ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଓଟ ଆଖିରେ ଲୁହ

ଓଟ ଆଖିରେ ଲୁହ

2 mins
7.6K


ବିଦ୍ୟାଳୟ ତରଫରୁ ସବୁ ଛାତ୍ରଛାତ୍ରୀମାନଙ୍କୁ ନେଇ ଯାଦୁ ଖେଳ ଦେଖାଇବା ପାଇଁ ଯୋଜନା ହେଲା । ଦିନ ବି ଠିକ୍‌ ହେଲା । ଦିନ ଯେତେ ପାଖେଇ ଆସୁଥାଏ ମୁନାର କୋðତୁହଳ ସେତେ ବଢୁଥାଏ । ଶେଷରେ ମୁନା ତା’ର ସାଙ୍ଗମାନଙ୍କ ସହିତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ତତ୍ଵାବଧାନରେ ଗଲା ଯାଦୁ ଖେଳ ଦେଖିବାକୁ । ମଣିଷକୁ ପାରା କରିବା ପୁଣି ତାକୁ ମଣିଷ କରିଦେବା, ଗୋବରକୁ ରସଗୋଲାରେ ପରିଣତ କରିବା, ଖାଲି ବୋତଲରୁ ପାଣି ବାହାର କରିବା ଇତ୍ୟାଦି ଅନେକ ମଜାମଜା ଖେଳ ଦେଖାଇଲେ ଯାଦୁଗର । ତା’ପରେ ଯାଦୁଗର ଜଣକ ସବୁଛାତ୍ରଛାତ୍ରୀଙ୍କ ସହିତ କଥାବାର୍ତ୍ତା ହେଲେ । ମୁନାତ ଭାରି ବୁଦ୍ଧିଆ । ଘର ପାଖେ ଥିବା ଏକ ପୋଷା ଓଟ ସହିତ ମୁନା ମିତ ହୋଇଥିବାରୁ ଏଇ ମଉକାରେ ଓଟଟିର ଦୁଃଖ କଥା ଯାଦୁଗରଙ୍କୁ କହିଲା । ମୁନା କହିଲା ମାଲିକଟି ଓଟକୁ ସବୁଦିନ ନେଇ ଯାତ୍ରୀମାନଙ୍କର ସବାରୀ କରାଉଛି । ରୋଜଗାର ଭଲ ହେଉଛି, କି;ୁ ଓଟଟିକୁ ପେଟପୁରା ଖାଇବାକୁ ଦିଏନାହିଁ । ଓଟକୁ ମାଡମାରିବା, ଚେଙ୍କ ଦେବା, ଖରାରେ ପଡ଼ି ରହିବା , ରାସ୍ତାରେ ଚଲାଇବା ଦ୍ୱାରା ତା’ର ଶରୀରରେ ଅନେକ କ୍ଷତ ସୃଷ୍ଟି ହେଉଛି । ଏଥିପାଇଁ ଓଟ ଆଖିରେ ସବୁବେଳେ ଲୁହ । ସେ ଏକଥା କାହାରିକୁ କହିପାରେ ନାହିଁ । ଏକଥା ଯାଦୁଗରଙ୍କୁ ଜଣାଇ ମୁନା ପଚାରିଲା, ଆଛା ଆପଣ ଏହି ଓଟଟିର ସୁବିଧା ପାଇଁ କ’ଣ ସାହାଯ୍ୟ କରିପାରିବେ ? ଯାଦୁଗର କହିଲେ ଦେଖ ମୁନା, ମୁଁ ତୁମମାନଙ୍କର ମନୋରଞ୍ଜନ ପାଇଁ ଖେଳ ଦେଖାଉଛି । ତଥାପି ତୁମ କଥା ରକ୍ଷା କରି ମୁଁ ଏହି ଧୂଳି ପୁଟୁଳିଟି ଦେଉଛି । ଏହାକୁ ଦୁଇଭାଗ କରିବ । ଅଧାଧୁଳି ଓଟ ଉପରେ ଓ ଆର୍‌ ଅଧାକ ମାଲିକ ଉପରେ ପକାଇଦେବ । ତା’ପରେ ଗୋଟିଏ ଦିନ ପାଇଁ ମାଲିକଟି ଓଟରେ ପରିଣତ ହେବ ଓ ଓଟଟି ମାଲିକ ହୋଇଯିବ । ଏହାଠାରୁ ମୁଁ ଅଧିକ କିଛି କରିପାରିବି ନାହିଁ ବୋଲି କହି ଯାଦୁଗର ଜଣକ ମୁନାହାତକୁ ଧୁଳି ପୁଟୁଳିଟି ବଢାଇ ଦେଇ ଚାଲିଗଲେ । ଯାଦୁଗର କହିବା ମୁତାବକ ମୁନା କାର୍ଯ୍ୟ କରିବାରୁ ଗୋଟିଏ ଦିନପାଇଁ ଓଟଟି ମାଲିକରେ ପରିଣତ ହେଲା ଓ ମାଲିକଟି ଓଟ ହେଲା । ମାଲିକଟି ଯେପରି ଭାବେ ସକାଳୁ ସନ୍ଧ୍ୟାଯାଏଁ ଓଟକୁ ବ୍ୟବହାର କରୁଥିଲା ସେହିପରିଭାବେ ମାଲିକ ବନିଥିବା ଓଟଟି ଦିନସାରା କାର୍ଯ୍ୟ କରିଚାଲିଥାଏ । ସନ୍ଧ୍ୟା ବେଳକୁ ଓଟକୁ ନେଇ ଫେରିଲା ମାଲିକ । ମୁନା ବାଟରେ ଅପେକ୍ଷା କରିଥାଏ । ଦେଖିଲା ଓଟ ଆଖିରେ ଲୁହ । ମୁନା ପଚାରିଲା ଓଟ ରୂପୀ ମାଲିକକୁ, ଆଜି ଦିନଟି କିପରି କଟିଲା ? ଓଟରୂପୀ ମାଲିକ କହିଲା ପ୍ରକୃତରେ ଓଟର କଷ୍ଟ ମୁଁ ବୁଝିପାରିଛି । ମୁନା ପୁଣି କହିଲା, ଓଟ ବି ଗୋଟିଏ ପ୍ରାଣୀ ଓ ତା’ର ଜୀବନ ଅଛି । ମୁନାର କଥାରେ ଲଜ୍ଜିତ ହେଲା ଓଟରୂପୀ ମାଲିକଟି । ପରଦିନ ସକାଳୁ ପୁଣି ଓଟ ଓ ମାଲିକ ନିଜ ନିଜର ପୂର୍ବ ଅବସ୍ଥାକୁ ଫେରିଆସିଲେ । ଏବେ ଓଟର କଷ୍ଟ ମାଲିକଟି

ଅନୁଭବ କରିସାରିଥିବାରୁ, ସେଦିନ ଠାରୁ ଓଟର ଯନି ଠିକ୍‌ ରୂପେ ନିଏ । ତା’ପରଠାରୁ ମୁନା କେବେ ଓଟ ଆଖିରେ ଲୁହ ଦେଖିନାହିଁ । ମାଲିକର ବ୍ୟବହାରରେ ପରିବର୍ତ୍ତନ ଆଣିଥିବାରୁ ମୁନାର ବୁଦ୍ଧି ପାଇଁ ସମସ୍ତେ ସାଧୁବାଦ ଜଣାଇଲେ ।


Rate this content
Log in

Similar oriya story from Classics