ଓଡ଼ିଆ ଗଳ୍ପ ଓ କବିତା - ୩

Children Classics

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children Classics

ନନ୍ଦ ଆଖିରେ ଲୁହ

ନନ୍ଦ ଆଖିରେ ଲୁହ

2 mins
7.2K


ବିରଞ୍ଚି ନାରାୟଣ ବେହେରା

ଆସାମର କାମରୁପ ଜିଲା, ମା’ କାମାକ୍ଷୀ ମନ୍ଦିର ପାଇଁ ଏହା ପ୍ରସିଦ୍ଧ l ନନ୍ଦ ନାମରେ ହାତୀଟିଏ ସବୁବେଳେ ପର୍ଯ୍ୟଟକଙ୍କର ମନୋରଞ୍ଜନ କରୁଥାଏ l ସାଧାରଣତଃ ପିଲାଦିନୁ ହାତୀ ଛୁଆକୁ ଧରି ଆଣି ତାଲିମ ଦିଆଯାଏ ଯେପରି ସେମାନେ କୌଣସି କାମରେ ହାରିବେନି l କାମରାଜ ନନ୍ଦର ମାଲିକ ନନ୍ଦକୁ ପିଲାଦିନରୁ କିଣି ରଖିଥିଲେ l ନନ୍ଦ ଦିନବେଳେ ଜଙ୍ଗଲରୁ କାଠଗଡି ଆଣେ l ସନ୍ଧ୍ୟା ବେଳେ ବଜାରରେ ପିଲାଙ୍କୁ ବୁଲାଏ, ବିବାହ,ବ୍ରତ ଆଦି କାର୍ଯ୍ୟରେ ଯୋଗ ଦିଏ l ବରକୁ ଧରି କନ୍ୟା ଘରେ ପହଞ୍ଚେ l ଏହିପରି ବହୁ ଉପାୟରେ କାମରାଜ ପଇସା ରୋଜଗାର କରେ l ପର୍ବ ପର୍ବାଣିରେ ମନ୍ଦିର ପାଖରେ ଠିଆ ହେଲେ ଧାନ,ଫଳମୂଳ, ଲୁଗା, ସୁନା ଆଦି କେତେ କ’ଣ ଜିନିଷ ମିଳିଥାଏ l ନନ୍ଦ ଆସିବା ଦିନଠାରୁ ମାଲିକର ସମ୍ପତି ହୁ ହୁ ବଢିବାକୁ ଲାଗିଲା l ନିଜ ଅଞ୍ଚଳରେ ଖ୍ୟାତି ବି ଆସିଲା l ଗାଁ ନ୍ୟାୟ ନିଶାପରେ ତାକୁ ଡକାଗଲା, ସ୍ଥାନୀୟ ଅଞ୍ଚଳର ନେତା ଭାବରେ ସମସ୍ତେ ସ୍ଵୀକାର କଲେ l

