ଓ଼ମ ନମ ଶିବା ସାଇ ବାବା
ଓ଼ମ ନମ ଶିବା ସାଇ ବାବା
ତିନି ପୁଅ ତିନି ବୋହୁ ଓ ତିନି ନାତିଙ୍କୁ ନେଇ ପଟ୍ଟନାୟକ ଦମ୍ପତ୍ତିଙ୍କ ସଂସାର । ତିନି ବୋହୁ ଭିତରେ ତାଳ ମେଳର ଅଭାବ ପିଲାଙ୍କ ଉପରେ ପ୍ରଭାବ ପକାଇବା ଦ୍ୱାରା ଓଁ, ନମ ଓ ଶିବା ତିନିହେଁ ବିପଥଗାମୀ ହୋଇଯାଇଥାନ୍ତି । ଖାନନ୍ଦାନୀ ପରିବାରର ମୁଖ୍ୟ ସୁବ୍ରତ ବାବୁଙ୍କୁ କଷ୍ଟ ହୁଏ । ପଟ୍ଟନାୟକ ବଂଶର ପିଲା ହୋଇ ଜ୍ଞାନ ବୁଦ୍ଧି ବିଦ୍ୟାରେ ପଛୁଆ ରହୁଥିବା ତିନି ନାତିଙ୍କୁ ସେ ବହୁତ ଗପ କୁହନ୍ତି । ସେଥିରେ ତାଙ୍କୁ ତାଙ୍କ ସହଧର୍ମିଣୀ ଅଳକା, ପିଲାମାନଙ୍କ ଜେଜେମା ମଧ୍ୟ ସାହାଯ୍ୟ କରନ୍ତି କିନ୍ତୁ ବାପା ମାନଙ୍କ ଉଦାସୀନତା ଓ ମାଆ ମାନଙ୍କର ଦୁରଦୃଷ୍ଟିହୀନତା ଯୋଗୁଁ ପିଲା ତିନିଜଣଙ୍କ ଭିତରେ କିଛି ପ୍ରତିକ୍ରିୟା ନଥିଲା । ଜେଜେମା ଜେଜେ ହିସାବରେ ଆକଟ କରି କିଛି କହିହେଉନଥିଲା କି ଗାଳି ଦେଇ ହେଉନଥିଲା. ଅଳକା ଓ ସୁବ୍ରତ ଚିନ୍ତାରେ ରହୁଥିଲେ। ପ୍ରଭୁ ଗଣେଷଙ୍କୁ ଡାକୁଥିଲେ। ପ୍ରଭୁ ବିଘ୍ନ ବିନାଶନ ବୁଦ୍ଧିଦାତା ଜ୍ଞାନ କୌଶଳ ପ୍ରଦ୍ୟୋକ୍ତା ପ୍ରଭୁ ବାଟ ବାତାଇ ଦିଅ ପ୍ରଭୁ ଗଜାନନ। ବାମ ଡାହାଣ ଦୁଇ ପଡିଶା ଘରେ ମଧ୍ୟ ନାତି ମାନଙ୍କ ସମସାମୟିକ ବୟସର ପିଲା ଦୁଇଟି ଥାଆନ୍ତି । ଗୋଟିକ ନାମ ସାଇ ଓ ଅନ୍ୟଟି ନାମ ବାବା । ସାଇର ବାପାଙ୍କର ଠେଲା ଚାର୍ଟ ଦୋକାନ । କେବେ କେବେ ନିଜ ଘର ଦାଣ୍ଡଦୁଆରେ ବିକ୍ରୀ କରନ୍ତି ତ କେବେ ବୁଲି ବୁଲି ବିକ୍ରୀ କରନ୍ତି। କିନ୍ତୁ ସେମିତି ଭଲ ବିକ୍ରୀ ହେଉନଥିବାରୁ ମନଦୁଃଖ କରନ୍ତି । ଏତେ ମନଦୁଃଖ ଓ ଅଭାବ ଭିତରେ ସାଇ ଖୁବ ଭଲ ପଢୁଥିବାରୁ ପିତା ମାତା ଏତେ ଦୁଃଖ ଭିତରେ ଶାନ୍ତିରେ ଥାଆନ୍ତି । ଦିନେ ତିନି ନାତିଙ୍କୁ ନେଇ ଗୁପଚୁପ ଓ ଚାର୍ଟ କିଣିଲା ବେଳେ ଜେଜେମାଆଙ୍କ ଆଗରେ ସାଇର ପିତା ମାତା ତାଙ୍କ ଦୁଃଖ କହିବା ସଙ୍ଗେ ସଙ୍ଗେ ତାଙ୍କ ପୁଅ ସାଇକୁ ସ୍କୁଲରେ ସମସ୍ତେ ଭଲପାଆନ୍ତି । ସେ ଗୀତ, ଡ୍ରଇଂ, ରଚନା ଲେଖା, ବକୃତା ସବୁଥିରେ ଫାଷ୍ଟ ହେଉଥିବାରୁ ତାଙ୍କର ଏତେ ଦୁଃଖ ଭିତରେ ସାଇ ହିଁ ସୁଖ ଆଣିଦିଏ । ଏସବୁ କଥା ଶୁଣି ଓଁମ, ନମ ଓ ଶିବା, ତିନିଜଣ ଯାକ ସେଦିନ କିଛି ଭାବିଚିନ୍ତି ହେବା ଦେଖି ଜେଜେ ଗାନ୍ଧୀ, ଗୋପବନ୍ଧୁ, ଚାଚା ଜବାହାର ଲାଲ ନେହେରୁ, ଶାସ୍ତ୍ରୀ ଓ କେତେ କେତେ ଜନନାୟକ ମାନଙ୍କ ଜୀବନ କାହାଣୀ ଶୁଣେଇବାକୁ ଲାଗିଲେ। ଜେଜେମା ମଧ୍ୟ କଇଁଚ ଠେକୁଆ ଗପ ମାଙ୍କଡ଼ କୁମ୍ଭୀର ଗପ କହି ବୁଦ୍ଧି ଓ ବିଦ୍ୟା ମଣିଷ ପାଖରେ ଥିଲେ ସେ ସଫଳତା ପାଇ ପୁରସ୍କୃତ ହୁଏ ଓ ଉପହାର ବାକ୍ସ ପାଏ । ତିନିହେଁ ପ୍ରଶ୍ନ କରନ୍ତି ଆମେ ଭଲ ବୁଦ୍ଧି ଵିଦ୍ୟା ପାଇ ଭଲକାମ କଲେ ଆମକୁ ମଧ୍ୟ ପୁରସ୍କାର ଓ ଉପହାର ବକ୍ସ ମିଳିବ ଜେଜେମା ହଁ ନିଶ୍ଚୟ ତେବେ ଆମକୁ କଣ କରିବାକୁ ହେବ ପଚାରୁଥିଲେ ପିଲା ତିନିହେଁ ତ ଜେଜେମା କହିଲେ ଗଣେଷ ପୂଜା ଦିନ ସ୍ନାନ ସାରି ନୂଆ ପୋଷାକ ପିନ୍ଧି ଗଣେଷ ପୂଜା କଲାବେଳେ ପ୍ରଭୁଙ୍କୁ ଧ୍ୟାନ କରିବ। ଶୁଦ୍ଧ ପୁତ ଚିତ୍ତରେ ପ୍ରଭୁଙ୍କୁ ବିଦ୍ୟା ବୁଦ୍ଧି ମାଗିଲେ ସେ ନିଶ୍ଚୟ ଦେବେ । ତାହା ପୁଣି କେମିତି ଜେଜେମାଆ ? ଏଥର ଜେଜେ ଓ ଜେଜେମା ଏପଟ ପଡୋଶୀଙ୍କ ପୁଅ ବାବା କଥା କହୁଥିଲେ । ବାବା ଟିକେ ବଡ଼ ଥିଲା, ତେଣୁ ଜେଜେମା କହୁଥିଲେ ପ୍ରଥମେ ପ୍ରଥମେ ବାବା ଭାଇର ମଧ୍ୟ ପାଠ ମନେ ରହୁନଥିଲା କିନ୍ତୁ ଗଣେଷ ଠାକୁରଙ୍କୁ ଭକ୍ତିରେ, ଶ୍ରଦ୍ଧାରେ, ଅନ୍ତରସହିତ ଧର୍ଯ୍ୟ ଧରି ଧ୍ୟାନ କରିବା ଫଳରେ, ସେ ତାଙ୍କ କ୍ଲାସ ସପ୍ତମରେ ବୃତ୍ତି ପାଇ ଅଷ୍ଟମ ଶ୍ରେଣୀରୁ ନବମକୁ ଗଲେଣି। ପାଠ ଶାଠ ଭଲ ବୋଲି ସମସ୍ତେ ତାକୁ ଭଲ ପାଆନ୍ତି। ଶିଶୁ ଦିବସ ଦିନ ତା ହସ୍ତାକ୍ଷର, ଲିଖନ ପଠନ ଓ ଆବୃତ୍ତି ତଥା ବକ୍ତୃତାରେ ଫାଷ୍ଟ ହୋଇଥିବାରୁ ସାର ଗୁରୁମା ମାନଙ୍କ ସହ କେତେ ଛୋଟ ଭାଇ ଭଉଣୀମାନେ ବାବା ଭାଇଙ୍କୁ ଉପହାର ବକ୍ସ ଦେଇଥିଲେ। ଖାଲି ସେତିକି ନୁହେଁ ଜିଲ୍ଲା ଓ ରାଜ୍ୟସ୍ତରୀୟ ଡ୍ରଇଂ ଓ ବକ୍ତୃତାରେ ଫାଷ୍ଟ ହୋଇ ସେ କେତେ ଉପହାର ବକ୍ସ ପାଇଛି । ତା ପରଠୁ ସାଇ ମଧ୍ୟ ବାବା ଭାଇ ପରି ଗଣେଷ ଠାକୁରଙ୍କୁ ଅନ୍ତର ସହିତ, ଭକ୍ତିରେ,ନିଷ୍ଠାରେ ଧ୍ୟାନ କରିବା ଫଳରେ ଏବେ ତା ବାପାଙ୍କର ଖୁବ ବିକ୍ରୀ ହେଉଛି ଚାର୍ଟ ଓ ଗୁପଚୁପ। ଭକ୍ତିର ପ୍ରାର୍ଥନାରେ ଗଣେଷ ଠାକୁର ପ୍ରୀତ ହେଲେ ବିଦ୍ୟା ବୁଦ୍ଧି ଦେଇ ସମସ୍ତଙ୍କ ପାଇଁ ପ୍ରଶଂସା ଆଣି ଦେଇଥାନ୍ତି । ଗଣେଷ ଠାକୁର ପ୍ରସନ୍ନ ହେଲେ ବୁଦ୍ଧି ଓ ସିଦ୍ଧି ସାଙ୍ଗକୁ ମାଆ ସରସ୍ବତୀ ବିଦ୍ୟା ଓ ମାଆ ମହାଲକ୍ଷ୍ମୀ ଧନ ସ୍ୱରୂପ ଉପହାର ଦେଇଥାନ୍ତି ଯାହା ମଣିଷର ନିହାତି ଆବଶ୍ୟକ। ଏଥର ତିନି ନାତି କହୁଥିଲେ ଆମେ ମଧ୍ୟ ଗଣେଷ ଠାକୁରଙ୍କୁ ପୂଜା କରିବୁ ଜେଜେ । ଜେଜେମା ତୁମେ ଗଣେଷ ଚତୁର୍ଥୀ ଦିନ ପୂଜା ଆୟୋଜନ କର । ଆମେ ତିନି ଭାଇ ଫୁଲ ତୋଳି ଆଣିବୁ । ଜେଜେ ଓ ଜେଜେମା ହସୁଥିଲେ ଖୁସିରେ ।