ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ପାଣି

ପାଣି

2 mins
7.7K



ରମେଶ ପାତ୍ର




ମୋ ପଡୋଶୀ ଇନ୍ଦ୍ରାଣୀ , ସେଣ୍ଟ ଜାଭିଏର୍ସ ସ୍କୁଲର ମାଷ୍ଟ୍ରାଣୀ । ବାଲକୋନୀର ଫୁଲ ଗଛରେ ପାଣି ଦେଉ ଦେଉ ମୋ ପତ୍ନୀ ମନୋରମାଙ୍କ ସହ କଥାହେବା ଛଳରେ ତାଙ୍କ ସ୍କୁଲର କିଛିଟା ବାସ୍ତବ ଘଟଣା କହୁଥିଲେ । ସେଦିନ ଅଫିସ୍‌ ଛୁଟି ଥିଲା ସେକେଣ୍ଡ ସାଟାର ଡେ’ ବାଲକୋନୀରେ ବସି ଖରାକୁ ପିଠି କରି ମୁଁ ଖବର କାଗଜ ପଢୁ ପଢୁ ଇନ୍ଦ୍ରାଣୀର ସ୍କୁଲ କଥା ଶୁଣୁଥିଲି । ଇନ୍ଦ୍ରାଣୀ ସେ ସ୍କୁଲର ଅଧ୍ୟକ୍ଷା , ତା’ ରୁମ୍‌ ସାମନାରେ ୱାଟର କୁଲର ଲାଗିଛି । ସେଥିରେ ୪/୫ଟି ପାଇପ ଲାଗିଛି । ଇନ୍ଦ୍ରାଣୀ କ୍ଲାସ୍‌ କ୍ଲାସ୍‌ ବୁଲି ପିଲାଙ୍କୁ କହେ ଯେ , ଦେଖ ପିଲେ ଆମ ଦେଶର ବିକାଶ ପାଇଁ ବିଦ୍ୟୁତ ଓ ଜଳର ଆବଶ୍ୟକତା ବହୁତ ତେଣୁ ବିଜୁଳୀ ଓ ଜଳର ବ୍ୟବହାର ଆମକୁ ଯେତିକି ଆବଶ୍ୟକ ସେତିକି କରିବାକୁ ହେବ । ତାକୁ ଜମାରୁ ନଷ୍ଟ କରିବନି ।

ଦିନେ ଛୋଟ କ୍ଲାସ୍‌ର କୁନି ଝିଅଟେ ସାହାସ କରି ଇନ୍ଦ୍ରାଣୀ ଦିଦିଙ୍କ ରୁମ୍‌ରେ ପହଞ୍ଚିଲା କହିଲା ମ୍ୟାଡ଼ମ୍‌ ୱାଟର୍‌ କୁଲରରେ ସବୁ ପାଣି ନଷ୍ଟ ହୋଇଯାଉଛି । ବଡ଼ କ୍ଲାସର ଝିଅମାନେ ଆସି ସବୁ ପାଇପ ଖୋଲି ପାଣି ପିଇଲେ ପାଣିରେ ପରସ୍ପର ମଧ୍ୟରେ ଖେଳି ସବୁ ପାଇପ ଖୋଲି ଦେଇଛନ୍ତି ଆପଣ କହିଲେ ଯାଇ ବନ୍ଦ କରିଦେଇ ଆସିବି ?

ଇନ୍ଦ୍ରାଣୀ ନିଜ ରୁମ୍‌ରୁ ଆସି ଦେଖେତ ସବୁ ପାଇପ ଖୋଲା । ବଡ଼ କ୍ଲାସ୍‌ର ଝିଅମାନେ ଆସି ପାଇପ ବନ୍ଦ ନକରି ଚାଲିଯାଉୁଥିଲେ । ପାଣି କେତେ ମୂଲ୍ୟବାନ୍‌ ସେ ଛୋଟ ଝିଅଟା ଭଳଭାବରେ ବୁଝିଛି । ସେଥିପାଇଁ କ୍ଳାସ୍‌ରେ ଯାଇ କହିଛି । ତାକୁ ମୁଁ ପାଖକୁ ଡାକିଲି ଓ ତା’ ନାଁ କ’ଣ ପଚାରିଲି । ତା’ ଆରଦିନ ପ୍ରାର୍ଥନା କ୍ଲାସ୍‌ରେ ତା’ ନାଁରେ ପୁରଷ୍କାର ଘୋଷଣା କରାଗଲା । ତା’ପାଖରେ ତା’ର ସେହି କର୍ତ୍ତବ୍ୟ ଓ ବଡ଼ ପିଲାମାନଙ୍କ ଅବହେଳିତ ମନୋଭାବ କେମିତି ସେଦିନ ଇନ୍ଦ୍ରାଣୀ ମୋ ସ୍ତ୍ରୀ ମନିକୁ କହୁଥିଲା । ସତରେ ଖବର କାଗଜରେ ସେଦିନ ଖବର ଥିଲା ଆଗାମୀ କେଇ ବର୍ଷ ପରେ ବିଶ୍ୱରେ ଜଳର ଘୋର ଅଭାବ ଅନୁଭବ ହେବ ।


Rate this content
Log in

Similar oriya story from Classics