ଥରେ ଗାଁ କ୍ଲବ ପିଲାମାନେ ଅଗଷ୍ଟ ୧୫ ପାଳନ କରିବା ପାଇଁ କାମରାଯଙ୍କୁ ଅତିଥି ରୂପେ ନିମନ୍ତ୍ରଣ କଲେ l ମାତ୍ର ଲମ୍ବା କାଠ ନଥିବାରୁ ସେମାନେ ନନ୍ଦାକୁ ନେଇ ଜଙ୍ଗଲରୁ କାଠ ଆଣିବା ପାଇଁ ମାଲିକଙ୍କୁ ଅନୁରୋଧ କଲେ l କାମରାଜ ବି ସାଙ୍ଗେ ସାଙ୍ଗେ ହଁ ଭରିଲେ l ପତାକା ଉଡିବା ପାଇଁ ଲମ୍ବା କାଠଦଣ୍ଡ ଟିଏ ଆସିଲା l ଗାଁ ପିଲାମାନେ ପୂର୍ବ ରାତିରେ ବଡ ଗାତଟିଏ ଖୋଳି ଦେଇଥାନ୍ତି l ମାହୁନ୍ତ କାଠ ଗଡିକୁ ଗାତରେ ପକେଇବା ପାଇଁ ହାତୀକୁ ନିର୍ଦ୍ଧେଶ ଦେଲେ l ମାତ୍ର ହାତୀ ଶୁଣିଲାନି l ମାହୁନ୍ତ ଅଙ୍କୁଶ ଲଗେଇଲା l ତଥାପି ହାତୀ ଶୁଣିଲାନି l ବର୍ଚ୍ଛାରେ ତା କାନ ପାଖକୁ କେଞ୍ଚିବାକୁ ଲାଗିଲା; ତଥାପି ଶୁଣିଲା ନାହିଁ l କିନ୍ତୁ ନନ୍ଦ ଆଖିରୁ ଧାର ଧାର ଲୁହ ଗଡିବାକୁ ଲାଗିଲା l ସମସ୍ତେ ଦେଖୁଥାନ୍ତି କେହି କିଛି କହୁନଥାନ୍ତି l କେହି କେହି ହାତୀ ପ୍ରତି ଦୟା ଦେଖାଉଥାନ୍ତି ତ ଆଉ କେତେଜଣ ମାହୁନ୍ତର ଆପାରଗତାକୁ ଧିକ୍କାର କରୁଥାନ୍ତି, ମାହୁନ୍ତ ନିର୍ଦୟ ହୋଇ ଅଙ୍କୁଶ ମାଡ଼ କରି ଚାଲିଲା ଏବଂ ପରିସ୍ଥିତି ଅସମ୍ଭାଳ ହେଲା l ହାତୀଟି ଶୁଣ୍ଢରେ ମାହୁନ୍ତକୁ ଛାଟି ଦେଲା l ସବୁ ଲୋକ ଯିଏ ଯୁଆଡେ ପାଇଲା ଦୌଡି ପଳାଇଗଲେ l ହାତୀଟି ଗାତ ପାଖକୁ ଦୌଡିଯାଇ ନିଜ ଶୁଣ୍ଢରେ ତିନି ଚାରୋଟି କୁକୁର ଛୁଆକୁ ଉଦ୍ଧାର କଲା l ତା’ ପରେ କାଠ ଗଡି ଟିକୁ ଗାତରେ ପକାଇ ଠିଆ କରି ଦେଲା l ସମସ୍ତେ ହାତୀକୁ ପ୍ରଶଂସା କରିବାକୁ ଲାଗିଲେ l ସମସ୍ତେ କଥାହେଲେ ବୋଧ ହୁଏ କୁକୁରଟିଏ ଗାତ ମଧ୍ୟରେ ଛୁଆ ଜନ୍ମ କରିଛି , ନଚେତ କେହି ଦୁଷ୍ଟ ପିଲା ଗାତରେ କୁକୁର ପିଲାକୁ ଛାଡ଼ି ଦେଇଛି l ସେ ଯାହା ବି ହେଉ ନନ୍ଦର ଉପସ୍ଥିତ ବୁଦ୍ଧି ଯୋଗୁଁ କୁକୁର ଛୁଆମାନେ ବଞ୍ଚିଗଲେ l ସାବାସ ନନ୍ଦ..... ସାବାସ ନନ୍ଦ....... ବୋଲି ସବୁଆଡେ ଚହଳ ପଡିଗଲା l ଅଗଷ୍ଟ ୧୫ ଉତ୍ସବ ଧୁମଧାମରେ ପାଳିତ ହେଲା l ଗାଁ ବାଲାଙ୍କ ଅନୁରୋଧ କ୍ରମେ କାମରାଜ ନନ୍ଦକୁ ମୁକ୍ତ କରି ଦେଲେ l ସେହିଦିନ ଠାରୁ ସନ୍ଧ୍ୟାବେଳେ ପିଲାଙ୍କୁ ଧରି ହାତୀଟି ବଜାର ପରିକ୍ରମା କରେ l ଅନ୍ୟ ସମୟରେ କାମାକ୍ଷୀ ମନ୍ଦିର ନିକଟରେ ପର୍ଯ୍ୟଟକଙ୍କର ମନୋରଞ୍ଜନ କରିଥାଏ l ନନ୍ଦ ଯୋଗୁଁ ପର୍ଯ୍ୟଟନ ବ୍ୟବସାୟ ବି ବଢିଲା , ତେଣୁ ଗାଁ ବାଲା ବି ଖୁସ୍......ନନ୍ଦ ବି ଖୁସ୍ l


Rate this content
Log in

Similar oriya story from Children