ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ପାପ ବଢିଲେ ପ୍ରଭୁ ରାଗନ୍ତି

ପାପ ବଢିଲେ ପ୍ରଭୁ ରାଗନ୍ତି

2 mins
7.1K


ଶିବରାମ ମହାପାତ୍ର

ଏକଦା ମଥରୁା ନଗରୀରେ ଉଗ୍ରେସନ ନାମରେ ଜଣେ ରାଜା ଥିଲେ । ରାଜାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିଲା । ପୁଅଟି ପିଲାବେଳୁ ରାଗି ସ୍ୱଭାବର ହୋଇଥିବାରୁ ରାଜା ତା’ ନାମ କଂସ ରଖିଥିଲେ । ସେହିଭଳି ଝିଅଟି ଶାନ୍ତ ସ୍ୱଭାବର ହୋଇଥିବାରୁ ତା’ର ନାମ ଦେବକୀ ରଖିଥିଲେ । ପିଲାବେଳୁ ଭାଇଭଉଣୀ ଦୁହେଁ ଦୁହିଁଙ୍କୁ ଖୁବ‌୍ ସ୍ନେହ କରୁଥିଲେ । ଦୁହେଁ ଦୁହିଁଙ୍କୁ ପାଖରେ ନ ପାଇଲେ ଖୁବ୍‌ ବ୍ୟସ୍ତ ହେଉଥିଲେ । ଏପରିକି ବଡ଼ ହୋଇ ବିବାହ କରିବା ପର୍ଯ୍ୟନ୍ତ କେହି କାହାର ପାଖ ବି ଛାଡୁ ନ ଥିଲେ ।

ଦିନେ ବିଧି ଅନୁସାରେ ଦେବକୀର ବାହାଘର ହେଲା । ମାତ୍ର ଏହାପରେ ବି ଭାଇ ଭଉଣୀ କେହି କାହାଠୁ ଦୂରେଇଯିବାକୁ ପ୍ରସ୍ତୁତ ନ ଥିଲେ । ସେଥିପାଇଁ ଭଉଣୀ ସହ ତା’ ଶାଶୁଘର ଯିବାକୁ ଭାଇ କଂସ ରଥର ସାରଥି ହୋଇ ବାହାରିଲା । କିଛି ବାଟ ଗଲା ପରେ ହଠାତ୍‌ ଖୁବ୍‌ ଜୋର୍‌ରେ ବିଜୁଳି ମାରିଲା । ଝଡ଼େତାଫାନ ସାଙ୍ଗକୁ ପବନରେ ରଥର ଚକ ଅଟକିଗଲା। ଆଉ ଆକାଶରୁ କେହି ଭବିଷ୍ୟବାଣୀ କଲା , ‘ ରେ କଂସ...... ତୁ ଯେଉଁ ଭଉଣୀକୁ ଏତେ ସ୍ନେହ କରୁଛୁ ସେଇ ଭଉଣୀର ଅଷ୍ଟମ ସନ୍ତାନ ତୋ ମୃତ୍ୟୁର କାରଣ ହେବ ’। ଏହା ଶୁଣି କଂସ ଜୋରରେ ଗର୍ଜନ କଲା । ଭଉଣୀକୁ ଶାଶୁଘର ନ ନେଇ ଉଭୟ ଭଉଣୀ ଭିଣୋଇଙ୍କୁ ଆଣି କାରାଗାରରେ ବନ୍ଦୀ କଲା । ଏ କଥା ମହାରାଜ ଉଗ୍ରସେନ ଜାଣିପାରି କଂସକୁ ତାଗିଦ କଲେ । ମାତ୍ର କଂସ ଏତେ କ୍ରୋଧାନ୍ଵିତ ଥିଲା ଯେ , ନିଜ ପିତା ଉଗ୍ରସେନଙ୍କୁ ମଧ୍ୟ ବନ୍ଦୀ କରିନେଲା । ପିତାଙ୍କଠୁ ରାଜମୁକୁଟ ଛଡ଼ାଇ ନିଜେ ମଥୁରାର ରାଜା ହେଲା । ପିତାଙ୍କ ପରି ପ୍ରଜାବତ୍ସଳ ନ ହୋଇ କଂସ ନୃଶଂସ ହେଲା । ଦିନକୁ ଦିନ ପ୍ରଜାଙ୍କ ଉପରେ ଅତ୍ୟାଚାର କଲା । କାରାଗାରରେ ଭଉଣୀ ଜନ୍ମ ଦେଉଥିବା ଗୋଟିକ ପରେ ଗୋଟିଏ ସନ୍ତାନକୁ ନେଇ ହତ୍ୟା କଲା । ଦିନକୁ ଦିନ କଂସର ଉତ୍ପାତ ବଢି ଚାଲିଲା । ଅନ୍ୟାୟ ଅତ୍ୟାଚାରରେ ସାରା ରାଜ୍ୟ ଅତିଷ୍ଠ ହୋଇପଡିଲା । ଏହାଦେଖି ଭଗବାନ ବିଷ୍ଣୁ ଆଉ ସହିପାରିଲେ ନାହିଁ । କାରଣ ପାପ ବଢ଼ିଲେ ପ୍ରଭୁ ରାଗନ୍ତି । ଏଣୁ କଂସ ଭଳି ମହାପାପୀକୁ ବଧ କରିବା ପାଇଁ ସେ ଶ୍ରୀକୃଷ୍ଣ ହୋଇ ଦେବକୀଙ୍କ ଅଷ୍ଟମ ଗର୍ଭରେ ଜନ୍ମ ହେଲେ । ଶ୍ରୀକୃଷ୍ଣ ରୂପରେ ଅତ୍ୟାଚାରୀ କଂସକୁ ବଧକରି ଭଗବାନ ସେଠାରେ ଧର୍ମପ୍ରତିଷ୍ଠା କଲେ ଏବଂ ମଥୁରାବାସୀଙ୍କୁ ଅତ୍ୟାଚାରରୁ ମୁକ୍ତି ଦେଲେ ।

ସେହିଦିନଠୁ ଭଗବାନ ବିଷ୍ଣୁଙ୍କୁ ଆମେ ଶ୍ରୀକୃଷ୍ଣ ରୂପରେ ପୂଜା କରୁଛେ ଏବଂ ତାଙ୍କ ଜନ୍ମଦିନକୁ ଜନ୍ମାଷ୍ଟମୀ ରୂପେ ପାଳୁଛେ ।


Rate this content
Log in

Similar oriya story from Classics