Dr Jharana Satapathy

Tragedy

3  

Dr Jharana Satapathy

Tragedy

ନନାଙ୍କ ସ୍ମୃତି

ନନାଙ୍କ ସ୍ମୃତି

2 mins
423



ନିଜ ପରିବାରରେ ଲାଗନ୍ତି ସମସ୍ତେ ଆପଣାର । ପରଷ୍ପର ସ୍ନେହ ଏବଂ ଶ୍ରଦ୍ଧା ଭଲ ପାଇବାରରେ ହିଁ ପରିବାର ଗଠିତ ହୋଇଥାଏ । ଜଣେ ଜଣକୁ ନ ଦେଖିଲେ ଅଧୁରା ଲାଗେ । ସେହି ସ୍ନେହ ଶ୍ରଦ୍ଧା ଭିତରେ ହଠାତ୍ ଯଦି ପରିବାରର ମୁରବି ସବୁଦିନ ପାଇଁ ଆଖି ବୁଜି ଦିଅନ୍ତି ତାହାହେଲେ ସେ ପରିବାରର ମେରୁଦଣ୍ଡ ଦୁର୍ବଳ ହୋଇଯାଏ । ପରିବାରର ମୁରବି ଉପରେ ହିଁ ପରିବାରର ଭାର ସବୁ ନ୍ୟସ୍ତ ଥାଏ । ପରିବାରର ମୁରବି ଅର୍ଥାତ୍ ବାପା ଚାଲି ଗଲେ ପିଲାମାନେ ବାପାଛେଉଣ୍ଡ ହୋଇଯାନ୍ତି । ସେମିତି ବାପା ଛେଉଣ୍ଡ ପିଲାଟିଏ ହେଉଛି ମୁଁ । ମୋ ନନାଙ୍କୁ ହରାଇ ବହୁତ ଦୁଃଖରେ ଭାଙ୍ଗି ପଡିଥିଲି । ନନା ମୋତେ ବହୁତ ସ୍ନେହ କରୁଥିଲେ ମୁଁ ତାଙ୍କର ସବା ସାନ ଝିଅ ଥିଲି । ହଟାତ୍ ମୋ ନନା ଆମ ସମସ୍ତଙ୍କୁ ଏକୁଟିଆ କରି ଆର ପାରିକୁ ଚାଲି ଗଲେ । ମତେ ମୋ ବୋଉକୁ ଏବଂ ଆମର ସମସ୍ତ ପରିବାରକୁ ବହୁତ ଦୁଃଖ ଦେଇ ଥିଲା । ମୋର ବିବାହ ମଧ୍ୟ ହୋଇନଥିଲା । ଆମ ଭାଇ ଭଉଣୀ ଭିତରେ ମୁଁ ସାନ ଥିଲି । ପାଠ ବି ପଢୁଥାଏ ସେ ସମୟରେ  । ପ୍ରକୃତରେ ହୃଦୟକୁ ମୋର ବହୁତ କଷ୍ଟ ଦେଇଥିଲା ।


ସମସ୍ତେ ବାହାରଲୋକ କହୁଥାନ୍ତି ଏ ହେ ଏହେ ସାନ ଝିଅକୁ କନ୍ୟାଦାନ କରିପାରିଲେ ନାହିଁ । ଆଉ ଟିକେ ବଞ୍ଚିଥାନ୍ତେ!ସାନପୁଅ ଏବଂ ସାନ ଝିଅର ବାହାଘର କରିଥାନ୍ତେ! ।


କିନ୍ତୁ ବିଧିର ବିଧାନ ବଡ ବିଚିତ୍ର ମୁଁ ମୋ ନନାଙ୍କ ସ୍ଥାନରେ ଠିକ୍ ମୋ ଶ୍ବଶୁରଙ୍କୁ ନନା ରୂପେ ପାଇଥିଲି । ବହୁତ ଭଲ ପରିବାର ମୋ ଶାଶୁଘର ଲୋକେ । ମୋ ଶାଶୁଘର ଯୌଥ ପରିବାର । ଅମାପ ସ୍ନେହ ଶ୍ରଦ୍ଧା ସେ ଘରୁ ପାଇଛି । ଭାରି ଭଦ୍ରଲୋକ ମୋ ଶ୍ବଶୁର । ଚାରିଆଡେ ନାମ ଡାକ ତାଙ୍କର । ଅବସର ପ୍ରାପ୍ତ ଜଳସେଚେନ ବିଭାଗରେ ସହକାରୀ ଯନ୍ତ୍ରୀ ଥିଲେ । ମୁଁ ମୋ ଶ୍ବଶୁରଙ୍କୁ ସର୍ବଦା ସର୍ମାନ ଦେଉଥିଲି ଦେଉଥିବି ମଧ୍ୟ ଏବଂ ଗର୍ବର ସହ କହିବି ମୁଁ ତାଙ୍କର ବୋହୁ । ବହୁତ ମେଳାପି ଲୋକ । ଏମିତି ଲୋକ ଦୁନିଆରେ ସତରେ ମିଳିବେ ନାହିଁ । କିନ୍ତୁ ମୋ ଶ୍ବଶୁର ମଧ୍ୟ ଦିନେ ବ୍ରେନ ହାମରେଜରେ ଆମ ସମସ୍ତଙ୍କୁ ଛାଡି ସବୁଦିନ ପାଇଁ ଚାଲି ଯାଇଥିଲେ । ମୋର ଜୀବନରେ ସେ ବାପା ପଦିଏ ଡାକ ସବୁଦିନ ପାଇଁ ଲିଭିଯାଇଥିଲା । ଏବେବି ମୋ ନନା ଏବଂ ଶ୍ବଶୁର ସ୍ବର୍ଗରେ ରହି ଆମକୁ ଆଶିର୍ବାଦ କରୁଛନ୍ତି କରୁ ଥିବେ ମଧ୍ୟ କାହିଁକି ନା ପିଲାମାନଙ୍କ ପ୍ରତି ବାପାମାଆଙ୍କ ସ୍ନେହ ଆପେ ଆପେ ଚାଲିଆସେ ।



Rate this content
Log in

Similar oriya story from Tragedy