରି ଦେଇଥିଲା ଓ ଏ ଅଂଚଳର ଲୋକଙ୍କୁ ବହୁତ ଅତ୍ୟାଚାର କରି ବସିଥିଲା | ଧନଂଜୟ ର ମୃତ୍ୟୁ କଥା କହିବାରୁ ଗାଁ ଲୋକେ କହିଲେ ସେ ଏ ଗାଁ ର ଗୋଟେ ଝିଅ କୁ ବଳତ୍କାର କରିବାକୁ ଚେଷ୍ଟା କଲା ତେଣୁ ଗାଁ ଲୋକେ ତାକୁ ଖୋଜୁଥିଲେ ଓ ତାକୁ ସେଠି ପାଇବାରୁ ମାରି ଦେଲେ ସେ ଆଗରୁ ମଧ୍ୟ ଯୋର୍ ଜବରଦସ୍ତି କେତେ ଝିଅଙ୍କୁ ଏମିତି ବାହା ହେବ ବୋଲି କୁକର୍ମ କରି ଆସିଥିଲା | ତାକୁ ଜୀବନରୁ ମାରି କଣ ଭୁଲ କଲୁ କି ଗାଁ ଲୋକେ କହିଲେ | ଏ ସବୁ କଥା ପ୍ରମୋଦ ନିରବ ହୋଇ ଶୁଣି ସାରିଲା ପରେ ଖାଲି ଏତିକି  କହିଲା ଏମିତି କୁକର୍ମ କରୁଥିବା ବ୍ୟକ୍ତି ସମାଜରେ ବଞ୍ଚିରହିଲେ ଆହୁରି କୁକର୍ମୀ ଜନ୍ମ ଲାଭ କରିବେ ଆପଣମାନେ ତାକୁ ମରି ଠିକ୍ କରିଛନ୍ତି |                                ( କାହାଣୀ ଟି ସମ୍ପୁର୍ଣ୍ଣ ଭାବରେ କାଲ୍ପନିକ) ମୁଁ ନୁଆଁ ନୁଆଁ କାହାଣୀ ଲେଖିବା ଆରମ୍ଭ କରିଛି ତେଣୁ କାହାଣୀଟିକୁ ପଢି ମତାମତ ଦେଲେ ମୁଁ ଖୁସି ହେବି |


Rate this content
Log in

Similar oriya story from Crime